
ମୁମ୍ବାଇ,୬-୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ ସହ କେନ୍ଦ୍ର ସରକାରଙ୍କ ଉପୁଜିଥିବା ବିବାଦକୁ ନେଇ ଗଭର୍ନର ଉର୍ଜିତ ପଟେଲ ଚୁପ୍ ରହିବାକୁ ଶ୍ରେୟସ୍କର ମଣିଛନ୍ତି। ପଞ୍ଚମ ଦ୍ୱିମାସିକ ମୁଦ୍ରା ନୀତି ସମୀକ୍ଷା ପରେ ନିଆଯାଇଥିବା ନିଷ୍ପତ୍ତି ନେଇ ମୁମ୍ବାଇରେ ଆୟୋଜିତ ଏକ ଖବରଦାତା ସମ୍ମିିଳନୀରେ ସେ ସୂଚନା ଦେଇଛନ୍ତି। ତେବେ ବିବାଦକୁ ନେଇ ଆଗତ ସମସ୍ତ ପ୍ରଶ୍ନର କୌଣସି ଉତ୍ତର ଦେଇନାହାନ୍ତି। ମୁଦ୍ରା ନୀତି ସମ୍ପର୍କରେ ଏଠାରେ ଘୋଷଣା କରିବାକୁ ଆସିଥିବାରୁ ଏଭଳି ବିବାଦୀୟ ପ୍ରଶ୍ନର ଉତ୍ତର ସେ ଦେବାକୁ ଚାହାନ୍ତି ନାହିଁ। ଡେପୁଟି ଗଭର୍ନର ବିରଲ ଆଚାର୍ଯ୍ୟଙ୍କ ପକ୍ଷରୁ ସ୍ବାୟତ୍ତତା ନେଇ ଦିଆଯାଇଥିବା ମନ୍ତବ୍ୟ ଉପରେ ମଧ୍ୟ ସେ କିଛି କହି ନ ଥିଲେ।