ବାଣିଜ୍ୟ |

ଟାଳଟୁଳ ନୀତି ଛାଡ଼ିଲା ଚାଇନା: ଭାରତରୁ ଆମଦାନୀ କରିବ ସାମଗ୍ରୀ

ଟାଳଟୁଳ ନୀତି ଛାଡ଼ିଲା ଚାଇନା:  ଭାରତରୁ ଆମଦାନୀ କରିବ ସାମଗ୍ରୀ

ନୂଆଦିଲ୍ଲୀ,୬।୧୨:  ଭାରତୀୟ ବେଦାନା, ଅଙ୍ଗୁର, ସୋୟାମିଲ୍‌, ଫିଶ୍‌ ଅଏଲ ଏବଂ ଫିଶ୍‌ ମିଲ୍‌ ଆମଦାନୀ କରିବାକୁ ଚାଇନା ରାଜି ହୋଇଛି। ଏହାପୂର୍ବରୁ ପଡୋଶୀ ଦେଶ ଅଣ-ବାସମତି ଚାଉଳ ଓ ଚିନି ଆମଦାନୀ କରିବାକୁ ରାଜି ହୋଇଥିଲା। ଚଳିତ ମାସରେ ଚାଇନାର ଏକ ବିଶେଷଜ୍ଞ ଦଳ ବେଦାନା, ଅଙ୍ଗୁର, ସୋୟା ପ୍ରୋସେସିଂ ୟୁନିଟ୍‌ ପରିଦର୍ଶନ କରିବ। ଗତ ସପ୍ତାହରେ ଚାଇନାର ଭାଇସ ମିନିଷ୍ଟର ହୁ ଓ୍ବେଇଙ୍କ ସହ ଆଲୋଚନା କାଳରେ ଓକ୍ରା, ସପେଟା(ଚିକୁ), କ୍ଷୀର ଏବଂ ବୋଭାଇନ ମାଂସ ଚାଇନାକୁ ରପ୍ତାନି ଲାଗି ଭାରତ ଜୋର୍‌ ଦେଇଥିଲା। ଅନ୍ୟପକ୍ଷରେ କ୍ଷୀର ଓ ଡେୟାରୀ ସାମଗ୍ରୀ, ଆପଲ ଓ ପିଜୁଳି ଆଦି ଚାଇନାରୁ ଆମଦାନୀ ପାଇଁ ସେ ଦେଶ ଜୋର୍‌ ଦେଇଥିଲା। ସୂଚନାଥାଉ କି, ୨୦୧୭-୧୮ରେ ଭାରତର ରପ୍ତାନୀ ୩୩ ବିଲିୟନ ଡଲାର ଥିବା ବେଳେ ଆମଦାନୀ ୭୬.୨ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। 

All Right Reserved By

ବାଣିଜ୍ୟ |

ରିଟର୍ନ ନାହିଁ ନ ଭରିଲେ ମିଳିବନି ଇ-ଓ୍ବେ ବିଲ

ରିଟର୍ନ ନାହିଁ ନ ଭରିଲେ ମିଳିବନି ଇ-ଓ୍ବେ ବିଲ

ନୂଆଦିଲ୍ଲୀ,୨୫-୪: ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ଜିଏସ୍‌ଟି ରିଟର୍ନ ଦାଖଲ କରୁ ନ ଥିବା ବ୍ୟବସାୟୀଙ୍କ ବିରୋଧରେ କେନ୍ଦ୍ର ସରକାର ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। 

ଆର୍‌ବିଆଇର ଅତିରିକ୍ତ ପୁଞ୍ଜି ନେଇ ଜୁନ୍‌ ସୁଦ୍ଧା ଜାଲାନ କମିଟି ରିପୋର୍ଟ

ମୁମ୍ବାଇ,୨୫-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ବଫର ପୁଞ୍ଜିର ଆକାର କେତେ ହେବା ଉଚିତ୍‌ ତାହା ନିର୍ଦ୍ଧାରଣ କରିବା ଲାଗି ପୂର୍ବତନ ଗଭର୍ନର ବିମଳ ଜାଲାନଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଜୁନ୍‌ ସୁଦ୍ଧା ତାଙ୍କ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡିଛି। 

