ବାଣିଜ୍ୟ |

ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା, ସୁଧ ହାର ଅପରିବର୍ତ୍ତିତ,୭.୪% ରହିବ ଜିଡିପି

ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା, ସୁଧ ହାର ଅପରିବର୍ତ୍ତିତ,୭.୪% ରହିବ ଜିଡିପି

ମୁମ୍ବାଇ,୬-୧୨:  ଯାହା ଆଶାକରାଯାଉଥିଲା, ଠିକ୍‌ ତାହାହିଁ ହେଲା। ଗଭର୍ନର ଉର୍ଜିତ ପଟେଲଙ୍କ ଅଧ୍ୟକ୍ଷତାରେ ୬ ସଦସ୍ୟଙ୍କୁ ନେଇ ଗଠିତ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ମୁଦ୍ରା କମିଟି ବର୍ତ୍ତମାନ ପାଇଁ ରେପୋ ରେଟକୁ ୬.୫%ରେ ଅପରିବର୍ତ୍ତିତ ରଖିଛନ୍ତି। ବୁଧବାର ଗଭର୍ନର ଏ ସମ୍ପର୍କରେ ଏଠାରେ ଘୋଷଣା କରିଛନ୍ତି। ଏହାର ଅର୍ଥ ବର୍ତ୍ତମାନ ପାଇଁ ବ୍ୟାଙ୍କ ସୁଧ ହାର ବଢ଼ିବା ସମ୍ଭାବନା ନାହିଁ। ତେବେ ଚଳିତ ଆର୍ଥିକ ବର୍ଷ ପାଇଁ ଦେଶର ଜିଡିପି ହାର ୭.୪% ରହିବ ବୋଲି କମିଟି ଅନୁମାନ କରିଛି। ସେହିପରି ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ୬ ମାସ(ଅକ୍ଟୋବର-ମାର୍ଚ୍ଚ)ରେ ମୁଦ୍ରାସ୍ଫୀତି ହାର ୨.୭ରୁ ୩.୨% ରହିବ ବୋଲି ଅନୁମାନ କରାଯାଇଛି। ଚଳିତ ବର୍ଷର ୫ମ ମୁଦ୍ରା ନୀତି ସମୀକ୍ଷା କରିବା ପରେ କମିଟି ରିଭର୍ସ ରେପୋ ରେଟ ୬.୨୫% ଓ ସିଆର୍‌ଆର୍‌ ୬.୭୫%ରେ କାଏମ ରଖିଛନ୍ତି। 

୬ ସଦସ୍ୟ ବିଶିଷ୍ଟ ମୁଦ୍ରା ନୀତି କମିଟିର ୩ ଦିନିଆ ବୈଠକ ଶେଷରେ ଆର୍‌ବିଆଇର ମୁଦ୍ରା ନୀତି ସମ୍ପର୍କରେ ଘୋଷଣା କରି ଗଭର୍ନର ପଟେଲ କହିଛନ୍ତି ଯେ, ଦ୍ୱିତୀୟ ୬ ମାସରେ ଜିଡିପି ଅଭିବୃଦ୍ଧି ହାର ୭.୨%ରୁ ୭.୩% ରହିବ ବୋଲି ଅନୁମାନ କରାଯାଉଛି। ସେହିପରି ୨୦୧୯-୨୦ର ପ୍ରଥମ ୬ ମାସ(ଏପ୍ରିଲ-ସେପ୍ଟେମ୍ବର)ରେ ଏହା ୦.୧%ର ସାମାନ୍ୟ ବୃଦ୍ଧି ସହିତ ୭.୫% ରହିବ ବୋଲି ଆଶା କରାଯାଉଛି। ତେବେ ଏହା ହ୍ରାସ ପାଇପାରେ ବୋଲି କମିଟି ଆଶଙ୍କା ମଧ୍ୟ ବ୍ୟକ୍ତ କରିଥିବା ସେ କହିବାକୁ ପଛାଇ ନାହାନ୍ତି।

ନିୟନ୍ତ୍ରଣରେ ମୁଦ୍ରାସ୍ଫୀତି

ଚଳିତ ମାସ ୩ରୁ ୫ ପର୍ଯ୍ୟନ୍ତ ଚାଲିଥିବା ବୈଠକ ଶେଷରେ କମିଟି ପକ୍ଷରୁ କୁହାଯାଇଛି ଯେ, ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଥିଲେ ହେଁ ଏହା ଆଗାମୀ ଦିନରେ ଆହୁରି ହ୍ରାସ ପାଇବ। ଏଥିରେ କୁହାଯାଇଛି ଯେ, ଦ୍ୱିତୀୟ ୬ ମାସ ପାଇଁ ମୁଦ୍ରାସ୍ଫୀତି ଅନୁମାନକୁ ହ୍ରାସ କରାଯାଇ ୨.୭ରୁ ୩.୨% କରାଯାଇଛି। ଏଥିପୂର୍ବରୁ ଅକ୍ଟୋବର ମୁଦ୍ରା ନୀତିରେ ଏହା ୩.୯ରୁ ୪.୫% ରହିବ ବୋଲି ଅନୁମାନ କରାଯାଇଥିଲା। ତେବେ ଅକ୍ଟୋବରରେ ମୁଦ୍ରା ନୀତି ସମୀକ୍ଷା ବେଳେ ଯେଉଁସବୁ ବିଷୟ ଉପରେ ଆଶଙ୍କା ବ୍ୟକ୍ତ କରାଯାଇଥିଲା ସେଥିରୁ ଅଧିକାଂଶ ଟଳି ଯାଇଛି ବୋଲି ଗଭର୍ନର ଉଲ୍ଲେଖ କରିଛନ୍ତିି। କିନ୍ତୁ ଏବେ ମଧ୍ୟ କିଛି ଅନିଶ୍ଚିତତା ଅଛି, ଯାହାର ପ୍ରଭାବରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ପାରେ ବୋଲି ସେ କହିଛନ୍ତି। ତାଙ୍କର କହିବାନୁଯାୟୀ କିଛି ଖାଦ୍ୟ ପଦାର୍ଥ ଅସାମାନ୍ୟ ରୂପରେ ସର୍ବନିମ୍ନ ସ୍ତରରେ ରହିଛି। ଯାହାକି ଅଚାନକ ବଢ଼ିବାର ଆଶଙ୍କା ରହିଛି। ଜୁଲାଇରେ କେନ୍ଦ୍ର ସରକାର ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିବା ସତ୍ତ୍ୱେ ମୁଦ୍ରାସ୍ଫୀତି ଉପରେ ଏହାର ବିଶେଷ ପ୍ରଭାବ ପରିଲକ୍ଷିତ ହୋଇ ନାହିଁ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ, ଆଗକୁ ଏହାର ପ୍ରଭାବ ଉପରେ ନଜର ରହିବ। ଏବେ ଅଶୋଧିତ ତେଲ ଦର କମିଛି ସତ, ଆଗକୁ ବିଭିନ୍ନ କାରଣରୁ ଏହା ବଢ଼ିବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ଏହାକୁ ଦୃଷ୍ଟିରେ ରଖିଲେ ମୁଦ୍ରାସ୍ଫୀତି ବଢ଼ିବାର ସମ୍ଭାବନାକୁ ଟାଳି ହେବନି ବୋଲି ଉର୍ଜିତ କହିଛନ୍ତି।  ଅନ୍ୟପକ୍ଷରେ ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ମୁଦ୍ରାସ୍ଫୀତି ୩.୮ରୁ ୪.୨% ରହିବ ବୋଲି ଅନୁମାନ କରାଯାଇଛି।

ଡିଜିଟାଲ ଟ୍ରାଞ୍ଜାକ୍‌ଶନ ଲାଗି ଅମ୍ବୁଡ୍‌ସମ୍ୟାନ

ଦେଶରେ ଡିଜିଟାଲ କାରବାର ବୃଦ୍ଧି ପାଉଥିବାରୁ ଏହା ଉପରେ ନଜର ରଖିବା ଲାଗି ଏକ ଆଇନଗତ ସଂସ୍ଥା ଗଠନ କରିବାକୁ କମିଟି ନିଷ୍ପତ୍ତି ନେଇଛନ୍ତି। ଡିଜିଟାଲ ଟ୍ରାଞ୍ଜାକ୍‌ଶନ ଲାଗି ଜଣେ ଅମ୍ବୁଡ୍‌ସମ୍ୟାନ ନିଯୁକ୍ତ କରିବା ଲାଗି ଆସନ୍ତା ବର୍ଷ ଜାନୁୟାରୀ ଶେଷରେ ଏକ ବିଜ୍ଞପ୍ତି ଜାରି କରାଯିବ।

ପରବର୍ତ୍ତୀ ବୈଠକ ଫେବୃଆରୀ ୫ରେ

ରିଜର୍ଭ ବ୍ୟାଙ୍କର ପରବର୍ତ୍ତୀ ଦ୍ୱିମାସିକ ମୁଦ୍ରା ନୀତି ବୈଠକ ଆସନ୍ତା ବର୍ଷ ଫେବୃୟାରୀ ୫ରୁ ବସିବ। ଏହା ୫ରୁ ୭ ତାରିଖ ଯାଏ ଚାଲିବ ବୋଲି ଗଭର୍ନର ପଟେଲ ପ୍ରକାଶ କରିଛନ୍ତି।

All Right Reserved By

ବାଣିଜ୍ୟ |

ରାଜ୍ୟରେ ସ୍ଥାପନ ହେବ ୩ ନୂଆ ଏଲପିଜି  :   ବଟଲିଂ ପ୍ଲାଣ୍ଟ

ରାଜ୍ୟରେ ସ୍ଥାପନ ହେବ ୩ ନୂଆ ଏଲପିଜି : ବଟଲିଂ ପ୍ଲାଣ୍ଟ

ଭୁବନେଶ୍ୱର,୧୬-୨: ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ଏଚପିସିଏଲ୍‌) ପକ୍ଷରୁ ରାୟଗଡାଠାରେ ଏକ ଏଲପିଜି ବଟଲିଂ ପ୍ଲାଣ୍ଟ ସ୍ଥାପନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ରାୟଗଡାର ଆଇଆଇଡି ସେଣ୍ଟରଠାରେ ହେବାକୁ ଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତ ମାସ ୧୯ରେ ଏହାର ଭିତ୍ତିପ୍ରସ୍ତର ଦେବେ। କାର୍ଯ୍ୟକ୍ରମ ଅବସରରେ ଲୋକସଭା ସଦସ୍ୟ ଝିନ ହିକକା ଏବଂ ରାୟଗଡା ଏମ୍‌ଏଲ୍‌ଏ ଲାଲ ବିହାରି ହିମିରିକା ଯୋଗଦେବେ ବୋଲି ଏଠାରେ ତୈଳକମ୍ପାନୀ ତଥା ଅଂଶୀଦାରଙ୍କ ପକ୍ଷରୁ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି।  

ନୂଆ ହୋଣ୍ଡା ସିଭିକର ପ୍ରି ଲଞ୍ଚ ବୁକିଂ

ନୂଆ ହୋଣ୍ଡା ସିଭିକର ପ୍ରି ଲଞ୍ଚ ବୁକିଂ

ନୂଆଦିଲ୍ଲୀ,୧୬-୨: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହାର ୧୦ ପିଢିର ନୂଆ ସିଭିକ ମଡେଲର ପ୍ରି ଲଞ୍ଚ ବୁକିଂ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ମାସ ୧୫ ତାରିଖଠାରୁ ସାରା ଦେଶରେ ଥିବା କମ୍ପାନୀର ଅଧିକୃତ ଡିଲରଶିପଗୁଡ଼ିକରେ ଗ୍ରାହକମାନେ ଏହି ମଡେଲର ବୁକିଂ କରିପାରିବେ।

ଏଏସ୍‌ବିଏମ୍‌ର ପ୍ଲେସମେଣ୍ଟ ସଫଳତା

ଏଏସ୍‌ବିଏମ୍‌ର ପ୍ଲେସମେଣ୍ଟ ସଫଳତା

ଭୁବନେଶ୍ୱର,୧୬-୨: ଏସିଆନ ସ୍କୁଲ ଅଫ୍‌ ବିଜନେସ ମ୍ୟାନେଜମେଣ୍ଟ (ଏଏସ୍‌ବିଏମ୍‌) ପିଜିଡିଏମ୍‌ ପ୍ରୋଗ୍ରାମ ୨୦୧୭-୧୯ ବ୍ୟାଚର ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ୩୦ ମନୋନୟନରେ ୩୦ଟି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର କମ୍ପାନୀ ଭାଗ ନେଇଥିଲେ। 

ରାୟଗଡା ସମେତ ଆଉ ୨ ଷ୍ଟେଶନରେ ନୂଆ ଫୁଟ୍‌ ଓଭର ବ୍ରିଜ

ରାୟଗଡା ସମେତ ଆଉ ୨ ଷ୍ଟେଶନରେ ନୂଆ ଫୁଟ୍‌ ଓଭର ବ୍ରିଜ

ଭୁବନେଶ୍ୱର,୧୬-୨: ଯାତ୍ରୀ ସୁବିଧାକୁ ଧ୍ୟାନରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ରାୟଗଡ଼ା ଷ୍ଟେଶନରେ ଅତିରିକ୍ତ ଫୁଟ ବ୍ରିଜ ସ୍ଥାପନ ହୋଇଛି। ଏହା ସହ ଲାଡା ଓ ଡିମିଡିପେଟା ରେଳ ଷ୍ଟେଶନଠାରେ ଫୁଟ ଓଭରବ୍ରିଜ ସମ୍ପୂର୍ଣ୍ଣ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି। ଏହାକୁ ଚଳିତ ମାସ ୧୯ରେ ଲୋକାର୍ପିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଲାଡା ଓ ଡିମିଡିପେଟା ରେଳ ଷ୍ଟେଶନ ଫୁଟ ଓଭରବ୍ରିଜ ଲାଗି ୨.୨୪ କୋଟି ବ୍ୟୟବରାଦ ହୋଇଛି। ସେହିଭଳି ରାୟଗଡ଼ା ଷ୍ଟେଶନ ଏ ଶ୍ରେଣୀରେ ଆସୁଥିବା ବେଳେ ଏହାର ଉନ୍ନତିକରଣ କରାଯାଇଛି। ଏଠାରେ ନୂଆ ଫୁଟ ଓଭରବ୍ରିଜ ଲାଗି ୨.୪୪ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ନିକଟରେ ଶେଷ ହୋଇଛି। 

ଏସ୍‌ପ୍ଲାନେଡ ଓ୍ବାନରେ ‘କପ୍‌ ଅଫ୍‌ ହାପିନେସ’

ଏସ୍‌ପ୍ଲାନେଡ ଓ୍ବାନରେ ‘କପ୍‌ ଅଫ୍‌ ହାପିନେସ’

ଭୁବନେଶ୍ୱର,୧୬-୨: ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ଠାରେ କପ୍‌ ଅଫ୍‌ ହାପିନେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାହକଙ୍କୁ ଏହି ମଲ୍‌ରେ କ୍ରୟର ଭିନ୍ନ ଅନୁଭୂତି ପ୍ରଦାନ କରିବା ଲାଗି ଫେବୃୟାରୀ ୮ଠାରୁ ଏହି କାର୍ଯ୍ୟକ୍ରମ ଭାଲେଣ୍ଟାଇନ ଡେ ପର୍ଯ୍ୟନ୍ତ ଚାଲିଥିଲା। 

ପ୍ରମୋଦ ଚନ୍ଦ୍ର ମୋଦି ନୂଆ ସିବିଡିଟି ଅଧ୍ୟକ୍ଷ

ପ୍ରମୋଦ ଚନ୍ଦ୍ର ମୋଦି ନୂଆ ସିବିଡିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୬-୨:  ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ ପ୍ରମୋଦ ଚନ୍ଦ୍ର ମୋଦି ଶୁକ୍ରବାର କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି)ର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଆୟକର କ୍ୟାଡର ୧୯୮୨ ବ୍ୟାଚ୍‌ର ରାଜସ୍ବ ସେବା ଅଧିକାରୀ। ତାଙ୍କୁ ସୁଶୀଲ ଚନ୍ଦ୍ରାଙ୍କ ସ୍ଥାନରେ ନିଯୁକ୍ତ କରାଯାଇଛି। ଲୋକ ସଭା ନିର୍ବାଚନ ପୂର୍ବରୁ ଚନ୍ଦ୍ରାଙ୍କୁ ଗୁରୁବାର ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଇଥିଲା। ପ୍ରମୋଦ ବର୍ତ୍ତମାନ ସିବିଡିଟି ସଦସ୍ୟ ରହିଛନ୍ତି। ଚଳିତ ବର୍ଷ ଜୁନ୍‌ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ। 

ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ

ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ

ନୂଆଦିଲ୍ଲୀ,୧୬-୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର ଏକମାତ୍ର ସେମି ହାଇସ୍ପିଡ ଟ୍ରେନ କୁହାଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ୮ଘଣ୍ଟାରେ ଦିଲ୍ଲୀରୁ ବାରାଣସୀ ପହଞ୍ଚତ୍ବ। ତେବେ ଉଦ୍‌ଘାଟନ ଦିନ ଏହା କାନପୁର ଓ ଆଲ୍ଲାହାବାଦ୍‌ରେ ୪୦ ମିନିଟ ଲେଖାଏ ରହିଥିଲା। 

ଅରୁନ୍ଧତୀରେ ନୂଆ ବ୍ରାଇଡାଲ କଲେକ୍ସନ

ଅରୁନ୍ଧତୀରେ ନୂଆ ବ୍ରାଇଡାଲ କଲେକ୍ସନ

ଭୁବନେଶ୍ୱର,୧୬-୨: ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ନୂଆ ବ୍ରାଇଡାଲ କଲେକ୍ସନ ରିଓ୍ବାଜ ସମ୍ଭାରର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହାକୁ ଦେଶର କୋଣଅନୁକୋଣର ଅନୁଭବୀ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। 

ପ୍ରତ୍ୟର୍ପଣ ମାମଲାରେ ମାଲ୍ୟାଙ୍କ ହାଇକୋର୍ଟରେ ଆବେଦନ

ପ୍ରତ୍ୟର୍ପଣ ମାମଲାରେ ମାଲ୍ୟାଙ୍କ ହାଇକୋର୍ଟରେ ଆବେଦନ

ଲଣ୍ଡନ,୧୬-୨:  ମଦ ବ୍ୟବସାୟୀ ବିଜୟ ମାଲ୍ୟା ବ୍ରିଟେନ ସରକାରଙ୍କ ପ୍ରତ୍ୟର୍ପଣ ନିର୍ଦ୍ଦେଶ ବିରୋଧରେ ଅପିଲ କରିବା ଲାଗି ହାଇକୋର୍ଟଙ୍କ ଅନୁମତି ଲୋଡି ଆବେଦନ କରିଛନ୍ତି। ଏ ସଂକ୍ରାନ୍ତରେ ସେ ଏକ ଆବେଦନ ଦେଇଛନ୍ତି। 

୩୦ ହାଇସ୍ପିଡ ଟ୍ରେନ ନିର୍ମାଣ ଚାଲିଛି: ଗୋୟଲ

୩୦ ହାଇସ୍ପିଡ ଟ୍ରେନ ନିର୍ମାଣ ଚାଲିଛି: ଗୋୟଲ

ନୂଆଦିଲ୍ଲୀ,୧୬-୨:  ଦେଶର ବିଭିନ୍ନ ସେକ୍ଟରରେ ଅଧିକ ହାଇସ୍ପିଡ ଟ୍ରେନ ଚଳାଇବା ଲାଗି ଭାରତୀୟ ରେଳବାଇ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ୩୦ ଟି ଟ୍ରେନ ୧୮ ନିର୍ମାଣ କରାଯାଉଛି ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବାର ପ୍ରକାଶ କରିଛନ୍ତି। 

ମୋଷ୍ଟ ଫେଭର୍ଡ ନେସନ୍ସ ମାନ୍ୟତା ପ୍ରତ୍ୟାହାର;ପାକିସ୍ତାନ ଉପରେ ସାମାନ୍ୟ ପ୍ରଭାବ

ମୋଷ୍ଟ ଫେଭର୍ଡ ନେସନ୍ସ ମାନ୍ୟତା ପ୍ରତ୍ୟାହାର;ପାକିସ୍ତାନ ଉପରେ ସାମାନ୍ୟ ପ୍ରଭାବ

ନୂଆଦିଲ୍ଲୀ,୧୬-୨:  ଦକ୍ଷିଣ କଶ୍ମୀରର ପୁଲଓ୍ବାମାରେ ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ୪୪ ସିଆର୍‌ପିଏଫ୍‌ ଯବାନ ଶହୀଦ ହେବା ପରେ ଭାରତ ଶୁକ୍ରବାର ପାକିସ୍ତାନକୁ ଦେଇଥିବା ମୋଷ୍ଟ ଫେଭର୍ଡ ନେସନ୍ସ (ଏମ୍‌ଏଫଏନ୍‌)ମାନ୍ୟତାକୁ ପ୍ରତ୍ୟାହାର କରିନେଇଛି। ଦୀର୍ଘ ୨୨ ବର୍ଷ ପରେ ଭାରତ ଏଭଳି ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଇଛି। 

ଟିକସଦାତାଙ୍କୁ ସିବିଡିଟିର ତାଗିଦ;ମାର୍ଚ୍ଚ ୩୧ ପୂର୍ବରୁ ଆଧାର-ପାନ୍‌ ସଂଯୋଗ ସାରନ୍ତୁ

ଟିକସଦାତାଙ୍କୁ ସିବିଡିଟିର ତାଗିଦ;ମାର୍ଚ୍ଚ ୩୧ ପୂର୍ବରୁ ଆଧାର-ପାନ୍‌ ସଂଯୋଗ ସାରନ୍ତୁ

ନୂଆଦିଲ୍ଲୀ,୧୬-୨:  ଆୟକର ରିଟର୍ନ ଦାଖଲ କରୁଥିବା ଟିକସଦାତାଙ୍କୁ ପାନ୍‌ ସହ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ ହୋଇଛି। ମାର୍ଚ୍ଚ ୩୧ ସୁଦ୍ଧା ଏହା ସାରିବାକୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ(ସିବିଡିଟି) ପକ୍ଷରୁ ତାଗିଦ କରାଯାଇଛି।