ଜୀବନଚର୍ଯ୍ୟା |

କେମିତି ପ୍ରସ୍ତୁତ କରିବେ ଏଗ୍‌ଲେସ୍‌ କୋକୋନଟ୍‌ କୁକିଜ୍‌

କେମିତି ପ୍ରସ୍ତୁତ କରିବେ ଏଗ୍‌ଲେସ୍‌ କୋକୋନଟ୍‌ କୁକିଜ୍‌

ଆବଶ୍ୟକ ସାମଗ୍ରୀ: ଏକ କପ୍‌ ମଇଦା, ୧/୨ଟି ସ୍ପୁନ୍‌ ବେକିଂ ପାଉଡର, ୧/୨ କପ୍‌ ଚିନି ଗୁଣ୍ଡ, ୧/୨ କପ୍‌ ବଟର, ୨-୩ ବୁନ୍ଦା ଭାନିଲା ଏସେନ୍ସ, ୩/୪ କପ୍‌ ଦରଶୁଖିଲା ନଡ଼ିଆ ପାଉଡର, ୧ ଟେବଲ୍‌ ସ୍ପୁନ୍‌ କ୍ଷୀର।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଓଭନ୍‌କୁ ୩୫୦ ଡିଗ୍ରୀ ଫାରେନ୍‌ହାଇଟ୍‌ରେ ୧୦-୧୨ ମିନିଟ୍‌ ପର୍ଯ୍ୟନ୍ତ ଗରମ କରିଦିଅନ୍ତୁ। ଏକ ପାତ୍ରରେ ମଇଦା ଏବଂ ବେକିଂ ପାଉଡର ଏକାଠି ଗୋଳାଇ ଦିଅନ୍ତୁ। ଏକ ବଡ଼ ଛଣା ସାହାଯ୍ୟରେ ଏହାକୁ ଚଲାଇ ଦିଅନ୍ତୁ, ଯେପରି କୌଣସି ଖଦଡ଼ା ନ ରହେ। ଅନ୍ୟ ଏକ ପାତ୍ରରେ ବଟର ଏବଂ ଗୁଣ୍ଡ ଚିନିକୁ ଭଲ ଭାବେ ମିଶାଇ ଦିଅନ୍ତୁ। ବଟର ଯଦି ବିନା ଲୁଣ ହୋଇଥାଏ ତେବେ ସାମାନ୍ୟ ଲୁଣ ପକାନ୍ତୁ। ଏହି ମିଶ୍ରଣରେ ଭାନିଲା ଏସେନ୍ସ ଏବଂ ନଡିଆଗୁଣ୍ଡ ପକାଇ ମିଶାନ୍ତୁ। ବର୍ତ୍ତମାନ ମଇଦା ଏବଂ ବେକିଂ ପାଉଡର ମିଶ୍ରଣକୁ ପକାଇ ଗୋଳାନ୍ତୁ। ଶେଷରେ ସେଥିରେ ଆବଶ୍ୟକ ଅନୁଯାୟୀ ଅଳ୍ପ ଅଳ୍ପ କ୍ଷୀର ମିଶାଇ ଚକଟନ୍ତୁ, ଯେପରି ମିଶ୍ରଣକୁ ହାତରେ ଗୋଲ କରିହେବ। ବେକିଂ ଟ୍ରେ ଉପରେ ତେଲ କିମ୍ବା ଆଲୁମିନିୟମ୍‌ ଫଏଲ୍‌ ଲଗାଇ ଗୋଲ କରିଥିବା ମିଶ୍ରଣକୁ ଚାପି ପେଡା ଭଳି କରି ଏହା ଉପରେ ରଖନ୍ତୁ। ପୂର୍ବରୁ ଗରମ କରିଥିବା ଓଭନ୍‌ରେ ଟ୍ରେକୁ ରଖି ସେହି ତାପମାତ୍ରାରେ ୧୮-୨୦ ମିନିଟ୍‌ ରଖନ୍ତୁ। ଏହା ଅଳ୍ପ ଫୁଲିବା ସହ ରଙ୍ଗ ସାମାନ୍ୟ ହଳଦିଆ ଦେଖାଯିବ।  ବର୍ତ୍ତମାନ ଟ୍ରେକୁ ବାହାରକୁ କାଢି ସାଧାରଣ ତାପମାତ୍ରାରେ ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ। କିଛି ସମୟ ପରେ କୁକିଜ୍‌ ପ୍ରସ୍ତୁତ ହୋଇ ମୁଡ୍‌ମୁଡ୍‌ ହୋଇଯିବ। ଏହାକୁ ଏୟାର୍‌ ଟାଇଟ୍‌ ଡବାରେ ରଖି ଯେବେ ଇଛା ଖାଇପାରିବେ।   




All Right Reserved By

ଜୀବନଚର୍ଯ୍ୟା |

କ୍ୟାନସରକୁ  ବି ଦୂରେଇଦିଏ ଏହି ଫଳ

କ୍ୟାନସରକୁ ବି ଦୂରେଇଦିଏ ଏହି ଫଳ

ଅଙ୍ଗୁରରେ ଥିବା ପୋଷକତତ୍ତ୍ୱ କ୍ୟାନସର ଓ ଡାଇବେଟିସ୍‌ ଭଳି ମାରାତ୍ମକ ରୋଗକୁ ଦୂରେଇ ଦେଇଥାଏ। ନିକଟରେ ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଏ ଯେ ଅଙ୍ଗୁର ମଞ୍ଜିର ରସ ପିଇଲେ କ୍ୟାନସର ଭଳି ମାରାତ୍ମକ ବ୍ୟାଧି ବ୍ୟାପି ନ ଥାଏ। 

ତେଲରେ ଛାଣିଲା ପରେ... ପନିର୍‌ର ହୁଏ କ’ଣ..

ତେଲରେ ଛାଣିଲା ପରେ... ପନିର୍‌ର ହୁଏ କ’ଣ..

ଖାଦ୍ୟ ପଦାର୍ଥକୁ ତେଲରେ ଛାଣିଲା ପରେ ଏଥିରେ ଥିବା ପୋଷକତତ୍ତ୍ୱ ପରିମାଣ କମିଯାଇଥାଏ ବୋଲି ଜର୍ନାଲ ଅଫ୍‌ ଫୁଡ୍‌ ଆଣ୍ଡ ସାଇନ୍ସ୍‌ ଟେକ୍ନୋଲୋଜିି ଦ୍ୱାରା ପ୍ରକାଶିତ ତଥ୍ୟରୁ ଜାଣିବାକୁ ମିଳିଛି। 

ଯୁବ ସୁଲଭ ଠାଣି ବଜାୟ ରଖିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

ଯୁବ ସୁଲଭ ଠାଣି ବଜାୟ ରଖିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

କପେ ଚା’ ଦିନଯାକର ମାନସିକ ଚାପରୁ ମୁକ୍ତି ଦେବା ସହିତ ଶରୀରରେ ଆଣିଥାଏ ଫୁର୍ତ୍ତି। ଚା’ର କେତେକ ଔଷଧୀୟ ଗୁଣ ରହିଛି ।

କଫ ହେଉଥିଲେ ସକାଳୁ ଆପଣାନ୍ତୁ ଏହି ସହଜ ଉପାୟ...

କଫ ହେଉଥିଲେ ସକାଳୁ ଆପଣାନ୍ତୁ ଏହି ସହଜ ଉପାୟ...

ଲବଙ୍ଗର ଔଷଧୀୟ ଗୁଣ ଅନେକ। ବର୍ଷାଦିନେ ସକାଳୁ ଲବଙ୍ଗକୁ ଗରମ ପାଣିରେ ଫୁଟାଇ  ପିଇଲେ ଏହା ଶରୀର ଲାଗି ହୋଇଥାଏ ହିତକର । 

ଆଣ୍ଠୁଗଣ୍ଠି ବାତରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଆଣ୍ଠୁଗଣ୍ଠି ବାତରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସାଲାଡ୍‌ ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ। ସାଲାଡ୍‌ରେ ପ୍ରଚୁର ପରିମାଣରେ ଭିଟାମିନ୍‌, ଫୋଲିକ୍‌ ଏସିଡ୍‌, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଲୌହ ଓ ପୋଟାସିୟମ ଭଳି ପୁଷ୍ଟିକର ଉପାଦାନ ରହିଥାଏ।

ଅମୃତ ଭଣ୍ଡାର ଅମୃତ ଗୁଣ...

ଅମୃତ ଭଣ୍ଡାର ଅମୃତ ଗୁଣ...

ଅମୃତଭଣ୍ଡାରେ ଭରି ରହିଛି ଅନେକ ଅମୃତ ଗୁଣ। ଏହାର ବହୁ ଔଷଧୀୟ ଗୁଣ ଥିବାରୁ ଖାଦ୍ୟରେ ଏହାକୁ ନିୟମିତ ଗ୍ରହଣ କଲେ ଅନେକ ରୋଗ ଦୂର ହୁଏ। 

ରକ୍ତହୀନତାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ରକ୍ତହୀନତାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସକାଳୁ ଆଖୁରସ ପିଇଲେ ମିଳେ ଅନେକ ଉପକାର। ଆଖୁରସରେ ଶରୀରକୁ ସୁସ୍ଥ ରଖିବା ଭଳି ଭିଟାମିନ୍‌,କ୍ୟାଲସିୟମ୍‌, ଫସଫରସ୍‌, ଗ୍ଲୁକୋଜ୍‌ ଆଦି ତତ୍ତ୍ୱ ଭରି ରହିଛି।

ସକାଳେ ଖାଆନ୍ତୁ ୪ଟି ଚିନା ବାଦାମ; ମିଳିବ ଅନେକ ଫାଇଦା...

ସକାଳେ ଖାଆନ୍ତୁ ୪ଟି ଚିନା ବାଦାମ; ମିଳିବ ଅନେକ ଫାଇଦା...

ପ୍ରତିଦିନ ସକାଳେ କିଛି ସମୟ ବ୍ୟାୟାମ ପରେ ୪ଟି ଚିନା ବାଦାମ ଖାଇଲେ ମିଳିଥାଏ ଅନେକ ଉପକାର। ନିୟମିତ ଏପରି କଲେ କ୍ୟାନସରରୁ ମୁକ୍ତି ମିଳିପାରିିବ ବୋଲି ଆୟୁର୍ବେଦରେ ଉଲ୍ଲେଖ କରାଯାଇଛି। 

ଥ୍ରେଡିଂ ପରେ...

ଥ୍ରେଡିଂ ପରେ...

ମୁହଁକୁ ସୁନ୍ଦର ଦେଖାଯିବାକୁ  ହେଲେ ମହିଳାମାନେ ଥ୍ରେଡିଂ କରିଥାନ୍ତି । ଥ୍ରେଡିଂ ପରେ ସେମାନେ ଏମିତି କିଛି ଭୁଲ୍‌ କରିଥାନ୍ତି ତାହା ପରବର୍ତ୍ତୀ ସମୟରେ ଚିନ୍ତାର କାରଣ ହୋଇଥାଏ । ତେବେ ଏଭଳି ସମସ୍ୟାରୁ ଦୂରେଇ ରହିବାପାଇଁ ନିମ୍ନୋକ୍ତ ଟିପ୍ସକୁ ଆପଣାଇପାରିବେ.....

ସକାଳେ ଖାଆନ୍ତୁ ଡ୍ରାଏ ଫ୍ରୁଟସ୍‌ ରହିବେ ବହୁ ରୋଗରୁ ଦୂରେଇ...

ସକାଳେ ଖାଆନ୍ତୁ ଡ୍ରାଏ ଫ୍ରୁଟସ୍‌ ରହିବେ ବହୁ ରୋଗରୁ ଦୂରେଇ...

ସକାଳେ ଡ୍ରାଏ ଫ୍ରୁଟସ୍‌  ଖାଇଲେ ମିଳିଥାଏ ଅନେକ ସୁଫଳ। ଏହା ଯୋଗୁ ମେଦବହୁଳତା ହ୍ରାସ ପାଇଥାଏ। ନିୟମିତ ଏପରି କଲେ ୬ମାସରୁ ଏକ ବର୍ଷ ମଧ୍ୟରେ ବିନା ଡାଏଟିଂରେ ତଥା ବ୍ୟାୟାମରେ ଜଣେ ସ୍ଲିମ୍‌ ହୋଇପାରିବେ। 

ସକାଳେ ପିଅନ୍ତୁ ଅଧାକପ୍‌ କିସ୍‌ମିସ୍‌ ପାଣି; ରହିବେ ବହୁ ରୋଗରୁ ଦୂରେଇ...

ସକାଳେ ପିଅନ୍ତୁ ଅଧାକପ୍‌ କିସ୍‌ମିସ୍‌ ପାଣି; ରହିବେ ବହୁ ରୋଗରୁ ଦୂରେଇ...

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ ଖାଲି ପେଟରେ କିସ୍‌ମିସ୍‌ ପାଣି ପିଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ। ଏହା ଲିଭରର କାର୍ଯ୍ୟକୁ ସ୍ବାଭାବିକ କରିବା ସହିତ ଏସିଡିଟି ସମସ୍ୟା ଦୂର କରେ।

ଅନ୍ତର୍ଜାତୀୟ ଅପସ୍ମାର ଦିବସ  ସମ୍ପର୍କରେ ଉପସ୍ଥାପନା...

ଅନ୍ତର୍ଜାତୀୟ ଅପସ୍ମାର ଦିବସ ସମ୍ପର୍କରେ ଉପସ୍ଥାପନା...

ଆଜି (ପ୍ରତିବର୍ଷ ଫେବୃୟାରୀ ଦ୍ୱିତୀୟ ସୋମବାର) ହେଉଛି ଅନ୍ତର୍ଜାତୀୟ ଅପସ୍ମାର ଦିବସ। ସେ ସମ୍ପର୍କରେ ଉପସ୍ଥାପନା...