ବମ୍ବେ ହାଇକୋର୍ଟରେ ମାଲ୍ୟାଙ୍କ ଯୁକ୍ତି;ମତେ ଆର୍ଥିକ ମୃତ୍ୟୁଦଣ୍ଡ ଦେଇଛନ୍ତି ସ୍ବତନ୍ତ୍ର ଅଦାଲତ

ବମ୍ବେ ହାଇକୋର୍ଟରେ ମାଲ୍ୟାଙ୍କ ଯୁକ୍ତି;ମତେ ଆର୍ଥିକ ମୃତ୍ୟୁଦଣ୍ଡ ଦେଇଛନ୍ତି ସ୍ବତନ୍ତ୍ର ଅଦାଲତ

ମୁମ୍ବାଇ,୨୫-୪: ସ୍ବତନ୍ତ୍ର ଅଦାଲତ ତାଙ୍କୁ ପଳାତକ ଆର୍ଥିକ ଅପରାଧି ଭାବେ ଘୋଷଣା କରି ତାଙ୍କର ସମସ୍ତ ସମ୍ପତ୍ତିକୁ ବାଜ୍ୟାପ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। 

ଭାରତର ଚାବହାର ବନ୍ଦର ପ୍ରକଳ୍ପ ପ୍ରଭାବିତ ହେବନି: ଆମେରିକା

ଭାରତର ଚାବହାର ବନ୍ଦର ପ୍ରକଳ୍ପ ପ୍ରଭାବିତ ହେବନି: ଆମେରିକା

ଓ୍ବାଶିଂଟନ,୨୫-୪: ଇରାନ ବିରୋଧରେ କଟକଣା ଜାରି ସତ୍ତ୍ୱେ ଭାରତର ଚାବହାର ପ୍ରକଳ୍ପ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଆମେରିକା ସ୍ପଷ୍ଟ କରିଛି। ଏହି ବନ୍ଦରକୁ ଭାରତ ଓ ଇରାନ ଯୁଗ୍ମ ଭାବେ ନିର୍ମାଣ କରୁଛନ୍ତି। 

ଏଲ୍‌ଆଇସି ଜୋନାଲ ପ୍ରବନ୍ଧକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଏଲ୍‌ଆଇସି ଜୋନାଲ ପ୍ରବନ୍ଧକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୫-୪: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ପାଟଣା ଜୋନ୍‌ର ଜୋନାଲ ପ୍ରବନ୍ଧକ ସି.ବିକାଶ ରାଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। 

ଲଞ୍ଚ୍‌ ହେଲା ସୋନିର ଏସଆରଏସ-ଏକ୍ସବି ୧୨ ସ୍ପିକର

ଲଞ୍ଚ୍‌ ହେଲା ସୋନିର ଏସଆରଏସ-ଏକ୍ସବି ୧୨ ସ୍ପିକର

ଭୁବନେଶ୍ୱର: ସୋନି ପକ୍ଷରୁ ଆଜି ନୂତନ ଏସଆରଏସ-ଏକ୍ସବି ୧୨ ସ୍ପିକରର ଶୁଭାରମ୍ଭ କରାଯାଇଛିା 

ଏୟାର ଏସିଆ ପକ୍ଷରୁ ଅଫର୍‌ ବର୍ଷା: ଆନ୍ତର୍ଜାତିକ ଭଡ଼ା ଉପରେ ୭୦% ପର୍ଯ୍ୟନ୍ତ ରିହାତି

ଏୟାର ଏସିଆ ପକ୍ଷରୁ ଅଫର୍‌ ବର୍ଷା: ଆନ୍ତର୍ଜାତିକ ଭଡ଼ା ଉପରେ ୭୦% ପର୍ଯ୍ୟନ୍ତ ରିହାତି

ନୂଆଦିଲ୍ଲୀ,୨୫।୪: ଏୟାରଏସିଆ ପକ୍ଷରୁ ଆନ୍ତର୍ଜାତିକ ଭଡ଼ା ଉପରେ ୭୦% ପର୍ଯ୍ୟନ୍ତ ରିହାତି ଦିଆଯାଉଛି।

ରେଲଓ୍ବେର ପ୍ରଥମ ଅର୍ଡର ପୂରାକଲା ଜେଏସ୍‌ପିଏଲ୍‌

ରେଲଓ୍ବେର ପ୍ରଥମ ଅର୍ଡର ପୂରାକଲା ଜେଏସ୍‌ପିଏଲ୍‌

ନୂଆଦିଲ୍ଲୀ,୨୫।୪: ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗଦାନ ସ୍ବରୂପ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ (ଜେଏସ୍‌ପିଏଲ୍‌) ରେଲଓ୍ବେ ପକ୍ଷରୁ ପ୍ରଦାନ କରାଯାଇଥିବା ଅର୍ଡରକୁ ପୂରଣ କରିବାକୁ ସକ୍ଷମ ହୋଇଛି। 

ଜେଟ୍‌ ଏୟାରଓ୍ବେଜର କର୍ମଚାରୀଙ୍କୁ ଆମେରିକାରୁ ମିଳୁଛି ଅଫର୍‌

ଜେଟ୍‌ ଏୟାରଓ୍ବେଜର କର୍ମଚାରୀଙ୍କୁ ଆମେରିକାରୁ ମିଳୁଛି ଅଫର୍‌

ନୂଆଦିଲ୍ଲୀ,୨୫।୪: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ ଏୟାରଓ୍ବେଜ୍‌ କିଛିଦିନ ତଳେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଫଳରେ ଏଥିରେ କାର୍ଯ୍ୟରତ ଥିବା ଶହ ଶହ କର୍ମଚାରୀ ସେମାନଙ୍କ ରୋଜଗାର ହରାଇଛନ୍ତି।

ବୀମା କ୍ଷେତ୍ରରେ ଭୁବନେଶ୍ୱର ଆଗୁଆ

ବୀମା କ୍ଷେତ୍ରରେ ଭୁବନେଶ୍ୱର ଆଗୁଆ

ଭୁବନେଶ୍ୱର,୨୫-୪: ବୀମା ନେବା କ୍ଷେତ୍ରରେ ଦେଶର ଅନ୍ୟ ସହର ତୁଳନାରେ ଭୁବନେଶ୍ୱର ଶୀର୍ଷ ସ୍ଥାନରେ ରହିଛି। ଭୁବନେଶ୍ୱରରେ ଲୋକଙ୍କର ବୀମା ଗ୍ରହଣ ହାର ଜାତୀୟ ହାରଠାରୁ ଉର୍ଦ୍ଧ୍ୱରେ ରହିଥିବା ଏକ ରିପୋର୍ଟରେ ଉଲ୍ଲେଖ ରହିଛି। 

ଇ-ବାଇକ୍‌ ବଜାର ଉପରେ ସାଓମିର ନଜର

ଇ-ବାଇକ୍‌ ବଜାର ଉପରେ ସାଓମିର ନଜର

ନୂଆଦିଲ୍ଲୀ,୨୫-୪: ବଜେଟ୍‌ ସ୍ମାର୍ଟଫୋନ ଏବଂ ଇଲେକଟ୍ରୋନିକ୍ସ ଉପକରଣ ଦ୍ୱାରା ଦେଶରେ ନିଜର ପରିଚୟ ସୃଷ୍ଟି କରିଥିବା ଚାଇନାର ସାଓମି ନଜର ଏବେ ଘରୋଇ ଇ-ବାଇକ ବଜାର ଉପରେ ରହିଛି।

ଇ-ଯାନକୁ ପ୍ରୋତ୍ସାହିତ କରିବ ଏସ୍‌ବିଆଇ

ଇ-ଯାନକୁ ପ୍ରୋତ୍ସାହିତ କରିବ ଏସ୍‌ବିଆଇ

ଭୁବନେଶ୍ୱର,୨୪-୪: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଦେଶ ମଧ୍ୟରେ ଇ-ଯାନ ଚଳାଚଳକୁ ପ୍ରୋତ୍ସାହିତ କରିବ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri