Dharitri News
ଜୀବନଚର୍ଯ୍ୟା |

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଉଷୁମ କ୍ଷୀର

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଉଷୁମ କ୍ଷୀର କ୍ଷୀର ପିଇବା ସ୍ବାସ୍ଥ୍ୟ ପାଇଁ ଉପକାରୀ। କ୍ଷୀରରେ ଅନେକ ତତ୍ତ୍ୱ ରହିଛି ଯାହା ଶରୀର ପାଇଁ ଅତି ଜରୁରୀ । ଏହା ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଉଷୁମ କ୍ଷୀରରେ ଅନେକ ଉପକାରୀ ତତ୍ତ୍ୱ ରହିଛି। ଜାଣନ୍ତୁ ସେ ସମ୍ପର୍କରେ.. -ପ୍ରତିିଦିନ କ୍ଷୀର ପିଇବା ଦ୍ୱାରା ଆମର ଦାନ୍ତ ଏବଂ ହାଡ ମଜଭୁତ ହୋଇଥାଏ। ପ୍ରତିଦିନ ସକାଳୁ ଏକ ଗ୍ଲାସ ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ ଦିନସାରା ଶକ୍ତି ମିଳିଥାଏ। ଏହା ସହିତ ମାଂସପେଶୀକୁ ଆହୁରି ଦୃଢ଼ କରିବାରେ ସହାୟକ ହୋଇଥାଏ। -କ୍ଷୀର ଖାଦ୍ୟକୁ ହଜମ କରାଇବାରେ ସହାୟକ ହୋଇଥାଏ। ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି ଉଷୁମ କ୍ଷୀର ସେମାନଙ୍କ ପାଇଁ ଔଷଧ ରୂପେ କାମ କରିଥାଏ। -ଯଦି ଆପଣ କାମ କରିବା ସମୟରେ ଅଧିକ ଥକିଯାନ୍ତି ତେବେ ଉଷୁମ କ୍ଷୀର ପିଇଲେ ତାହା ଆପଣଙ୍କୁ ଆରାମ ଦେଇଥାଏ। -ଯଦି ଆପଣଙ୍କ ଗଳା ଦରଜ ଲାଗୁଛି ତେବେ ଉଷୁମ କ୍ଷୀରରେ ଗୋଲମରିଚ ଗୁଣ୍ଡ ମିଶାଇ ପିଇପାରିବେ। ଏହାଦ୍ୱାରା ଏଥିରୁ ଆପଣଙ୍କୁ ଉପଶମ ମିଳିପାରିବ। -ଯଦି ଆପଣଙ୍କୁ କୌଣସି କଥାକୁ ନେଇ ଚିନ୍ତାଗ୍ରସ୍ତ ରହୁଥାନ୍ତି ତେବେ ଉଷୁମ କ୍ଷୀର ପିଅନ୍ତୁ। ଦେଖିବେ ଆପଣଙ୍କ ମନ ହାଲୁକା ଲାଗିବ। -ରାତିରେ ଶୋଇବା ପୂର୍ବରୁ ନଖ ଉଷୁମ କ୍ଷୀର ପିଇବା ଦ୍ୱାରା ଆପଣଙ୍କୁ ଭଲ ନିଦ ହୋଇଥାଏ।

ଜୀବନଚର୍ଯ୍ୟା |

ଅତ୍ୟଧିକ ଶର୍କରା ନିୟନ୍ତ୍ରଣ ବିପଦ ଜନକ

ଅତ୍ୟଧିକ ଶର୍କରା ନିୟନ୍ତ୍ରଣ ବିପଦ ଜନକ

ଓ୍ବାଶିଂଟନ: ମଧୁମେହ ରୋଗରେ ଖାଦ୍ୟରେ ଶର୍କରା ଉପରେ ନିୟନ୍ତ୍ରଣ ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। ତେବେ ସମ୍ପ୍ରତି କିଛି ଗବେଷକ ଅଧ୍ୟୟନ କରି ଜାଣିପାରିଛନ୍ତି ଯେ, ଅତ୍ୟଧିକ ଶର୍କରା ନିୟନ୍ତ୍ରଣ କଲେ ବିପଦ ଜନକ ସ୍ଥିତି ସୃଷ୍ଟି ହୋଇଥାଏ।

ପିଲାଙ୍କୁ ଅଧିକ ପ୍ରଶଂସା କରିବା ଅନୁଚିତ

ପିଲାଙ୍କୁ ଅଧିକ ପ୍ରଶଂସା କରିବା ଅନୁଚିତ

ଓ୍ବାଶିଂଟନ: ଛୋଟ ପିଲାଙ୍କର କାର୍ଯ୍ୟକୁ ପ୍ରଶଂସା କଲେ ସେମାନଙ୍କର ଉତ୍ସାହ ବୃଦ୍ଧି ହୋଇଥାଏ ବୋଲି ଅନେକ ବିଶ୍ୱାସ କରିଥାନ୍ତି। ମାତ୍ର ଏବେ ଗବେଷକ ଜାଣିପାରିଛନ୍ତି ଯେ, ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଠକାମି ପ୍ରବୃତ୍ତି ଜାଗ୍ରତ ହୋଇଥାଏ।

ବଜାର ପରିବା କୀଟନାଶକଯୁକ୍ତ ହୋଇପାରେ, ବ୍ୟବହାର ପୂର୍ବରୁ ଜାଣନ୍ତୁ ଧୋଇବା ପଦ୍ଧତି

ବଜାର ପରିବା କୀଟନାଶକଯୁକ୍ତ ହୋଇପାରେ, ବ୍ୟବହାର ପୂର୍ବରୁ ଜାଣନ୍ତୁ ଧୋଇବା ପଦ୍ଧତି

ଚାଷୀମାନେ ନିଜ ଫସଲ ରକ୍ଷା କରିବା ପାଇଁ କୀଟନାଶକ ପ୍ରୟୋଗ କରିଥାନ୍ତି। ଏହାର ପ୍ରଭାବ ଅନେକ ଦିନ ପର୍ଯ୍ୟନ୍ତ ରହିଥାଏ। ଏହାକୁ ଆମେ ବଜାରରୁ କିଣିଥାଉ। ଏପରିସ୍ଥଳେ ଯଦି ପରିବା ଅଥବା ଫଳକୁ ଭଲ ଭାବେ ନ ଧୋଇ ଖିଆଯାଏ, ତେବେ ଏହା ସ୍ବାସ୍ଥ୍ୟ ପ୍ରତି ବେଶ୍‌ ହାନିକାରକ। ଏହାଦ୍ୱାରା ଫଳରେ ଥିବା କୀଟନାଶକ ଆମ ପେଟକୁ ଯାଇ ପାଚନକ୍ରିୟା ଏବଂ ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଠିକ୍‌ ଭାବେ ଧୋଇବା ବେଶ୍‌ ଜରୁରୀ। ଯେପରିକି:

ସନ୍ତୁଳିତ ଶରୀର ମନକୁ ଚାପମୁକ୍ତ ରଖେ

ସନ୍ତୁଳିତ ଶରୀର ମନକୁ ଚାପମୁକ୍ତ ରଖେ

ଲଣ୍ଡନ: ଶରୀରର ଓଜନ ମାନସିକ ଅବସ୍ଥା ଉପରେ ପ୍ରଭାବ ପକାଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଓଜନରେ ସମନ୍ବୟ ରଖୁଥିବା ବ୍ୟକ୍ତିଙ୍କ ମନ ଚାପମୁକ୍ତ ରହିଥାଏ। ସାଧାରଣତଃ କଲେଜ ଶିକ୍ଷାର୍ଥୀ ଶରୀରକୁ ଫିଟ୍‌ ଓ ସନ୍ତୁଳିତ ରଖିବାର ପ୍ରୟାସ କରିଥାନ୍ତି।

ସ୍ବାସ୍ଥ୍ୟପାଇଁ ହିତକର ବ୍ରୋକଲି

ସ୍ବାସ୍ଥ୍ୟପାଇଁ ହିତକର ବ୍ରୋକଲି

ସ୍ବାଦ ଓ ସ୍ବାସ୍ଥ୍ୟ ଉପରେ ବ୍ରୋକଲିର ରହିଛି ଅନେକ ପ୍ରଭାବ। ଏବେ ଏହା ବଜାରରେ ପ୍ରଚୁର ପରିମାଣରେ ମିଳୁଛି। ଖାଦ୍ୟରେ ସାମିଲ କଲେ ଏହା ଆମକୁ ସୁସ୍ଥ ରଖିବାରେ ସହାୟକ ହେବ।

ସ୍ତନ୍ୟପାନ ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ କରେ

ସ୍ତନ୍ୟପାନ ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ କରେ

ଟରୋଣ୍ଟୋ: ସ୍ତନ୍ୟପାନ କରୁଥିବା ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଅଧିକ ଦିନ ଧରି ସ୍ତନ୍ୟପାନ କରିଥିବା ଶିଶୁ ମା’ଠାରୁ ଦୂରେଇ ରହିପାରେ ନାହିଁ।

 ନାକ ମାଧ୍ୟମରେ ଆବେଗ ପ୍ରକାଶିତ ହୁଏ

ନାକ ମାଧ୍ୟମରେ ଆବେଗ ପ୍ରକାଶିତ ହୁଏ

ଓ୍ବାଶିଂଟନ: ଆଘ୍ରାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ନାକ ଆବେଗ ପ୍ରକାଶରେ ସହାୟତା କରିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ମସ୍ତିଷ୍କରେ ଭାବାବେଗ ପ୍ରକାଶ ପାଇଲେ ନାକରେ ସ୍ପନ୍ଦନ ସୃଷ୍ଟି ହୋଇଥାଏ ବୋଲି ସ୍ନାୟୁବିଜ୍ଞାନୀ ମାରିଲେନା ଏଇଲୋ କହିଛନ୍ତି।

 ମେରୁଦଣ୍ଡ ଚିକିତ୍ସା ସିଲ୍କ ଦ୍ୱାରା ସମ୍ଭବ

ମେରୁଦଣ୍ଡ ଚିକିତ୍ସା ସିଲ୍କ ଦ୍ୱାରା ସମ୍ଭବ

ଲଣ୍ଡନ: ବିଶୋଧକ ସିଲ୍କ ଦ୍ୱାରା କ୍ଷତିଗ୍ରସ୍ତ ମେରୁଦଣ୍ଡର ଚିକିତ୍ସା ସମ୍ଭବ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଏହାକୁ ମସ୍ତିଷ୍କ ଚିକିତ୍ସାରେ ମଧ୍ୟ ବ୍ୟବହାର କରାଯାଇ ପାରିବ।

 ନିମୋନିଆରୁ ମୁକ୍ତି ଦେବ ମାଇକ୍ରୋବାୟୋମ୍‌

ନିମୋନିଆରୁ ମୁକ୍ତି ଦେବ ମାଇକ୍ରୋବାୟୋମ୍‌

ଓ୍ବାଶିଂଟନ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ୨୦୦୪ରେ ପୃଥିବୀରେ ପ୍ରାୟ ୨ ନିୟୁତ ଶିଶୁଙ୍କର ନିମୋନିଆରେ ମୃତ୍ୟୁ ଘଟିଥିଲା। ତେବେ ୨୦୧୫ପରେ ଏହି ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି।

ଯନ୍ତ୍ରଣା ଉପଶମକାରୀ ଔଷଧ ସୃଷ୍ଟି କରୁଛି ପାର୍କିନ୍‌ସନ ରୋଗ

ଯନ୍ତ୍ରଣା ଉପଶମକାରୀ ଔଷଧ ସୃଷ୍ଟି କରୁଛି ପାର୍କିନ୍‌ସନ ରୋଗ

ନୂଆଦିଲ୍ଲୀ: ଯନ୍ତ୍ରଣା ଉପଶମକାରୀ ଔଷଧ ସେବନ ଦ୍ୱାରା ମସ୍ତିଷ୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ। ଫଳରେ ଖୁବ୍‌ କମ୍‌ ବୟସରେ ପାର୍କିନସନ୍‌ ରୋଗ ସୃଷ୍ଟି ହୋଇଥାଏ ବୋଲି ସ୍ନାୟୁତତ୍ତ୍ୱ ବିଶେଷଜ୍ଞ ପଦ୍ମଶ୍ରୀ ଡାକ୍ତର ଅଶୋକ ପାଣିଗ୍ରାହୀ କହିଛନ୍ତି।

ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭଲ କରିବ ପଲି ଆକ୍ରାଇଲ୍‌ଆମିଡ୍‌ ଜେଲ୍‌

ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭଲ କରିବ ପଲି ଆକ୍ରାଇଲ୍‌ଆମିଡ୍‌ ଜେଲ୍‌

ସିଓଲ୍‌: ଆଣ୍ଠୁଗଣ୍ଠି ଯନ୍ତ୍ରଣାର ଉପଶମ ପାଇଁ ଚିକିତ୍ସା ବିଜ୍ଞାନୀମାନେ ଏକ ପ୍ରକାର ଜେଲ୍‌ ପ୍ରସ୍ତୁତ କରିଛନ୍ତି। ଏହାକୁ ଯନ୍ତ୍ରଣାସ୍ଥାନରେ ଲଗାଇଲେ ଆରାମ ମିଳିବ। ରିମାଟଏଡ୍‌ ଆରଥ୍ରିଟିସ୍‌ ରୋଗରେ ଆଣ୍ଠୁଗଣ୍ଠିରେ ଜଳୀୟ ଅଂଶ ଅଧିକ ମାତ୍ରାରେ ଅବଶୋଷିତ ହୋଇଥାଏ।

 ଏଚ୍‌ଆଇଭିରୁ ମୁକ୍ତି ଦେବ ନୂତନ ଚିକିତ୍ସା ପ୍ରଣାଳୀ

ଏଚ୍‌ଆଇଭିରୁ ମୁକ୍ତି ଦେବ ନୂତନ ଚିକିତ୍ସା ପ୍ରଣାଳୀ

ଲସଏଞ୍ଜେଲସ୍‌: ମାନବ ସଭ୍ୟତାର ବିକାଶରେ ବାଧା ସୃଷ୍ଟି କରୁଥିବା ଏଚ୍‌ଆଇଭି ରୋଗର ନିଦାନ ଏବେ ସହଜରେ ହୋଇପାରିବ। ଏହି ରୋଗରେ ଶରୀରର ରୋଗପ୍ରତିଷେଧକ ଶକ୍ତି ଲୋପ ପାଇଯାଇଥାଏ।