ରାଜ୍ୟ |

ଆଜିଠାରୁ ‘ଭୁଫେଷ୍ଟୋ’: କାହାଣୀ ଶୁଣାଇବ ସ୍ମାର୍ଟସିଟି

ଆଜିଠାରୁ ‘ଭୁଫେଷ୍ଟୋ’: କାହାଣୀ ଶୁଣାଇବ ସ୍ମାର୍ଟସିଟି

ଭୁବନେଶ୍ୱର, ୬।୧୨(ବ୍ୟୁରୋ)- ଭାରତ ହେଉଛି ସମୃଦ୍ଧ ଇତିହାସ ଓ ସଂସ୍କୃତିର ଭୂମି। କାହାଣୀ ଶୁଣି ବଡ଼ ହେବା ଏହି ଦେଶର ପ୍ରତିଟି ମଣିଷର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଭାରତରେ ଲୋକମାନେ କାହାଣୀ ଶୁଣି ବଡ଼ ହୋଇଛନ୍ତି, ଯାହା ପିଢ଼ି ପିଢ଼ି ଧରି ଚାଲିଛି ଓ ଲୋକମାନଙ୍କୁ କେବଳ ଜୀବନର ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇନାହିଁ ବରଂ ସମୃଦ୍ଧ ସଂସ୍କୃତି ବିଷୟରେ ଜଣାଇଛି। ଏଭଳି ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିବା ପାଇଁ ଡଟ୍‌ ଫେଷ୍ଟ ପକ୍ଷରୁ ଗୁରୁବାରଠାରୁ ସ୍ମାର୍ଟସିଟିରେ ଆରମ୍ଭ ହେବ ‘ଭୁଫେଷ୍ଟୋ’-ଇଣ୍ଟରନ୍ୟାଶନାଲ୍‌ ଷ୍ଟୋରି ଟେଲିଂ ଫେଷ୍ଟିଭାଲ। ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ସହରର ୩ଟି ପାର୍କରେ ଏକକାଳୀନ ଏହା ଆୟୋଜିତ ହେବ। ଚନ୍ଦ୍ରଶେଖରପୁରର ବୁଦ୍ଧ ଜୟନ୍ତୀ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ ଓ ଖଣ୍ଡଗିରିର ଖାରବେଳ ପାର୍କରେ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଏହା ଚାଲିବ। ଏଠାକୁ ଆସୁଥିବା ଲୋକମାନଙ୍କୁ ସ୍ମାର୍ଟସିଟି କାହାଣୀ ଶୁଣିବାର ଏକ ନିଆରା ଅନୁଭୂତି ପ୍ରଦାନ କରିବ। ଆର୍ଜେଣ୍ଟିନାର ପୌଲା ମାର୍ଟିନ୍‌, କେନିଆର ୱଙ୍ଗାରି ଗ୍ରେସ୍‌, ଥାଇଲାଣ୍ଡ୍‌ର ଡ. ୱାଜୁପା ଟୋସା, କୋରିଆର ଡୋଙ୍ଗିଓ ବାଙ୍ଗ୍‌ ଓ ଫ୍ରାନ୍ସର ସାବ୍ରିନା ଆନାସ୍ତାସିଆଙ୍କ ଭଳି ବିଶ୍ୱର ପ୍ରମୁଖ କାହାଣୀ ଶୁଣାଉଥିବା ବ୍ୟକ୍ତିଙ୍କଠାରୁ ଏହି ଅବସରରେ କାହାଣୀ ଶୁଣିବାକୁ ମିଳିବ।

ବକୁଳ ଫାଉଣ୍ଡେଶନ ପକ୍ଷରୁ ଏହି ଫେଷ୍ଟିଭାଲ ଆୟୋଜନ କରାଯାଉଛି। ଏଥିପାଇଁ ପାର୍କଗୁଡ଼ିକୁ ଉତ୍ସବ ଭଳି ପରିବେଶ ପ୍ରଦାନ କରାଯାଇଛି। ସେଗୁଡ଼ିକୁ ବିଭିନ୍ନ କଳାକୃତି ଜରିଆରେ ଥିମ୍‌ ପାର୍କରେ ପ୍ରସ୍ତୁତ କରାଯାଇଛି, ଯାହା କାହାଣୀର ଏକ ଦୁନିଆ ସୃଷ୍ଟି କରିଛି। ବୁଦ୍ଧ ଜୟନ୍ତୀ ପାର୍କକୁ ପଞ୍ଚତନ୍ତ୍ର ଦୁନିଆ ଭାବେ ବିକଶିତ କରାଯାଇଛି, ଯେଉଁଠାରେ ଏହି ବିଷୟବସ୍ତୁ ସମ୍ପର୍କିତ କଳାକୃତି ସ୍ଥାପନ କରାଯାଇଛି। ଇନ୍ଦିରା ଗାନ୍ଧୀ ପାର୍କକୁ ‘ଗ୍ରିମ୍‌ସ ଫେୟାରି ଟେଲ୍‌’ ବିଷୟବସ୍ତୁ ଓ ଖାରବେଳ ପାର୍କକୁ ‘ଆରବିଆନ୍‌ ନାଇଟ୍‌ସ’ ଥିମ୍‌ ଆଧାରରେ ବିକଶିତ କରାଯାଇଛି। ଫେଷ୍ଟିଭାଲ୍‌ ଶେଷ ହେବା ପରେ ମଧ୍ୟ ଏହି କଳାକୃତିଗୁଡ଼ିକ ପାର୍କରେ ଶୋଭା ପାଇବ।

ଭୁଫେଷ୍ଟୋ ସମ୍ପର୍କରେ ବିଏମ୍‌ସି କମିଶନର କିଷନ କୁମାର କହିଛନ୍ତି, କାହାଣୀ ଆମକୁ ଜୀବନର ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଥାଏ ଓ ଏକତାର ଏକ ଭାବ ଜାଗ୍ରତ କରେ। ଭୁଫେଷ୍ଟୋ ଏକ ଶ୍ରେଷ୍ଠ ମାଧ୍ୟମ, ଯେଉଁଥିରେ କାହାଣୀ ଜରିଆରେ ଲୋକମାନଙ୍କୁ ସହର ବିଷୟରେ ଅବଗତ କରାଇପାରିବା। ସେହିପରି ଜାତୀୟ ଓ ଆନ୍ତର୍ଜାତିକ ସ୍ତରର କାହାଣୀ ଶୁଣାଇବା ବ୍ୟକ୍ତିତ୍ୱଙ୍କ ଜରିଆରେ ସେମାନଙ୍କ ଦେଶ ଓ ସଂସ୍କୃତି ବିଷୟରେ ଏଠାକାର ଲୋକ ଜାଣିପାରିବେ। ଭୁଫେଷ୍ଟାର ଭାରତୀୟ ପ୍ରତିନିଧି ତଥା ଭାରତର ଅନ୍ୟତମ ପ୍ରସିଦ୍ଧ କାହାଣୀ ଶୁଣାଉଥିବା ବ୍ୟକ୍ତିତ୍ୱ ଓ ଭୁଫେଷ୍ଟୋର ପରିକଳ୍ପନାକାରୀ ଦୀପା କିରଣ କହିଛନ୍ତି, ‘ଭାରତରେ କାହାଣୀ ଶୁଣାଇବା କାର୍ଯ୍ୟକ୍ରମକୁ ସରକାରଙ୍କ ସମର୍ଥନ ମିଳିବା ଅତ୍ୟନ୍ତ ବିରଳ। ଭୁଫେଷ୍ଟୋକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ସମର୍ଥନ ମିଳିବା ନିଶ୍ଚିତ ରୂପେ ବହୁତ ବଡ଼ କଥା। ଜଣେ କାହାଣୀ ଶୁଣାଇବା ବ୍ୟକ୍ତି ଭାବେ ମୁଁ ଭୁବନେଶ୍ୱରର ଲୋକମାନଙ୍କ ସହିତ ମୋ କାହାଣୀ ବାଣ୍ଟିବାକୁ ଚାହିଁ ବସିଛି।

All Right Reserved By

ରାଜ୍ୟ |

ରକ୍ତାକ୍ତ ଅବସ୍ଥାରେ ଭାଲୁର ମୃତଦେହ ଉଦ୍ଧାର

ରକ୍ତାକ୍ତ ଅବସ୍ଥାରେ ଭାଲୁର ମୃତଦେହ ଉଦ୍ଧାର

ସଜନାଗଡ଼,୧୭।୨(ଡି.ଏନ୍‌.ଏ): ବାଲେଶ୍ୱର  ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ଧୋସିଳା ପଞ୍ଚାୟତ ଚଲଣାପାଳ ଗ୍ରାମର ଏକ ବୁଦା ନିକଟରୁ ରକ୍ତାକ୍ତ ଅବସ୍ଥାରେ ରବିବାର ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି। 

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ: ବଢୁଛି ଦୁର୍ଘଟଣା

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ: ବଢୁଛି ଦୁର୍ଘଟଣା

ଖୋର୍ଦ୍ଧା ଅଫିସ,୧୭।୨: ଖୋର୍ଦ୍ଧା ଷ୍ଟେଟବ୍ୟାଙ୍କ ଛକରୁ ଚଣ୍ଡିଚୂଆ ରାସ୍ତାକୁ ସଂଯୋଗ ରାସ୍ତା ଗତ କିଛି ଦିନ ତଳେ ପୁନରୁଦ୍ଧାର ହୋଇଛି। 

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

ବ୍ରହ୍ମପୁର ଅଫିସ,୧୭ା୨-୧୦ ଫୁଟ ଗଭୀର କୂଅରେ ଫଶିଯାଇଥିବା ଏକ ଗାଈକୁ  ବ୍ରହ୍ମପୁର ଅଗ୍ନିଶମବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି।

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଆରଡି, ୧୭।୨, (ଡି.ଏନ.ଏ.):କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂ ରବିବାର ମଧ୍ୟାହ୍ଣରେ ଭଦ୍ରକରେ ପହଞ୍ଚିି ମା’ ଭଦ୍ରକାଳୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ୧୫ମିନିଟ ମଧ୍ୟରେ ପ୍ରତ୍ୟାବର୍ତ୍ତନ କରିଥିଲେ। 

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ବାସୁଦେବପୁର, ୧୭।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁରର ରକ୍ତତୀର୍ଥ ଇରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚି ଶହୀଦ ସମାଧି ପୀଠରେ ମାଲ୍ୟାର୍ପଣ କରିଛନ୍ତି।

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

କଣ୍ଟାମାଳ,୧୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାରେ ରବିବାର ଅପରାହ୍ନ ୧୨ଟାରେ ଏକ ଟ୍ରକ ୩ଟି ସ୍ଥାନରେ ଦୁର୍ଘଟଣା ଘଟାଇ ଭାରସାମ୍ୟ ହରାଇ ଓଲଟି ପଡିଛି । 

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଗଞ୍ଜାମ, ୧୭।୨(ଡି.ଏନ.ଏ): ଶହୀଦ୍‌ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଞ୍ଜାମ ସହର ବିଭିନ୍ନ ସଂଗଠନ, ପ୍ରେସ୍‌ କ୍ଲବ, ବ୍ୟବସାୟୀ ସଂଘ ପକ୍ଷରୁ ଶନିବାର ସନ୍ଧ୍ୟାରେ ନୀରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। 

ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ବୈଠକ

ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ବୈଠକ

ପୁରୀ ଅଫିସ୍‌, ୨୭।୨: ଶ୍ରୀମନ୍ଦିରରେ ସୃଷ୍ଟି ହେଉଥିବା ଅବ୍ୟବସ୍ଥା ଏବଂ ବିଶୃଙ୍ଖଳାର ସମାଧାନ ପାଇଁ ଗୋବର୍ଦ୍ଧନ ମଠରେ ରବିବାର ଆରମ୍ଭ ହୋଇଛି ଶୃଙ୍ଖଳା ବୈଠକ।

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ଭଦ୍ରକ ଅଫିସ, ୧୭।୨: ତିନି କେନ୍ଦ୍ରମନ୍ତ୍ରୀଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ରହିଛିl ଏଥିପାଇଁ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି।

ଭବାନୀପାଟଣା ସ୍ବୟଂଶାସିତ କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା ସ୍ବୟଂଶାସିତ କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା, ୧୭ା୨ (ଡି.ଏନ୍‌.ଏ.): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲା ଗସ୍ତରେ ଆସି ୯୦୬.୮୪ କୋଟି ଟଙ୍କାର ୨୨ଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଏଥିସହିତ ୪୭୬.୮୬ କୋଟି ଟଙ୍କାର ୧୮ଟି ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି।

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୨(ବ୍ୟୁରୋ):ପଲିଥିନ ଓ ପ୍ଲାଷ୍ଟିକ ତିଆରି ସାମଗ୍ରୀ ପରିବେଶ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗଛି। 

ଶହୀଦଙ୍କ ପରିବାରକୁ ଦିନକର ଦରମା ଦେବ ଆଇପିଏସ୍‌ ଅଫିସର ସଂଘ

ଶହୀଦଙ୍କ ପରିବାରକୁ ଦିନକର ଦରମା ଦେବ ଆଇପିଏସ୍‌ ଅଫିସର ସଂଘ

କଟକ ଅଫିସ, ୧୭।୨:ପୁୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍‌ ଯବାନମାନଙ୍କ ପରିବାରକୁ ସହଯୋଗର ହାତ ବଢାଇଛି ଓଡ଼ିଶା ଆଇପିଏସ୍‌ ଅଫିସର ସଂଘ।