
ନୂଆଦିଲ୍ଲୀ/ଲଣ୍ଡନ,୫।୧୨: ବ୍ରିଟେନ୍ରେ ଜଣେ ୭ ବର୍ଷର ଶିଶୁ ତାଙ୍କ ମୃତ ପିତାଙ୍କୁ ଜନ୍ମଦିନ ଅଭିନନ୍ଦନ ଜଣାଇବା ପାଇଁ ସ୍ବର୍ଗକୁ ଲେଖିଛନ୍ତି ଚିଠି। ସେ ଏହାକୁ ନେଇ ପୋଷ୍ଟ ବକ୍ସରେ ପକାଇଥିଲେ। ପୋଷ୍ଟ ମାଷ୍ଟର ଚିଠିରେ ସ୍ବର୍ଗର ଠିକଣା ଦେଖି ଏହାକୁ ଖୋଲି ୭ ବର୍ଷ ବାପଛେଉଣ୍ଡ ଶିଶୁର ମନର ବେଦନା ବୁଝିଥିଲେ। ସେ ଶିଶୁର ଠିକଣାରେ ଚିଠି ଲେଖି ଜଣାଇଥିଲେ ଯେ, ସ୍ବର୍ଗକୁ ଚିଠି ପଠାଇବା କଷ୍ଟକର ଥିଲା। ବାଟରେ ଅନେକ ତାରା ତଥା ମହାଜାଗତିକ ପଦାର୍ଥକୁ ଭେଟିବାକୁ ପଡ଼ିଥିଲା। ତେବେ ଶେଷରେ ପୋଷ୍ଟାଲ ବିଭାଗ ଏହାକୁ ସ୍ବର୍ଗରେ ପହଞ୍ଚାଇଥିଲେ। ଶିଶୁର ମାତା ଏହି ଚିଠିଟି ପାଇ ଏହାକୁ ସୋସିଆଲ୍ ମିଡ଼ିଆରେ କରିଛନ୍ତି ଅପଲୋଡ୍ । ଏବେ ଏହା ବେଶ୍ ଭାଇରାଲ ହେବାରେ ଲାଗିଛି।