ଜାତୀୟ |

ଡିସେମ୍ବର ୭ରେ ରାଜସ୍ଥାନ, ତେଲେଙ୍ଗାନା ବିଧାନସଭା ନିର୍ବାଚନ: ରାଜେଙ୍କୁ ଘାରିଛି ପରାଜୟ ଭୟ

ଡିସେମ୍ବର ୭ରେ ରାଜସ୍ଥାନ, ତେଲେଙ୍ଗାନା ବିଧାନସଭା ନିର୍ବାଚନ: ରାଜେଙ୍କୁ ଘାରିଛି ପରାଜୟ ଭୟ

ନୂଆଦିଲ୍ଲୀ, ୬।୧୨: ଡିସେମ୍ବର ୭ରେ ରାଜସ୍ଥାନ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ହେବ ମତଦାନ। ରାଜସ୍ଥାନର ୨୦୦ ଏବଂ ତେଲେଙ୍ଗାନାର ୧୧୯ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ରାଜସ୍ଥାନରେ ଭାଜପାର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ପରାଜୟ ଭୟର ଚିନ୍ତା ଘାରିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରୁଛନ୍ତି। ରାଜେଙ୍କ ଭୟକୁ ବୁଝିପାରିଛନ୍ତି ଭାଜପାର କେନ୍ଦ୍ରୀୟ ନେତୃତ୍ୱ। ତେଣୁ ଏଠାରେ ଭାଜପାର ଆଗଧାଡ଼ିର ନେତା ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ଅନେକ ନିର୍ବାଚନ ସଭା। କଂଗ୍ରେସ ପୁଣି ଗଡ଼ ହାତେଇବା ଯୋଜନା ଆଧାରରେ ରାଜସ୍ଥାନକୁ ଅଧିକ ଗୁରୁତ୍ୱ ମଧ୍ୟ ଦେଇଛି। ଭୋଟରଙ୍କୁ ହାତେଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଲୋଭନୀୟ ଥୋପ ସମ୍ପର୍କରେ ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରାଯାଇଛି। ସେହିପରି ତେଲେଙ୍ଗାନାରେ ଉଭୟ କଂଗ୍ରେସ ଓ ଭାଜପା ମେଣ୍ଟ ପ୍ରତି ଅଧିକ ଗୁରୁତ୍ୱ ଦେଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

All Right Reserved By

ଜାତୀୟ |

ପାକିସ୍ତାନ ଜାତୀୟ ପତାକାକୁ ‘ବେଷ୍ଟ ଟଏଲେଟ ପେପର ଇନ୍‌ ଦି ଓ୍ବାର୍ଲଡ’ କହିଲା ଗୁଗଲ

ପାକିସ୍ତାନ ଜାତୀୟ ପତାକାକୁ ‘ବେଷ୍ଟ ଟଏଲେଟ ପେପର ଇନ୍‌ ଦି ଓ୍ବାର୍ଲଡ’ କହିଲା ଗୁଗଲ

ନୂଆଦିଲ୍ଲୀ,୧୭।୨: ଗୁଗଲ ସର୍ଚ୍ଚରେ ଏବେ best toilet paper in the world ଲେଖି ସର୍ଚ୍ଚ କରିବା ବେଳେ ଦେଖିବାକୁ ମିଳୁଛି ପାକିସ୍ତାନର ଜାତୀୟ ପତାକା। 

ବୋହୂକୁ ବିବାହ କରିବାକୁ ଯାଇ ନିଜ ପୁଅକୁ ହତ୍ୟା କଲେ ବାପା

ବୋହୂକୁ ବିବାହ କରିବାକୁ ଯାଇ ନିଜ ପୁଅକୁ ହତ୍ୟା କଲେ ବାପା

ଚଣ୍ଡିଗଡ଼,୧୭।୨: ପଞ୍ଜାବର ଡାକରିଖାନା ଗାଁରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା। ଛୋଟା ସିଂ ନାମକ ଜଣେ ୬୨ ବର୍ଷୀୟ ବ୍ୟକ୍ତି ନିଜ ବୋହୂଙ୍କୁ ବିବାହ କରିବା ଲାଗି ପୁଅଙ୍କୁ ହତ୍ୟା କରିଛନ୍ତି।

ସୁଇସାଇଡ୍‌ ନୋଟ୍‌ ଲେଖି ଦକ୍ଷିଣ ଭାରତୀୟ ନାୟିକାଙ୍କ ଆତ୍ମହତ୍ୟା

ସୁଇସାଇଡ୍‌ ନୋଟ୍‌ ଲେଖି ଦକ୍ଷିଣ ଭାରତୀୟ ନାୟିକାଙ୍କ ଆତ୍ମହତ୍ୟା

ଚେନ୍ନାଇ,୧୭।୨: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ନାୟିକା ମେରି ସିଲା ଜେବରାନି ଓରଫ ୟାଶିକା ଆତ୍ମହତ୍ୟା କରିଛନ୍ତି। ଚେନ୍ନାଇସ୍ଥିତ ତାଙ୍କ ନିଜ ଘରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ସହ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଛାଡି ଯାଇଛନ୍ତି। 

ସିଦ୍ଧୁଙ୍କୁ ଇମ୍ରାନ୍‌ଙ୍କ ଗୀତରେ ନାଚିବା ପାଇଁ ପାଉଁଜି ଉପହାର ଦେବାକୁ କହିଲେ ଭାଜପା ନେତା

ସିଦ୍ଧୁଙ୍କୁ ଇମ୍ରାନ୍‌ଙ୍କ ଗୀତରେ ନାଚିବା ପାଇଁ ପାଉଁଜି ଉପହାର ଦେବାକୁ କହିଲେ ଭାଜପା ନେତା

ଅମୃତସର,୧୭।୨: କଂଗ୍ରେସ ନେତା ନଭଜୋତ୍‌ ସିଂ ସିଦ୍ଧୁ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଦେଇଥିବା ମନ୍ତବ୍ୟ ନେଇ ପଡ଼ିଛନ୍ତି ଅଡୁଆରେ। 

ମା’ଙ୍କ ଇଚ୍ଛାରେ ପିତାଙ୍କ ୟୁନିଫର୍ମ ପିନ୍ଧି ଶହୀଦଙ୍କୁ ଶେଷ ସଲାମ ଦେଲେ ୨ ବର୍ଷର ପୁଅ

ମା’ଙ୍କ ଇଚ୍ଛାରେ ପିତାଙ୍କ ୟୁନିଫର୍ମ ପିନ୍ଧି ଶହୀଦଙ୍କୁ ଶେଷ ସଲାମ ଦେଲେ ୨ ବର୍ଷର ପୁଅ

ଅରିୟାଲୁର,୧୭।୨: ବୀର ଯବାନଙ୍କୁ ହରାଇ କାନ୍ଦୁଛି ଗାଁ କାନ୍ଦୁଛି ମା’। ବୀର ସନ୍ତାନର ଜନନୀ ବୋଲି ଛାତି କୁଣ୍ଢେମୋଟ ହୋଇ ଯାଉଥିବା ବେଳେ ଏପଟେ କିନ୍ତୁ ଆଖିରୁ ଶୁଖୁନି ଲୁହ। ଏମିତି ତ ବିଦାୟ ଦେବାକୁ ପଡିବ ଭାରତ ମା’ର ସୁଯୋଗ୍ୟ ସନ୍ତାନକୁ। 

ବୁର୍ଖା ପିନ୍ଧି ମହିଳାଙ୍କ ଶୌଚାଳୟରେ ପ୍ରବେଶ କରି ଗିରଫ ହେଲେ ସନ୍ଦିଗ୍ଧ

ବୁର୍ଖା ପିନ୍ଧି ମହିଳାଙ୍କ ଶୌଚାଳୟରେ ପ୍ରବେଶ କରି ଗିରଫ ହେଲେ ସନ୍ଦିଗ୍ଧ

ପାନାଜୀ,୧୭।୨: ଗୋଆର ପାନାଜୀ ବସ୍‌ ଷ୍ଟାଣ୍ଡରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ସନ୍ଦିଗ୍ଧ ବୁର୍ଖା ପିନ୍ଧି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ପ୍ରବେଶ କରି ଗିରଫ ହୋଇଛନ୍ତି।

ଶହୀଦ୍‌ ପରିବାରଙ୍କ ସହାୟତା ପାଇଁ କୁନିକୁନି ହାତ ବଢ଼ାଇଲେ ମୁସ୍କାନ୍‌: ପାଳିଲେନି ଜନ୍ମଦିନ

ଶହୀଦ୍‌ ପରିବାରଙ୍କ ସହାୟତା ପାଇଁ କୁନିକୁନି ହାତ ବଢ଼ାଇଲେ ମୁସ୍କାନ୍‌: ପାଳିଲେନି ଜନ୍ମଦିନ

ଭୋପାଳ,୧୭।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶହୀଦ୍‌ ହୋଇଥିବା ଯବାନଙ୍କ ପରିବାରଙ୍କ ସହାୟତା ପାଇଁ ଦେଶରେ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସୁକତା।

ପୁଲଓ୍ବାମା ଆକ୍ରମଣର ଗୁମର ଖୋଲିବ ଲାଲ ରଙ୍ଗର ଇକୋ କାର୍‌

ପୁଲଓ୍ବାମା ଆକ୍ରମଣର ଗୁମର ଖୋଲିବ ଲାଲ ରଙ୍ଗର ଇକୋ କାର୍‌

ପୁଲଓ୍ବାମା,୧୭।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଖୋଳତାଡ ଆରମ୍ଭ ହୋଇଛି। 

ସରକାରଙ୍କ ଇଣ୍ଟରନାଲ୍‌ ଷ୍ଟ୍ରାଇକ୍‌: ୫ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା ହଟିଲା

ସରକାରଙ୍କ ଇଣ୍ଟରନାଲ୍‌ ଷ୍ଟ୍ରାଇକ୍‌: ୫ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା ହଟିଲା

ଶ୍ରୀନଗର,୧୭।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଇଣ୍ଟରନାଲ ଷ୍ଟ୍ରାଇକ୍‌। ଏହା ଅନ୍ତର୍ଗତ ସରକାର ଗ୍ରହଣ କରିଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ବର୍ଷେ ବିଶ୍ରାମ କରିବେ ଇରଫାନ୍‌

ବର୍ଷେ ବିଶ୍ରାମ କରିବେ ଇରଫାନ୍‌

ମୁମ୍ବାଇ,୧୭।୨: ବଲିଉଡ୍‌ କଳାକାର ଇରଫାନ୍‌ ଖାଁ ଖୁବ୍‌ଶୀଘ୍ର ଅଭିନୟ ଦୁନିଆକୁ ଫେରିବେ ବୋଲି ଆଲୋଚନା ହେଉଥିଲା। କାରଣ ନିକଟରେ ସେ ଲଣ୍ଡନରୁ କ୍ୟାନସରର ଚିକିତ୍ସା କରାଇ ମୁମ୍ବାଇ ଫେରିଥିଲେ। 

ଶହୀଦ୍‌ଙ୍କ ମରଶରୀରକୁ ପଛ କରି ସେଲଫି ନେଇ ହରଡ଼ଘଣାରେ ଭାଜପା କେନ୍ଦ୍ରମନ୍ତ୍ରୀ ଅଲଫୋନ୍ସ

ଶହୀଦ୍‌ଙ୍କ ମରଶରୀରକୁ ପଛ କରି ସେଲଫି ନେଇ ହରଡ଼ଘଣାରେ ଭାଜପା କେନ୍ଦ୍ରମନ୍ତ୍ରୀ ଅଲଫୋନ୍ସ

ଥିରୁଭାନନ୍ତପୁରମ୍‌,୧୭।୨: ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ ହୋଇଥିବା ଯବାନଙ୍କ ଦେଶରେ ଖେଳି ଯାଇଛି ଶୋକ ଲହରୀ। କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ପକ୍ଷରୁ ଶହୀଦ୍‌ଙ୍କ ପାଇଁ ନାନା ଅନୁକମ୍ପାମୂଳକ ମୂଳକ ସହାୟତା ଘୋଷଣା କରାଯାଇଛି।

ଲୋକ ସଭା ନିର୍ବାଚନ ଲଢିବେ ନାହିଁ ରଜନୀକାନ୍ତ

ଲୋକ ସଭା ନିର୍ବାଚନ ଲଢିବେ ନାହିଁ ରଜନୀକାନ୍ତ

ବେଙ୍ଗାଲୁରୁ,୧୭।୨: ଅଭିନେତାରୁ ରାଜନେତା ହୋଇଥିବା ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଏକ ବଡ ଘୋଷଣା କରିଛନ୍ତି। ଆସନ୍ତା ୨୦୧୯ ଲୋକ ସଭା ନିର୍ବାଚନରେ ସେ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।