ରାଜ୍ୟ |

କୋଣାର୍କ ମହୋତ୍ସବ-୨୦୧୮ ଉଦ୍‌ଯାପିତ

କୋଣାର୍କ ମହୋତ୍ସବ-୨୦୧୮ ଉଦ୍‌ଯାପିତ

କୋଣାର୍କ,୬ା୧୨(ଡି.ଏନ୍‌.ଏ.): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପାଞ୍ଚ ଦିନ ଧରି ଚାଲିଥିବା କୋଣାର୍କ ମହୋତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାକୁ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ଆଲୋକର ସୁନ୍ଦର ପରିପାଟୀ ଓ ସାଜସଜ୍ଜାକୁ ନେଇ ମୁକ୍ତାକାଶ ରଙ୍ଗମଞ୍ଚ ଯେତିକି ବାର୍ଣ୍ଣାଢ୍ୟ ଥିଲା ପରିବେଷିତ ଶାସ୍ତ୍ରୀୟ ନୃତ୍ୟର ଝଙ୍କାର ସେତିକି ଭାବମୟ ପରିବେଶ ସୃଷ୍ଟି କରିଥିଲା। କଥକ ନୃତ୍ୟରେ ‘ଦୁର୍ଗାସ୍ତୁତି’ ପରିବେଷଣ କରିଥିଲେ କୁମୁଦିନୀ ଲାଖିଆ ଓ ସାଥୀ। ପରେ କଥକ ଶୈଳୀରେ ଉପସ୍ଥାପିତ ହୋଇଥିଲା ‘ଧମାର’। ମୀରାବାଇଙ୍କ ଭଜନ ଆଧାରରେ ପ୍ରସ୍ତୁତ ହୋଇଥିଲା କୃଷ୍ଣଭକ୍ତିର ମାର୍ମିକ ଉପସ୍ଥାପନା ‘ବରଷେ ବଦରିୟା ସାୱନ୍‌ କି’ା ତାଳ ଓ ଛନ୍ଦର ମିଶ୍ର ରାଗକୁ ନେଇ ଅହମ୍ମଦାବାଦର କଥକ ଅନୁଷ୍ଠାନ କଦମ୍ବର ଶିଳ୍ପୀଙ୍କ ଦଳଗତ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ସୁରେଶ ସେଠୀଙ୍କ ସଙ୍ଗୀତ ସଂଯୋଜନା, ଗୁରୁ ପ୍ରଫୁଲ ମଙ୍ଗରାଜଙ୍କ ତାଳବାଦ୍ୟ ରଚନା ଓ ରଞ୍ଜନା ଗୌହର୍‌ଙ୍କ ନୃତ୍ୟ ସଂଯୋଜନାରେ ଓଡ଼ିଶୀ ନୃତ୍ୟରେ ‘ମତ୍ସ୍ୟ ଅବତାର’ ପରିବେଷଣ କରିଥିଲେ ପଦ୍ମଶ୍ରୀ ରଞ୍ଜନା ଗୌହର ଓ ସାଥୀ। ପୁରାଣର ଏହି ସୁନ୍ଦର ବୃତାନ୍ତ ମାଧ୍ୟମରେ ପ୍ରକୃତି ଓ ପରବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ ଓଡ଼ିଶୀ ନୃତ୍ୟାଙ୍ଗନା। 

ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ, ଜିଲାପାଳ ଜ୍ୟୋତିପ୍ରକାଶ ଦାସ ପ୍ରମୁଖ ଯୋଗଦେଇଥିଲେ। ନୃତ୍ୟ ସମୀକ୍ଷକ ଥିଲେ ଡ. ସୁନିଲ୍‌ କୋଠାର. ଡ. ଲୀଲା ଭେଙ୍କଟ ରମଣ ଓ ତପତି ଚୌଧୁରୀ। କାର୍ଯ୍ୟକ୍ରମକୁ ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ ଓ ସାଧନା ଶ୍ରୀବାସ୍ତବଙ୍କ ସଞ୍ଚାଳନା କରିଥିବାବେଳେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ଯୁଗ୍ମ ସଚିବ ଶୁଭ୍ରା ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ ପତି, ସହ ନିର୍ଦ୍ଦେଶକ ବିଜୟ କୁମାର ଜେନା, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ପର୍ଯ୍ୟଟନ ଅଧିକାରୀ  ରତିକାନ୍ତ ପଟ୍ଟନାୟକ,  ସୁନିଲ କୁମାର ପଟ୍ଟନାୟକ, ଓଡିଶୀ ଗଗେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ  ସଙ୍ଗୀତା ଗୋସାଇଁ, ସଙ୍ଗୀତ ନାଟକ ଏକାଡେମୀ ସଚିବ  ବିଜୟ କୁମାର ଜେନା ସହଯୋଗ କରିଥିଲେ।  ଇଂ. ଜୟଦେବ ଦାସଙ୍କ ସଂଯୋଜନାରେ ଆଲୋକ ଓ ଇଂ. ତାରାକାନ୍ତ ପଣ୍ଡା ଶବ୍ଦ ପରିଚାଳନା କରିଥିଲେ।  

