ଫୁରସତ |

ଦାରିଙ୍ଗବାଡ଼ିକୁ ସ୍ବତନ୍ତ୍ର ପରିଚୟ ଦେଇଛି:କଫି ବଗିଚା

ଦାରିଙ୍ଗବାଡ଼ିକୁ ସ୍ବତନ୍ତ୍ର ପରିଚୟ ଦେଇଛି:କଫି ବଗିଚା

ପ୍ରକୃତିର ଦାନ ଦାରିଙ୍ଗବାଡ଼ି ା ଏଠାରେ  ରହିଥିବା ମନୋରମ  ସୌନ୍ଦର୍ଯ୍ୟ ସାଙ୍ଗକୁ ପର୍ଯ୍ୟଟନ କ୍ଷେତ୍ର  ଦାରିଙ୍ଗବାଡ଼ିକୁ ଦେଇଛି ସ୍ବତନ୍ତ୍ର ପରିଚୟ।  ଦାରିଙ୍ଗବାଡ଼ିର  ଏହି ଆକର୍ଷଣ ପାଇଁ ପର୍ଯ୍ୟଟକ ସବୁବେଳେ ଏଠାକୁ ଟାଣି ହୋଇ ଆସିଥାନ୍ତି।    ବିଶେଷ କରି ଶୀତଋତୁରେ ପର୍ଯ୍ୟଟକମାନେ ଏଠାରେ ଖୁବ୍‌ ମଜା ଉଠାଇ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି। ଏଠାରେ ରହିଥିବା  କଫି ବଗିଚା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହା ବ୍ୟତୀତ କଫି ବଗିଚାରେ ରହିଥିବା  ଭାସମାନ ପଥର ପର୍ଯ୍ୟଟକମାନଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥାଏ।

ନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଅନେକ ପର୍ଯ୍ୟଟନ କେନ୍ଦ୍ର ରହିଛି। ସମୁଦ୍ର ପତ୍ତନଠାରୁ ପ୍ରାୟ ୩୨ଶହ ଫୁଟ ଉଚ୍ଚତାରେ ବଣ, ପାହାଡ଼ଘେରା ପରିବେଶରେ ଥିବା ଦାରିଙ୍ଗବାଡ଼ିରେ ବରଫପାତ ସହ ପ୍ରବଳ ଶୀତ ଅନୁଭୂତ ହୋଇଥାଏ। ଏଥିପାଇଁ  ଏହା ଓଡ଼ିଶାର କଶ୍ମୀର ଭାବେ ପରିଚିତ। ପ୍ରାୟ ୩ ଦଶନ୍ଧି ଧରି ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକମାନେ ଆସୁଥିବା ନଜିର ରହିଛି। କଫି ବଗିଚା, ମିଡ଼ିୟୁବାନ୍ଦା ଓ୍ବାଟରଫଲ, ଲଭର୍ସ ପଏଣ୍ଟ, ଏମୁ ପକ୍ଷୀ ପାଳନ, ସାଇଲେଣ୍ଟ ଭ୍ୟାଲି ଓ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ହିଲଭିୟୁ ଏବଂ ନେଚର ପାର୍କ ସମସ୍ତଙ୍କୁ ଆକୃଷ୍ଟ କରେ। ପ୍ରତିବର୍ଷ ସେପ୍ଟେମ୍ବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହିସବୁ ସ୍ଥାନକୁ  ଜିଲା ତଥା ରାଜ୍ୟ ବାହାରୁ  ହଜାର ହଜାର ପର୍ଯ୍ୟଟକ ଆସି ମନୋରମ ପରିବେଶ ଉପଭୋଗ କରିବା ସହ ଶୀତ ମଜା ନେଇଥାନ୍ତି। 

  କଫି ବଗିଚାକୁ ନେଇ ପ୍ରଥମେ ଦାରିଙ୍ଗବାଡ଼ି ପରିଚିତ ହୋଇଥିବା ବେଳେ ଏବେ ଏହା ସ୍ବତନ୍ତ୍ର ପରିଚୟ ଦେଇଛି। କଫି ବଗିଚା ଦେଖିବାକୁ ଆସିଥିବା ପର୍ଯ୍ୟଟକ ଶୀତର ମଜାନେବା ସହ ଏହାର ପ୍ରଚାର ପ୍ରସାର କରିଥିଲେ। ଜଳବିଭାଜିକା ବିଭାଗ ହାତରେ କଫି ବଗିଚା। କଫି ଚାଷ ପାଇଁ ଏଠାରେ ଉପଯୁକ୍ତ ଜଳବାୟୁ ରହିଥିଲେ ମଧ୍ୟ ପୂର୍ବରୁ ଯେଉଁ ଚାଷ କରାଯାଇଥିଲା ସେତିକିରେ ଅଟକି ରହିଛି। ଦାରିଙ୍ଗବାଡ଼ିର କିଲାବାଡ଼ିଠାରେ  ମୋଟ ୫୭.୦୩ ହେକ୍ଟର ଜମି ଓ ପ୍ଲିହେରୀ ଠାରେ ୨୩.୧୦ ହେକ୍ଟର ଜମିରେ କଫି ବଗିଚା ରହିଛି। ଗୋଲମରିଚ ଗଛ କଫି ବଗିଚାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି। ଦାରିଙ୍ଗବାଡ଼ି ବସ୍‌ଷ୍ଟାଣ୍ଡଠାରୁ ମାତ୍ର ୧ କିମି ଦୂରତା ମଧ୍ୟରେ ରହିଛି କିଲାବାଡ଼ି କଫି ବଗିଚା। ଏହି ବଗିଚା ପରିସରରେ ଶିଶୁମାନଙ୍କୁ ଆକୃଷ୍ଟ କରିବା ପାଇଁ ରହିଛନ୍ତିି ଏକାଧିକ ଠେକୁଆ। ଏଥିସହିତ ରହଛି ଭାସମାନ ପଥର। ବାରଫୁଟର ମନ୍ଦିର ଭିତରେ ଦର୍ଶକଙ୍କ ପାଇଁ ପୁରାଣ ବର୍ଣ୍ଣିତ ତଥ୍ୟ ରହିଛି। କିଲାବାଡ଼ି ବଗିଚା ଠାରୁ ଆଉ ୨କିମି ଆଗକୁ ଗଲେ ରହିଛି ପ୍ଲିହେରୀ କଫି ବଗିଚା। ଏହା ସରକାରଙ୍କ ଜଳବିଭାଜିକା ମିଶନ ଅଧୀନରେ ରହିଛି। ପୂର୍ବରୁ କଫି ବଗିଚା ମଧ୍ୟରେ ପର୍ଯ୍ୟଟକମାନେ ଭୋଜିଭାତ କରିବାକୁ ଅନୁମତି ମିଳୁଥିଲା। ଏବେ ବିଭିନ୍ନ କାରଣରୁ ଭୋଜି ପାଇଁ ଆଉ ପର୍ଯ୍ୟଟକମାନଙ୍କୁ ଅନୁମତି ମିଳୁନାହିଁ। ତଥାପି ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। 


All Right Reserved By

ଫୁରସତ |

ଯେଉଁଠି ଋଣ ପାଇଁ ନିଆଯାଏ ନିର୍ବସ୍ତ୍ର ସେଲଫି...

ଯେଉଁଠି ଋଣ ପାଇଁ ନିଆଯାଏ ନିର୍ବସ୍ତ୍ର ସେଲଫି...

ଚାଇନାରେ ବ୍ୟାଙ୍କ ତଥା ଅନ୍ୟାନ୍ୟ ସଂସ୍ଥାରୁ ଋଣ କରୁଥିବା ବ୍ୟକ୍ତିଙ୍କ ପାଇଁ ରହିଛି ଏକ ନୂଆ ନିୟମ। ଋଣ ଧାରକଙ୍କୁ ଏଠାରେ ଅନ୍ୟ ଆବଶ୍ୟକ ଡକୁମେଣ୍ଟ ସହିତ ତାଙ୍କର ନିର୍ବସ୍ତ୍ର ସେଲଫି ଦାଖଲ କରିବାକୁ ପଡ଼ିଥାଏ। 

ପ୍ରେମ ଓ ସୌଭାଗ୍ୟର ସୂଚନା ଦିଏ ଓଠର ତିଳ ଚିହ୍ନ

ପ୍ରେମ ଓ ସୌଭାଗ୍ୟର ସୂଚନା ଦିଏ ଓଠର ତିଳ ଚିହ୍ନ

ମଣିଷ ଶରୀରରେ ତିଳ ଚିହ୍ନର ମହତ୍ତ୍ୱ ରହିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଓଠରେ ତିଳ ଚିହ୍ନ ଥିଲେ ଏହା ପ୍ରେମ ବିବାହ କରାଇବାରେ ସହାୟକ ହୋଇଥାଏ ବୋଲି ଅନେକ ଜ୍ୟୋତିଷ ସୂଚିତ କରିଥାନ୍ତି। 

ଝିଅକୁ ଶିଖାନ୍ତୁ  ସମ୍ପର୍କ ଯୋଡ଼ି ରଖିବାର କଳା

ଝିଅକୁ ଶିଖାନ୍ତୁ ସମ୍ପର୍କ ଯୋଡ଼ି ରଖିବାର କଳା

ଝିଅଟିଏ ବୋହୂ ହୋଇ ଶାଶୁଘରକୁ ଗଲେ ତାହାର ଦାୟିତ୍ୱ ବଢ଼ିଯାଏ। ଶାଶୁଘର ସଦସ୍ୟଙ୍କ ସହ ମନ ମିଳାଇ ତାକୁ ଚାଲିବାକୁ ପଡ଼େ। ତେବେ ସେଠାରେ ସେ କିପରି ସୁସମ୍ପର୍କ ରଖିପାରିବ, ସେନେଇ ତାକୁ ବିବାହ ପୂର୍ବରୁ କିଛି ଶିଖିବାକୁ ପଡିଥାଏ। ସେ ସମ୍ପର୍କରେ...

ପୁରୁଷ ବି ବ୍ୟବହାର କରିପାରିବେ ଗର୍ଭନିରୋଧକ ଟ୍ୟାବଲେଟ୍‌...

ପୁରୁଷ ବି ବ୍ୟବହାର କରିପାରିବେ ଗର୍ଭନିରୋଧକ ଟ୍ୟାବଲେଟ୍‌...

ବଜାରରେ ମହିଳାଙ୍କ ଉପଯୋଗୀ ଗର୍ଭନିରୋଧକ ଟ୍ୟାବଲେଟ୍‌ ଉପଲବ୍ଧ ହୋଇଥାଏ। ଏହାର ବ୍ୟବହାର କରିବା  ଦ୍ୱାରା ମହିଳାଙ୍କ ସେକ୍ସ୍‌ ହରମୋନ୍‌ ଉପରେ ପ୍ରଭାବ ପଡିଥାଏ।

ଜୀବନରେ ସରସତା ଭରିବା ପାଇଁ କରନ୍ତୁ ଏପରି...

ଜୀବନରେ ସରସତା ଭରିବା ପାଇଁ କରନ୍ତୁ ଏପରି...

ପାଟିରୁ ବାହାରୁଥିବା ଶବ୍ଦ କେତେବେଳେ ମଣିଷକୁ ଖୁସି କରାଏ ତ କେତେବେଳେ କରାଇଥାଏ ଦୁଃଖୀ ।

ନାନାବାୟା ଗୀତ ଶୁଣିଲେ କାହିଁକି ଶୋଇଯାଆନ୍ତି ଶିଶୁ...

ନାନାବାୟା ଗୀତ ଶୁଣିଲେ କାହିଁକି ଶୋଇଯାଆନ୍ତି ଶିଶୁ...

ଛୋଟ ଅଝଟ ଶିଶୁଙ୍କୁ ଶୁଆଇବା ପାଇଁ ମା’ମାନେ ନାନାବାୟା ଗୀତର ସାହାରା ନେଇଥାନ୍ତି। ପୃଥିବୀର ସମସ୍ତ ସଂସ୍କୃତି ତଥା ପରମ୍ପରାରେ ଏଭଳି ନାନାବାୟା ଗୀତକୁ ଲୋକଗୀତ ବୋଲି କୁହାଯାଇଥାଏ। ତେବେ ଏହା ଛୋଟ ଶିଶୁ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଲଣ୍ଡନର ଗ୍ରେଟ୍‌ ଔରମଣ୍ଡ  ଷ୍ଟ୍ରିଟ୍‌ ହସ୍ପିଟାଲରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। 

 ବିବାହ  ପୂର୍ବରୁ ରକ୍ତ ପାନ କରେ ବର

ବିବାହ ପୂର୍ବରୁ ରକ୍ତ ପାନ କରେ ବର

ଭାରତର ବିଭିନ୍ନ ପ୍ରାନ୍ତରେ ବିବାହର ଭିନ୍ନ ଭିନ୍ନ ପରମ୍ପରା ରହିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବାସ କରୁଥିବା ଗୋଣ୍ଡ ଜନଜାତିରେ ଅଛି ଏକ ଅଜବ ପରମ୍ପରା। ଏହି ଜନଜାତିଙ୍କ ବିବାହରେ ବରକୁ ଘୁଷୁରି ମାରିବାକୁ ପଡିଥାଏ।

ଏହି ଲେଡି ପୋଲିସଙ୍କ ହାତରେ ଗିରଫ ହେବାକୁ ଭୂଲ୍‌ କରୁଛନ୍ତି ଲୋକେ

ଏହି ଲେଡି ପୋଲିସଙ୍କ ହାତରେ ଗିରଫ ହେବାକୁ ଭୂଲ୍‌ କରୁଛନ୍ତି ଲୋକେ

ଜର୍ମାନୀର ପୋଲିସ ଅଫିସର ଏଡ୍ରିଏନ୍‌ ମୋଲେସଜର ଏବେ ଦେଖେଣାହାରୀଙ୍କ ମୁଣ୍ଡ ବିଗାଡିଛନ୍ତି। ଏମିତିକି ତାଙ୍କ ହାତରେ ଗିରଫ ହେବା ପାଇଁ ଏବେ ଅନେକ ଲୋକ କିଛି ନା କିଛି ଭୂଲ୍‌ କରିବସୁଛନ୍ତି। 

କୃତ୍ରିମ ଚନ୍ଦ୍ର

କୃତ୍ରିମ ଚନ୍ଦ୍ର

ଅତୀତରେ ଯାହା ଦିନେ ଥିଲା କବିର କଳ୍ପନା, ତାହା ଏବେ ବାସ୍ତବତାରେ ପରିଣତ ହେବାକୁ ଯାଉଛି। ଚାଇନାର ବୈଜ୍ଞାନିକମାନେ ୨୦୨୦ ମସିହା ସୁଦ୍ଧା ଆକାଶରେ ଏକ କୃତ୍ରିମ ଚନ୍ଦ୍ର ସ୍ଥାପନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି କୃତ୍ରିମ ଚନ୍ଦ୍ରକୁ ସିଚୁଆନ୍‌ ପ୍ରଦେଶର ରାଜଧାନୀ ଚେଙ୍ଗଡୁ  ସହର ଉପରେ ଅବସ୍ଥାପିତ କରାଯିବ...

ଦରଦାମ ବୃଦ୍ଧିର ଇଏ ବି ଏକ କାରଣ...

ଦରଦାମ ବୃଦ୍ଧିର ଇଏ ବି ଏକ କାରଣ...

ଦରଦାମ ବୃଦ୍ଧିର ଅନେକ କାରଣ ରହିଛି। ସେଥିମଧ୍ୟରେ ମୁଖ୍ୟ କାରଣ ହେଉଛି ମହିଳାଙ୍କ ଶପିଂ ଅଭ୍ୟାସ। 

ଗର୍ଭସ୍ଥ ଶିଶୁର ବିକାଶ କରେ ସଙ୍ଗୀତ...

ଗର୍ଭସ୍ଥ ଶିଶୁର ବିକାଶ କରେ ସଙ୍ଗୀତ...

ସଙ୍ଗୀତ ଚିକିତ୍ସା ଗର୍ଭସ୍ଥ ଶିଶୁର ବିକାଶରେ ସହାୟକ ହୋଇଥାଏ। ମାତୃ ଗର୍ଭରେ ୬ ସପ୍ତାହ ବେଳକୁ ଶିଶୁର ହୃଦ୍‌ସନ୍ଦନ ଆରମ୍ଭ ହୋଇଥାଏ। ଏହା ସହିତ ଧୀରେ ଧୀରେ ମସ୍ତିଷ୍କର ବିକାଶ ମଧ୍ୟ ହେବା ଆରମ୍ଭ କରେ। 

ଏମିତି ମନ୍ଦିର ଯେଉଁଠି ପ୍ରେମ ନିଶାରୁ ମୁକୁଳାଇବା ଲାଗି ହୁଏ ପୂଜା

ଏମିତି ମନ୍ଦିର ଯେଉଁଠି ପ୍ରେମ ନିଶାରୁ ମୁକୁଳାଇବା ଲାଗି ହୁଏ ପୂଜା

ଉତ୍ତରପ୍ରଦେଶ ସାହାରନପୁରରେ ରହିଛି ଶ୍ରୀବାଲାଜୀ ମହାରାଜଙ୍କ ମନ୍ଦିର। ମନ୍ଦିରରେ ହନୁମାନଙ୍କ ବାଳ ସ୍ବରୂପ ପୂଜା ହୋଇଥାନ୍ତି। ଏଠାରେ ଯୁବତୀ ଯୁବକଙ୍କ ମୁଣ୍ଡରୁ ପ୍ରେମ ନିଶା ଉତ୍ତାରିବା ଲାଗି କରାଯାଇଥାଏ ପୂଜା।