ରାଜ୍ୟ | ଅନଗୁଳ-ଢେଙ୍କାନାଳ

ଜରପଡ଼ା ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଶିକ୍ଷୟିତ୍ରୀଙ୍କୁ ମାରଣାସ୍ତ୍ର ଦେଖାଇ ସୁନାଚେନ, ମୁଦି ଲୁଟ

ଜରପଡ଼ା ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଶିକ୍ଷୟିତ୍ରୀଙ୍କୁ ମାରଣାସ୍ତ୍ର ଦେଖାଇ ସୁନାଚେନ, ମୁଦି ଲୁଟ

ଛେଣ୍ଡିପଦା,୬।୧୨(ଡି.ଏନ୍‌.ଏ.): ଅନୁଗୋଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଜରପଡା ଥାନାଠାରୁ୧ କିମି ଦୂର ଭାଗିରଥିପୁର ପଠାଣିବାଙ୍କ ସାହି ମଧ୍ୟରେ ଥିବା ଏକ ଆମ୍ବ ବଗିଚା ପାଖରେ ଗୁରୁବାର ସକାଳେ ଜଣେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ ହୋଇଛି। ୨ଜଣ ରାଜପଥ ଲୁଟେରା ଏକ ବାଇକ ଯୋଗେ ତାଙ୍କୁ ପିଛା କରି ଭୁଜାଲି ଏବଂ ଛୁରୀ ଦେଖାଇ ଭୟଭୀତ କରି ସୁନାଚେନ ଏବଂ ଦୁଇଟି ହାତ ମୁଦି ଲୁଟି ନେଇଥିବା ଜଣାପଡ଼ିଛି। ଲୁଟ ପରେ ଦୁର୍ବୃତ୍ତମାନେ ଜରପଡା -ଦୁର୍ଗାପୁର ରାସ୍ତା ଦେଇ ପଳାଇଯାଇଥିଲେ। ଖବର ପାଇ ଜରପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାନୁଯାୟୀ, ଜରପଡ଼ା ଗ୍ରାମର ପୂର୍ବତନ ସରପଞ୍ଚ ନାରାୟଣ ସାହୁଙ୍କ ଝିଅ ମାନିନୀ ମୋନାଲିସା ପ୍ରିୟଦର୍ଶିନୀ ସାହୁ ପ୍ରତି ଦିନ ଭଳି ଗୁରୁବାର ସକାଳ ପ୍ରାୟ ସାଢେ ୯ଟା ବେଳେ ଜରପଡା ଗ୍ରାମରୁ ଏହି ରାସ୍ତା ଦେଇ ଏକ ସ୍କୁଟିରେ ଜେରଙ୍ଗ ଦେହୁରୀ ସାହି ହାଇସ୍କୁଲକୁ ଯାଉଥିଲେ। ସେ ସେହି ସ୍କୁଲରେ ଖେଳ  ଶିକ୍ଷୟିତ୍ରୀ ଭାବେ ଶିକ୍ଷାଦାନ କରିବା ପାଇଁ ଯାଉଥିବା ବେଳେ ଲୁଟର ଶିକାର ହୋଇଥିଲେ। ପରେ ସେ ରାସ୍ତା ଉପରେ ସ୍କୁଟି ଛାଡ଼ି ଭୟଭୀତ ହୋଇ ଭାଗିରଥିପୁର ଛକ ଆଡ଼କୁ ଦୌଡ଼ି ପଳାଇ ଯାଇଥିଲେ। ତେବେ ଲୁଟ ଘଟଣା ପରେ ଅଞ୍ଚଳବାସୀ ଆତଙ୍କିତ ହେବା ସହ ନିଜକୁ ଅସୁରକ୍ଷିତ ମଣୁଥିବା ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଲୁଟେରା ଦୁଇ ଜଣଙ୍କୁ ଅବିଳମ୍ବେ ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। କେତେକ ଅଣ ଓଡିଆ ଯୁବକ ଏହି ଅଞ୍ଚଳରେ ପଇତରା ମାରୁଥିବା ଏବଂ ସନ୍ଦେହ ଜନକ ଭାବେ ଚଳପ୍ରଚଳ କରୁଥିବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।


All Right Reserved By

ରାଜ୍ୟ | ଅନଗୁଳ-ଢେଙ୍କାନାଳ

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ଅଣ୍ଡାଦାନ ଆରମ୍ଭ

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ଅଣ୍ଡାଦାନ ଆରମ୍ଭ

ରାଜନଗର, ୨୪।୨-କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଶୁକ୍ରବାର ଅଲିଭରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ଆରମ୍ଭ ହୋଇଛି। 

