ମେଟ୍ରୋ |

ଖୋର୍ଦ୍ଧାରେ ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ପାଳିତ

ଖୋର୍ଦ୍ଧାରେ ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ପାଳିତ

ଖୋର୍ଦ୍ଧା ଅଫିସ,୬ା୧୨:ଖୋର୍ଦ୍ଧା ଜିଲା ପୋଲିସ ପକ୍ଷରୁ ଗୃହରକ୍ଷୀ ବାହିନୀର ୫୬ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଜିଲା ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଗୃହରକ୍ଷୀମାନଙ୍କ ସମ୍ମିଳିତ ପ୍ୟାରେଡ୍‌ରେ ଏସ୍‌ପି କୃତିବାସ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ଏସ୍‌ପି ପ୍ରଥମେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିବା ପରେ ନିଜ ବକ୍ତବ୍ୟରେ ଗୃହରକ୍ଷୀମାନେ ପୋଲିସର ଏକ ଅଙ୍ଗ ବୋଲି ଦର୍ଶାଇଥିଲେ । ଅନ୍ୟପକ୍ଷେ ପୋଲିସ ସେବାରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ କର୍ତ୍ତବ୍ୟ ପ୍ରତି ଅଙ୍ଗୀକାରବଦ୍ଧ ହେବା ଜରୁରୀ ବୋଲି ମତ ଦେଇଥିଲେ। ପରେଡରେ ୯୦ ପୁରୁଷ ହୋମଗାର୍ଡ ଅଂଶ ଗ୍ରହଣ କରିଥିଲେ। ଏଥିରେ ଅତିରିକ୍ତ ଏସ୍‌ପି ପି.କେ. ସାମନ୍ତରା, ଡିଏସ୍‌ପି ସତିଶ ପାଢ଼ି, ବିଜୟ କୁମାର ମଲ୍ଲିକ, ଆସିଣ୍ଡାଣ୍ଟ କମାଣ୍ଡାଣ୍ଟ ପ୍ରସନ୍ନ ରାଉତ, ନୟାଗଡର ପୂର୍ବତନ ଏସ୍‌ପି ଦେବ ପ୍ରସାଦ ମଜମୁଦାରଙ୍କ ସମେତ ଖୋର୍ଦ୍ଧାୀ ବିଶିଷ୍ଟ ବ୍ୟକ୍ତି ଓ ଜିଲାର ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ ।


All Right Reserved By

ମେଟ୍ରୋ |

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, ବିଧାନସଭା ନିର୍ବାଚନ ଫଳାଫଳ ଜନମତର ସ୍ପଷ୍ଟ ପ୍ରତିଫଳନ

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, ବିଧାନସଭା ନିର୍ବାଚନ ଫଳାଫଳ ଜନମତର ସ୍ପଷ୍ଟ ପ୍ରତିଫଳନ

ଭୁବନେଶ୍ୱର,୯।୧୨(ବ୍ୟୁରୋ)- ଭାଜପା ଚାଷୀ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇନାହିଁ। ନିର୍ବାଚନ ହେଉଥିବା ଏହି ସମସ୍ତ ରାଜ୍ୟରେ ଚାଷୀ ଆନ୍ଦୋଳନ ଜୋର ଧରିଥିଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିବାକୁ ସ୍ବାମୀନାଥନ କମିଟି ସୁପାରିଶ କରିଥିଲେ। ହେଲେ ଏହାକୁ କେନ୍ଦ୍ରରେ ସରକାରରେ ଥିବା ଭାଜପା କାର୍ଯ୍ୟକାରୀ କରିନାହିଁ। 

ବ୍ଲକସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବ୍ଲକସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ସାକ୍ଷୀଗୋପାଳ,୧୧।୧୩(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀରେ ବ୍ଲକସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର କୋଟ ଉପର ପଡିଆରେ ଉଦ୍‌ଘାଟିତ ହୋଇଛି। 

ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବ ମୁଁ ବି ଚାମ୍ପିୟାନ୍‌

ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବ ମୁଁ ବି ଚାମ୍ପିୟାନ୍‌

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ମୁଁ ବି ଚାମ୍ପିୟାନ୍‌ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ନନ୍ଦିନୀପଲ୍ଲୀ ମୁଣ୍ଡାସାହି ବସ୍ତିରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସଂଗଠନ ୟୁଥ୍‌ ଫର୍‌ ଭଲ୍ୟୁଣ୍ଟାରୀ ଓ୍ବାର୍କ ଓ ପିପିଏଲ୍‌ ନ୍ୟୁଜ୍‌ର ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହୋଇଛି। 

‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ: ୨୩.୭୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ: ୨୩.୭୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୧।୧୨(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୪ ଜିଲାର ୫ଟି ବ୍ଲକ ପାଇଁ ୨୩.୭୨ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି।

ସାନିଟାରି ନାପ୍‌କିନ ତିଆରି ପାଇଁ ସ୍ବତନ୍ତ୍ର ମେଶିନ

ସାନିଟାରି ନାପ୍‌କିନ ତିଆରି ପାଇଁ ସ୍ବତନ୍ତ୍ର ମେଶିନ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ)-ପରିଚୟ ଫାଉଣ୍ଡେଶନ ଏବଂ ଭୁବନେଶ୍ୱର ଲେଡିଜ୍‌ ସର୍କଲ-୧୨ର ମିଳିତ ପ୍ରୟାସରେ ପ୍ରସ୍ତୁତ ଏକ ସାନିଟାରି ନାପକିନ୍‌ ମ୍ୟାନୁଫାକ୍ଚରିଂ ୟୁନିଟ୍‌ ସୋମବାର ସ୍ଥାନୀୟ ଏକ ହୋଟେଲରେ ଲୋକାର୍ପିତ ହୋଇଯାଇଛି। ଗ୍ରାମାଞ୍ଚଳ ମହିଳାମାନଙ୍କୁ କମ୍‌ ଦାମ୍‌ରେ ସାନିଟାରି ନାପକିନ୍‌ ଯୋଗାଇବା ଉଦ୍ଦେଶ୍ୟରେ ପ୍ରସ୍ତୁତ ଏହି ମେଶିନ୍‌ ଆଗାମୀ ଦିନରେ କଲ୍ୟାଣପୁର ଅଞ୍ଚଳରେ ପ୍ରତିଷ୍ଠା ହେବ। କେବଳ ମହିଳାଙ୍କ ଦ୍ୱାରା ଚାଲିବାକୁ ଥିବା ଏହି ୟୁନିଟ୍‌ ମହିଳାମାନଙ୍କ ଋତୁସ୍ରାବଜନିତ ସ୍ବଚ୍ଛତା ଓ ସ୍ବାସ୍ଥ୍ୟରକ୍ଷା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଡଟ୍‌ ଫେଷ୍ଟ୍‌: ଶ୍ରୋତାଙ୍କୁ ମତୁଆଲା କଲେ ଋତୁରାଜ

ଡଟ୍‌ ଫେଷ୍ଟ୍‌: ଶ୍ରୋତାଙ୍କୁ ମତୁଆଲା କଲେ ଋତୁରାଜ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ)-ରକ୍‌, ପପ୍‌, ରୋମାଣ୍ଟିକ୍‌ ପରେ ସୁଫି ଓ କଓ୍ବାଲିର ଆସରକୁ ନେଇ ‘ଡଟ୍‌ ଫେଷ୍ଟ୍‌’ର ଦଶମ ସନ୍ଧ୍ୟା ସୃଷ୍ଟି କରିଥିଲା ଏକ ନିଆରା ପରିବେଶ। ଚିରାଚରିତ ଠାରୁ କିଛି ଭିନ୍ନ ଓ ନିଆରା ଶୁଣିବାର ଅବସର ପାଇଥିଲେ ସ୍ମାର୍ଟ ସିଟି ବାସିନ୍ଦା। ସୋମବାର ଡଟ୍‌ ଫେଷ୍ଟ୍‌ ମଞ୍ଚରେ ଜଲନ୍ଧରର ପ୍ରସିଦ୍ଧ ‘ନୁରାନ୍‌ ସିଷ୍ଟର୍ସ’ଙ୍କ ଉପସ୍ଥିତି ଆଣିଦେଇଥିଲା ଏକ ରୋମାଞ୍ଚକର ମାହୋଲ। କେବଳ ସାଧାରଣ ଶ୍ରୋତା ନୁହନ୍ତି, ଭାରତୀୟ ହକି ଟିମ୍‌ ମଧ୍ୟ ଏହି ଦୁଇ ସୁଫି କଣ୍ଠଶିଳ୍ପୀଙ୍କ ଗୀତକୁ ବେଶ୍‌ କିଛି ସମୟ ଧରି ଉପଭୋଗ କରିଥିଲେ।

ସରିଲା ‘ଭୁଫେଷ୍ଟୋ’: ହିମାଂଶୁଙ୍କ ଦାସ୍‌ତାନ୍‌, ସାୟରୀ ପେଡ଼ି

ସରିଲା ‘ଭୁଫେଷ୍ଟୋ’: ହିମାଂଶୁଙ୍କ ଦାସ୍‌ତାନ୍‌, ସାୟରୀ ପେଡ଼ି

ଭୁବନେଶ୍ୱର,୧୧।୧୨(ବ୍ୟୁରୋ)-ପ୍ରଥମ ଥର ପାଇଁ ତ୍ରୟୋଦଶ ଶତାବ୍ଦୀର ଊର୍ଦ୍ଦୁ ଲୋକକଥା ଓ କାହାଣୀ ଶୁଣିବାର ଅବସର ପାଇଥିଲେ ଭୁବନେଶ୍ୱରବାସୀ। କିଛି ମନଛୁଅଁା ଦାସ୍‌ତାନ୍‌ ସାଙ୍ଗକୁ ହୃଦୟଛୁଅଁା ସାୟରୀ, ଯାହାକୁ ନେଇ ସ୍ମାର୍ଟ ସିଟିକୁ ଆସିଥିଲେ ପ୍ରସିଦ୍ଧ ଷ୍ଟୋରିଟେଲର୍‌ ହିମାଂଶୁ ବାଜପେୟୀ। ଇଣ୍ଟରନ୍ୟାଶନାଲ ଷ୍ଟୋରି ଟେଲିଂ ଫେଷ୍ଟିଭାଲ ‘ଭୁଫେଷ୍ଟୋ’ର ଉଦ୍‌ଯାପନୀ ଦିବସର ମୁଖ୍ୟ ଆକର୍ଷଣ ଥିଲେ ବାଜପେୟୀ ଓ ତାଙ୍କ ‘ଦାସ୍ତାନଗୋୟୀ’।

ଶ୍ରୀମନ୍ଦିରରେ ଆସିପାରୁନି ସ୍ବଚ୍ଛତା: ଏବେ ବି ପଡୁଛି ପାନଛେପ ବିଭିନ୍ନ ସ୍ଥାନରେ ଉଡୁଛି ଗୁଟ୍‌ଖା ଖୋଳ

ଶ୍ରୀମନ୍ଦିରରେ ଆସିପାରୁନି ସ୍ବଚ୍ଛତା: ଏବେ ବି ପଡୁଛି ପାନଛେପ ବିଭିନ୍ନ ସ୍ଥାନରେ ଉଡୁଛି ଗୁଟ୍‌ଖା ଖୋଳ

ପୁରୀ ଅଫିସ, ୧୧ା୧୨: ଶ୍ରୀମନ୍ଦିର ପରିସରକୁ ସ୍ବଚ୍ଛ ଏବଂ ପରିଷ୍କାର ରଖିବା ଲାଗି ଏକାଧିକ ନିଷ୍ପତ୍ତି ହେଉଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ସ୍କ୍ବାଡ୍‌ ମଧ୍ୟ ଗଠନ କରାଯାଇଛି। ଏହାସତ୍ତ୍ବେ ଶ୍ରୀମନ୍ଦିର ପରିସରକୁ ସ୍ବଚ୍ଛ ରଖାଯାଇପାରୁନି। ଏବେ ବି ବିଭିନ୍ନ ସ୍ଥାନରେ ପଡୁଛି ପାନଛେପ। ବେଢା ପରିସର କେଉଁଠି ଗୁଟ୍‌ଖା ଜରି ଉଡୁଛି ତ ପୁଣି କେଉଁଠି ପାନଛେପକୁ ଘୋଡାଇବା ଲାଗି ଚୂନ ଓ ବ୍ଲିଚିଂ ପାଉଡର ପାଣି ପକାଯାଇଛି। 

ଗୋଖାସାହିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ:ଜାତୀୟ ରାଜପଥ ପାଲଟିଲା ରଣକ୍ଷେତ୍ର

ଗୋଖାସାହିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ:ଜାତୀୟ ରାଜପଥ ପାଲଟିଲା ରଣକ୍ଷେତ୍ର

ପୁରୀ ଅଫିସ,୧୧ା୧୨: ବାସେଳିସାହି ଥାନା ଅଧୀନ ଗୋଖାସାହିରେ ସୋମବାର ଅପରାହ୍ନରେ ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଏହାକୁ ନେଇ ପୁରୀ-ସାତପଡା ଜାତୀୟ ରାଜପଥ ଗୋଖାସାହି ଛକ ରଣକ୍ଷେତ୍ର ପାଲଟିଥିଲା। 

ଜୁଆ ଖେଳିବାକୁ ଟଙ୍କା ନ ଦେବାରୁ ସ୍ତ୍ରୀ ତଣ୍ଟି କାଟି ହତ୍ୟା କଲେ ସ୍ବାମୀ

ଜୁଆ ଖେଳିବାକୁ ଟଙ୍କା ନ ଦେବାରୁ ସ୍ତ୍ରୀ ତଣ୍ଟି କାଟି ହତ୍ୟା କଲେ ସ୍ବାମୀ

ପୁରୀ ଅଫିସ,୧୧ା୧୨: ପୁରୀ ଚିତ୍ରକର ସାହିରେ ସୋମବାର ମଧ୍ୟାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜୁଆ ଖେଳିବାକୁ ଟଙ୍କା ନେବାରୁ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛନ୍ତି ସ୍ବାମୀ। 

ରାଜ୍ୟସ୍ତରୀୟ ଥ୍ରୋ ବଲ୍‌  ପ୍ରତିଯୋଗିତା ଉଦ୍‌ଯାପିତ

ରାଜ୍ୟସ୍ତରୀୟ ଥ୍ରୋ ବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ

ଜଟଣୀ,୧୧।୧୨(ଡି.ଏନ୍‌.ଏ): ଜଟଣୀ କୁଦିଆରୀରେ ଆୟୋଜିତ ରାଜ୍ୟସ୍ତରୀୟ ମହିଳାପୁରୁଷ ଥ୍ରୋ ବଲ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟ ଓ ଜଟଣୀ ଥ୍ରୋ ବଲ୍‌ ଆସୋସିଏଶନ୍‌ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ୨୦ଟି ଜିଲାରୁ ପୁରୁଷ ଓ ୧୬ଟି ଜିଲାରୁ ମହିଳା ଥ୍ରୋ ବଲ ଦଳ ଅଂଶଗ୍ରହଣ କରିଥିଲେ। 

ନାଇଜରରେ ଚୁମ୍ବକୀୟ ବସ୍ତୁର ପ୍ରୟୋଗ ଉପରେ ସମ୍ମିଳନୀ

ନାଇଜରରେ ଚୁମ୍ବକୀୟ ବସ୍ତୁର ପ୍ରୟୋଗ ଉପରେ ସମ୍ମିଳନୀ

ଜଟଣୀ, ୧୧ା୧୨(ଡି.ଏନ୍‌.ଏ) :  ଜଟଣୀସ୍ଥିତ ନାଇଜର ପରିସରରେ ଅନ୍ତର୍ଜାତୀୟ ଚୁମ୍ବକୀୟ ବସ୍ତୁ ଏବଂ ତା’ର ପ୍ରୟୋଗ ଉପରେ ଅନ୍ତର୍ଜାତୀୟ ଆଇସିମାଗ୍‌ମା-୨୦୧୮ ସମ୍ମିଳନୀ ସୋମବାର ଉଦ୍‌ଘାଟିତ ହୋଇଛି। ନାଇଜରର ପଦାର୍ଥ ବିଜ୍ଞାନ ବିଭାଗ ଓ ଜାତୀୟ ଚୁମ୍ବକୀୟ ସଂସ୍ଥାନର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେଉଛି। ଏଥିରେ ୨୨ଟି ଦେଶରୁ ୪୫୦ ବୈଜ୍ଞାନିକ ଭାଗ ନେଇଛନ୍ତି।