ଜୀବନଚର୍ଯ୍ୟା |

ମଡର୍ନ ନିଶା

ମଡର୍ନ ନିଶା

ବର୍ତ୍ତମାନ ଅଧିକାଂଶ ମହିଳାଙ୍କୁ ବି ଘାରିଛି ମଡର୍ନ ଦୁନିଆ ସହ ଅପ୍‌ଡେଟ୍‌ ରହିବାର ନିଶା। ଯେଉଁଥିପାଇଁ ସେମାନେ ନିଜ ବେଶପୋଷାକ, ଖାଦ୍ୟରୁଚିଠୁ ଆରମ୍ଭ କରି ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପଛାଉ ନାହାନ୍ତି। ତେବେ ଏହି ପରିବର୍ତ୍ତନ  ନିଶ୍ଚିତ ସ୍ବାଗତଯୋଗ୍ୟ। ଅପରପକ୍ଷେ ଏହା ଯେପରି କୌଣସି ବିପଦର କାରଣ ନ ସାଜେ ସେଥିପ୍ରତି ସଜାଗ ରହିବା ଆବଶ୍ୟକ...

ସୌନ୍ଦର୍ଯ୍ୟକୁ ନେଇ ପ୍ରତିଯୋଗିତା  
ବର୍ତ୍ତମାନ ବ୍ୟୁଟିପାର୍ଲର, ସ୍ପା ଯିବା, ବ୍ୟୁଟି ଟ୍ରିଟ୍‌ମେଣ୍ଟ କରିବାଠାରୁ ଆରମ୍ଭ କରି ବିଭିନ୍ନ କମ୍ପାନୀର ଫେଆର୍‌ନେସ୍‌ କ୍ରିମ୍‌, ବ୍ଲିଚ୍‌ ଆଦି ବ୍ୟବହାର କରି ନିଜକୁ ସୁନ୍ଦର ଏବଂ ଆକର୍ଷଣୀୟ ଲୁକ୍‌ ଦେବାକୁ ନେଇ ଯେପରି ପ୍ରତିଯୋଗିତା ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।  ଏମିତିକି ଗୋରା ହେବା ନିଶାରେ ଅନେକେ ଇନ୍‌ଷ୍ଟାଣ୍ଟ ଫେଆର୍‌ନେସ୍‌ କ୍ରିମ୍‌ ବ୍ୟବହାର କରିବାକୁ ବି ପଛାଉ ନାହାନ୍ତି। ହେଲେ ଜାଣନ୍ତି କି, ଏଥିରେ ଥିବା ମର୍‌କ୍ୟୁରି, ହାଇଡ୍ରୋକୁଇନନ୍‌ ଭଳି ବିଭିନ୍ନ ରାସାୟନିକ ପଦାର୍ଥ ସାଙ୍ଗକୁ ମାତ୍ରାଧିକ ଷ୍ଟିରଏଡ୍‌ ତ୍ବଚାରୁ ମେଲାନିନ୍‌ ମାତ୍ରା ହ୍ରାସ କରିଥାଏ ସତ, ଅପରପକ୍ଷେ ଏଭଳି କ୍ରିମ୍‌ ଅନେକଙ୍କଠାରେ ବ୍ରଣ, ଲାଲ୍‌ ଦାଗ, କଳା ଦାଗ, ଷ୍ଟ୍ରେଚ୍‌ମାର୍କ ଭଳି ସମସ୍ୟା ସୃଷ୍ଟି କରିଥାଏ। ଏହାଛଡା କେଶର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ହେୟାର ଷ୍ଟ୍ରେଟ୍‌ନିଂ, କଲରିଂ କରିବାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଶାମ୍ପୁ, କଣ୍ଡିଶନର, ସେରମ୍‌, ଜେଲ୍‌, ୱାକ୍ସ ଆଦି ଅନେକଙ୍କଠାରେ କେଶ ପାଚିବା, କେଶ ଝଡିବା ଏବଂ ଚନ୍ଦାପଣ ଭଳି ସମସ୍ୟା ସୃଷ୍ଟି କରୁଛି। ଏମିତିକି ଏଥିରେ ଥିବା ହାନିକାରକ ରାସାୟନିକ ଉପାଦାନ ଚକ୍ଷୁ, ଚର୍ମ ଓ ଫୁସ୍‌ଫୁସ୍‌କୁ ମଧ୍ୟ ପ୍ରଭାବିତ କରୁଛି। କିଛିଦିନ ଚିକ୍କଣ ଏବଂ ସୁନ୍ଦର ଦେଖାଯିବା ଲାଗି ବ୍ୟବହାର କରୁଥିବା ହେୟାର ରିମୁଭାଲ କ୍ରିମ୍‌ ଚର୍ମ ଉପରେ ଦୀର୍ଘସ୍ଥାୟୀ ନକାରାତ୍ମକ ପ୍ରଭାବ ପକାଇଥାଏ। ତେବେ କସ୍‌ମେଟିକ୍‌ ପ୍ରଡକ୍ଟ ମଧ୍ୟରେ ଲିପ୍‌କଲର ବା ଲିପ୍‌ଷ୍ଟିକ୍‌ ମହିଳାମାନଙ୍କର ସବୁଠୁ ପସନ୍ଦ। ହେଲେ ଏଥିରେ ମିଶୁଥିବା କେମିକାଲ୍‌ ଯଥା ସିସା ଓଠର ନମନୀୟତା ହ୍ରାସ କରିବା ସହ ପାଟିବାଟେ ଯାଇ ମସ୍ତିଷ୍କକୁ ପ୍ରଭାବିତ କରି ସ୍ମରଣଶକ୍ତି ହ୍ରାସ କରିଥାଏ। ସେହିପରି ଡିଓ ବା ପର୍‌ଫ୍ୟୁମ୍‌ ଅଧିକ ବ୍ୟବହାର କରିବା ଦ୍ୱାରା ଏଥିରେ ମିଶୁଥିବା ଆଲୁମିନିୟମ୍‌, ପ୍ରୋପିଲିନ୍‌ ଗ୍ଲାଇକଲ, ଥାଲେଟ୍‌ସ ଓ ଟ୍ରାଇକ୍ଲୋସାନ୍‌ ଭଳି ମାରାତ୍ମକ କେମିକାଲ ଚର୍ମ ସହିତ କିଡ୍‌ନୀ ଓ ହୃତ୍‌ପିଣ୍ଡ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।  
ବଢୁଛି ଫ୍ୟାଶନ ମାନିଆ
ଫ୍ୟାଶନ ଦୁନିଆ ସହ ଅପ୍‌ଡେଟ୍‌ ରହିବା ନିଶାରେ ଏବେ ମହିଳାମାନେ ମଧ୍ୟ ଆଉ କେବଳ ସେହି ପାରମ୍ପରିକ ବେଶପୋଷାକ ଭିତରେ ନିଜକୁ ସୀମିତ ନ ରଖି ଭଳିକି ଭଳି ମଡର୍ନ ଆଉଟ୍‌ଫିଟ୍‌ ସାଙ୍ଗକୁ ପରଫେକ୍ଟ ମ୍ୟାଚ୍‌ କରୁଥିବା ଆସେସରିଜ୍‌ ବ୍ୟବହାର କରୁଛନ୍ତି। ହେଲେ ଅପରପକ୍ଷେ ଏହା କେବେ କେବେ ସେମାନଙ୍କ ଲାଗି ବିପଦର କାରଣ ସାଜୁଛି।  ସ୍ଲିମ୍‌ଫିଟ୍‌ ଲାଗିବା ପାଇଁ ସବୁବେଳେ ଅଧିକ ଟାଇଟ୍‌ ପୋଷାକ ପିନ୍ଧିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେବା ସହ ଟାଇଟ୍‌ ଜିନ୍ସ, ଲେଗିଙ୍ଗ୍‌ସ ପିନ୍ଧିବା ଯୋଗୁ ଅଣ୍ଟାଠାରୁ ପାଦ ପର୍ଯ୍ୟନ୍ତ ସ୍ଥାନରେ ମାଂସପେଶୀ ସଙ୍କୁଚିତ ହୋଇ ସ୍ନାୟୁ ଦୁର୍ବଳ ହେଉଛି। ଫଳରେ ଗୋଡ଼ର କାର୍ଯ୍ୟକ୍ଷମତା ହ୍ରାସ ପାଇ ଅନେକଙ୍କଠାରେ ଆଣ୍ଠୁ, ଅଣ୍ଟା, ପାଦ ଏବଂ ପିଠିରେ ଯନ୍ତ୍ରଣା ଅନୁଭବ ହେଉଛି। ଲୋ ୱେଷ୍ଟ ଟାଇଟ୍‌ ଜିନ୍ସ ଯୋଗୁ ପେଟର ତଳଭାଗରେ ଅଧିକ ଚାପ ପଡି ହଜମ କ୍ରିୟା ବାଧାପ୍ରାପ୍ତ ହେଉଛି। କେବେ କେବେ ଏହି ଟାଇଟ୍‌ ପୋଷାକ ଯୋଗୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇ ସ୍ଥାନେ ସ୍ଥାନେ ରକ୍ତ ଜମାଟ ବାନ୍ଧିବା ବା ଡିପ୍‌ ଭେନ୍‌ ଥ୍ରୋମ୍ବୋସିସ୍‌ ଭଳି ଅତ୍ୟନ୍ତ ଯନ୍ତ୍ରଣାଦାୟକ ସମସ୍ୟାର କାରଣ ସାଜୁଛି। ସେହିପରି ବର୍ତ୍ତମାନ ଅଧିକାଂଶ ମହିଳା ବିଭିନ୍ନ ସିନ୍ଥେଟିକ୍‌ ପୋଷାକ ପ୍ରତି ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ହେଲେ ସବୁବେଳେ ଏହାକୁ ପିନ୍ଧିବା ଦ୍ୱାରା  ଝାଳ ଲାଗି କୁଣ୍ଡାଇହୋଇ ଫଳିଯିବା ବା ଫଲିକ୍ୟୁଲିଟିସ୍‌, ଅନ୍ୟ ଫଙ୍ଗାଲ ଇନ୍‌ଫେକ୍ସନ୍‌ ସହ ଏଭଳି କପଡାରେ ପ୍ରସ୍ତୁତ ଟାଇଟ୍‌ ପୋଷାକ କ୍ୟାଣ୍ଡିଡା ଇଷ୍ଟ ଇନ୍‌ଫେକ୍ସନ ଏବଂ ୟୁରିନାରି ଟ୍ରାକ୍‌ ଇନ୍‌ଫେକଶନ୍‌ ଭଳି ବିଭିନ୍ନ ସମସ୍ୟା ବି ସୃଷ୍ଟି କରୁଛି ା ପୋଷାକ ବ୍ୟତୀତ ଫ୍ୟାଶନେବଲ୍‌ ଲୁକ୍‌ ପାଇବା ଆଳରେ ବ୍ୟବହାର କରୁଥିବା ଟାଇଟ୍‌ କିମ୍ବା ହାଇହିଲ୍‌ ଜୋତା ମଧ୍ୟ ଅଧିକାଂଶ ମହିଳାଙ୍କ ଠାରେ ଆଣ୍ଠୁଗଣ୍ଠି ବ୍ୟଥା ବା ଆର୍ଥ୍ରାଇଟିସ୍‌ ଭଳି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ଅନ୍ୟତମ କାରଣ ସାଜୁଛି।
ଖାଦ୍ୟାଭ୍ୟାସରେ ପରିବର୍ତ୍ତନ
ପିଲାଙ୍କ ବରାଦରେ ହେଉ ଅବା ପାରମ୍ପରିକ ଖାଦ୍ୟ ବଦଳରେ ନୂଆ ଖାଦ୍ୟ ପଦାର୍ଥକୁ ନେଇ ଏକ୍ସପେରିମେଣ୍ଟ କରିବା ଉଦ୍ଦେଶ୍ୟରେ ବର୍ତ୍ତମାନ ଅନେକ ମହିଳା ତେଲ ମସଲାଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ପ୍ରତି ଅଧିକ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ହେଲେ ଏଥିରେ ହିତକର ଫାଇଟୋକ୍ସିଟିକାଲ୍‌ ଡାଏଟିକ୍‌ ଫାଇବର୍‌ ଓ ଆଣ୍ଟିଅକ୍ସିଡାଣ୍ଟର ପରିମାଣ ନଗଣ୍ୟ ଥିବା ବେଳେ ଏଥିରେ ପ୍ରଚୁର ପରିମାଣରେ ଥିବା ତେଲ, ମସଲା, ଲହୁଣି, ଘିଅ, ମିଠା, ଲୁଣ, ରଙ୍ଗ, ମହକ(ଏସେନ୍ସ/ଫ୍ଲେଭର୍‌) ଆଦି ମେଦ ବହୁଳତା, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ଡାଇବେଟିସ୍‌, କ୍ୟାନ୍‌ସର, ଆଣ୍ଠୁଗଣ୍ଠି ବାତ ବା ଆର୍ଥ୍ରାଇଟିସ୍‌ ଇତ୍ୟାଦି ରୋଗର କାରଣ ସାଜୁଛି, ଯାହା ମହିଳାଙ୍କ ସହ ପରିବାରର ଅନ୍ୟ ସଦସ୍ୟଙ୍କ ଲାଗି ମଧ୍ୟ ବିପଦ ଡାକିଆଣୁଛି। 
ଅନ୍‌ଲାଇନ୍‌ ଅପ୍‌ଡେଟ୍‌ କ୍ରେଜ୍‌
ବର୍ତ୍ତମାନ ନିଜକୁ ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌ ଭଳି ସୋସିଆଲ ମିଡିଆରେ ଆକ୍ଟିଭ୍‌ ରଖିବା ମଡର୍ନ ଦୁନିଆରେ ଅପ୍‌ଡେଟ୍‌ ରହିବାର ଏକ ଅଭିନ୍ନ ଅଂଶ ବୋଲି ଅନେକେ ଭାବିନେଲେଣି।  ଯେଉଁଥିପାଇଁ ଅଧିକାଂଶ ମହିଳାଙ୍କ ଠାରେ ବି ଏହି କ୍ରେଜ୍‌ ଯେ କେତେ ଅଧିକ ତା’ କହିବା ବାହୁଲ୍ୟ। ଯେଉଁଥିପାଇଁ ସେମାନେ କାର୍ଯ୍ୟରୁ ଅବସର ମିଳିବା ମାତ୍ରେ ଘଣ୍ଟା ଘଣ୍ଟା ଧରି ମୋବାଇଲ୍‌ କିମ୍ବା କମ୍ପ୍ୟୁଟର ବ୍ୟବହାର କରିବାକୁ ପଛାଉ ନାହାନ୍ତି। ଯାହାଦ୍ୱାରା ଶାରୀରିକ ପରିଶ୍ରମ ହ୍ରାସ ପାଉଛି ଏବଂ ଅଳସୁଆ ଲାଗିବା, କାର୍ଯ୍ୟ କୁଶଳତା ହ୍ରାସ, ଗ୍ୟାସ୍‌, ବଦହଜମୀ, ହୃଦ୍‌ ସମସ୍ୟା, ଆଖିତଳ କଳା ପଡ଼ିବା, ତ୍ବଚାରେ କୁଞ୍ଚନ, ମଧୁମେହ, ମେଦ ବହୁଳତା, ସ୍ମରଣଶକ୍ତି, ଦୃଷ୍ଟିଶକ୍ତି, ଶ୍ରବଣଶକ୍ତି ହ୍ରାସ ହେବା ଭଳି ବିଭିନ୍ନ ସମସ୍ୟା ସହିତ କେତେକ ଅସାଧ୍ୟ ରୋଗ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ତା’ଛଡ଼ା କେତେକଙ୍କ ଠାରେ ଇଣ୍ଟରନେଟ୍‌ ଆଡିକ୍ସନ ସିଣ୍ଡ୍ରୋମ ମଧ୍ୟ ଦେଖାଦେଉଛି। ଏହାବ୍ୟତୀତ ଅପ୍‌ଡେଟ୍‌ ରହିବା ଲାଗି ସବୁବେଳେ ନିଜର ଦୈନନ୍ଦିନ କାର୍ଯ୍ୟ ତଥା ଫଟୋ ଅପ୍‌ଲୋଡ୍‌ କରିବା ନିଶାରେ ଅନେକେ ସେମାନଙ୍କ ପର୍ସନାଲ କଥା ସାର୍ବଜନୀନ ହେଉଥିବାକୁ ଭୁଲିଯାଉଛନ୍ତି। ଏହାଦ୍ୱାରା ପରବର୍ତ୍ତୀ ସମୟରେ ଅନେକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ଏତିକି ନୁହେଁ, ଏହା ଦ୍ୱାରା କେବେ କେବେ ପିଲାମାନେ ଅବହେଳିତ ହେଉଥିବା ବେଳେ ଆଉ କେବେ କିଚେନ୍‌ରେ ରୋଷେଇ କରିବା ସମୟରେ ଫୋନ୍‌ରେ ଗପିବା ଦ୍ୱାରା ଅଗ୍ନିକାଣ୍ଡ ଘଟିବା ଭଳି ଘଟଣାର ବି ନଜିର ରହିଛି।
କ’ଣ କରନ୍ତି ଏମାନେ...

ପ୍ରଭାବତୀ ଦେବୀ(କର୍ମଜୀବୀ, ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ୍‌, କଟକ)- ମୋ ମତରେ ମଡର୍ନ ଦୁନିଆ ସହ ତାଳ ଦେଇ ନିଜକୁ ଅପ୍‌ଡେଟ୍‌ ରଖିବା ପ୍ରତ୍ୟେକଙ୍କ ଲାଗି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ଏହାର ଅର୍ଥ ନୁହେଁ ଯେ, ମଡର୍ନ ହେବା ନିଶାରେ ଏଭଳି କୌଣସି ଉପାୟ  ଆପଣାଇବା, ଯାହାକି ପରବର୍ତ୍ତୀ ସମୟରେ ନିଜ କିମ୍ବା ଅନ୍ୟ କାହା ଉପରେ ନକରାତ୍ମକ ପ୍ରଭାବ ପକାଉଥିବ। ତେଣୁ ସମୟର ଡିମାଣ୍ଡ ଅନୁଯାୟୀ କିଛିବି ନୂଆ ଜୀବନଶୈଳୀ ଗ୍ରହଣ କରିବା ସମୟରେ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଆଦୌ ଭୁଲି ନ ଥାଏ। 

ଅର୍ଚ୍ଚନା ପ୍ରଧାନ(କର୍ମଜୀବୀ, ଯାଜପୁର)- ଏମିତିରେ ମୁଁ ଫ୍ୟାଶନ୍‌ ପ୍ରିୟ। ତେଣୁ ମାର୍କେଟ୍‌କୁ ଆସୁଥିବା ଲାଟେଷ୍ଟ ଟ୍ରେଣ୍ଡ ଫଲୋ କରିବାକୁ ଭଲ ପାଏ। ହେଲେ ପୋଷାକ, ଆସେସରିଜ୍‌ ହେଉ କିମ୍ବା କୌଣସି ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିବା ବେଳେ  ଉଭୟ ସ୍ବାସ୍ଥ୍ୟ ଏବଂ ସୁରକ୍ଷାକୁ ଧ୍ୟାନ ଦେଇଥାଏ। ସେହିପରି ନୂଆ ନୂଆ ଆଇଟମ୍‌ ପ୍ରସ୍ତୁତ କରି ଖାଇବା ଏବଂ ପରିବାର ସଦସ୍ୟଙ୍କୁ ଖୁଆଇବା ମୋର ସଉକ ହୋଇଥିବାରୁ କେଉଁ ଖାଦ୍ୟ ସ୍ବାସ୍ଥୋପକାରୀ ପ୍ରଥମେ ଗୁରୁତ୍ୱ ଦେଇଥାଏ।
All Right Reserved By

ଜୀବନଚର୍ଯ୍ୟା |

ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ

ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ

ଯଦି ଆପଣ ପର୍ଯ୍ୟାପ୍ତ ପରିମାଣରେ ଶୋଇବେ ତେବେ ଫ୍ରେଶ ଲାଗିିବେ । ଏମିତି କିଛି ଟିପ୍ସ ରହିଛି ଯାହା ଆପଣଙ୍କୁ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରିବ...

ଶୀତଦିନେ ଫ୍ୟାଶନ

ଶୀତଦିନେ ଫ୍ୟାଶନ

ଶୀତଦିନ ଆସିଗଲାଣି । ଶୀତଦିନେ ସମସ୍ତେ ସ୍ମାର୍ଟ  ଏବଂ ଆକର୍ଷକ ଦେଖାଯିବାକୁ ଚାହାନ୍ତି । ଏଥିପାଇଁ  ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି..

ସକାଳେ ପିଅନ୍ତୁ ଗ୍ରୀନ୍‌ ଟି’; ମେଦବହୁଳତାରୁ  ରହିବେ ଦୂରେଇ

ସକାଳେ ପିଅନ୍ତୁ ଗ୍ରୀନ୍‌ ଟି’; ମେଦବହୁଳତାରୁ ରହିବେ ଦୂରେଇ

ସକାଳ ଚା’ ଦେହରେ ଫୁର୍ତ୍ତି ଆଣିଥାଏ। ଫଳରେ ମର୍ଣ୍ଣିଂୱାକ୍‌ କରିବାକୁ ଭଲ ଲାଗିଥାଏ। ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। 

ମାଂସପେଶୀ ବଢ଼ାଇବ  ଷ୍ଟେମ୍‌ ସେଲ୍‌

ମାଂସପେଶୀ ବଢ଼ାଇବ ଷ୍ଟେମ୍‌ ସେଲ୍‌

ଆଜିକାଲି ବିଭିନ୍ନ କ୍ଷେତ୍ରରେ ଷ୍ଟେମ୍‌ ସେଲ୍‌ର ବ୍ୟବହାର କରାଯାଉଛି। ଫଳତଃ କେତେକ ଚିକିତ୍ସା ପ୍ରଣାଳୀ ଆହୁରି ସହଜ ହୋଇପାରିଛି। ଏହି ତାଲିକାରେ ନିକଟରେ ଆଉ ଏକ ଜିନିଷ ଯୋଡା ଯାଇଛି। 

କଫ ସମସ୍ୟାର ଘରୋଇ ଉପଚାର

କଫ ସମସ୍ୟାର ଘରୋଇ ଉପଚାର

ଅଧା କପ ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ଭଲ ଭାବରେ ମିଶାଇ ଦିଅନ୍ତୁ। ତା’ପରେ ଏଥିରେ ଏକ ଚାମଚ ଗୋଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାନ୍ତୁ। ଏହି ମିଶ୍ରଣକୁ ୨-୩ ମିନିଟ୍‌ ପର୍ଯ୍ୟନ୍ତ ଉଷୁମ କରି ପିଅନ୍ତୁ। ନିୟମିତ କିଛିଦିନ ଏହାକୁ ପିଇଲେ କଫ ସମସ୍ୟା ଦୂର ହୋଇଥାଏ।

ପାଚନକ୍ରିୟାକୁ ସକ୍ରିୟ  କରାଇବାର ସହଜ ଉପାୟ

ପାଚନକ୍ରିୟାକୁ ସକ୍ରିୟ କରାଇବାର ସହଜ ଉପାୟ

ଯଦି ଆମର ପାଚନ କ୍ରିୟା ଠିକ୍‌ ରହିଲା ତେବେ ଆମେ କେତେକ ରୋଗଠାରୁ ନିଜକୁ ଦୂରେଇ ରଖିଥାଉ। ଏହା ଅସନ୍ତୁଳିତ ରହିଲେ ପେଟଜନିତ ସମସ୍ୟା ଦେଖାଦେଇଥାଏ। ତେବେ ପାଚନ କ୍ରିୟାକୁ ଆହୁରି ଦୃଢ଼ କରିବାର ଏକ ସହଜ ଉପାୟ ରହିଛି। 

ଆକ୍ୟୁପେସନାଲ ଥେରାପି

ଆକ୍ୟୁପେସନାଲ ଥେରାପି

ବର୍ତ୍ତମାନର ଆଧୁନିକ ଚିକିସତ୍ା ବିଜ୍ଞାନର ଅବିଭକ୍ତ ତଥା ଅତ୍ୟାବଶ୍ୟକ ପଦ୍ଧତି ହେଉଛି ଅକ୍ୟୁପେସନାଲ୍‌ ଥେରାପି । ସ୍ବଧ୍ୟାୟ, ଆବଶ୍ୟକ କାର୍ଯ୍ୟ ତଥା କ୍ରୀଡ଼ା ସାହାଯ୍ୟରେ ଶାରୀରିକ ତଥା ମାନସିକ ସ୍ତରରେ ପ୍ରୋସତ୍ାହନ ତଥା ଉନ୍ନତି, ଅସାମର୍ଥ୍ୟତା ଦୂରୀକରଣ, ସ୍ବୟଂ ଚଳପ୍ରଚଳତାର କ୍ଷମତା ହାସଲ, ଅକ୍ୟୁପେସନାଲ୍‌ ଥେରାପିର ମୁଖ୍ୟ ଲକ୍ଷ୍ୟ ।

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ପରିବର୍ତ୍ତିତ ଜୀବନଶୈଳୀରେ ଅନେକଙ୍କୁ ମେଦବହୁଳତା ହୋଇଥାଏ। ତେବେ ଏହାର ସଫଳ ଚିକିତ୍ସା ଆମ ଘରବାଡ଼ିରେ ଥିବା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ।

ଘରେ ଦରଜା ଏବଂ କବାଟ ଲଗାଉଥିଲେ...

ଘରେ ଦରଜା ଏବଂ କବାଟ ଲଗାଉଥିଲେ...

ଘରେ ଦରଜା ଏବଂ କବାଟ ଲଗାଇବା ବେଳେ ଏହାର ବାସ୍ତୁ ଦିଗ ପ୍ରତି ମଧ୍ୟ ବିଶେଷ ଧ୍ୟାନଦେବା ଜରୁରୀ।

ଆଜିକାଲି ଯୁବପିଢ଼ି  ଫ୍ୟାଶନ: ଟ୍ରେଞ୍ଚ କୋଟ୍‌

ଆଜିକାଲି ଯୁବପିଢ଼ି ଫ୍ୟାଶନ: ଟ୍ରେଞ୍ଚ କୋଟ୍‌

ଆଜିକାଲି ଯୁବପିଢ଼ି  ଫ୍ୟାଶନ ଏକ୍ସପେରିମେଣ୍ଟକୁ ନେଇ ପୂରା ଆକ୍ଟିଭ ରହୁଥିବାର ଦେଖିବାକୁ ମିଳୁଛି। ମାର୍କେଟ୍‌କୁ ଯାହା ବି ଲାଟେଷ୍ଟ ମଡେଲ ଆସିଲା, ତାକୁ ନିଜ ଓ୍ବାର୍ଡରୋବ୍‌ରେ ସାମିଲ କରିବାକୁ ସେମାନେ ତତ୍ପରତା ଦେଖାଇଥାନ୍ତି। ବର୍ତ୍ତମାନ ଶୀତଦିନ ପାଇଁ ଟ୍ରେଞ୍ଚ କୋଟ୍‌ର ଫ୍ୟାଶନ ଖୁବ୍‌ ଚାଲିଛି। ଏହାକୁ ଟ୍ରାଏ କଲେ ସ୍ମାର୍ଟ ଲୁକ୍‌ ମିଳିବା ସହ ଶୀତରୁ ବି ରକ୍ଷା ପାଇହୁଏ। ତେବେ ଏହି ଟ୍ରେଞ୍ଚ କୋଟ୍‌ କ’ଣ ଓ ଏହାକୁ କେମିତି ବ୍ୟବହାର କଲେ ଲୁକ୍‌ ଅଧିକ ଆକର୍ଷଣୀୟ ଲାଗିବ ଜାଣନ୍ତୁ ସେ ସମ୍ପର୍କରେ...

ଅଜବ ବାଥ୍‌ଟବ୍‌

ଅଜବ ବାଥ୍‌ଟବ୍‌

ଆଜିକାଲିର ମଡର୍ନ ବାଥ୍‌ରୁମ୍‌ରେ ବାଥ୍‌ଟବ୍‌ର ସ୍ଥାନ ସ୍ବତନ୍ତ୍ର। ତା’ମଧ୍ୟରେ ସ୍ନାନ କଲେ ଦିନତମାମ ତାଜା ଲାଗେ। ଆଉ କାମ କରି ଥକି ଆସିଥିବା ବ୍ୟକ୍ତି ଏହାମଧ୍ୟରେ ପାଏ ବେଶ୍‌ ଆରାମ। ତେବେ ସାଧାରଣ ବାଥ୍‌ଟବ୍‌ଠୁ କିଛି ଭିନ୍ନ ଓ ଅଜବ ବାଥ୍‌ଟବ୍‌ ବି ରହିଛି, ଯାହାକୁ ନିଜ ବାଥ୍‌ରୁମ୍‌ରେ ରଖିପାରିଲେ ଆରାମ ପାଇବା ସହ ଆପଣଙ୍କ ବାଥ୍‌ରୁମ୍‌ ହୋଇଯିବ କିଛି ଖାସ୍‌...

ମେଦବହୁଳତାରୁ ଦୂରେଇ ରଖେ, ସକାଳେ ଅଧଗ୍ଲାସେ ଥଣ୍ଡା କ୍ଷୀର...

ମେଦବହୁଳତାରୁ ଦୂରେଇ ରଖେ, ସକାଳେ ଅଧଗ୍ଲାସେ ଥଣ୍ଡା କ୍ଷୀର...

ଥଣ୍ଡା କ୍ଷୀର ପିଇଲେ ଅନେକ ସୁଫଳ ମିଳିଥାଏ। ଏହା ଦ୍ୱାରା ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦୂର ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି।