
ଉଚ୍ଚ ରକ୍ତଚାପ ଏକ ମାରାତ୍ମକ ବେମାରୀ। ଆଜିର ସମାଜରେ ପ୍ରାୟ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ। ଉଚ୍ଚ ରକ୍ତଚାପର ଅନେକ କାରଣ ହୋଇଥାଏ ଯେମିତି କି ଅଧିକ କାମଚାପ, ମାନସିକ ଚିନ୍ତା, ଲୁଣ ଏବଂ ନିଶାଦ୍ରବ୍ୟ ଅଧିକ ମାତ୍ରାରେ ସେବନ, ଓ ମେଦବହୁଳତା।
ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ପାଣିର ପରିମାଣ ବଢ଼ିଥାଏ। ଏହି କାରଣରୁ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଇଥାଏ। ରକ୍ତଚାପ ବଢ଼ିବା ଶରୀର ପାଇଁ ଅଧିକ କ୍ଷତିକାରକ ହେବା ସହ ଅନେକ ସମୟରେ ଉକ୍ତ ରକ୍ତଚାପ ହୃଦ୍ଘାତର ରୂପ ନେଇପାରେ।
ଏ ନେଇ ରକ୍ତଚାପ ରୋଗୀ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ଔଷଧର ସାହାରା ନେଇଥାନ୍ତି। ତେବେ ଏହି ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ସବୁଠୁ ସହଜ ଉପାୟ ହେଉଛି ନିୟମିତ ଆପଣଙ୍କ ଖାଦ୍ୟରେ କଦଳୀ ବ୍ୟବହାର।
କଦଳୀରେ ଅଧିକ ପରିମାଣରେ ପୋଟାସିୟମ ଓ ମିନେରାଲ ଥାଏ, ଯାହା ଶରୀରରେ ଥିବା ତରଳ ପଦାର୍ଥକୁ ବାଲାନ୍ସ କରିଥାଏ। ଏହା ଶରୀରରେ ଥିବା ବିଷାକ୍ତ ଜୈବ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ, ଯାହା ପାଇଁ ରକ୍ତଚାପ ନିୟନ୍ତ୍ରଣ ହୋଇପାରେ।
ହେଲ୍ଥ ଏକ୍ସପଟମାନଙ୍କ କହିବା ଅନୁଯାୟୀ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ରଖିବା ପାଇଁ ଖାଦ୍ୟରେ ପୋଟାସିୟମର ପରିମାଣ ବହୁତ ଜରୁରୀ ହୋଇଥାଏ। ତେବେ କଦଳୀରୁ ଭରପୂର ମାତ୍ରାରେ ପୋଟାସିୟମ ମିଳିଥାଏ।
ଏହା ଅଧିକ ମାତ୍ରାରେ ଲୁଣ ସେବନ ଦ୍ୱାରା ଶରୀରରେ ପଡୁଥିବା ଖରାପ ପ୍ରଭାବକୁୁ ମଧ୍ୟ ଦୂର କରିଥାଏ।
ଲୁଣ ଅଧିକ ଖାଇବା ଦ୍ୱାରା ରକ୍ତରେ ସୋଡିୟମର ମାତ୍ରା ଅଧିକ ପରିମାଣରେ ବଢ଼ିଯାଇଥାଏ। ଏହା କିଡ୍ନୀରୁ ବାହାରୁଥିବା ବିଷାକ୍ତ ପଦାର୍ଥକୁ ବାହାରକୁ କାଢ଼ିପାରିି ନ ଥାଏ, ଯେଉଁଥି ପାଇଁ କି ପ୍ରଚୁର ପୋଟାସିୟମ ମିଳୁଥିବା ଖାଦ୍ୟ ଖାଇବା ଅଧିକ ଆବଶ୍ୟକ।
ଏହାସହିତ କଦଳୀ ହୃଦ୍ଘାତ ସମସ୍ୟାଠାରୁ ମଧ୍ୟ ମୁକ୍ତି ଦେଇଥାଏ।