ସରିଲା ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

୫ଦିନ ଧରି ଚାଲିଥିବା ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ମଧ୍ୟ ବୁଧବାର ଶେଷ ହୋଇଛି। ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଲୁକା କଳା ମହୋତ୍ସବ ପର୍ଯ୍ୟଟକ ଓ ଜନସାଧାରଣଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା। କୋଣାର୍କ  ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ  ସମସ୍ତ ବାଲୁକା ଶିଳ୍ପୀ ଓ ଶ୍ରେଷ୍ଠ ବାଲୁକା କଳାକୁ ପୁରସ୍କୃତ କରାଯାଇଥିଲା।

All Right Reserved By

ରାଜ୍ୟ |

ଓଟିଭି ବିରୋଧରେ ଅଭିଯୋଗ:  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଓଟିଭି ବିରୋଧରେ ଅଭିଯୋଗ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଭାଜପା ପ୍ରଚାରରେ ବେଆଇନ ହୋଡିର୍ଂ ବ୍ୟବହାର ଏବଂ ଭାଜପାର ପେଡ୍‌ ନ୍ୟୁଜ ପ୍ରସାରଣ କରୁଥିବା ଅଭିଯୋଗ ଆଣି ଓଟିଭି ଚ୍ୟାନେଲ ବିରୋଧରେ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜୁ ଜନତା ଦଳ। ଏହି ସବୁ ଗୁରୁତର ମାମଲାରେ ନିର୍ବାଚନ କମିଶନଙ୍କ ନିରବତାକୁ ଦଳ ପ୍ରଶ୍ନ କରିବା ସହ କାଳବିଳମ୍ବ ନକରି କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଦାବି କରିଛି।

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ନୟାଗଡ଼ ଅଫିସ,୧୮।୪- ନୟାଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ସମ୍ମୁଖରେ ଗୁରୁବାର କଙ୍ଗାରୁ କୋର୍ଟ ବସିଥିବା ଜଣାପଡିଛି। କଙ୍ଗାରୁ କୋର୍ଟ ମାଧ୍ୟମରେ ୪ ଜଣ ବ୍ୟକ୍ତିଙ୍କୁ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା କରାଯାଇଛି, ଯାହା ପୋଲିସର ପାରିଲାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।  

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ବଇଣ୍ଡା,୧୮।୪(ଡି.ଏନ.ଏ.)- ରାଜ୍ୟରେ ଦୀର୍ଘ ୧୯ ବର୍ଷ ସରକାରର ଏକଛତ୍ରବାଦ ଶାସନ ଚାଲିଛି। ଅପରାଧ ବଢିବାସହ ସରକାରୀ ଯୋଜନାକୁ ବାଟ ମାରଣା କରାଯାଉଛି। କେନ୍ଦ୍ରୀୟ ଯୋଜନାକୁ  ଠିକ୍‌ ଭାବେ ପ୍ରଚଳନ କରୁ ନ ଥିବାବେଳେ  ଗରିବ ଲୋକଙ୍କୁ  ଯୋଜନାରୁ  ବଞ୍ଚିତ କରାଯାଉଛି। 

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ଦାବି: ଜାରିଙ୍ଗଠାରେ ଚାଷୀଙ୍କ ରାସ୍ତାରୋକୋ

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ଦାବି: ଜାରିଙ୍ଗଠାରେ ଚାଷୀଙ୍କ ରାସ୍ତାରୋକୋ

ଜୁନାଗଡ,୧୮।୪(ଡି.ଏନ.ଏ.): ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ପାଇଁ ଜାରିଙ୍ଗ ଡ୍ରିଷ୍ଟିବ୍ୟୁଟାରୀର ଚାଷୀମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜାରିଙ୍ଗ ଛକ ୨୬ନଂ. ଜାତୀୟ ରାଜପଥ ଉପରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ସାଢେ ୧୧ଟା ଦେଢ ଘଣ୍ଟା ଧରି ଚାଷୀମାନେ ରାସ୍ତାରୋକୋ କରିଥିଲେ। ଫଳରେ ରାସ୍ତାରେ ଶତାଧିକ ଯାନବାହନ ଅଟକି ରହିଥିଲା। 

ଅବହେଳିତ କଣ୍ଡରାଗଡିଆ ଗ୍ରାମ: ଭୋଟବର୍ଜନ ଲାଗି ଗ୍ରାମବାସୀଙ୍କ ଚେତାବନୀ

ଅବହେଳିତ କଣ୍ଡରାଗଡିଆ ଗ୍ରାମ: ଭୋଟବର୍ଜନ ଲାଗି ଗ୍ରାମବାସୀଙ୍କ ଚେତାବନୀ

ଖଇରା, ୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ଅଧୀନ କଣ୍ଡରାଗଡିଆ ଗ୍ରାମକୁ ନିତିଦିନିଆ ରାସ୍ତା ନାହିଁ। ଘରପୋଡି ବେଳେ ଦମକଳ ଗାଡିଟିଏ ଗଁାକୁ ପଶିପାରୁନି। 

୬ ବୁଥ୍‌ରେ ମତଦାନ ହୋଇପାରିଲାନି: ଦୋଷୀ ପୋଲିଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

୬ ବୁଥ୍‌ରେ ମତଦାନ ହୋଇପାରିଲାନି: ଦୋଷୀ ପୋଲିଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର, ୧୮।୪(ବ୍ୟୁରୋ): ରାଜ୍ୟର କେତେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ପରିଲଖିତ ହେବା ଯୋଗୁ ମତଦାନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ୬ଟି ବୁଥ୍‌ରେ ଇଭିଏମ୍‌  ତ୍ରୁଟି ଏବଂ ପୋଲିଂ କର୍ମଚାରୀଙ୍କ ଅବହେଳା ଯୋଗୁ ନିର୍ବାଚନକୁ ବାତିଲ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’ ବେଳେ ଦୁର୍ଘଟଣା, ଜଣେ କର୍ମୀ ଆହତ

ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’ ବେଳେ ଦୁର୍ଘଟଣା, ଜଣେ କର୍ମୀ ଆହତ

ଭୁବନେଶ୍ୱର/ ଖୋର୍ଦ୍ଧା ଅଫିସ, ୧୮।୪(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଖୋର୍ଦ୍ଧା ଜିଲାର ବେଗୁନିଆରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରୋଡ୍‌ ଶୋ’ କରିଥିଲେ। ଏହି ସମୟରେ ଦୁର୍ଭାଗ୍ୟବଶତଃ ଦୁର୍ଘଟଣା ଘଟିଥିଲା। ଏଥିରେ ଜଣେ କର୍ମୀ ଆହତ ହୋଇଛନ୍ତି। 

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୫ଟା ସୁଦ୍ଧା ୬୪% ମତଦାନ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୫ଟା ସୁଦ୍ଧା ୬୪% ମତଦାନ

ଭୁବନେଶ୍ୱର, ୧୮।୪(ବ୍ୟୁରୋ):  ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୫ ଲୋକ ସଭା ଓ ୩୫ ବିଧାନସଭା ଲାଗି ମତଦାନ ହୋଇଛି। ତେବେ ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ମୋଟ ୬୪ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ବିଜେଡିର ହିଂସାକୁ ରାଜ୍ୟବାସୀ ଭୋଟରେ ଜବାବ ଦେବେ: ଧର୍ମେନ୍ଦ୍ର ପ୍ରଧାନ

ବିଜେଡିର ହିଂସାକୁ ରାଜ୍ୟବାସୀ ଭୋଟରେ ଜବାବ ଦେବେ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୧୮।୪(ବ୍ୟୁରୋ): ପରାଜୟର ଭୟରେ ବିଜେଡି ହିଂସାର ମାର୍ଗ ଆପଣେଇଛି। ଭାଜ୍ୟବାସୀ ଭୋଟରେ ଏହାର ଜବାବ ଦେବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏପରି କହିଛନ୍ତି। 

ସୁନ୍ଦରଗଡ଼ରେ ନିର୍ବାଚନୀ ହିଂସା: ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ ଭାଇ, ଖବରଦାତାଙ୍କ ଉପରେ ଭାଜପା ସମର୍ଥକଙ୍କ ଆକ୍ରମଣ ଅଭିଯୋଗ; ୪ ଗିରଫ

ସୁନ୍ଦରଗଡ଼ରେ ନିର୍ବାଚନୀ ହିଂସା: ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ ଭାଇ, ଖବରଦାତାଙ୍କ ଉପରେ ଭାଜପା ସମର୍ଥକଙ୍କ ଆକ୍ରମଣ ଅଭିଯୋଗ; ୪ ଗିରଫ

ସୁନ୍ଦରଗଡ , ୧୮।୪ (ଡି.ଏନ୍‌.ଏ.): ଭୋଟଗ୍ରହଣ ପୂର୍ବରୁ ବୁଧୁବାର ସନ୍ଧ୍ୟା ଓ ବିଳମ୍ବିତ ରାତିରେ ପୃଥକ ଭାବେ ୨ଟି ସ୍ଥାନରେ ନିର୍ବାଚନୀ ହିଂସା ହୋଇଛି। ସୁନ୍ଦରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ସାଲେପାଲି ଓ ରାଏବଗା ଗ୍ରାମରେ ପୂର୍ବତନ ବିଧାୟକ ତଥା ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ  ଭାଇ ଓ ସମର୍ଥକଙ୍କ ସମେତ ଜଣେ ଖବରଦାତାଙ୍କ ଉପରେ ପ୍ରତିପକ୍ଷ ଭାଜପା ବିଧାୟକ ପ୍ରାର୍ଥୀନୀ କୁସୁମ ଟେଟେଙ୍କ ସମର୍ଥକ ମାନେ  ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ  ହୋଇଛି। 

ବିଜେଡି ଜିଲା ସଭାପତିଙ୍କ କାର୍ଯ୍ୟାଳୟ ଉପରକୁ ବୋମାମାଡ଼ ଘଟଣା, ଥାନା ଘେରିଲେ ସମର୍ଥକ

ବିଜେଡି ଜିଲା ସଭାପତିଙ୍କ କାର୍ଯ୍ୟାଳୟ ଉପରକୁ ବୋମାମାଡ଼ ଘଟଣା, ଥାନା ଘେରିଲେ ସମର୍ଥକ

କଟକରୋଡ,୧୮।୪(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ୱର ଛକ ନିକଟରେ ଥିବା ବିଜେଡି  ଭୁବନେଶ୍ୱର ଜିଲା ସଭାପତି ଅମରେଶ ଜେନାଙ୍କ କାର୍ଯ୍ୟାଳୟ ଉପରକୁ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ଗୁରୁବାର ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଛି। 

ବାଲିଗୁଡା ବ୍ଲକର ୪ ଗ୍ରାମର  ୬ଶହରୁ ଊର୍ଦ୍ଧ୍ୱ ଭୋଟରଙ୍କ ଭୋଟ ବର୍ଜନ

ବାଲିଗୁଡା ବ୍ଲକର ୪ ଗ୍ରାମର ୬ଶହରୁ ଊର୍ଦ୍ଧ୍ୱ ଭୋଟରଙ୍କ ଭୋଟ ବର୍ଜନ

ବାଲିଗୁଡ଼ା, ୧୮।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ବାଲିଗୁଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିଗୁଡ଼ା ବ୍ଲକର ୪ ଗ୍ରାମର ୬ଶହରୁ ଊର୍ଦ୍ଧ୍ୱ ଭୋଟର ଗୁରୁବାର ଭୋଟ ବର୍ଜନ କରିଛନ୍ତି।  


Model This Week

କ୍ରିଷ୍ଣା
Why Dharitri