ସମ୍ପାଦକୀୟ |

ସିପାହି ବିଦ୍ରୋହର ସୂତ୍ରଧର

ସିପାହି ବିଦ୍ରୋହର ସୂତ୍ରଧର
ଅକ୍ଷୟ କୁମାର ରାଉତ କେତେ ମହାପୁରୁଷ, ବିପ୍ଳବୀ ଭାରତମାତାର କୋଳ ମଣ୍ଡନ କରି ନିଜ ଆଦଶର୍ର୍ରେ ସମଗ୍ର ବିଶ୍ୱକୁ କରିଛନ୍ତି ଦୀପ୍ତିମନ୍ତ। ସେମାନଙ୍କ ମଧ୍ୟରୁ ଏକ ଉଜ୍ଜ୍ୱଳ ନକ୍ଷତ୍ର ହେଉଛନ୍ତି ଚନ୍ଦନ ହଜୁରୀ ବା ଚାଖି ଖୁଣ୍ଟିଆ। ୧୮୨୭ ଅକ୍ଟୋବର ୩୦ ତାରିଖ କାର୍ତ୍ତିକ ଶୁକ୍ଳ ଏକାଦଶୀ ମଙ୍ଗଳବାର ତୁଳା ୧୫ ଦିନ ହରଚଣ୍ଡୀ ବୁଢ଼ା ଭୀମସେନ ହଜୁରୀଙ୍କ ଘରେ ତାଙ୍କ ଜନ୍ମ। ଜଗନ୍ନାଥଙ୍କ ଚନ୍ଦନ ବେଶ ବେଳେ ଜନ୍ମ ହୋଇଥିବାରୁ ତାଙ୍କ ନାମ ଚନ୍ଦନ। ଆନନ୍ଦ ବଜାରରେ ସବୁଦିନ ମହାପ୍ରସାଦ ଚାଖୁଥିବାରୁ ଲୋକେ ଡାକିଲେ ଚାଖି। ତାଙ୍କ ପୂର୍ବ ପୁରୁଷଙ୍କୁ ପୁରୀ ରାଜା ହଜୁରୀ ଉପାଧି ପ୍ରଦାନ କରିଥିଲେ। ଭୀମସେନ ହଜୁରୀ ପ୍ରତି ବର୍ଷ ପଶ୍ଚିମା ଯାତ୍ରୀ ଆଣିବାକୁ ଯାଆନ୍ତି। ତାଙ୍କର ଅନେକ ଯାତ୍ରୀ ଉତ୍ତର ପ୍ରଦେଶର ବିଠୁର ନାମକ ସ୍ଥାନରୁ ଆସିଥାନ୍ତି। ଭୀମସେନ ଥିଲେ ଝାନ୍‌ସୀ ରାଜ୍ୟ ଓ ପେଶୱାଙ୍କ ପୁରୀ ପଣ୍ଡା। ଚନ୍ଦନ ବାପାଙ୍କ ସାଙ୍ଗରେ ଅନେକ ସମୟରେ ବିଠୁର ଯାଉଥିଲେ। ସେଠାରେ ସେ ପେଶ୍‌ୱାଙ୍କ ଦେୱାନ ମୋରପନ୍ତଙ୍କ ଝିଅ ମନୁବାଈ (ଛବେଳୀ) ଓ ନାନାସାହେବଙ୍କ ସହ ଖଣ୍ଡାଖେଳ ଓ ଘୋଡାଚଢାରେ ଯୋଗଦେଉଥିଲେ। ଝାନ୍‌ସୀର ରାଜା ଗଙ୍ଗାଧର ରାଓଙ୍କର ପ୍ରଥମ ସ୍ତ୍ରୀର ଦେହାନ୍ତ ପରେ ଭୀମସେନଙ୍କ ମଧ୍ୟସ୍ଥତାରେ ଗଙ୍ଗାଧର ମନୁବାଈଙ୍କୁ ବିବାହ କରିଥିଲେ। ବିବାହ ପରେ ମନୁବାଈଙ୍କ ନାମ ହେଲା ଲକ୍ଷ୍ମୀବାଈ। ବେପାର କରୁ କରୁ ଗୋରା ବଣିକମାନେ ଭାରତବର୍ଷର ଶାସକ ହୋଇଗଲେ। ଇଂରେଜ ଜାତିର ଅନ୍ୟାୟ ଓ ଅବିଚାର ବିରୋଧରେ ବାଳକ ଚନ୍ଦନଙ୍କ ମନରେ ବିଦ୍ରୋହର ନିଅଁା ଜାଗିଉଠିଥିଲା। ବକ୍ସି ଜଗବନ୍ଧୁଙ୍କ ପାଇକ ବିଦ୍ରୋହ ଥିଲା ସ୍ବାଧୀନତା ପାଇଁ ପ୍ରଥମ ସଂଗ୍ରାମ। ଆମ ଓଡ଼ିଆ ପୁଅ ପ୍ରଥମେ ଖଣ୍ଡା ଉଠାଇ ଭୟଭୀତ କରିଥିଲା ଗୋରା ସରକାରଙ୍କୁ। ଏଇ ମହାନ୍‌ ସଂଗ୍ରାମ କଥା ଚନ୍ଦନ ହଜୁରୀଙ୍କ ମନରେ କରିଥିଲା ଗଭୀର ରେଖାପାତ। ଲକ୍ଷ୍ମୀବାଈଙ୍କ ସ୍ବାମୀ ଓ ପୁଅ ଦୁହେଁ ଜଣକ ପରେ ଜଣେ ମରିଗଲେ। ଇଂରେଜ ସରକାର ଝାନ୍‌ସୀ ଦଖଲ କରି ରାଣୀଙ୍କୁ ୫ହଜାର ଟଙ୍କା ଭତ୍ତା ଦେଲେ। ଏହି ବିପଦ ବେଳେ ରାଣୀ ଲକ୍ଷ୍ମୀବାଈ ପିଲାଦିନର ସାଙ୍ଗ, ଭାଇ ଓ ଗୁରୁ ଚନ୍ଦନ ହଜୁରୀଙ୍କୁ ମନେ ପକାଇ ଚିଠିଟିଏ ଦେଲେ। ଚିଠି ପାଇ ଚନ୍ଦନ ନିଜ ସ୍ତ୍ରୀ ସୁନ୍ଦରମଣି ଓ ଘରର ଦାୟିତ୍ୱ ପାରୀନାନୀଙ୍କ ହାତରେ ଦେଇ ଝାନ୍‌ସୀ ଯାତ୍ରା କଲେ। ଝାନ୍‌ସୀରେ ପହଞ୍ଚତ୍ ସେ ରାଣୀଙ୍କୁ ପରାମର୍ଶ ଦେଲେ ଇଂରେଜଙ୍କ ସହ ଲଢିବାକୁ। ଚନ୍ଦନ ହଜୁରୀ ବିଠୁରରେ ନାନା ସାହେବ, ମୁସଲମାନମାନଙ୍କ ନେତା ଓକିଲ ଆଜମୋଲ୍ଲା ଖଁ।, ତାନ୍ତିଆ ଟୋପେ ଓ ଦିଲ୍ଲୀ ସମ୍ରାଟ୍‌ ବାହାଦୁର ଶାହାଙ୍କ ସହିତ ଯୋଗସୂତ୍ର ରକ୍ଷାକରି ଝାନ୍‌ସୀ ରାଜ୍ୟର ଗଁ। ଗହଳିରେ ବୁଲିଲେ, ଲୋକମାନଙ୍କୁ କହିଲେ ଆମେ ମିଳିମିଶି ଏ ଇଂରେଜ ସରକାରଙ୍କୁ ତଡିବା। ସବୁ ଲୋକ ତାଙ୍କ କଥାରେ ମାତିଗଲେ। ଏହି ସମୟରେ ଚନ୍ଦନ ହଜୁରୀ ଏକ ଜନରବ ସୃଷ୍ଟି କରିଥିବାର ଶୁଣାଯାଏ, ଇଂରେଜ ସରକାରଙ୍କ ଅଧୀନରେ ଥିବା ସିପାହିମାନଙ୍କୁ ବନ୍ଧୁକ ଫୁଟାଇଲା ବେଳେ ଯେଉଁ ଟୋଟାକୁ ଦାନ୍ତରେ କାମୁଡିବାକୁ ପଡୁଥିଲା, ତାହା ଗୋରୁ ଓ ଘୁଷୁରି ଚମଡ଼ାରେ ତିଆରି। ସିପାହିମାନେ ଧର୍ମ ଯିବା ଭୟରେ ବିଦ୍ରୋହ ଆରମ୍ଭ କରିଦେଲେ। ଏହା ଥିଲା ୧୮୫୭ ମସିହା ସିପାହି ବିଦ୍ରୋହ। ଝାନ୍‌ସୀ ଦୁର୍ଗ ଇଂରେଜ ସେନାପତି ସ୍କିନ୍‌ ଅଧିକାର କରିନେଲେ। ହଠାତ୍‌ ଦିନେ ଝାନ୍‌ସୀ ରାଜ୍ୟର ହଜାର ହଜାର ଲୋକ ହାତହତିଆର ଧରି ଦୁର୍ଗ ଉପରେ ଆକ୍ରମଣ କରିଦେଲେ। ଇଂରେଜ ସିପାହି ଓ ଗୋରା ସେନାପତି ସ୍କିନ୍‌ଙ୍କୁ ନାକେଦମ କରିଦେଇ ଦୁର୍ଗ ଅଧିକାର କରିନେଲେ। ଝାନ୍‌ସୀ ଦୁର୍ଗ ରାଣୀ ଲକ୍ଷ୍ମୀବାଈଙ୍କ ହାତମୁଠାକୁ ଆସିଲା। ଇଂରେଜ ସରକାର ହାର ମାନିଲେ। ଝାନ୍‌ସୀ ଦୁର୍ଗ ରାଣୀ ଲକ୍ଷ୍ମୀବାଈ ଅଧିକାର କରିବାର ଗୋଟିଏ ବର୍ଷ ପୂରିଗଲା। ସାର୍‌ ହିଉରୋଜ ଓ କଲିନ୍‌ କ୍ୟାମ୍ପବେଲଙ୍କ ନେତୃତ୍ୱରେ ଇଂରେଜ ସେନା ୧୮୫୮ରେ ଝାନ୍‌ସୀ ଆକ୍ରମଣ କଲେ। ରାଣୀ ଲକ୍ଷ୍ମୀବାଈ ବୀର ପୋଷାକ ପିନ୍ଧି ଖଣ୍ଡା ଧରି ଯୁଦ୍ଧ ଭୂମିରେ ଠିଆହେଲେ। ଲକ୍ଷ୍ମୀବାଈ ଓ ତାଙ୍କର ୨ ପ୍ରଧାନ ସହଯୋଗୀ ଇଂରେଜ ବାହିନୀ ଉପରେ ପ୍ରତିଆକ୍ରମଣ କଲେ। ଇଂରେଜ ସୈନ୍ୟ ପ୍ରାଣ ଭୟରେ ପଳାଇ ଯିବାକୁ ବାଟ ପାଇଲେ ନାହଁି। ସାର୍‌ ହିଉରୋଜ ଜଣେ ନାରୀର ରଣକୌଶଳ ଦେଖି ଆଶ୍ଚର୍ଯ୍ୟ ହେଲେ। ଏତିକିବେଳେ ଠାକୁର ଲାଲାଜି ବିଶ୍ୱାସଘାତକତା କରି ମୂଳ ଦୁର୍ଗ ଦୁଆର ଖୋଲିଦେଇ ଇଂରେଜ ସୈନ୍ୟଙ୍କୁ ଦୁର୍ଗ ଭିତରକୁ ବାଟ ବତାଇଦେଲେ। ରାଣୀ ଓ ତାଙ୍କ ପୁଅ ଦାମୋଦର ଏବଂ ଚନ୍ଦନ ହଜୁରୀ ଦୁର୍ଗ ଭିତରୁ ପଳାଇଗଲେ। ଏହି ଯୁଦ୍ଧରେ ସାହାଯ୍ୟ କରିବାକୁ ଆସୁଥିବା ତାନ୍ତିଆ ଟୋପେ ଓ ତାଙ୍କର ୨୦ହଜାର ସୈନ୍ୟ ବାଟରେ ଧରାପଡିଗଲେ। ସିନ୍ଧିଆ ଇଂରେଜଙ୍କୁ ଡରି ସାହାଯ୍ୟ କଲେ ନାହଁି। ଗ୍ବାଲିଅର ପାଖାପାଖି ଏକ ନଦୀକୂଳରେ ରାଣୀ ଗୋରାବାହିନୀ ସଙ୍ଗେ ଯୁଦ୍ଧ କଲେ। ରାଣୀଙ୍କ ଘୋଡ଼ା ପାଣି ଦେଖି ହଠାତ୍‌ ଅଟକିଯିବାରୁ ରୋଜ୍‌ ସାହେବଙ୍କ ଗୁଳିରେ ରାଣୀଙ୍କ ମୃତ୍ୟୁ ହେଲା। ଚନ୍ଦନ ହଜୁରୀଙ୍କ ହାତରୁ ମହାପ୍ରସାଦ ପାଣି ପାଇ ସେହି ନଦୀ କୂଳରେ ପ୍ରାଣ ହରାଇଲେ। ତାନ୍ତିଆ ଫାଶୀ ପାଇଲେ। ନିଖୋଜ ହେଲେ ନାନାସାହେବ। ଚନ୍ଦନ ହଜୁରୀ ସାଧୁ ଗଙ୍ଗାଦାସ ନାମରେ ଲୁଚି ଲୁଚି ବୁଲିଲେ। ବାହାଦୁର ଶାହାଙ୍କୁ ବନ୍ଦୀ କରାଗଲା। ଏଣେ ଚନ୍ଦନଙ୍କର ମୃତ୍ୟୁ ଖବର ପ୍ରଚାର ହୋଇଗଲା। ଚନ୍ଦନ ହଜୁରୀ ଦେଢବର୍ଷ କାଳ ବଣଜଙ୍ଗଲ ଭିତରେ ବୁଲି ବୁଲି ୧୮୬୫ ମସିହାରେ ନିଜର ଜନ୍ମଭୂମି ଶ୍ରୀକ୍ଷେତ୍ରରେ ପହଞ୍ଚିଲେ। ମୋ-୯୯୩୭୬୯୧୪୭୫
All Right Reserved By

ସମ୍ପାଦକୀୟ |

ନଇଁକରି ଆତ୍ମସମର୍ପଣ

ନଇଁକରି ଆତ୍ମସମର୍ପଣ

ତଥାଗତ ସତପଥୀ

ଅକ୍ଟୋବର ୨୭ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଡେପୁଟି ଗଭର୍ନର ବିରଲ ଆଚାର୍ଯ୍ୟ ଏକ କାର୍ଯ୍ୟକ୍ରମରେ ଖୋଲାଖୋଲିି କହିଥିଲେ ଯେ, କେନ୍ଦ୍ର ସରକାର କେନ୍ଦ୍ରୀୟ ବ୍ୟାଙ୍କର ସ୍ବାୟତ୍ତତାରେ ହସ୍ତକ୍ଷେପ ବନ୍ଦ କରନ୍ତୁ। 

ଜନସ୍ବାର୍ଥ ମାମଲା: ସମସ୍ୟା ନା ସମାଧାନ

ଜନସ୍ବାର୍ଥ ମାମଲା: ସମସ୍ୟା ନା ସମାଧାନ

ଅରୁଣ କୁମାର ପଣ୍ଡା

ସାର୍ବଜନିକ ସ୍ବାର୍ଥ ରକ୍ଷା ପାଇଁ କରାଯାଉଥିବା କୌଣସି ମକଦ୍ଦମାକୁ ଜନସ୍ବାର୍ଥ ମାମଲା ବା ପିଆଇଏଲ୍‌ କୁହାଯାଏ। ଏକ ସାଧାରଣ ମାମଲାଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। 

ମାନବବାଦୀ ଅବତାର

ମାନବବାଦୀ ଅବତାର

ଇଂ. ରୌଶନ ଖାନ୍‌

ଯେତେବେଳେ ମଧ୍ୟଯୁଗୀୟ ଅନ୍ଧାରି ମୁଲକରେ ସର୍ବତ୍ର ବିଶୃଙ୍ଖଳା ଭରି ଯାଇଥିଲା, ସେତିକିବେଳେ ପ୍ରାଚ୍ୟ ଆକାଶରେ ଏକ ଦୀପ୍ତିମନ୍ତ ସୂର୍ଯ୍ୟଙ୍କ ଉଦୟ ହେଲା।

ଏଇ ଭାରତରେ

ଏଇ ଭାରତରେ

ସମୟ କାହାକୁ ଅପେକ୍ଷା କରେନାହିଁ। ଏଥିପାଇଁ ସମୟର ସଦୁପଯୋଗ କରିବାକୁ ପଡେ। ଏପରି କି ପରୀକ୍ଷା ସମୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ  ଠିକ୍‌ ସମୟରେ ପରୀକ୍ଷା ନ ଦେଲେ ଏହା ହାତଛଡା ହୋଇଯାଏ। ପରବର୍ତ୍ତୀ ପର୍ଯ୍ୟାୟରେ କ୍ୟାରିୟର ନଷ୍ଟ ହୋଇଥାଏ। 

ଏଇ ଭାରତରେ

ଏଇ ଭାରତରେ

ଦୁନିଆରେ ଯେତେ ସମ୍ପ୍ରଦାୟ ରହିଛି ସେମାନଙ୍କ ଚାଲିଚଳନ, ରୀତିନୀତି ଓ କଥାବାର୍ତ୍ତା ଭିନ୍ନ। ପ୍ରଥା, ପରମ୍ପରା ମଧ୍ୟ ଭିନ୍ନ ପ୍ରକାର। ସେଭଳି ସମ୍ପ୍ରଦାୟ ସଭ୍ୟ ଜଗତଠାରୁ ବହୁ ଦୂରରେ ରହିଥାଆନ୍ତି। 

ଯଥାର୍ଥ ସଫଳତା

ଯଥାର୍ଥ ସଫଳତା

ବାନ୍ଧବୀ ଫୋନ କଲେ କେତେବେଳେ ସମୟ ହେବ ମୁଁ ଆସନ୍ତି, ଝିଅର ଜାତକ ଟିକେ ଭଲକରି ଦେଖନ୍ତେ। କ’ଣ ତା’ ଭାଗ୍ୟରେ ଅଛି, ପରୀକ୍ଷା ଫଳ ଯାହା ଭାବିଥିଲୁ ତାହା ହେଲା ନାହିଁ। ୮୯% ରଖିଲା, ୯୦% ବି ଛୁଇଁଲା ନାହିଁ। ସେ କାହିଁକି ସର୍ବଦା ଏମିତି ଅସଫଳ ହେଉଛି?

କଥାରେ ଧନୀ, କାମରେ ଶୂନ୍‌

କଥାରେ ଧନୀ, କାମରେ ଶୂନ୍‌

ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ସମସ୍ୟା ହେଉଛି ବେକାରି। ମଣିଷ ଯେତେ ଆଗକୁ ମାଡ଼ିଚାଲିଛି, ଯେତେ ନୂତନ ଜ୍ଞାନକୌଶଳ ଉଦ୍ଭାବନ ହେଉଛି, ବେକାରି ସମସ୍ୟା ସେତେ ଉତ୍କଟ ହେଉଛି।

ଡିଜିଟାଲ ଯୁଦ୍ଧ

ଡିଜିଟାଲ ଯୁଦ୍ଧ

ବିଶ୍ୱରେ ପ୍ରତି କ୍ଷେତ୍ରରେ ନିରନ୍ତର ପରିବର୍ତ୍ତନ ଘଟିଚାଲିଛି। ଦିନ ଥିଲା ଲୋକେ ରେଡିଓ ଶୁଣୁଥିଲେ। ଟେଲିଭିଜନ ଆସିବା ପରେ ରେଡିଓର ଆଦର କମିଲା। ଇଣ୍ଟରନେଟ୍‌ର ବହୁଳ ପ୍ରସାର ଯୋଗୁ ଏବେ ସବୁକିଛି ଡିଜିଟାଲମୁହଁ।।

ସିବିଆଇକୁ ମନା

ସିବିଆଇକୁ ମନା

ଭାରତରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ବିଶ୍ୱସନୀୟତା କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ଏହାକୁ ଏକ ନିରପେକ୍ଷ ସଂସ୍ଥା ଭାବେ ଗଣାଯାଉଥିଲା। ନିକଟ ଅତୀତରେ ଏହାର ଶୀର୍ଷ ଦୁଇ ଅଧିକାରୀଙ୍କ ମଧ୍ୟରେ ଲାଗିଥିବା ବିବାଦ ସର୍ବୋଚ୍ଚରେ ପହଞ୍ଚିଲା ପରେ ଘଟଣା କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଓ ସୁପ୍ରିମକୋର୍ଟରେ ପଡ଼ିିଛି। 

ଦେଶ ବିଭାଜନ ପାଇଁ ଦାୟୀ କିଏ

ଦେଶ ବିଭାଜନ ପାଇଁ ଦାୟୀ କିଏ

ବିପିନ ବିହାରୀ ମିଶ୍ର

କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ବିଦ୍ୟାରେ ଜଣେ ଡାକ୍ତର, ବୃତ୍ତିରେ ରାଜନୀତିଜ୍ଞ ଓ ତାଙ୍କର ବିଭିନ୍ନ ପ୍ରକାର ସଉକ ଅଛି। ଆରମ୍ଭରୁ ପରିଚିତ ହୋଇଗଲେ ଯେହେତୁ ସେ ଶେଖ୍‌ ଅବଦୁଲ୍ଲାଙ୍କ ପୁଅ।

ଆଚାରେ ଲକ୍ଷ୍ମୀ

ଆଚାରେ ଲକ୍ଷ୍ମୀ

ଅଲେଖ ଚନ୍ଦ୍ର ମିଶ୍ର 

ଭାଇ! ଗୋଟିଏ ଅନୁରୋଧ କରିବି, ରଖିବ? ମଧ୍ୟାହ୍ନ ବିରତିର ଏକ ନିରୋଳା ମୁହୂର୍ତ୍ତରେ ରଜନୀଶଙ୍କ କୋଠରି ଭିତରକୁ ପ୍ରବେଶ କରି ତାଙ୍କ କାନ ପାଖରେ ଚୁମ୍ବକରେ ସୂଚେଇଲେ ଦୀନନାଥ। 

ଏଇ ଭାରତରେ

ଏଇ ଭାରତରେ

ପୂର୍ବାପେକ୍ଷା ଆଜିକାଲି ଲୋକେ ଖୁବ୍‌ ସଚେତନ ହେଲେଣି। ନିଜ ମର୍ଜିରେ ଚଳିବାକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏଥିପାଇଁ ଜଣେ ଝିଅ ବିବାହ ପୂର୍ବରୁ ସର୍ତ୍ତ ରଖିଛନ୍ତି। ତାହା ହେଲା ବାହାଘର ପୂର୍ବରୁ ଶାଶୁଘର ଲୋକେ ଶୌଚାଳୟ ନିର୍ମାଣ କରିବେ।