ଫୁରସତ |

କଳା ଜୀବନକୁ ସ୍ବପ୍ନରେ ସଜାଏ

କଳା ଜୀବନକୁ ସ୍ବପ୍ନରେ ସଜାଏ

କଲେଜ ପଢିବା ସମୟ। ଥରେ କଲେଜରୁ ଫେରିବା ପରେ ଦେଖିଲେ ତାଙ୍କ ଘରପାଖରେ ‘ଜୀବନ ଜମୁନାରେ ଜୁଆର ଉଠେ’ ସିରିଏଲ୍‌ ସୁଟିଂ ଚାଲୁଛି। ଆଗ୍ରହବଶତଃ ସୁଟିଂ ଦେଖିବାକୁ ଯାଇ ପ୍ରୟୋଜକଙ୍କ ନଜରରେ ଆସିଥିଲେ। ଜଣେ ଖବରଦାତା ଭୂମିକାରେ ଅଭିନୟ ପାଇଁ ତାଙ୍କୁ ମିଳିଥିଲା ସୁଯୋଗ। ଘରେ କାହାରିକୁ ନ ଜଣାଇ ସେଥିରେ ମାତ୍ର ଗୋଟିଏ ସିନ୍‌ରେ ଛୋଟ ଅଭିନୟ କରିବାକୁ ସୁଯୋଗ ପାଇଥିଲେ। ଗ୍ଲାମର ଦୁନିଆ ପ୍ରତି ରୁଚି ଥିଲେ ବି ସେ ଜାଣି ନ ଥିଲେ କେବେ ବି କ୍ୟାମେରା ସାମ୍ନାରେ ଅଭିନୟ କରି ରୂପେଲି ପରଦାରେ ଝଲସି ଉଠିବେ। ନାଚ, ଗୀତ ଓ କଳା ପ୍ରତି ପିଲା ଦିନୁ ଥିବା ରୁଚି ତାଙ୍କୁ ବାଟ କଢାଇ ନେଇଥିଲା। କୌଣସି ଅନୁଷ୍ଠାନରୁ ଅଭିନୟ ତାଲିମ ନେଇ ନ ଥିଲେ ମଧ୍ୟ ଇଚ୍ଛାଶକ୍ତି ବଳରେ ୧୧ଟି ଛୋଟ ପରଦା, ୫ଟି ବଡ଼ ପରଦା ଓ ୨ଟି ସିଡୀ ଫିଲ୍ମ କରି ଦର୍ଶକଙ୍କ ହୃଦୟରେ ନିଜର ସ୍ଥାନ ଖୋଜି ପାଇପାରିଛନ୍ତି। 

ରୂପେଲି ପରଦାର ଏହି ନବାଗତ ନାୟିକା ହେଲେ ପୂଜା। ଘର ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ସଦରମହକୁମା ମାର୍କୋଣା ଷ୍ଟେଶନ ବଜାରରେ। ସେ ସନ୍ଧ୍ୟାରାଣୀ ଓ ଗୋବିନ୍ଦ ମହାନ୍ତିଙ୍କ ଝିଅ। ମାର୍କୋଣାରେ ପ୍ରାଥମିକ ଶିକ୍ଷା ପରେ କଟକର ତାଙ୍କ ପିଉସୀଙ୍କ ଘରେ ରହି ସ୍କୁଲ ଓ କଲେଜ ଶିକ୍ଷାଲାଭ କରିଥିଲେ। ଲକ୍ଷ୍ମୀପିୟା ଓ ଅମୂଲ୍ୟକୃଷ୍ଣ ମହାନ୍ତି ତାଙ୍କ ପିଉସୀ ପିଉସା। ଅଭିନୟ ଦୁନିଆକୁ ପାଦ ବଢାଇବା ବେଳେ ତାଙ୍କ ବଡ଼ମା’ ନମିତା ଅଧିକ ପ୍ରେରଣା ଦେଇଥିଲେ। ପିଉସୀ, ପିଉସା ଓ ମା’ ବାପା ଉତ୍ସାହିତ କରିଥିଲେ। ପିଲା ଦିନେ ରେଡିଓରେ ଗୀତ ଶୁଣି ଘରେ ନାଚୁଥିବାରୁ ପରିବାର ଲୋକେ ମଧ୍ୟ ତାଙ୍କୁ କିଛିଦିନ ଓଡ଼ିଶୀ ଶିଖିବାକୁ ପଠାଇଥିଲେ। 

ସବୁବେଳେ ସକାରାତ୍ମକ ଦୃଷ୍ଟିଭଙ୍ଗୀ ନେଇ ଜୀବନକୁ ଦେଖନ୍ତି ପୂଜା। କିନ୍ତୁ ଅଭିନୟ କ୍ଷେତ୍ରରେ ସେ କିଛି ଭିନ୍ନ। ନେଗେଟିଭ୍‌ ଚରିତ୍ର ତାଙ୍କର ପ୍ରଥମ ପସନ୍ଦ। ଛୋଟ ପରଦାରେ ଦର୍ଶକଙ୍କୁ ବାନ୍ଧି ରଖିବାର ସଫଳତା ପାଇବା ପରେ ୨୦୧୪ରେ ଧାରାବାହିକ ‘ଅହ୍ୟ ସୁଲକ୍ଷଣୀ’ରେ ଖଳନାୟିକା ଭାବେ ଅଭିନୟର ସୁଯୋଗ ପାଇଥିଲେ। ଏହି ଚରିତ୍ର ତାଙ୍କୁ ଅଧିକ ଚର୍ଚ୍ଚାକୁ ଆଣିଥିଲା। ଏପରି କି ଶ୍ରେଷ୍ଠ ଖଳନାୟିକା ଚରିତ୍ର ଲାଗି ତାଙ୍କୁ ମିଳିଥିଲା ରାଜ୍ୟସ୍ତରୀୟ ସମ୍ମାନ। ସେବେଠୁ ଆଉ ପଛକୁ ଫେରି ଚାହିଁନାହାନ୍ତି ପୂଜା। ଛୋଟ ପରଦା ଭଳି ବଡ଼ ପରଦାକୁ ପାଦ ବଢାଇ ସେ ତାଙ୍କ କଳା ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଭାଇ ଭାଉଜ, ଟୋପାଏ ସିନ୍ଦୂର, ଉଁଆଶୀ କନ୍ୟା, କେମିତି ଏ ବନ୍ଧନ, ଅପା, ତୁଳସୀ ଆଦି ୧୧ଟି ସିରିଏଲରେ ପାର୍ଶ୍ୱ ଚରିତ୍ର ଭାବେ ସଫଳ ଅଭିନୟ କରିଛନ୍ତି। ସେହିପରି କିଏ ଦେବ ଟକ୍କର, ବନିଦାସ ରୋମିଓ, ହେଲା ମୋତେ ପ୍ରେମ ଜ୍ୱର ଭଳି ଫିଲ୍ମରେ ପାର୍ଶ୍ୱନାୟିକା ଭୂମିକା ନିଭାଇଛନ୍ତି। 

ବ୍ୟକ୍ତିଗତ ଜୀବନରେ ସାଧାସିଧା ଝିଅଟିଏ ଭଳି ମନେ ହେଉଥିବା ପୂଜା ଅଭିନୟ କ୍ଷେତ୍ରରେ ବିଭିନ୍ନ ଚରିତ୍ରକୁ ଠିକ୍‌ ଅନୁକରଣ କରି ତା’ ମଧ୍ୟରେ ସେ ନିଜକୁ ହଜାଇ ଦିଅନ୍ତି। ସବୁ ପ୍ରକାର ଚରିତ୍ରକୁ ଆପଣାଇ ନେବା ଭଳି ପ୍ରତିଭା ତାଙ୍କ ନିକଟରେ ପରିପୂର୍ଣ୍ଣ ରହିଛି। ସେ କହନ୍ତି ନାୟିକା ରଚନା ବାନାର୍ଜୀ, ଦୀପିକା ପାଦୁକୋନ ଓ ନାୟକ ବାବୁସାନ, ଶାହରୁଖ ଖାନ୍‌ ହେଉଛନ୍ତି ତାଙ୍କର ପ୍ରିୟ କଳାକାର। ଚଳଚ୍ଚିତ୍ର ଡାଇରେକ୍ଟର ନରୋତ୍ତମ ପରିଡାଙ୍କୁ ସେ ଗୁରୁ ମାନନ୍ତି। ଘରେ ଥିଲେ ରୋଷେଇ କରିବା ଏବଂ ବାହାରକୁ ଗଲେ କାର୍‌ ଚଳାଇବା ତାଙ୍କ ପସନ୍ଦ। ଆଗାମୀ ଭବିଷ୍ୟତ ସ୍ବପ୍ନ ନେଇ ସାଧନା ପଥରେ ଆଗାଉଥିଲେ ବି ସମାଜସେବା ଓ ରାଜନୀତି ପ୍ରତି ତାଙ୍କ ଦୁର୍ବଳତା ରହିଥିବା ସେ କହିଛନ୍ତି। ସୁଯୋଗ ପାଇଲେ ସେ ରାଜନୀତି କରିବାକୁ ପଛାଇବେ ନାହିଁ। କଳା ମଣିଷ ଜୀବନର ଏକ ଆଧାର। କଳାକୁ ଭଲ ପାଇଲେ ଏହା ଜୀବନକୁ ସ୍ବପ୍ନରେ ସଜାଏ। କଳାପ୍ରତି ରୁଚି ରଖୁଥିବା ଯୁବତୀଯୁବକମାନେ ଶିକ୍ଷାଲାଭ କରି ଏହି ଦିଗକୁ ଆଗେଇ ଓଡ଼ିଶାର କଳା, ସଂସ୍କୃତିର ଜୀବନଧାରାକୁ ସମନ୍ବିତ କରିପାରିବ। ପିଲାଦିନର ଏକ କଥା ମନେପକାଇ ପୂଜା କହିଥିଲେ, ସେ ଭାରି ଚଞ୍ଚଳମନା ଥିଲେ। ତଥାପି ତାଙ୍କ ବାଳିକା ସୁଲଭ ଗୁଣକୁ ଅନ୍ୟମାନେ ପସନ୍ଦ କରୁଥିଲେ। ଥରେ ସେ ପାସ୍‌ପୋର୍ଟ ସାଇଜ୍‌ ଫଟୋ ଉଠାଇବାକୁ ଷ୍ଟୁଡିଓ ଯାଇଥିବା ବେଳେ କେହି ଜଣେ ତାଙ୍କୁ ଅଭିନୟ ଦୁନିଆରେ କ୍ୟାରିଅର କରିବା ସକାଶେ ପରାମର୍ଶ ଦେଇଥିଲେ। ତାଙ୍କ କଥା ଆଜି ସତ ହୋଇଛି।

ରିପୋର୍ଟ: ସନ୍ତୋଷ କୁମାର ନାୟକ, ସିମୁଳିଆ

All Right Reserved By

ଫୁରସତ |

ଗାଁ ଅଛି  ହେଲେ ନାହାଁନ୍ତି ଲୋକ...

ଗାଁ ଅଛି ହେଲେ ନାହାଁନ୍ତି ଲୋକ...

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ଏହାର ଉତ୍ତର ଆଧୁନିକ ବିଜ୍ଞାନ ମଧ୍ୟ ଖୋଜି ପାଇନି। ରାଜସ୍ଥାନ ଜୈସଲମେର ସହରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ରହିଛି ଏକ ଅଞ୍ଚଳ। 

 ଯେଉଁଠି ବିବାହ ଲାଗି ଅନ୍ୟ ସ୍ତ୍ରୀକୁ କରାଯାଏ ଚୋରି

ଯେଉଁଠି ବିବାହ ଲାଗି ଅନ୍ୟ ସ୍ତ୍ରୀକୁ କରାଯାଏ ଚୋରି

ବିଭାଘରକୁ ନେଇ ସବୁଠି ଓ ସବୁ ଜାଗାରେ ଭିନ୍ନ ଭିନ୍ନ ପରମ୍ପରା ଓ ସଂସ୍କୃତି ରହିଛି।  ତେବେ ଏପରି ଏକ ଦେଶ ଅଛି ଯେଉଁଠି ଅନ୍ୟର ସ୍ତ୍ରୀକୁ ଚୋରିକରି ବିବାହ କରାଯାଏ। 

ସାଇଲେଣ୍ଟ ମୋଡ୍‌ରେ ଥିବା ଫୋନ ପାଉନାହାନ୍ତି କି? କରନ୍ତୁ ଏପରି

ସାଇଲେଣ୍ଟ ମୋଡ୍‌ରେ ଥିବା ଫୋନ ପାଉନାହାନ୍ତି କି? କରନ୍ତୁ ଏପରି

ଆଧୁନିକ ଯୁଗରେ ମୋବାଇଲର ବହୁଳ ବ୍ୟବହାର କରାଯାଉଛି। ଏହା ଯେତେବେଳେ ପ୍ରଥମେ ବଜାରକୁ ଆସିଥିଲା କେବଳ କଥାବାର୍ତ୍ତା ପାଇଁ। କିନ୍ତୁ ଏବେ ଟେକ୍ନୋଲୋଜି ଆଗେଇଛି।

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

ପ୍ରଥମେ ଏହି ବହିର ହୋଇଥିଲା କପିରାଇଟ୍‌

କୌଣସି ଲେଖାକୁ କେହି କପି କରୁଥିଲେ ଏହାକୁ ରୋକାଯିବା ପାଇଁ କପିରାଇଟ୍‌ ଆକ୍ଟ ଲାଗୁ ହୋଇଛି। ଆସନ୍ତୁ ଜାଣିବା ଏହି ଆକ୍ଟ ସମ୍ପର୍କରେ...


ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ : ୨୬ ବର୍ଷ ପରେ ହେବ ବିବାହ

ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ : ୨୬ ବର୍ଷ ପରେ ହେବ ବିବାହ

କୁହାଯାଏ, କିଏ କାହାକୁ ବିବାହ କରିବେ ତାହା ପୂର୍ବରୁ ସ୍ଥିର ହୋଇଥାଏ। ଭାଗ୍ୟରେ ଯଦି ସେହି ଜଣକ ଲେଖାଥାଏ ତେବେ କୌଣସି ପରିସ୍ଥିତିରେ କେହି କାହାକୁ ଅଲଗା କରିପାରିବେ ନାହିଁ। ଚାହୁଁଥିବା ଲୋକ ନିଶ୍ଚିତ ଆପଣଙ୍କୁ ମିଳିଯିବେ। 

ଟଙ୍କା ପାଇଁ ପ୍ରେମିକଠାରୁ ଅଲଗା ହେଲେ ପ୍ରେମିକା

ଟଙ୍କା ପାଇଁ ପ୍ରେମିକଠାରୁ ଅଲଗା ହେଲେ ପ୍ରେମିକା

ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋଟି ଏପରି ଏକ ଝିଅର ଯିଏକି ଟଙ୍କା ପାଇଁ ନିର୍ବନ୍ଧ ସରିଥିବା ନିଜ ପ୍ରେମିକଙ୍କଠାରୁ ଅଲଗା ହେବାକୁ ପଛାଉ ନାହାନ୍ତି। ପ୍ରେମିକଙ୍କଠାରୁ ଅଲଗା ହେବା ପାଇଁ ପ୍ରେମିକା ୭ ଲକ୍ଷ ଟଙ୍କା ନେଇଛନ୍ତି। ତାହା ପୁଣି ପ୍ରେମିକଙ୍କ ମା’ବାପାଙ୍କଠାରୁ ।

ଦୁନିଆର ସବୁଠାରୁ ଷ୍ଟାଇଲିଷ୍ଟ ମା’ପୁଅ: ସୋସିଆଲ ମିଡିଆରେ କରାଯାଉଛି ବହୁତ ପସନ୍ଦ

ଦୁନିଆର ସବୁଠାରୁ ଷ୍ଟାଇଲିଷ୍ଟ ମା’ପୁଅ: ସୋସିଆଲ ମିଡିଆରେ କରାଯାଉଛି ବହୁତ ପସନ୍ଦ

କୌଣସି ପାର୍ଟି ବା ଫକ୍ସନରେ ମା’ ଝିଅ ଏକା ପରି ପୋଷାକା ପିନ୍ଧୁଥିବା ଆମେ ଦେଖିଛୁ। ମାତ୍ର ଏମିତି ଏକ ମା’ ପୁଅ ଯୋଡ଼ି ଅଛନ୍ତି ଯିଏ କି ସବୁବେଳେ ଏକାପରି ପୋଷାକ ପିନ୍ଧିଥାନ୍ତି। ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ରହୁଥିବା ପାଥ୍ରାପୋଲ ଏବଂ ଲି. ପୁଇଙ୍ଗ୍‌ବୁନପ୍ରାଙ୍କ ଅନ୍ୟ ମା’ ପୁଅଙ୍କଠାରୁ ବହୁତ ଭିନ୍ନ। 

ଅକ୍ଷୟ ତୃତୀୟାରେ କାହିଁକି କିଣିବେ ସୁନା..

ଅକ୍ଷୟ ତୃତୀୟାରେ କାହିଁକି କିଣିବେ ସୁନା..

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ‘ଅକ୍ଷୟ ତୃତୀୟା’ ଭାବେ ପାଳନ କରାଯାଏ। ହିନ୍ଦୁଧର୍ମ ଅନୁସାରେ ଏହି ଦିନର ବଡ଼ ମହତ୍ତ୍ୱ ରହିଛି। ଅକ୍ଷୟ ତୃତୀୟାରେ ଦାନ, ଧର୍ମ, ଜପ, ତପ ଆଦି କର୍ମ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ।

ଏମିତି ଗାଁ ଯେଉଁଠି ଚପଲ ପିନ୍ଧିଲେ ମିଳେ କଠୋର ଦଣ୍ଡ...

ଏମିତି ଗାଁ ଯେଉଁଠି ଚପଲ ପିନ୍ଧିଲେ ମିଳେ କଠୋର ଦଣ୍ଡ...

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ତାମିଲନାଡୁର ମଦୁରାଇ ନିକଟରେ ରହିଛି କଲିମାୟନ ଗାଁ। ଏଠାକାର ପରମ୍ପରା ନିଆରା। ଗାଁରେ କୌଣସି ଲୋକ ଚପଲ ପିନ୍ଧନ୍ତି ନାହିଁ। 

୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

ମନ୍ଦିରରେ ସାଧାରଣତଃ ଦେବାଦେୀଙ୍କର ପୂଜା କରାଯାଇଥାଏ। ହେଲେ ଉତ୍ତର ପ୍ରଦେଶ ଲଖିମପୁର-ଖିରେ ଜିଲାର ଓୟଲଠାରେ ଥିବା ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ। 

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ବଡୋଦରା, ୨୩।୪: ୨୦୧୯ ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୬ଟି ରାଜ୍ୟର ୧୧୭ଟି ଲୋକ ସଭା ଆସନ ପାଇଁ ଭୋଟଗ୍ରହଣ ଚାଲିଛି। 

ବିଶ୍ୱର ସବୁଠାରୁ ଖୁସିର ଦେଶ ଡେନମାର୍କ

ବିଶ୍ୱର ସବୁଠାରୁ ଖୁସିର ଦେଶ ଡେନମାର୍କ

କୋପେନହାଗେନ,୨୩।୪: ଓ୍ବାଲର୍‌ଡ ହାପିନେସ୍‌ ଇଣ୍ଡେକ୍ସ ୨୦୧୮ର ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ବିଶ୍ୱର ୩ଟି ଖୁସି ଦେଶ ମଧ୍ୟରୁ ଡେନମାର୍କ ହେଉଛି ଅନ୍ୟତମ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri