ବାଣିଜ୍ୟ |

ୟୁପିଆଇ ଆପ୍‌ ଜରିଆରେ ଏଟିଏମ୍‌ରୁ ଉଠାଇ ହେବ ଟଙ୍କା

ୟୁପିଆଇ ଆପ୍‌ ଜରିଆରେ ଏଟିଏମ୍‌ରୁ ଉଠାଇ ହେବ ଟଙ୍କା

ମୁମ୍ବାଇ,୬-୧୨:  ବ୍ୟାଙ୍କରେ ଆକାଉଣ୍ଟ ଥିବା ଗ୍ରାହକ ଖୁବଶୀଘ୍ର ଏଟିଏମ୍‌ ମେଶିନର ପରଦାରେ ଲାଗିଥିବା କ୍ୟୁଆର୍‌ କୋଡ୍‌ ସ୍କାନ କରି ଟଙ୍କା କାଢ଼ିପାରିବେ। ୟୁନାଇଟେଡ ପେମେଣ୍ଟସ ଇଣ୍ଟରଫେସ(ୟୁପିଆଇ) ପ୍ଲାଟଫର୍ମ ଜରିଆରେ ଏଟିଏମ୍‌ରୁ ଟଙ୍କା କାଢ଼ି ହେବ। ଏଭଳି ବ୍ୟବସ୍ଥା ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି। ୟୁପିଆଇ ନଗଦ ସେବା ପାଇଁ ବ୍ୟବହାରକାରୀଙ୍କୁ ନୂଆ ସେବା ଲାଗି ସାଇନ୍‌ ଇନ୍‌ କିମ୍ବା ନୂଆ ଆପ୍‌ ଡାଉନଲୋଡ କରିବାକୁ ପଡିବନି। ତେବେ ଆକାଉଣ୍ଟଧାରୀ ଏହି ମୋବାଇଲ ଆପ୍‌ରେ ସବ୍‌ସ୍କ୍ରିପ୍‌ଶନ କରିଥିବେ, ତାହେଲେ ଯଥେଷ୍ଟ। ୟୁପିଆଇ ପେମେଣ୍ଟ ପାଇଁ ଗ୍ରାହକ ଯେପରି ସ୍କାନ କରନ୍ତି, ଠିକ୍‌ ସେହିପରି ଏଟିଏମ୍‌ର କ୍ୟୁଆର୍‌ କୋଡ ସ୍କାନ କରିବାକୁ ପଡିବ। ତେବେ ସେବା କିମ୍ବା ସାମଗ୍ରୀ କିଣା ପାଇଁ ସେ ଯେପରି ଟଙ୍କା ପୈଠ କରୁଥିଲେ, ଠିକ୍‌ ସେହିପରି ଟଙ୍କା ଏଟିଏମ୍‌ ସ୍ଥାପନ କରିଥିବା ବ୍ୟାଙ୍କ ନିକଟରେ ପହଞ୍ଚତ୍ୟିବ। ଏହା ପରେ ସମ୍ପୃକ୍ତ ବ୍ୟାଙ୍କ ଏଟିଏମ୍‌ରେ ଟଙ୍କା ଦେବାକୁ ଅନୁମତି ଦେବ। ଏଟିଏମ୍‌ ସେବା ଯୋଗାଉଥିବା ଏଜିଏସ୍‌ ଟ୍ରାଞ୍ଜାକ୍ଟ ଟେକ୍ନୋଲୋଜିସ ପକ୍ଷରୁ ଏ ସମ୍ପର୍କରେ ଏକାଧିକ ଥର ଡେମୋ ଦେଖା ସାରିଛି। କମ୍ପାନୀ ସିଏମ୍‌ଡି ରବି ବି.ଗୋଏଲ କହିଛନ୍ତି ଯେ, ଅଧିକାଂଶ ବ୍ୟାଙ୍କ ଏଭଳି ବ୍ୟବସ୍ଥା ନେଇ ଆଗ୍ରହ ପ୍ରକାଶ କରିଛନ୍ତି। 

All Right Reserved By

ବାଣିଜ୍ୟ |

ଶକ୍ତିକାନ୍ତ ଦାସ ଆର୍‌ବିଆଇର ନୂଆ ଗଭର୍ନର

ଶକ୍ତିକାନ୍ତ ଦାସ ଆର୍‌ବିଆଇର ନୂଆ ଗଭର୍ନର

ନୂଆଦିଲ୍ଲୀ,୧୧-୧୨: ସମସ୍ତ କଳ୍ପନାର ଅନ୍ତ ଘଟାଇ କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ନୂଆ ଗଭର୍ନରଙ୍କୁ ନିଯୁକ୍ତ କରିଛନ୍ତି। ଆର୍‌ବିଆଇ ଗଭର୍ନର ଉର୍ଜିତ ପଟେଲ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଶକ୍ତିକାନ୍ତ ଦାସଙ୍କୁ ନୂଆ ଗଭର୍ନର ଭାବେ ନିଯୁକ୍ତ କରାଯାଇଛି। 

ପ୍ରତ୍ୟର୍ପଣ ନିର୍ଦ୍ଦେଶ ଦୁର୍ଭାଗ୍ୟଜନକ: ମାଲ୍ୟା

ପ୍ରତ୍ୟର୍ପଣ ନିର୍ଦ୍ଦେଶ ଦୁର୍ଭାଗ୍ୟଜନକ: ମାଲ୍ୟା

ଲଣ୍ଡନ,୧୧-୧୨:  ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ଲାଗି ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟ ସୋମବାର ରାୟ ପ୍ରକାଶ କରିଛନ୍ତି। ଏହା ଉପରେ ମାଲ୍ୟା ପ୍ରତିକ୍ରିୟା ପ୍ରକାଶ କରି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। 

ଆସ୍ଥାନାକୁ ଲଣ୍ଡନ କୋର୍ଟଙ୍କ କ୍ଲିନଚିଟ୍‌

ଆସ୍ଥାନାକୁ ଲଣ୍ଡନ କୋର୍ଟଙ୍କ କ୍ଲିନଚିଟ୍‌

ଲଣ୍ଡନ,୧୦-୧୨:  ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ମାମଲାରେ ଭାରତର ବିଜୟ ହୋଇଛି। ସିବିଆଇ ଅଧିକାରୀ ରାକେଶ ଆସ୍ଥାନା ଏହି ମାମଲାର ତଦନ୍ତ କରୁଥିଲେ। ତାଙ୍କୁ ଲଣ୍ଡନ କୋର୍ଟ କ୍ଲିନଚିଟ୍‌ ଦେଇଛନ୍ତି। ବିଚାରପତି ଇମା ଅର୍ବୁଥନଟ୍‌ ତାଙ୍କ ରାୟରେ ଆସ୍ଥାନାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ବିଶ୍ୱନାଥନ ହୋଇପାରନ୍ତି ଆରବିଆଇର ଅନ୍ତରୀଣ ଗଭର୍ନର

ବିଶ୍ୱନାଥନ ହୋଇପାରନ୍ତି ଆରବିଆଇର ଅନ୍ତରୀଣ ଗଭର୍ନର

ନୂଆଦିଲ୍ଲୀ,୧୧-୧୨:  ଉର୍ଜିତ ପଟେଲଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ଏନ.ଏସ.ବିଶ୍ୱନାଥନଙ୍କୁ ଅନ୍ତରୀଣ ଗଭର୍ନର ଭାବେ ଅବସ୍ଥାପିତ କରିପାରନ୍ତି। 

ଉର୍ଜିତଙ୍କ ଇସ୍ତଫା ଭାରତୀୟଙ୍କ ପାଇଁ ଚିନ୍ତାର ବିଷୟ: ରାଜନ

ଉର୍ଜିତଙ୍କ ଇସ୍ତଫା ଭାରତୀୟଙ୍କ ପାଇଁ ଚିନ୍ତାର ବିଷୟ: ରାଜନ

ଆର୍‌ବିଆଇ ଗଭର୍ନର ପଦରୁ ଉର୍ଜିତ ପଟେଲଙ୍କ ଇସ୍ତଫା ଖବର ପାଇବା ମାତ୍ରେ ତାଙ୍କର ପୂର୍ବସୂରୀ ପୂର୍ବତନ ଗଭର୍ନର ରଘୁରାମ ରାଜନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦେଶବାସୀଙ୍କ ଲାଗି ଏହା ଚିନ୍ତାର ବିଷୟ ବୋଲି ସେ କହିଛନ୍ତି। 

ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ସରକାରଙ୍କୁ ରାହୁଲଙ୍କ ସମାଲୋଚନା

ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ସରକାରଙ୍କୁ ରାହୁଲଙ୍କ ସମାଲୋଚନା

ଉର୍ଜିତ ପଟେଲଙ୍କ ଇସ୍ତଫା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭାଜପା ନେତୃତ୍ୱାଧୀନ ଏନଡିଏ ସରକାରଙ୍କୁ ସମାଲୋଚନା କରିଛନ୍ତି। ଆର୍‌ବିଆଇର ସ୍ବାୟତ୍ତତା ଉପରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଯୋଗୁ ବାଧ୍ୟ ହୋଇ ଉର୍ଜିତ ଇସ୍ତଫା ଦେଲେ। 

ଉର୍ଜିତଙ୍କୁ ପ୍ରଧାନମନ୍ତ୍ରୀ, ଜେଟ୍‌ଲୀଙ୍କ ପ୍ରଶଂସା

ଉର୍ଜିତଙ୍କୁ ପ୍ରଧାନମନ୍ତ୍ରୀ, ଜେଟ୍‌ଲୀଙ୍କ ପ୍ରଶଂସା

ଆର୍‌ବିଆଇ ଗଭର୍ନର ପଦରୁ ଉର୍ଜିତ ପଟେଲ ସୋମବାର ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ତାଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି ଯେ, ଡକ୍ଟର ଉର୍ଜିତ ପଟେଲ ଜଣେ ଉଚ୍ଚକୋଟିର ଅର୍ଥନୀତିଜ୍ଞ। 

ବିବାଦ ଯୋଗୁ ପଦ ଛାଡ଼ିଲେ ଉର୍ଜିତ

ବିବାଦ ଯୋଗୁ ପଦ ଛାଡ଼ିଲେ ଉର୍ଜିତ

ନୂଆଦିଲ୍ଲୀ,୧୧-୧୨:  ଗତ ୨ ମାସ ଧରି ଚାଲିଥିବା ବିବାଦ ଭିତରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଗଭର୍ନର ଉର୍ଜିତ ପଟେଲ ସୋମବାର ତତ୍କାଳ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି ବୋଲି କହୁଥିଲେ ହେଁ କେନ୍ଦ୍ର ସରକାରଙ୍କ ସହ ଆର୍‌ବିଆଇର ଉପୁଜିଥିବା ବିବାଦର ଚାପ ସେ ଆଉ ସହିପାରି ନ ଥିଲେ।

ଏନ୍‌ପିଏସ୍‌ରେ ୬୦% ଟଙ୍କା ଉଠାଣ ଟିକସମୁକ୍ତ

ଏନ୍‌ପିଏସ୍‌ରେ ୬୦% ଟଙ୍କା ଉଠାଣ ଟିକସମୁକ୍ତ

ନୂଆଦିଲ୍ଲୀ,୧୧-୧୨:  କେନ୍ଦ୍ର ସରକାର ନ୍ୟାଶନାଲ ପେନସନ ସ୍କିମ୍‌ରେ କର୍ମଚାରୀ ୬୦ ପ୍ରତିଶତ ପର୍ଯ୍ୟନ୍ତ ଟଙ୍କା କାଢ଼ିଲେ ଏହା ସମ୍ପୂର୍ଣ୍ଣ ଟିକସମୁକ୍ତ ହେବ ବୋଲି ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏଠାରେ ପ୍ରକାଶ କରିଛନ୍ତି। 

୨୦୦୦ ଟଙ୍କିଆ ନୋଟ୍‌ରେ ସ୍ବାକ୍ଷର କରିବାରେ ପ୍ରଥମ ଗଭର୍ନର ଉର୍ଜିତ

୨୦୦୦ ଟଙ୍କିଆ ନୋଟ୍‌ରେ ସ୍ବାକ୍ଷର କରିବାରେ ପ୍ରଥମ ଗଭର୍ନର ଉର୍ଜିତ

 ବିମୁଦ୍ରୀକରଣ ବେଳେ କେନ୍ଦ୍ରୀୟ ବ୍ୟାଙ୍କ ଜାରି କରିଥିବା ୨୦୦୦ ଟଙ୍କିଆ ନୋଟ୍‌ରେ ପ୍ରଥମ ଗଭର୍ନର ଭାବେ ତାଙ୍କର ସ୍ବାକ୍ଷର ରହିଛି। 

ଇସ୍ତଫା ଦେଲେ ଆର୍‌ବିଆଇ ଗଭର୍ନର ଉର୍ଜିତ ପଟେଲ

ଇସ୍ତଫା ଦେଲେ ଆର୍‌ବିଆଇ ଗଭର୍ନର ଉର୍ଜିତ ପଟେଲ

ମୁମ୍ବାଇ,୧୧-୧୨:  ସ୍ବାୟତ୍ତତାକୁ ନେଇ କେନ୍ଦ୍ର ସରକାରଙ୍କ ସହ ମତଭେଦ ଚାଲିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଉର୍ଜିତ ପଟେଲ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଯୋଗୁ ଇସ୍ତଫା ଦେଲେ ବୋଲି ଉର୍ଜିତ ନିଜ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। 

ପ୍ରମୋଟରଙ୍କ ଅଂଶଧନ ହ୍ରାସ;ଆର୍‌ବିଆଇ ବିରୋଧରେ ହାଇକୋର୍ଟ ଗଲା କୋଟାକ ମହିନ୍ଦ୍ରା

ପ୍ରମୋଟରଙ୍କ ଅଂଶଧନ ହ୍ରାସ;ଆର୍‌ବିଆଇ ବିରୋଧରେ ହାଇକୋର୍ଟ ଗଲା କୋଟାକ ମହିନ୍ଦ୍ରା

ନୂଆଦିଲ୍ଲୀ,୧୧-୧୨:  ପ୍ରମୋଟରଙ୍କ ଅଂଶଧନ ହ୍ରାସ କରିବା ନେଇ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ବିରୋଧରେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ବମ୍ବେ ହାଇକୋର୍ଟରେ ମାମଲା ଦାଏର କରିଛି। ବ୍ୟାଙ୍କ ପକ୍ଷରୁ ସୋମବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ବ୍ୟାଙ୍କର ପ୍ରମୋଟର ତଥା ପ୍ରତିଷ୍ଠାତା ଉଦୟ କୋଟାକ ଅଗଷ୍ଟରେ ତାଙ୍କର ପ୍ରିଫରେନ୍ସିଆଲ ଶେୟାର ଅଂଶକୁ ୩୦ ପ୍ରତିଶତରୁ ୧୯.୭ ପ୍ରତିଶତକୁ ହ୍ରାସ କରିଛନ୍ତି।