ଫୁରସତ |

ବିଳମ୍ବ ପାଇଁ ବିଜୁବାବୁଙ୍କୁ ଜରିମାନା କରିଥିଲି

ବିଳମ୍ବ ପାଇଁ ବିଜୁବାବୁଙ୍କୁ ଜରିମାନା କରିଥିଲି

ନଁା ତାଙ୍କର ଭୁବନେଶ୍ୱର ପଧାନ। ଭୁବନ କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ବରଗଡ଼ ବ୍ଲକ ସର୍ଲା ଗ୍ରାମରେ ତାଙ୍କ ଘର। ସ୍ବର୍ଗତା ଗହଳ ପଧାନ ଓ ବାପା ସ୍ବର୍ଗତ ହରି ପଧାନଙ୍କ ଏକମାତ୍ର ପୁତ୍ର ଭୁବନ ପିଲାବେଳୁ ଜଣେ କଳାକାରଭାବେ ନିଜ ପରିଚୟ ସୃଷ୍ଟି କରିଛନ୍ତି। ୧୨ବର୍ଷ ବୟସରେ ଗାଁରେ ହେଉଥିବା ନାଟକ ମହାଭାରତର ଅଭିମନ୍ୟୁ ଭୂମିକାରେ ନିଖୁଣ ଅଭିନୟ କଲାପରେ ଚିଚିଣ୍ଡା, ଚିଚୋଲି, ଲେଲେହର, ଅରିଗାଁ, ସାଗରପାଲି, ବନ୍ଧବାହାଲ, ଗୁଲାମାଲ, ଦଫଲା, ତାଲମୁଣ୍ଡା, ଭାଲେର, ନଅଗାଁ, ଲାଠୋର, ରାମପୁର, ବୁଧିଆପାଲି ସମେତ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ରାଜ ଦରବାରକୁ କଂସ ଭୂମିକାରେ ଓହ୍ଲାଇଛନ୍ତି। ୧୯୯୮-୯୯ ଓ ୧୯୯୯-୨୦୦୦ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରିଥିବା ଭୁବନ ଦୀର୍ଘ ୧୭ବର୍ଷ ବ୍ୟବଧାନ ପରେ ଗତବର୍ଷ ପୁଣି ବରଗଡ଼ କଂସ ଦରବାରକୁ ଓହ୍ଲାଇଥିଲେ। ଆଉ ଦୁଇମାସ ପରେ ଆସୁଛି ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଏଥିପାଇଁ ସରିଯାଇଛି ସାଧାରଣ ପରିଷଦ ବୈଠକ।  ପୁଣିଥରେ ଆସନ୍ତା ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି ଭୁବନ। ଆମେ ଭେଟି କିଛିଟା ପ୍ରଶ୍ନ କରିଥିଲୁ କଂସ ମହାରାଜଙ୍କୁ। ସେ ଯାହା କହିଲେ, ତାକୁ ନେଇ ଏଥର ଧରିତ୍ରୀ ଆଳାପ।


ବର୍ତ୍ତମାନର ସୋସିଆଲ ମିଡିଆ, ୟୁଟ୍ୟୁବ୍‌ ଯୋଗୁ ସିନେମା, ମଞ୍ଚ ଆଦି କ୍ଷେତ୍ର ପ୍ରଭାବିତ ହେଉଥିବା କୁହାଯାଉଛି। ଏଭଳି ସ୍ଥିତିରେ ଧନୁଯାତ୍ରା ପ୍ରତି ପୂର୍ବଭଳି ଦର୍ଶକଙ୍କ ଆଗ୍ରହ ରହିଥିବା ମନେ କରୁଛନ୍ତି କି ?

ସୋସିଆଲ ମିଡିଆ, ୟୁ ଟ୍ୟୁବ୍‌ରେ ପ୍ରଚାର, ପ୍ରସାର ଏତେ ଜୋର୍‌ରେ ବଢ଼ିଯାଇଛି ଯେ, ଧନୁଯାତ୍ରାରେ ଲକ୍ଷଲକ୍ଷ ଦର୍ଶକଙ୍କ ଭିଡ଼ ବଢ଼ିବାରେ ଲାଗିଛି।

କଂସ ଭୂମିକାରେ ଅଭିନୟ ପାଇଁ କିଭଳି ଚ୍ୟାଲେଞ୍ଜ ଓ ଖୁସି ଅନୁଭବ କରୁଛନ୍ତି?

ଆକର୍ଷଣୀୟ ସଂଳାପ, ଅଭିନୟର ପରାକାଷ୍ଠା ଦେଖାଇ ଦର୍ଶକଙ୍କୁ ବିମୋହିତ କରିବା ଏଥରର ଚ୍ୟାଲେଞ୍ଜ। ଆଉ କ୍ରମାଗତ ଦ୍ୱିତୀୟ ବର୍ଷ ଅଭିନୟ କରିବି, ସେଥିପାଇଁ ବହୁତ ଖୁସି ଅଛି।

ବାସ୍ତବରେ କଂସ ଖଳନାୟକ ହୋଇଥିବାବେଳେ ବରଗଡ଼ ଧନୁଯାତ୍ରାର କଂସ ନାୟକ କାହିଁକି?

କୃଷ୍ଣ ହେଉଛନ୍ତି ସ୍ବୟଂ ନାରାୟଣ। କିନ୍ତୁ ବରଗଡ଼ ଧନୁଯାତ୍ରାରେ କଂସ ହିଁ ମହୋତ୍ସବର ମୁଖ୍ୟ ଚରିତ୍ର। ତେଣୁ କଂସ ହିଁ ଏଇଠି ନାୟକ।

ଧନୁଯାତ୍ରାକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ପାଇଁ କ’ଣ ଦରକାର ?

ବରଗଡ଼ ଧନୁଯାତ୍ରା ବହୁଦିନରୁ ବିଶ୍ୱସ୍ତରରେ ପହଞ୍ଚି ସାରିଛି। କିନ୍ତୁ ତାକୁ ଆହୁରି ସରସ ସୁନ୍ଦର କରିବା ପାଇଁ ଦକ୍ଷ କଳାକାରଙ୍କ ନିଖୁଣ ଅଭିନୟର ଆବଶ୍ୟକତା ରହିଛି।

ଆପଣଙ୍କ ଅଭିନୟ ସମ୍ପର୍କରେ କ’ଣ କହିବେ?

ବିଶ୍ୱପ୍ରସିଦ୍ଧ ଏହି ଧନୁଯାତ୍ରାକୁ ଲକ୍ଷାଧିକ ଲୋକ ଉପଭୋଗ କରିଥାନ୍ତି। ମୋର ଅଭିନୟ ଠିକ୍‌ ନା ଭୁଲ୍‌,  ଦର୍ଶକମାନେ ହିଁ ତାହା କହିପାରିବେ। ଯଦିଓ ଗତବର୍ଷ ମୋର ଅଭିନୟ ଅନେକଙ୍କୁୁ ଭଲ ଲାଗି ନାହିଁ, ଆଶା ରଖୁଛି, ଏବର୍ଷ ମୁଁ ନିଶ୍ଚୟ ସେହି ଦର୍ଶକଙ୍କୁ ଖୁସି କରିବି। କାରଣ ଦୀର୍ଘ ୧୭ବର୍ଷର ବ୍ୟବଧାନ ପରେ ମୁଁ ଗତବର୍ଷ ବରଗଡ଼ ଧନୁଯାତ୍ରା ଦରବାରରେ ପାଦ ଥାପିଥିଲି।

କଂସ ଭୂମିକାରେ ଅଭିନୟ ପାଇଁ କିଭଳି ପ୍ରସ୍ତୁତି କରୁଛନ୍ତି ?

ଗତବର୍ଷଠାରୁ ଚଳିତବର୍ଷର ଅବଧି ହେଲା ଗୋଟାଏ ବର୍ଷ। ଏହି ସମୟ ମଧ୍ୟରେ ଭଲ ସଂଳାପ, ଅଭିନୟ ଏବଂ ବିଶେଷକରି ମୋ କଣ୍ଠ ସାଧନ କରିଛି। ପ୍ରତ୍ୟେକ ଦିନ ଏଥିପାଇଁ ଗୋଟିଏ ଘଣ୍ଟା ରିହର୍ସାଲ କରୁଛି। ଆଶା ଓ ବିଶ୍ୱାସ, ବରଗଡ଼ ଧନୁଯାତ୍ରାର ୧୧ଦିନ, ସଂଳାପରେ ଯେତେ ପରିଶ୍ରମ କଲେ ମଧ୍ୟ ମୋ କଣ୍ଠ କେବେ ପଡ଼ିବ ନାହିଁ।

କାହାର ଅଭିନୟ ଆପଣଙ୍କୁ ପ୍ରଭାବିତ କରିଛି ?

ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ଗୁରୁ ସ୍ବର୍ଗତ ଯୁଧିଷ୍ଠିର ଶତପଥୀଙ୍କ ଅଭିନୟ ମୋତେ ପ୍ରଭାବିତ କରିଛି। ଦୀର୍ଘ ୩୨ବର୍ଷ କାଳ ସେ କଂସ ଭୂମିକାରେ ଅଭିନୟ କରିଥିଲେ ଏବଂ ପିଲାବେଳୁ ମୁଁ ତାଙ୍କ ଅଭିନୟ ଦେଖିଆସିଛି।

ଦର୍ଶକଙ୍କୁ ବରଗଡ଼ ଧନୁଯାତ୍ରା କ’ଣ ଶିକ୍ଷା ଦିଏ ? 

ବାପପୁଅ, ଭାଇ ଭଉଣୀ ତଥା ଭାଇଚାରାର ଅତୁଟ ସମ୍ପର୍କର ନିଦର୍ଶନ ଦେଖିବାକୁ ମିଳେ ବରଗଡ଼ ଧନୁଯାତ୍ରାରେ। ସେହିପରି ଧର୍ମର ଜୟ ଓ ପାପର କ୍ଷୟ ହୁଏ, ଧନୁଯାତ୍ରା ଦର୍ଶକଙ୍କୁ ଏହି ସୂଚନା ଦିଏ।

ଆପଣ ଧନୁଯାତ୍ରାରେ ୧୧ଦିନ କଂସ, ବାକିଦିନ କ’ଣ କରନ୍ତି ?

ଗାଁରେ କିରାନା ଦୋକାନଟିଏ କରିଛି। ସେଥିରେ ସମୟ ଦିଏ। ଏହା ସହିତ ସମୟ ମିଳିଲେ ଅଭିନୟ ଅଭ୍ୟାସ କରେ।

ସାମାଜିକ ଓ ପାରିବାରିକ ଜୀବନରେ କିଛି ଅସୁବିଧା ?

ସାମାଜିକ ମିଳାମିଶା ବଢ଼ିଛି। ହେଲେ ପାରିବାରିକ ଜୀବନରେ ଅସୁବିଧା ମଧ୍ୟ ହୋଇଛି। କଳାଜଗତକୁ ଆସି ନିଜ ପୈତୃକ ୧୭/୧୮ ଏକର ଜମି ହରାଇବାକୁ ବି ପଡ଼ିଛି।

ଆପଣଙ୍କ କଳା ଓ ଅଭିନୟ ନିଶାକୁ ପରିବାର ଲୋକେ କିଭଳି ଗ୍ରହଣ କରନ୍ତି ?

ସତ କହିବାକୁ ଗଲେ, ଏଥିପାଇଁ ପରିବାର ଲୋକେ ମୋତେ ବହୁତ ଉତ୍ସାହିତ କରିଥାନ୍ତି। ମୋ ସ୍ତ୍ରୀ ଅଧିକ ଖୁସି ହୁଅନ୍ତି।

କ’ଣ ଖାଇବାକୁ ଅଧିକ ଭଲ ପାଆନ୍ତି ?

ବାସି ପଖାଳ ଓ ତେନ୍ତୁଳି ମୋର ପ୍ରିୟ ଖାଦ୍ୟ।

କଂସ ଅଭିନୟର କିଛି ଅପାସୋରା ସ୍ମୃତି ?

୧୯୯୪ ମସିହାରେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଚିଚିଣ୍ଡାରେ ଧନୁଯାତ୍ରା ଚାଲୁଥାଏ। ସେତେବେଳେ ନିର୍ଦ୍ଧାରିତ ସମୟରୁ ୧୦ମିନିଟ ବିଳମ୍ବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ସେଠାରେ ପହଞ୍ଚିଥିଲେ। ଆଉ ସେହି ସମୟରେ ସେଥିପାଇଁ ବିଜୁବାବୁଙ୍କୁ ମୁଁ ୧୦ହଜାର ସ୍ବର୍ଣ୍ଣମୁଦ୍ରାରେ ଦଣ୍ଡିତ କରିଥିଲି।

ଆପଣଙ୍କ ଆଦର୍ଶ କିଏ?

ମୋର ଆଦର୍ଶ ହେଉଛନ୍ତି ମୋର ମାତା, ପିତା ଏବଂ ଗୁରୁ।

ଆପଣ ଜଣେ କଳାକାର, ସିନେମା କିମ୍ବା ଧାରାବାହିକରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି କି ?

ନା, କେବେ ସେଭଳି ସୁଯୋଗ ପାଇନାହିଁ। ଯଦି ପାଇବି, ମୁଁ ନିଶ୍ଚୟ ଅଭିନୟରେ ସଫଳ ହେବି ବୋଲି ଆଶାବାଦୀ।

କଂସ ଚରିତ୍ର ମାଧ୍ୟମରେ କିଛି ସୂଚନା ଦେବାକୁ ଚାହୁଁଛନ୍ତି ?

ଧନୁଯାତ୍ରାରେ କଂସ ହୋଇପାରେ, କିନ୍ତୁ ଆଗେ ଏହି ମାଟିର ପୁଅ। ବରଗଡ଼ ବ୍ଲକ ସର୍ଲା ଗ୍ରାମରେ ଘର। ଆଉ ଏ ମାଟିର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ପୁଣିଥରେ କଂସ ହେବାର ସୁଯୋଗ ପାଇଥିବା ଯୋଗୁ ସମଗ୍ର ବରଗଡ଼ବାସୀ, ଧନୁଯାତ୍ରା କମିଟି ଏବଂ ଶୁଭେଚ୍ଛୁଙ୍କୁ ମୋର ଶତକୋଟି ପ୍ରଣାମ।

- ସାକ୍ଷାତ୍‌: ପ୍ରେମାନନ୍ଦ ଖମାରୀ

All Right Reserved By

ଫୁରସତ |

ଯେଉଁ ମସ୍‌ଜିଦରେ ମହିଳା କରନ୍ତି ନମାଜ ପାଠ

ଯେଉଁ ମସ୍‌ଜିଦରେ ମହିଳା କରନ୍ତି ନମାଜ ପାଠ

ସାଧାରଣତଃ ଭାରତରେ ଥିବା ମୁସଲମାନ ମହିଳାମାନଙ୍କୁ ମସଜିଦ ପ୍ରବେଶ କରିବାକୁ ବାରଣ କରାଯାଇଥାଏ। ତେଣୁ ସେମାନେ ମସ୍‌ଜିଦରେ ନମାଜ ପଢି ପାରନ୍ତି ନାହିଁ। 

ଏସବୁ ଦିଗକୁ ମୁଣ୍ଡକରି ଶୋଇଲେ ମିଳେ ସୌଭାଗ୍ୟ...

ଏସବୁ ଦିଗକୁ ମୁଣ୍ଡକରି ଶୋଇଲେ ମିଳେ ସୌଭାଗ୍ୟ...

କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ ସୌଭାଗ୍ୟ ମିଳେ ତାହା ବାସ୍ତୁରେ ଉଲ୍ଲେଖ ରହିଛି। ଏହା ଅନୁସାରେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଲେ ଶାରୀରିକ ସମସ୍ୟା ଦେଖାଯାଏ।  କୁହାଯାଏ ମୃତ୍ୟୁ ପରେ ଏଭଳି ଉତ୍ତର ମୁହାଁ କରି ଶୁଆ ଯାଇଥାଏ ।

ଫୁଲକୋବିକୁ ତେଲରେ ଛାଣିଲେ ହୁଏ କ’ଣ...

ଫୁଲକୋବିକୁ ତେଲରେ ଛାଣିଲେ ହୁଏ କ’ଣ...

ଫୁଲକୋବି  ଏକ ଶୀତ ଦିନିଆ ପରିବା। ଏଥିରୁ ଅନେକ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। କେହି କେହି ଏହାକୁ ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଭାଜି ଅବା ଛାଣି ଖାଇଥାନ୍ତି। ତେବେ ଏହାକୁ ତରକାରୀ କରି ଖାଇଲେ ଶରୀରକୁ ଉପଯୁକ୍ତ ପରିମାଣର ପୋଷକ ତତ୍ତ୍ୱ ଯାଇଥାଏ। 

ଏମିତି ଏକ ନଦୀ ଘାଟ ଯେଉଁଠି ଗାଧୋଇଲେ ହୋଇଥାଏ ଛାଡପତ୍ର...

ଏମିତି ଏକ ନଦୀ ଘାଟ ଯେଉଁଠି ଗାଧୋଇଲେ ହୋଇଥାଏ ଛାଡପତ୍ର...

କାଶୀରେ ଗଙ୍ଗା ନଦୀ କୂଳରେ ରହିଛି ୮୪ଟି ଘାଟ । ସମସ୍ତ ଘାଟରେ ସ୍ନାନକଲେ ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। 

ଟାର୍ଗେଟ ପୂରଣ କରି ନ ପାରିବାରୁ ରାସ୍ତାରେ ଆଣ୍ଠେଇଲେ କର୍ମଚାରୀ

ଟାର୍ଗେଟ ପୂରଣ କରି ନ ପାରିବାରୁ ରାସ୍ତାରେ ଆଣ୍ଠେଇଲେ କର୍ମଚାରୀ

ଅଫିସ ଟାର୍ଗେଟ ପୂରଣ କରି ନ ପାରିଲେ ବସ୍‌ଙ୍କଠାରୁ ଗାଳି ଶୁଣିବାକୁ ମିଳିଥାଏ। ହେଲେ କର୍ମଚାରୀଙ୍କୁ ରାସ୍ତା ଉପରେ ଆଣ୍ଠେଇବାକୁ ପଡ଼ିବା କେବେ କେହି ଶୁଣି ନ ଥିବେ। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ଘଟିଛି ଚାଇନାରେ।

ଯଜ୍ଞରେ କାହିଁକି କୁହାଯାଏ ସ୍ବାହା...

ଯଜ୍ଞରେ କାହିଁକି କୁହାଯାଏ ସ୍ବାହା...

ଭାରତୀୟ ସଂସ୍କୃତିରେ ପ୍ରତିଟି ଶୁଭକାର୍ଯ୍ୟରେ ଯଜ୍ଞ ବା ହୋମ କରାଯାଇଥାଏ। ହୋମରେ ପ୍ରତିଟି ମନ୍ତ୍ରରେ ଅଗ୍ନିଙ୍କୁ ସାମଗ୍ରୀ ଅର୍ପଣ ଆହୁତି ଦ୍ୱାରା କରାଯିବା ସହିତ ସ୍ବାହା ଉଚ୍ଚାରଣ କରାଯାଇଥାଏ। 

ବାଇଗଣକୁ ତେଲରେ ଛାଣିଲା ପରେ ଏହାର ହୁଏ କ’ଣ...

ବାଇଗଣକୁ ତେଲରେ ଛାଣିଲା ପରେ ଏହାର ହୁଏ କ’ଣ...

ବାଇଗଣ  ଏକ ଲୋକପ୍ରିୟ ପରିବା। ଭାରତର ତଥା ଦେଶ ବିଦେଶରେ ଏହାର ଚାହିଦା ରହିଛି। ବାଇଗଣରୁ ଅନେକ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। କେହି କେହି ଏହାକୁ ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଭାଜି ଅବା ଛାଣି ଖାଇଥାନ୍ତି।

ମାନସିକ ପୂରଣ ହେଲେ ଯେଉଁଠି ଠାକୁରଙ୍କୁ ଅର୍ପଣ କରାଯାଏ ଝାଡୁ...

ମାନସିକ ପୂରଣ ହେଲେ ଯେଉଁଠି ଠାକୁରଙ୍କୁ ଅର୍ପଣ କରାଯାଏ ଝାଡୁ...

ମାନସିକ ପୂରଣ ହେଲେ ଶ୍ରଦ୍ଧାଳୁ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିଥାନ୍ତି। ତେବେ ଏପରି ଏକ ମନ୍ଦିର ରହିଛି ଯେଉଁଠି ମାନସିକ ପୂରଣ ପରେ ଶ୍ରଦ୍ଧାଳୁ ଠାକୁରଙ୍କୁ ଝାଡୁ ଅର୍ପଣ କରିଥାନ୍ତି। 

ଦର୍ପଣ ବି  ଆଣିଥାଏ  ଦାମ୍ପତ୍ୟ ଜୀବନରେ ଝଡ଼...

ଦର୍ପଣ ବି ଆଣିଥାଏ ଦାମ୍ପତ୍ୟ ଜୀବନରେ ଝଡ଼...

ମାନବ ସଭ୍ୟ ହେବା ସହିତ ଏହାର ବିଭିନ୍ନ ଚାହିଦାରେ କାଳକ୍ରମେ ହୋଇଛି ପରିବର୍ତ୍ତନ। ଏହି ମର୍ମରେ ଶୃଙ୍ଗାର ରସର ବିକାଶ ସହିତ ଏହା ସହିତ ସମ୍ପର୍କ ରଖୁଥିବା ସାମଗ୍ରୀର ମଧ୍ୟ ଲୋକପ୍ରିୟତା ବୃଦ୍ଧି ପାଇଛି। 

ପୁଅ ପାଇଁ ପ୍ରେମିକା ଖୋଜିଲେ ମା’

ପୁଅ ପାଇଁ ପ୍ରେମିକା ଖୋଜିଲେ ମା’

ସାଧାରଣତଃ ପୁଅ ପାଇଁ ବୋହୂ ଖୋଜା ହୁଏ, ହେଲେ ପ୍ରେମିକା ଖୋଜିବା କଥା ଶୁଣିଲେ ଅଡୁଆ ଲାଗୁଥାଇପାରେ। ମାତ୍ର ଏଭଳି ଏକ ଘଟଣା ଘଟିଛି ଆମେରିକାର ମେରିଲ୍ୟାଣ୍ଡ ଟାଉନ୍‌ସନ୍‌ ବିଶ୍ୱବିଦ୍ୟାଳୟରେ। ଜଣେ ମା’ ତାଙ୍କ ପୁଅଙ୍କର ଏକୁଟିଆ ଅବସ୍ଥାକୁ ନେଇ ଚିନ୍ତାରେ ରହୁଥିଲେ। 

ଏମିତି ଗାଁ ଯେଉଁଠି ୪ ଶହ ବର୍ଷ ଧରି ହୋଇନି ଶିଶୁଙ୍କ ଜନ୍ମ...

ଏମିତି ଗାଁ ଯେଉଁଠି ୪ ଶହ ବର୍ଷ ଧରି ହୋଇନି ଶିଶୁଙ୍କ ଜନ୍ମ...

ଭାରତରେ ଏଭଳି ଅନେକ ରହସ୍ୟ ରହିଛି ଯାହାର ଉତ୍ତର ଦେବାକୁ ଆଧୁନିକ ବିଜ୍ଞାନ ମଧ୍ୟ ସକ୍ଷମ ହୋଇପାରି ନାହିଁ। 

ମଙ୍ଗଳବାର ଆକାଶରେ ଦେଖିବାକୁ ମିଳିଲା ସୁପର ସ୍ନୋ ମୁନ୍‌

ମଙ୍ଗଳବାର ଆକାଶରେ ଦେଖିବାକୁ ମିଳିଲା ସୁପର ସ୍ନୋ ମୁନ୍‌

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଆକାଶରେ ‘ସୁପର ସ୍ନୋ ମୁନ୍‌’ ଦେଖିବାକୁ ମିଳିଥିଲା। ସବୁ ପୂର୍ଣ୍ଣିମାର ଚନ୍ଦ୍ର ଅପେକ୍ଷା ଥିଲା ନିଆରା। ସ୍ବାଭାବିକ ଚନ୍ଦ୍ର ଅପେକ୍ଷା ଏହା ଅଧିକ ବଡ଼ ଓ ଉଜ୍ଜ୍ୱଳ ଦେଖାଯାଉଥିଲା। ଏଭଳି ବିରଳ ଜହ୍ନ ଦେଖିବାକୁ ଆଉ ୭ବର୍ଷ ଅପେକ୍ଷା କରିବାକୁ ପଡିବ। ୨୦୨୬ ଡିସେମ୍ବରରେ ଏଭଳି ଧବଳ ଜହ୍ନ ଦେଖିବାକୁ ମିଳିବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ସୂଚନା ଦେଇଛନ୍ତି।