ଅନ୍ତର୍ଜାତୀୟ |

ପୃଥିବୀ ପୃଷ୍ଠକୁ ଆସିଥିଲେ ଏଲିଅନ: ନାସା ବୈଜ୍ଞାନିକ

ପୃଥିବୀ ପୃଷ୍ଠକୁ ଆସିଥିଲେ ଏଲିଅନ: ନାସା ବୈଜ୍ଞାନିକ

ଓ୍ବାଶିଂଟନ,୬।୧୨: ନାସାର ବୈଜ୍ଞାନିକଙ୍କ କଥାକୁ ଯଦି ବିଶ୍ୱାସ କରାଯାଏ ତେବେ ବହୁ ପୂର୍ବରୁ ଏଲିଅନ ପୃଥିବୀ ପୃଷ୍ଠକୁ ଆସି ସାରିଛନ୍ତି। ଏମାନେ ଆମ ନିକଟକୁ ଆସିଥିବା ବୈଜ୍ଞାନିକମାନେ କହୁଛନ୍ତି। ଏଲିଅନ୍‌ ଖୁବ ବୁଦ୍ଧିମାନ୍‌ ଓ ଆକାରରେ କ୍ଷୁଦ୍ର ହୋଇଥିବାରୁ ଏମାନଙ୍କ ଉପସ୍ଥିତିକୁ ସାଧାରଣ ଲୋକେ ଜାଣି ପାରି ନ ଥିବା ସେ କହିଛନ୍ତି। ନାସାର ବୈଜ୍ଞାନିକ ପି କଲମ୍ବୋ ଦାବି କରିଛନ୍ତି ଯେ ଏଲିଅନଙ୍କ ପାଖରେ ଅଛି ସୁପର ବ୍ରେନ୍‌। ଏମାନେ ମହାକାଶକୁ ଯାତ୍ରା କରିବାରେ ସକ୍ଷମ ଓ ଏମାନଙ୍କ ପାଖରେ ଏମିତି ଅଦ୍ଭୁତ ଶକ୍ତି ଅଛି ଯାହାକୁ ମାନବ କଳ୍ପନା କରିବା କଷ୍ଟକର ବ୍ୟାପାର। 

All Right Reserved By

ଅନ୍ତର୍ଜାତୀୟ |

ଶ୍ରୀଲଙ୍କାର ୨ ସୁରକ୍ଷା ମୁଖ୍ୟଙ୍କୁ ଇସ୍ତଫା ଦେବାକୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ

ଶ୍ରୀଲଙ୍କାର ୨ ସୁରକ୍ଷା ମୁଖ୍ୟଙ୍କୁ ଇସ୍ତଫା ଦେବାକୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ

କଲମ୍ବୋ, ୨୫ା୪ : ଶ୍ରୀଲଙ୍କା ବିସ୍ଫୋରଣ ପରେ ରାଷ୍ଟ୍ରପତି ମୈଥ୍ରୀପାଲ ଶିରିସେନା ୨ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଶିରିସେନା ପୋଲିସ ବିଭାଗ ମୁଖ୍ୟ ଏବଂ ପ୍ରତିରକ୍ଷା ସଚିବଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ଏକ ରିପୋର୍ଟରୁ ପ୍ରକାଶ।

ସୌଦି ଆରବରେ ୩୭ ଲୋକଙ୍କ ମୁଣ୍ଡକାଟ

ସୌଦି ଆରବରେ ୩୭ ଲୋକଙ୍କ ମୁଣ୍ଡକାଟ

ରିୟାଦ,୨୫।୪: ସୌଦି ଆରବର ଆସିଥିବା ଏକ ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ଏଠି ୩୭ ଜଣଙ୍କ ମୁଣ୍ଡ କାଟି ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ଜଣାପଡିଛି। 

ସିରିଆରେ ଶକ୍ତିଶାଳୀ ବିସ୍ଫୋରଣ: ୧୮ ମୃତ

ସିରିଆରେ ଶକ୍ତିଶାଳୀ ବିସ୍ଫୋରଣ: ୧୮ ମୃତ

ଦାମାସକସ୍‌,୨୫।୪: ଉତ୍ତର ପଶ୍ଚିମ ସିିରିଆରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୩ ଜଣ ସାଧାରଣ ଲୋକ ଥିବା କୁହାଯାଉଛି।

ପୃଥିବୀ ଓ ଚନ୍ଦ୍ର ପରି ମଙ୍ଗଳରେ ବି ହେଉଛି ଭୂକମ୍ପ: ନାସା

ପୃଥିବୀ ଓ ଚନ୍ଦ୍ର ପରି ମଙ୍ଗଳରେ ବି ହେଉଛି ଭୂକମ୍ପ: ନାସା

ଓ୍ବାଶିଂଟନ,୨୫।୪: ମଙ୍ଗଳ ଗ୍ରହକୁ ମାନବ ମିଶନ ପଠାଇବା ପାଇଁ ଯୋଜନା ଚାଲିଛି। ତେବେ ମଙ୍ଗଳରେ ଭବିଷ୍ୟତରେ ବାସ କରିବାକୁ ଯାଉଥିବା ଲୋକେ ଭୂକମ୍ପର ଅନୁଭୁତି ପାଇପାରିବେ। 

କୋମାରେ ୨୮ ବର୍ଷ ରହିଥିବା ମହିଳାଙ୍କ ଚେତା ଫେରିଲା

କୋମାରେ ୨୮ ବର୍ଷ ରହିଥିବା ମହିଳାଙ୍କ ଚେତା ଫେରିଲା

ଆବୁ ଧାବି,୨୫।୪: ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ)ର ଜଣ ମହିଳା ମୁନିରା ଅବଦୁଲ୍ଲା ଦୁର୍ଘଟଣା ପରେ କୋମାକୁ ଚାଲି ଯାଇଥିଲେ। ହେଲେ ଏବେ ୨୮ ବର୍ଷ ପରେ ତାଙ୍କ ଚେତା ଫେରିଥିବା କୁହାଯାଉଛି।

ଶ୍ରୀଲଙ୍କାରେ ପୁଣି ବିସ୍ଫୋରଣ

ଶ୍ରୀଲଙ୍କାରେ ପୁଣି ବିସ୍ଫୋରଣ

କଲମ୍ବୋ,୨୫।୪: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରୁ ୪୦ କିଲୋମିଟର ଦୂର ପୁଗୋଡା ସହରର ମାଜିଷ୍ଟ୍ରେଟ ଅଦାଲତଙ୍କ ପଛପଟେ ଥିବା ଖାଲି ସ୍ଥାନରେ ଗୁରୁବାର ଏକ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି।

ଶ୍ରୀଲଙ୍କା ବିସ୍ଫୋରଣରେ ସାମିଲ ଥିଲେ ୯ ଆତ୍ମଘାତୀ

ଶ୍ରୀଲଙ୍କା ବିସ୍ଫୋରଣରେ ସାମିଲ ଥିଲେ ୯ ଆତ୍ମଘାତୀ

କଲମ୍ବୋ୨୫ା୪(ପି.ଟି): ଶ୍ରୀଲଙ୍କାର ଇଷ୍ଟର ସଣ୍ଡେ ବିସ୍ଫୋରଣରେ ଜଣେ ମହିଳାଙ୍କ ସମେତ ୯ ଆତ୍ମଘାତୀ ସାମିଲ ଥିଲେ ବୋଲି ଜଣାପଡ଼ିଛି।   

ବନ୍ୟା, ଭୂସ୍ଖଳନରେ ୬୦ ମୃତ

ବନ୍ୟା, ଭୂସ୍ଖଳନରେ ୬୦ ମୃତ

ଡର୍ବାନ ୨୫ା୪: ଦକ୍ଷିଣ ଆଫ୍ରିକାରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୬୦ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି।

ଶ୍ରୀଲଙ୍କା ନରସଂହାର ପରେ ଭୟଭୀତ ମୁସଲିମ୍‌

ଶ୍ରୀଲଙ୍କା ନରସଂହାର ପରେ ଭୟଭୀତ ମୁସଲିମ୍‌

କଲମ୍ବୋ, ୨୪ା୪ : ଶ୍ରୀଲଙ୍କାରେ ସିରିଜ୍‌ ବିସ୍ଫୋରଣ ହେବା ୩ ଦିନ ବିତି ଯାଇଥିଲେ ମଧ୍ୟ ଭୟରେ କଲମ୍ବୋ ବାସିନ୍ଦା ମହମ୍ମଦ ହାସନ୍‌ ଏହି ଆତ୍ମଘାତୀ ବିସ୍ଫୋରଣ ପରେ ସହର ଛାଡ଼ିଛନ୍ତି। 

ମ୍ୟାଲେରିଆରେ ଶହେ ୬ ଦେଶର ୩ ଶହ ୩୦ କୋଟି ଲୋକ ପ୍ରଭାବିତ: ଆଫ୍ରିକାରେ ଅଧିକ

ମ୍ୟାଲେରିଆରେ ଶହେ ୬ ଦେଶର ୩ ଶହ ୩୦ କୋଟି ଲୋକ ପ୍ରଭାବିତ: ଆଫ୍ରିକାରେ ଅଧିକ

ଜେନେଭା, ୨୪।୪: ମ୍ୟାଲେରିଆରେ ପୃଥିବୀର ଶହେ ୬ଟି ଦେଶର ୩ ଶହ ୩୦ କୋଟି ଲୋକ ପ୍ରଭାବିତ ହେଉଛନ୍ତି। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। 

ଶ୍ରୀଲଙ୍କା ବିସ୍ଫୋରଣ ପରେ ବୁର୍ଖା ପିନ୍ଧିବା ଉପରେ ଲାଗିପାରେ ପ୍ରତିବନ୍ଧକ

ଶ୍ରୀଲଙ୍କା ବିସ୍ଫୋରଣ ପରେ ବୁର୍ଖା ପିନ୍ଧିବା ଉପରେ ଲାଗିପାରେ ପ୍ରତିବନ୍ଧକ

କଲମ୍ବୋ, ୨୪।୪: ଶ୍ରୀଲଙ୍କା ଆତଙ୍କବାଦୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ଏବେ ୩୨୧ରେ ପହଞ୍ଚିଛି।

ଯୋଗୀଙ୍କ କମାଲ: ନିର୍ବାଚନ ଜିତି ରଚିଲେ ଇତିହାସ

ଯୋଗୀଙ୍କ କମାଲ: ନିର୍ବାଚନ ଜିତି ରଚିଲେ ଇତିହାସ

ଟୋକିଓ, ୨୪।୪: ଭାରତୀୟ ମୂଳର ଜଣେ ଜାପାନୀ ବ୍ୟକ୍ତି ଟୋକିଓ ଓ୍ବାର୍ଡ ଆସେମ୍ବ୍ଲି ନିର୍ବାଚନ ଜିତି ଇତିହାସ ରଚିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri