ଫୁରସତ |

ପସନ୍ଦ କରି ବାହା ହୋଇଥିଲି

ପସନ୍ଦ କରି ବାହା ହୋଇଥିଲି

୨୦ ହଜାର ଟଙ୍କା ଯୌତୁକ ପାଇଁ ମୋ ବାହାଘର ଭାଙ୍ଗିଯାଇଥିଲା। କିନ୍ତୁ ଝିଅ ମୋର ପସନ୍ଦ ଥିଲା। ଝିଅ ଘର ସହିତ ଯୋଗାଯୋଗ କରିଥିଲି ଏବଂ କହିଥିଲି ମୁଁ ତୁମକୁ ୨୦ହଜାର ଟଙ୍କା ଦେଉଛି, ତୁମେ ତାକୁ ଆମ ଘରେ ଦେଇଦିଅ। ହେଲେ ଏ କଥା ଆମ ଘର ଲୋକ ଜାଣି ଯାଇଥିଲେ। ଯେହେତୁ ଝିଅ ମୋର ପସନ୍ଦ ଥିବା କଥା ଜଣାପଡ଼ିଗଲା, ତେଣୁ ବିନା ଯୌତୁକରେ ମୋ ବାହାଘର ସେଇଠି କରାଯାଇଥିଲା। ଏ କଥା କହିଛନ୍ତି ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଏନ୍‌ଆର୍‌ଆର୍‌ଆଇ)ର ପ୍ରଧାନ ବୈଜ୍ଞାନିକ ଡ. ଶରତ କୁମାର ପ୍ରଧାନ। ସମ୍ବଲପୁର ଜିଲା ରେଢାଖୋଲ ନିକଟସ୍ଥ କେନ୍ଦୁକଟା ଗ୍ରାମରେ ଡ. ପ୍ରଧାନ ୧୯୬୭ ଜାନୁୟାରୀ ୬ରେ ଜନ୍ମଗ୍ରହଣ କରିଥିଲେ। ବାପା ମହାଦେବ ଓ ମା’ ମଉଡମଣିଙ୍କ ଦ୍ୱିତୀୟ ପୁତ୍ର ଶରତ ପିଲାଟି ବେଳୁ ମେଧାବୀ ଥିଲେ। ୧୯୮୩ରେ ମାଟ୍ରିକ ପାସ୍‌ କରିବା ପରେ ୧୯୮୬ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିଲେ। ଇତିମଧ୍ୟରେ ଦେଶ ତଥା ରାଜ୍ୟକୁ ଅନେକ ଉନ୍ନତ କିସମର ଧାନ ଉଦ୍ଭାବନ ଦେଇ ଜାତୀୟ ସ୍ତରରେ ସେ ବେଶ୍‌ ପରିଚିତ। ଅନେକ ସମ୍ମାନ ଓ ଉପାଧିରେ ସେ ଭୂଷିତ। ଡ. ପ୍ରଧାନଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ତାଙ୍କୁ ପଚରାଯାଇଥିବା କେତୋଟି ପ୍ରଶ୍ନ।


ପ୍ରଥମ ମାସର ଦରମା କାହାକୁ ଦେଇଥିଲେ?

୧୯୯୨ରେ ଚିପିଲିମାଠାରେ ଥିବା ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ରରେ ରିସର୍ଚ୍ଚ ଆସିଷ୍ଟାଣ୍ଟ ଭାବେ ଯୋଗଦେଇଥିଲି। ମାସିକ ୩୫୦୦ ଟଙ୍କା ଦରମା। ପ୍ରଥମ ମାସର ଦରମା ମା’ ମଉଡମଣିଙ୍କ ହାତକୁ ବଢାଇଥିଲି। 

କେଉଁ ରଙ୍ଗ ଆପଣଙ୍କ ପସନ୍ଦ?

ସବୁଜ ଓ ହଳଦୀ ରଙ୍ଗକୁ ମୁଁ ପସନ୍ଦ କରେ। କିନ୍ତୁ ତା’ ଅର୍ଥ ନୁହେଁ ଯେ ମୁଁ ଅନ୍ୟ ରଙ୍ଗର ପୋଷାକକୁ ପିନ୍ଧେନା। 

ରୋଷେଇ ଜାଣିଛନ୍ତି?

ରୋଷେଇରେ ମୁଁ ଏକ୍ସପର୍ଟ। ମୁଁ ବାହାହେବା ପରେ ମୋ ସ୍ତ୍ରୀ ଭାତ ରାନ୍ଧି ବି  ଜାଣି ନ ଥିଲେ। ତେଣୁ ମୋତେ ଅନେକ ସମୟରେ ରୋଷେଇ ଘର ସମ୍ଭାଳିବାକୁ ପଡୁଥିଲା। ଏବେ ସେ ମୋଠୁ ଅଧିକ ପାରଙ୍ଗମ। 

ସିନେମା ଦେଖନ୍ତି?

ଏବେ ଆଉ ସମୟ ମିଳୁନି। ଶେଷ ଥର ପାଇଁ ହଲ୍‌ରେ ବସି ପ୍ରେମ୍‌ ରୋଗ ସିନେମା ଦେଖିଥିଲି। ଏବେ ପ୍ରାୟ ଟିଭିରେ ବସି ସିନେମା ଦେଖୁଛି। କିନ୍ତୁ ହିନ୍ଦୀଠାରୁ ଓଡ଼ିଆ ସିନେମା ମୋର ଅଧିକ ପସନ୍ଦ। ଅନୁଭବ ମହାନ୍ତି ମୋର ପସନ୍ଦର ହିରୋ। 

ଗୀତ ଶୁଣନ୍ତି?

ଗୀତ ପ୍ରତି ମୋର ସଉକ ନାହିଁ। କେତେବେଳେ କେମିତି ସମୟ ପାଇଲେ ଜଗନ୍ନାଥଙ୍କ ଭଜନ ଶୁଣେ। 

ଲଭ ନା ଆରେଞ୍ଜ ମ୍ୟାରେଜ୍‌?

୧୯୯୭ରେ ରୀତାଞ୍ଜଳିଙ୍କୁ ମୁଁ ବିବାହ କରିଥିଲି। ବିବାହର କାହାଣୀ ମୁଁ କହିସାରିଛି।

ସ୍ତ୍ରୀଙ୍କର କେଉଁ ଗୁଣ ଆପଣଙ୍କୁ ଭଲ ଲାଗେ?

ତାଙ୍କର ପ୍ରତ୍ୟେକ ଗୁଣ ପ୍ରଶଂସନୀୟ। କିନ୍ତୁ ସେ ସବୁବେଳେ ମୋ ଉପରେ ରାଗନ୍ତି।  କାରଣ ମୁଁ ତାଙ୍କୁ ସମୟ ଦେଇପାରେନି। 

ଜୀବନର କିଛି ସ୍ମରଣୀୟ ଘଟଣା?

ମଉଡମଣି ମୋ ପାଇଁ ସବୁଠୁ ସ୍ମରଣୀୟ। ମଉଡମଣି ହେଉଛି ମୋ ମା’। ମଉଡମଣି ନଁାରେ ମୁଁ ଏକ ଧାନ ଉଦ୍ଭାବନ କରିଥିଲି। ଆଜି ସେ ଧାନ ଭାରତରେ ଆଦୃତ। କିନ୍ତୁ ଧାନ ଆଦୃତ ହେଲାବେଳକୁ ମୋ ମା’ ମୋ ପାଖରେ ନାହଁାନ୍ତି। ଯେତେବେଳେ ମଉଡମଣିର ପ୍ରଶଂସା ଜାତୀୟ ସ୍ତରରେ ହୋଇଥାଏ, ମୋର  ମା’ କଥା ମନେ ପଡ଼ିଥାଏ। ନିଶ୍ଚିତ ଭାବେ ମା’ଙ୍କ ମୃତ୍ୟୁ ସମୟକୁ ଭୁଲି ପାରିବିନାହିଁ। 



- ସାକ୍ଷାତ୍‌: ନିର୍ମଳ ପଣ୍ଡା

All Right Reserved By

ଫୁରସତ |

ଯେଉଁଠି ରାତିରେ ହୁଏନାହିଁ ବିବାହ

ଯେଉଁଠି ରାତିରେ ହୁଏନାହିଁ ବିବାହ

ସାଧାରଣତଃ ଭାରତର ଅଧିକାଂଶ ସ୍ଥାନରେ ରାତିରେ ବାହାଘର ହେବାର ପରମ୍ପରା ରହିଛି। ହେଲେ ଉତ୍ତର ପ୍ରଦେଶର ଗାଜିଆବାଦରେ ଏଥିରେ ଦେଖାଯାଏ କିଛି ବ୍ୟତିକ୍ରମ। ଏଠାକାର ଲୋକେ ବିବାହ ଉତ୍ସବକୁ ଏକ ନିଆରା ଢଙ୍ଗରେ ପାଳନ କରିଥାନ୍ତି। 

ଯେଉଁଠି  କୁମାରୀ କନ୍ୟା ସାତ ଜଣ ଅଜଣା ପୁରୁଷଙ୍କ ସହ ରଖନ୍ତି ସମ୍ପର୍କ

ଯେଉଁଠି କୁମାରୀ କନ୍ୟା ସାତ ଜଣ ଅଜଣା ପୁରୁଷଙ୍କ ସହ ରଖନ୍ତି ସମ୍ପର୍କ

 ଏମିତି କିଛି ଜନଜାତି ଅଛନ୍ତି ଯେଉଁମାନଙ୍କର ଅନ୍ଧବିଶ୍ୱାସ ଓ ପରମ୍ପରା କଥା ଶୁଣିଲେ ଲୋମ ଟାଙ୍କୁରି ଉଠିଥାଏ। ହେଲେ ଆଜିବି ଏମାନେ ଏହି ପରମ୍ପରାକୁ ପାଳନ କରି ଆସୁଛନ୍ତି ଭାବିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ।

ଯେଉଁ ମସ୍‌ଜିଦରେ ମହିଳା କରନ୍ତି ନମାଜ ପାଠ

ଯେଉଁ ମସ୍‌ଜିଦରେ ମହିଳା କରନ୍ତି ନମାଜ ପାଠ

ସାଧାରଣତଃ ଭାରତରେ ଥିବା ମୁସଲମାନ ମହିଳାମାନଙ୍କୁ ମସଜିଦ ପ୍ରବେଶ କରିବାକୁ ବାରଣ କରାଯାଇଥାଏ। ତେଣୁ ସେମାନେ ମସ୍‌ଜିଦରେ ନମାଜ ପଢି ପାରନ୍ତି ନାହିଁ। 

ଏସବୁ ଦିଗକୁ ମୁଣ୍ଡକରି ଶୋଇଲେ ମିଳେ ସୌଭାଗ୍ୟ...

ଏସବୁ ଦିଗକୁ ମୁଣ୍ଡକରି ଶୋଇଲେ ମିଳେ ସୌଭାଗ୍ୟ...

କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ ସୌଭାଗ୍ୟ ମିଳେ ତାହା ବାସ୍ତୁରେ ଉଲ୍ଲେଖ ରହିଛି। ଏହା ଅନୁସାରେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଲେ ଶାରୀରିକ ସମସ୍ୟା ଦେଖାଯାଏ।  କୁହାଯାଏ ମୃତ୍ୟୁ ପରେ ଏଭଳି ଉତ୍ତର ମୁହାଁ କରି ଶୁଆ ଯାଇଥାଏ ।

ଫୁଲକୋବିକୁ ତେଲରେ ଛାଣିଲେ ହୁଏ କ’ଣ...

ଫୁଲକୋବିକୁ ତେଲରେ ଛାଣିଲେ ହୁଏ କ’ଣ...

ଫୁଲକୋବି  ଏକ ଶୀତ ଦିନିଆ ପରିବା। ଏଥିରୁ ଅନେକ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। କେହି କେହି ଏହାକୁ ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଭାଜି ଅବା ଛାଣି ଖାଇଥାନ୍ତି। ତେବେ ଏହାକୁ ତରକାରୀ କରି ଖାଇଲେ ଶରୀରକୁ ଉପଯୁକ୍ତ ପରିମାଣର ପୋଷକ ତତ୍ତ୍ୱ ଯାଇଥାଏ। 

ଏମିତି ଏକ ନଦୀ ଘାଟ ଯେଉଁଠି ଗାଧୋଇଲେ ହୋଇଥାଏ ଛାଡପତ୍ର...

ଏମିତି ଏକ ନଦୀ ଘାଟ ଯେଉଁଠି ଗାଧୋଇଲେ ହୋଇଥାଏ ଛାଡପତ୍ର...

କାଶୀରେ ଗଙ୍ଗା ନଦୀ କୂଳରେ ରହିଛି ୮୪ଟି ଘାଟ । ସମସ୍ତ ଘାଟରେ ସ୍ନାନକଲେ ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। 

ଟାର୍ଗେଟ ପୂରଣ କରି ନ ପାରିବାରୁ ରାସ୍ତାରେ ଆଣ୍ଠେଇଲେ କର୍ମଚାରୀ

ଟାର୍ଗେଟ ପୂରଣ କରି ନ ପାରିବାରୁ ରାସ୍ତାରେ ଆଣ୍ଠେଇଲେ କର୍ମଚାରୀ

ଅଫିସ ଟାର୍ଗେଟ ପୂରଣ କରି ନ ପାରିଲେ ବସ୍‌ଙ୍କଠାରୁ ଗାଳି ଶୁଣିବାକୁ ମିଳିଥାଏ। ହେଲେ କର୍ମଚାରୀଙ୍କୁ ରାସ୍ତା ଉପରେ ଆଣ୍ଠେଇବାକୁ ପଡ଼ିବା କେବେ କେହି ଶୁଣି ନ ଥିବେ। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ଘଟିଛି ଚାଇନାରେ।

ଯଜ୍ଞରେ କାହିଁକି କୁହାଯାଏ ସ୍ବାହା...

ଯଜ୍ଞରେ କାହିଁକି କୁହାଯାଏ ସ୍ବାହା...

ଭାରତୀୟ ସଂସ୍କୃତିରେ ପ୍ରତିଟି ଶୁଭକାର୍ଯ୍ୟରେ ଯଜ୍ଞ ବା ହୋମ କରାଯାଇଥାଏ। ହୋମରେ ପ୍ରତିଟି ମନ୍ତ୍ରରେ ଅଗ୍ନିଙ୍କୁ ସାମଗ୍ରୀ ଅର୍ପଣ ଆହୁତି ଦ୍ୱାରା କରାଯିବା ସହିତ ସ୍ବାହା ଉଚ୍ଚାରଣ କରାଯାଇଥାଏ। 

ବାଇଗଣକୁ ତେଲରେ ଛାଣିଲା ପରେ ଏହାର ହୁଏ କ’ଣ...

ବାଇଗଣକୁ ତେଲରେ ଛାଣିଲା ପରେ ଏହାର ହୁଏ କ’ଣ...

ବାଇଗଣ  ଏକ ଲୋକପ୍ରିୟ ପରିବା। ଭାରତର ତଥା ଦେଶ ବିଦେଶରେ ଏହାର ଚାହିଦା ରହିଛି। ବାଇଗଣରୁ ଅନେକ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। କେହି କେହି ଏହାକୁ ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଭାଜି ଅବା ଛାଣି ଖାଇଥାନ୍ତି।

ମାନସିକ ପୂରଣ ହେଲେ ଯେଉଁଠି ଠାକୁରଙ୍କୁ ଅର୍ପଣ କରାଯାଏ ଝାଡୁ...

ମାନସିକ ପୂରଣ ହେଲେ ଯେଉଁଠି ଠାକୁରଙ୍କୁ ଅର୍ପଣ କରାଯାଏ ଝାଡୁ...

ମାନସିକ ପୂରଣ ହେଲେ ଶ୍ରଦ୍ଧାଳୁ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିଥାନ୍ତି। ତେବେ ଏପରି ଏକ ମନ୍ଦିର ରହିଛି ଯେଉଁଠି ମାନସିକ ପୂରଣ ପରେ ଶ୍ରଦ୍ଧାଳୁ ଠାକୁରଙ୍କୁ ଝାଡୁ ଅର୍ପଣ କରିଥାନ୍ତି। 

ଦର୍ପଣ ବି  ଆଣିଥାଏ  ଦାମ୍ପତ୍ୟ ଜୀବନରେ ଝଡ଼...

ଦର୍ପଣ ବି ଆଣିଥାଏ ଦାମ୍ପତ୍ୟ ଜୀବନରେ ଝଡ଼...

ମାନବ ସଭ୍ୟ ହେବା ସହିତ ଏହାର ବିଭିନ୍ନ ଚାହିଦାରେ କାଳକ୍ରମେ ହୋଇଛି ପରିବର୍ତ୍ତନ। ଏହି ମର୍ମରେ ଶୃଙ୍ଗାର ରସର ବିକାଶ ସହିତ ଏହା ସହିତ ସମ୍ପର୍କ ରଖୁଥିବା ସାମଗ୍ରୀର ମଧ୍ୟ ଲୋକପ୍ରିୟତା ବୃଦ୍ଧି ପାଇଛି। 

ପୁଅ ପାଇଁ ପ୍ରେମିକା ଖୋଜିଲେ ମା’

ପୁଅ ପାଇଁ ପ୍ରେମିକା ଖୋଜିଲେ ମା’

ସାଧାରଣତଃ ପୁଅ ପାଇଁ ବୋହୂ ଖୋଜା ହୁଏ, ହେଲେ ପ୍ରେମିକା ଖୋଜିବା କଥା ଶୁଣିଲେ ଅଡୁଆ ଲାଗୁଥାଇପାରେ। ମାତ୍ର ଏଭଳି ଏକ ଘଟଣା ଘଟିଛି ଆମେରିକାର ମେରିଲ୍ୟାଣ୍ଡ ଟାଉନ୍‌ସନ୍‌ ବିଶ୍ୱବିଦ୍ୟାଳୟରେ। ଜଣେ ମା’ ତାଙ୍କ ପୁଅଙ୍କର ଏକୁଟିଆ ଅବସ୍ଥାକୁ ନେଇ ଚିନ୍ତାରେ ରହୁଥିଲେ।