
ନୂଆଦିଲ୍ଲୀ,୬।୧୨: ଉତ୍ତର ପ୍ରଦେଶର ବହରାଇଚ ଆସନରୁ ଏମ୍ପି ଥିବା ସାବିତ୍ରୀ ବାଇ ଫୁଲେ ଭାଜପାରୁ ଇସ୍ତଫା ଦେଇଛନ୍ତି। ଭାଜପା ଉପରେ ପୂର୍ବରୁ ଅସନ୍ତୁଷ୍ଟ ଥିବା ଦଳିତ ନେତ୍ରୀ ଫୁଲେ ଏକ ବଡ ଅଭିଯୋଗ ଆଣି ଭାଜପା ଛାଡିଥିବା ସୂଚନା ମିଳିଛି। ସେ କହିଛନ୍ତି ଭାଜବା ଦେଶକୁ ଭାଙ୍ଗିବାରେ ଲାଗିପଡିଛି। ହେଲେ ସଂରକ୍ଷଣ କଥା ଆଦୌ ଚିନ୍ତା କରୁନାହିଁ। ସମାଜରେ ବିଭାଜନ ଓ ସାଂପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଭାଜପା ସର୍ବଦା ପ୍ରସ୍ତୁତ ଥିବାରୁ ସେ ଭାଜପା ଛାଡୁଥିବା ପ୍ରକାଶ କରିଛନ୍ତି।