ପାରାଦୀପରେ ହେବ ବିମାନବନ୍ଦର

ପାରାଦୀପରେ ହେବ ବିମାନବନ୍ଦର

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ହେବ ଆଉ ଏକ ବିମାନବନ୍ଦର।

ସ୍ବିଡେନର ଝିଅ ହେଲେ ଫୁଲବାଣୀର ବୋହୂ

ସ୍ବିଡେନର ଝିଅ ହେଲେ ଫୁଲବାଣୀର ବୋହୂ

ଫୁଲବାଣୀ ଅଫିସ, ୨୩ା୨:ପ୍ରେମ ମାନେ ନାହିଁ ସୀମା ସରହଦ, ବାଧା ବନ୍ଧନ। ସୁଦୂର ସ୍ବିଡେନର ଝିଅ କନ୍ଧମାଳ ଜିଲା ଫୁଲବାଣୀର ବୋହୂ ସାଜିବା ଏହି କଥାକୁ ଯେପରି ବାସ୍ତବ ରୂପ ଦେଇଛି। ଶନିବାର ସମ୍ପୂର୍ଣ୍ଣ ମୁସଲିମ୍‌ ରୀତିନୀତି ଅନୁସାରେ ସ୍ବିଡେନର ଝିଅ ଇମା ଲୋର ଭୋଇଟଙ୍କ ସହ ଫୁଲବାଣୀ ହନୁମାନ ମନ୍ଦିରସାହିର ମହମ୍ମଦ ଆଜାରୁଦ୍ଦିନଙ୍କ ବିବାହ ସମ୍ପନ୍ନ ହୋଇଛି ା 

୬୦ରୁ ଊର୍ଦ୍ଧ୍ୱ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌:ବାଂଲାଦେଶୀ ହ୍ୟାକରଙ୍କ ହାତ ସନ୍ଦେହ

୬୦ରୁ ଊର୍ଦ୍ଧ୍ୱ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌:ବାଂଲାଦେଶୀ ହ୍ୟାକରଙ୍କ ହାତ ସନ୍ଦେହ

ଭୁବନେଶ୍ୱର,୨୪ା୨ (ବ୍ୟୁରୋ):ରାଜ୍ୟର ୬୦ରୁ ଊର୍ଦ୍ଧ୍ୱ ଓ୍ବେବ୍‌ସାଇଟ୍‌ ଶନିବାର ହ୍ୟାକ୍‌ ହୋଇଛି। ହ୍ୟାକର ସମସ୍ତ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌  କରିବା ପରେ ହୋମ୍‌ ପେଜ୍‌ରେ ‘ମ୍ୟାଡ୍‌ ଟାଇଗର’ ଲେଖିଛନ୍ତି। ଏହିସବୁ ଓ୍ବେବ୍‌ସାଇଟ୍‌ ଖୋଲିବା ମାତ୍ରେ ସେଥିରେ ମ୍ୟାଡ୍‌ ଟାଇଗର ଲେଖା ଆସୁଛି। ଓଡ଼ିଶା ପ୍ରଶାସନିକ ସେବା ଆସୋସିଏଶନ, ଶ୍ରୀମନ୍ଦିର ଦଇତାପତି ନିଯୋଗ ସମେତ ଏକାଧିକ ସରକାରୀ କଲେଜର ଓ୍ବେବ୍‌ସାଇଟ୍‌ ଏବଂ ଅନେକ ସରକାରୀ ଅଫିସ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ହୋଇଛି। 

ଶ୍ରୀମନ୍ଦିର ସଂସ୍କାର ମାମଲା: ଆମିକସ୍‌ କ୍ୟୁରିଙ୍କ ସହ ଆଲୋଚନା ପରେ ସେବାୟତ ଆଶ୍ୱସ୍ତ

ଶ୍ରୀମନ୍ଦିର ସଂସ୍କାର ମାମଲା: ଆମିକସ୍‌ କ୍ୟୁରିଙ୍କ ସହ ଆଲୋଚନା ପରେ ସେବାୟତ ଆଶ୍ୱସ୍ତ

ପୁରୀ ଅଫିସ,୨୪ା୨: ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବାକୁ ମିଳିପାରେ ସୁରକ୍ଷା। ହେଲେ ଏଥିରେ କିଛିଟା ସଂସ୍କାର ଅଣାଯିବ। ଏପରି କି ସଂଖ୍ୟା ମଧ୍ୟ ସୀମିତ କରାଯାଇପାରେ। ଶ୍ରୀମନ୍ଦିର ସଂସ୍କାର ମାମଲାର ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ବିଭିନ୍ନ ପକ୍ଷଙ୍କ ସହ ବୈଠକ ପରେ ଏଭଳି ସୂଚନା ମିଳିଛି।

ପାରାଦୀପରେ ହେବ ବିମାନବନ୍ଦର: ଖର୍ଚ୍ଚ ହେବ ୯୦୦କୋଟି ଟଙ୍କା

ପାରାଦୀପରେ ହେବ ବିମାନବନ୍ଦର: ଖର୍ଚ୍ଚ ହେବ ୯୦୦କୋଟି ଟଙ୍କା

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ହେବ ଆଉ ଏକ ବିମାନବନ୍ଦର। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଛାଡ଼ିଦେଲେ ଝାରସୁଗୁଡ଼ା ବିମାନବନ୍ଦର ମାର୍ଚ୍ଚରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ଏବଂ ରାଉରକେଲା, ଉତ୍‌କେଲା, ଜୟପୁର ବିମାନବନ୍ଦର କିଛିମାସ ପରେ ପୂର୍ଣ୍ଣାଙ୍ଗ ରୂପ ନେବ। 

ଶ୍ରୀମନ୍ଦିର ସମସ୍ୟାକୁ ଧ୍ୟାନ ଦେଇନାହାନ୍ତି ସରକାର: ଗଜପତି

ଶ୍ରୀମନ୍ଦିର ସମସ୍ୟାକୁ ଧ୍ୟାନ ଦେଇନାହାନ୍ତି ସରକାର: ଗଜପତି

ପୁରୀ ଅଫିସ,୨୪ା୨: ଶ୍ରୀମନ୍ଦିର ଏକ ମହାନ୍‌ ସଂସ୍ଥା। ମହାପ୍ରଭୁଙ୍କର ସବୁ ମହାନ୍‌, ତାଙ୍କ ସମସ୍ୟା ବି ମହାନ୍‌। ତେଣୁ ଶ୍ରୀମନ୍ଦିରରେ କିଛି ପରିବର୍ତ୍ତନ ଆଣିବାକୁ ହେଲେ ପ୍ରଥମେ ସବୁକିଛି ବୁଝିବାକୁ ହେବ। 

ଆଜି ମୁଖ୍ୟମନ୍ତ୍ରୀଙ୍କ ସାତମାଇଲ ଗସ୍ତ

ଆଜି ମୁଖ୍ୟମନ୍ତ୍ରୀଙ୍କ ସାତମାଇଲ ଗସ୍ତ

ଢେଙ୍କାନାଳ ଅଫିସ, ୨୪।୨- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଅପରାହ୍ନ ୪ଟାରେ ଢେଙ୍କାନାଳ ଜିଲା ଗସ୍ତରେ ଆସି ହିନ୍ଦୋଳ ବ୍ଲକ ସାତମାଇଲରେ ଆୟୋଜିତ ସମାବେଶରେ ଯୋଗଦେବେ। ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି।

‘ନିର୍ବାଚନ ଜିତିବା ପାଇଁ କାମ ହିଁ ଯଥେଷ୍ଟ’

‘ନିର୍ବାଚନ ଜିତିବା ପାଇଁ କାମ ହିଁ ଯଥେଷ୍ଟ’

ଭୁବନେଶ୍ୱର,୨୩।୨(ବ୍ୟୁରୋ)- ନିର୍ବାଚନ ଜିତିବା ପାଇଁ ଆମ କାମ ହିଁ ଯଥେଷ୍ଟ। ୨୦ ବର୍ଷ ମଧ୍ୟରେ  ରାଜ୍ୟର ୮୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମା ରେଖା(ବିପିଏଲ୍‌) ଉପରକୁ ଉଠିପାରିଛନ୍ତି। 

ପ୍ରଚଣ୍ଡ ତାତି, ପାରଦ ୩୯ ଡିଗ୍ରୀ ଟପିଲା: ୨୪ରୁ ବର୍ଷା

ପ୍ରଚଣ୍ଡ ତାତି, ପାରଦ ୩୯ ଡିଗ୍ରୀ ଟପିଲା: ୨୪ରୁ ବର୍ଷା

ଭୁବନେଶ୍ୱର,୨୩ା୨(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ଫେବୃୟାରୀ ଅଧା ବେଳକୁ ପରିସ୍ଥିତି ସଙ୍ଗୀନ ହେଲାଣି। ପାରଦ ୪୦ ଡିଗ୍ରୀ ପାଖକୁ ଆସିଲାଣି। 

୫ ବର୍ଷର ହାତୀ ଛୁଆ ମୃତ

୫ ବର୍ଷର ହାତୀ ଛୁଆ ମୃତ

ବାରିପଦା ଅଫିସ,୨୩।୨- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ ହାତୀ  ମୃତ୍ୟୁ ବଢ଼ିବାରେ ଲାଗିଛି। ହେଲେ ବନ ବିଭାଗ ପକ୍ଷରୁ ହାତୀ ମୃତ୍ୟୁ ରୋକିବା ଲାଗି କୌଣସି ପ୍ରକାର ବ୍ୟବସ୍ଥା କରାଯାଉ ନାହିଁ।  

ବିଦ୍ୟୁତ ସଂଯୋଗ ନ ହେବାରୁ ମିଳୁନି ପାଣି :ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

ବିଦ୍ୟୁତ ସଂଯୋଗ ନ ହେବାରୁ ମିଳୁନି ପାଣି :ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ମହିଳା

ବାରିପଦା ଅଫିସ,୨୩।୨- ବାରିପଦା ପୌରପରିଷଦ ଅଧୀନରେ ଥିବା ୫ଟି ୱାର୍ଡରେ ଦୀର୍ଘ ୧୪ମାସ ହେବ ପାଣି ପମ୍ପ ହାଉସ ନିର୍ମାଣ ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ପାଣି ପମ୍ପକୁ ବିଦ୍ୟୁତ ସଂଯୋଗ କରାଯାଇ ନ ଥିବାରୁ ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି।