ଜୀବନଚର୍ଯ୍ୟା |

କାନ୍ଦିବାରେ ରହିଛି ଉପକାରୀ ଗୁଣ

କାନ୍ଦିବାରେ ରହିଛି ଉପକାରୀ ଗୁଣ

ମଣିଷ ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେଲେ ଆଖିରେ ଲୁହ ଆସିଯାଇଥାଏ। ଏହା ବ୍ୟତୀତ ନିକଟ ପରିଜନ କିମ୍ବା କୌଣସି ଲୋକପ୍ରିୟ ବ୍ୟକ୍ତିଙ୍କର ଦେହାନ୍ତକୁ ନେଇ ଦୁଃଖରେ ଭାଙ୍ଗିପଡି ଅନେକ କାନ୍ଦିଥାଆନ୍ତି। ହେଲେ ଏହାର କେତେକ ଉପକାରୀ ଗୁଣ ରହିଛି। ଅବଶ୍ୟ ଏକଥା ଜାଣିବା ପରେ କେହି କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଆମେ ଟେନସନଗ୍ରସ୍ତ ହେବା ପରେ ଆମର ମାନସିକତା ନକାରାତ୍ମକ ହୋଇଯାଏ। ଏହି ସମୟରେ ଯଦି ଆପଣଙ୍କ ଆଖିରୁ ଦୁଇ ଟୋପା ଲୁହ ଗଡିପଡେ ତେବେ ତାହା କେତେକାଂଶରେ ଟେନସନ୍‌କୁ ଦୂର କରିଥାଏ ବୋଲି ଆମେରିକାସ୍ଥିତ ଓ୍ବାଶିଂଟନ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ କହିଛନ୍ତି। କିଛି ସମୟ କାନ୍ଦିବା ଫଳରେ ମନ କିଛି ପରିମାଣରେ ହାଲକା ହୋଇଯାଏ ଏବଂ ସଂପୃକ୍ତ ବ୍ୟକ୍ତି ନୂଆ ଜିନିଷ ଚିନ୍ତା କରିବାରେ ସକ୍ଷମ ହୋଇଥାଏ। ବେଳେବେଳେ କାନ୍ଦିବା ଦ୍ୱାରା ମନରେ କେତେକ ନୂଆ ଚିନ୍ତାଧାରା ଉଦ୍ରେକ ହୋଇଥାଏ। ଏହି ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନଙ୍କ ଦ୍ୱାରା ହୋଇଥିବା ସର୍ଭେରୁ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ଅଧିକ କାନ୍ଦନ୍ତି ବୋଲି ଜଣାପଡିଛି।

All Right Reserved By

Model This Week

ନିକିତା

ଜୀବନଚର୍ଯ୍ୟା |

ଆସିବ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଟ୍ୟାବଲେଟ୍‌

ଆସିବ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଟ୍ୟାବଲେଟ୍‌

ଓ୍ବାଶିଂଟନ, ୨୩।୪ : ବଜାରରେ ମହିଳାଙ୍କ ଉପଯୋଗୀ ଗର୍ଭନିରୋଧକ ଟ୍ୟାବଲେଟ୍‌ ଉପଲବ୍ଧ ହୋଇଥାଏ। ଏହାର ବ୍ୟବହାର କରିବା ଦ୍ୱାରା ମହିଳାଙ୍କ ସେକ୍ସ୍‌ ହରମୋନ୍‌ ଉପରେ ପ୍ରଭାବ ପଡିଥାଏ। ଯାହାଦ୍ୱାରା ଶୁକ୍ରାଣୁ ଓ ଡିମ୍ବାଣୁର ମିଳନରେ ଭ୍ରୁଣ ସୃଷ୍ଟି ହୋଇପାରି ନ ଥାଏ। ଆଗାମୀ ଦିନରେ ପୁରୁଷଙ୍କ ପାଇଁ ଏଭଳି ଟ୍ୟାବଲେଟ୍‌ ବଜାରରେ ଉପଲବ୍ଧ ହେବ। ଏହାର ବ୍ୟବହାରଦ୍ୱାରା ଶୁକ୍ରାଣୁର ଗତି ଶିଥିଳ ହୋଇଯିବ।

ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବ ଟମାଟୋ

ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବ ଟମାଟୋ

ଟମାଟୋର ସ୍ବାସ୍ଥ୍ୟୋପକାରୀ ଗୁଣ ତାଲିକାରେ ଆଉ ଏକ କଥା ସାମିଲ ହୋଇଛି। ଏହା ଫୁସ୍‌ଫୁସ୍‌କୁ ସୁରକ୍ଷା ଦେବାରେ ଅନେକାଂଶରେ ସହାୟକ ହୋଇଥାଏ। ବିଶେଷ ଭାବରେ ଯେଉଁମାନେ ନିୟମିତ ନିଶାଦ୍ରବ୍ୟ ସେବନ କରନ୍ତି ସେମାନେ ଯଦି ନିୟମିତ ଟମାଟୋ ଖାଆନ୍ତି ତେବେ ସେମାନଙ୍କର ଫୁସ୍‌ଫୁସ୍‌ କେତେକାଂଶରେ ସୁରକ୍ଷିତ ରହିଥାଏ।

କଫି, ଚା ହୃଦ୍‌ଘାତରୁ ସୁରକ୍ଷା ଦିଏ

କଫି, ଚା ହୃଦ୍‌ଘାତରୁ ସୁରକ୍ଷା ଦିଏ

ନୂଆଦିଲ୍ଲୀ : କଫି ଓ ଚା ହୃଦ୍‌ଘାତରୁ ମନୁଷ୍ୟକୁ ସୁରକ୍ଷା ଦେଇଥାଏ। ଏନେଇ ଚିକିତ୍ସା ବିଜ୍ଞାନୀ ଏକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। କଫିରେ ଥିବା କାଫିନ୍‌ ଓ ଚାରେ ଥିବା ନିକୋଟାଇନ୍‌ ରକ୍ତରେ ମିଶିବା ଦ୍ୱାରା ଏହାର କୋଷିକା ଉତ୍ତେଜିତ ହୋଇଥାଏ। ଫଳରେ ହୃଦୟର ସାଧାରଣ କାର୍ଯ୍ୟକାରିତା ବୃଦ୍ଧି ପାଇଥାଏ।

ଔଷଧୀୟ ଗୁଣରେ ଭରପୂର ତେଜପତ୍ର

ଔଷଧୀୟ ଗୁଣରେ ଭରପୂର ତେଜପତ୍ର

ବେଳେବେଳେ ଆମେ ଥଣ୍ଡା ସର୍ଦ୍ଦି ଭଳି ଛୋଟ ଛୋଟ ରୋଗରେ ପଡିଲେ ମା’ ଆମ ରୋଷେଇ ଘରେ ଥିବା କିଛି ଜିନିଷ ବ୍ୟବହାର କରି ଆମକୁ ରୋଗମୁକ୍ତ କରିଥାଆନ୍ତି। ବିଶେଷ କରି ରୋଷେଇରେ ବ୍ୟବହୃତ କିଛି ମସଲାରେ ରହିଥିବା ଔଷଧୀୟ ଗୁଣ ଆମକୁ ସୁସ୍ଥ ରଖିବାକୁ ବେଶ୍‌ ସହାୟକ ହୋଇଥାଏ।

ଭିଟାମିନ୍‌-ଡି’ସ୍ତର କମିଲେ ମଧୁମେହ ଆଶଙ୍କା ବଢ଼େ

ଭିଟାମିନ୍‌-ଡି’ସ୍ତର କମିଲେ ମଧୁମେହ ଆଶଙ୍କା ବଢ଼େ

ଓ୍ବାଶିଂଟନ : ଶରୀରରରେ ଭିଟାମିନ୍‌-ଡି’ସ୍ତର କମ୍‌ ହେଲେ ମଧୁମେହ ଆଶଙ୍କା ବଢ଼ିଥାଏ ବୋଲି କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକ ଏକ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ମର୍ମରେ ଗବେଷକ ୯୦୩ ଜଣ ବ୍ୟକ୍ତିଙ୍କ ଉପରେ ଅନୁଧ୍ୟାନ କରିଥିଲେ। ଜଣାପଡିଥିଲା ଯେ, ରକ୍ତରେ ଭିଟାମିନ୍‌-ଡି’ ସ୍ତର ହ୍ରାସ ପାଇଲେ ଟାଇପ୍‌-୨ ମଧୁମେହ ହେବାର ଆଶଙ୍କା ଦେଖାଦେଇଥାଏ।

ବିଛା ବିଷରୁ ଔଷଧ

ବିଛା ବିଷରୁ ଔଷଧ

ନୂଆଦିଲ୍ଲୀ,୧୯।୪: ବିଛା ବିଷରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଉପଶମକାରୀ ଯୋଗିକ ରହିଛି ବୋଲି ଗବେଷକ ଜାଣିପାରିଛନ୍ତି। ଏହି ଯୌଗିକରୁ ପ୍ରସ୍ତୁତ ଔଷଧ ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିମାନେ ଉପକୃତ ହୋଇପାରିବେ। ବୟସ ବଢ଼ିବା ସହିତ ଗଣ୍ଠିସ୍ଥାନରେ ଥିବା ଲିଗାମେଣ୍ଟ ଧୀରେ ଧୀରେ ଏହାର ନମନିୟତା ହରାଇ ବସିଥାଏ।

ସାଲାଡ୍‌ ଖାଇଲେ ଦାନ୍ତ ରହେ ସୁସ୍ଥ

ସାଲାଡ୍‌ ଖାଇଲେ ଦାନ୍ତ ରହେ ସୁସ୍ଥ

ଦାନ୍ତ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସଫା ଧଳା ଓ ସମାନ ଆକାରର ଦାନ୍ତରେ ସାମାନ୍ୟ ହସିଦେଲେ ଏହା ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ।

 ଯେ କୌଣସି ସମୟରେ ହୋଇପାରେ ସାଇଲେଣ୍ଟ୍‌ ଆଟାକ୍‌

ଯେ କୌଣସି ସମୟରେ ହୋଇପାରେ ସାଇଲେଣ୍ଟ୍‌ ଆଟାକ୍‌

ଓ୍ବାଶିଂଟନ, ୧୬।୪: ସାଇଲେଣ୍ଟ୍‌ ଆଟାକ୍‌ ବା ନୀରବ ହୃଦ୍‌ଘାତ ଲକ୍ଷଣ ପ୍ରକାଶ ବିନା ହଠାତ୍‌ ହୃଦୟର କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ନିୟମିତ ସନ୍ତୁଳିତ ଖାଦ୍ୟ ଗ୍ରହଣ କରୁଥିବା ତଥା ଶାରିରୀକ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କଠାରେ ମଧ୍ୟ ଏପରି ସମସ୍ୟା ଦେଖାଯାଇପାରେ। ବିଷାଦଗ୍ରସ୍ତ ରହିବା, ନିୟମିତ ନିଶାଦ୍ରବ୍ୟ ଗ୍ରହଣ କରିବା, ସିଗାରେଟ୍‌ ଟାଣିବା ଆଦି ଦ୍ୱାରା ରକ୍ତବାହୀ ନଳୀରେ ସୃଷ୍ଟି ହେଉଥିବା ବିଭିନ୍ନ ଯନ୍ତ୍ରଣା ସମ୍ପର୍କରେ ସ୍ନାୟୁ କୋଷିକା ନିକଟରେ କୌଣସି ସୂଚନା ପହଞ୍ଚତ୍ପାରେ ନାହିଁ।

ସ୍ମୃତି ଶକ୍ତିକୁ ପ୍ରଭାବିତ କରେ ନିଶ୍ଚେତକ

ସ୍ମୃତି ଶକ୍ତିକୁ ପ୍ରଭାବିତ କରେ ନିଶ୍ଚେତକ

ଓ୍ବାଶିଂଟନ, ୧୫।୪: ଅପରେଶନ ସମୟରେ ରୋଗୀକୁ କଷ୍ଟ ନ ହେବା ପାଇଁ ଡାକ୍ତରମାନେ ନିଶ୍ଚେତକର ପ୍ରୟୋଗ କରିଥାନ୍ତି। ଏହାଦ୍ୱାରା ରୋଗୀର ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ଅନୁଭୁତ ହୋଇଥାଏ। ଫଳରେ ସ୍ମୃତି ଶକ୍ତି ହ୍ରାସ ପାଇଥାଏ ବୋଲି ଏନେଇ ଚିକିତ୍ସାବିଜ୍ଞାନୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି। ଏହି ମର୍ମରେ ସେମାନେ ନିଶ୍ଚେତକ ପ୍ରୟୋଗ ହୋଇଥିବା ୩୧୨ ଜଣ ରୋଗୀ ଏବଂ ପ୍ରୟୋଗ ହୋଇ ନ ଥିବା ୬୫୨ ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।

ଫ୍ୟୁଜନ ଫ୍ୟାଶନ୍‌

ଫ୍ୟୁଜନ ଫ୍ୟାଶନ୍‌

ଏମିତିରେ ଇଣ୍ଡିଆନ୍‌ ଟ୍ରାଡିସ୍‌ନାଲ୍‌ ବେଶ ପୋଷାକ ତୁଳନାରେ ଓ୍ବେଷ୍ଟର୍ନ ଓ୍ବେର୍‌କୁ ଅଧିକ ପସନ୍ଦ କରୁଛନ୍ତି ଆଜିର ଯୁବପିଢ଼ି। ହେଲେ ବର୍ତ୍ତମାନ ଅନେକ ବଡ଼ବଡ଼ ଫ୍ୟାଶନ୍‌ ଡିଜାଇନର ଏବଂ ଫ୍ୟାଶନ୍‌ ବ୍ରାଣ୍ଡ ଏହି ଉଭୟ ପୋଷାକକୁ ନେଇ ପ୍ରସ୍ତୁତ କରୁଛନ୍ତି ଫ୍ୟୁଜନ୍‌। କେବଳ ଆମ ଦେଶରେ ନୁହେଁ, ବର୍ତ୍ତମାନ ବାହାର ଦେଶଗୁଡ଼ିକରେ ମଧ୍ୟ ଇଣ୍ଡିଆନ୍‌ ଟେକ୍ସଟାଇଲ୍‌ର ଡିମାଣ୍ଡ ବେଶ୍‌ ବଢ଼ିବାରେ ଲାଗିଛି।

ମିଠା ଜହର

ମିଠା ଜହର

ଚିନିର ସ୍ବାଦ ଯେତିକି ମିଠା, ଶରୀର ଉପରେ ଏହାର କୁପ୍ରଭାବ ତାହାଠାରୁ ଅନେକ ଗୁଣା ଅଧିକ। ଏହାର ବ୍ୟବହାର ମଣିଷ ଦେହରେ ବହୁ ରୋଗ ସୃଷ୍ଟି କରିଥାଏ। ଦୈନନ୍ଦିନ ଜୀବନରେ ଏହାର ବ୍ୟବହାର କୌଣସି ନିଶାଠାରୁ ମଧ୍ୟ କମ୍‌ ନୁହେଁ। କେବେକେବେ ଜାଣିଜାଣି ଆମେ ଏହାର ବ୍ୟବହାର କରିଥାଉ ତ, କେବେକେବେ ଅଜାଣତରେ ଏହାକୁ ବ୍ୟବହାର କରିଥାଉ।

ମାନସିକ ସ୍ଥିତିକୁ ସୁଦୃଢ଼ କରେ ସ୍ବାଭିମାନ

ମାନସିକ ସ୍ଥିତିକୁ ସୁଦୃଢ଼ କରେ ସ୍ବାଭିମାନ

ଓ୍ବାଶିଂଟନ: ସ୍ବାଭିମାନ ମାନସିକ ସ୍ଥିତିକୁ ସୁଦୃଢ଼ କରିବାରେ ସହାୟତା କରିଥାଏ। ଏହା ମାନସିକ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ଆତ୍ମ ସମ୍ମାନ ଓ ବ୍ୟକ୍ତିତ୍ୱ ନିଷ୍ଠା ସ୍ବାଭିମାନ ଦ୍ୱାରା ପରିପ୍ରକାଶ ହୋଇଥାଏ। ଏହି ମର୍ମରେ ଓ୍ବାଟରଲୁ ବିଶ୍ୱ ବିଦ୍ୟାଳୟର ମନୋସ୍ତତ୍ତ୍ୱବିତ୍‌ ୮ରୁ ୧୭ ବର୍ଷ ବୟସ୍କ ୪୭ ଜଣ ମାନସିକ ବିକାର ଗ୍ରସ୍ତ ପିଲାଙ୍କ ଉପରେ ଅଧ୍ୟୟନ କରିଥିଲେ।