ସମ୍ପାଦକୀୟ |

ଘରେ ମହାରାଣୀ, ଜିମ୍‌ରେ ମୂଲିଆଣୀ

ଘରେ ମହାରାଣୀ, ଜିମ୍‌ରେ ମୂଲିଆଣୀ

ଡକ୍ଟର ନିଖିଳାନନ୍ଦ ପାଣିଗ୍ରାହୀ
ଟୁନି ! ତୁ ଏତେ ବେଳଯାଏ ଘରକୁ ଯାଇନୁ ? ଆଜି ତୋର ଦୁଇଘଣ୍ଟା ଡେରି ହେଲାଣି...“ ସୁଧାଂଶୁ (ଘରର ମାଲିକ) ପଚାରିଲେ। ଟୁନି ହେଉଛି ଘରର ସାମୟିକ ଚାକରାଣୀ। ସେ ମାଲିକ ଘରେ ରହେନାହିଁ। ତା’ର ଘରକାମ ସାରି ଚାଲିଯାଏ ନିଜ ବସାକୁ। ବାବୁ! ଆଜି କାମ ବହୁତ। ଘରର ଚଟାଣ ସର୍ଫ ପାଣି ପକାଇ ପୋଛାପୋଛି କଲି। ଝରକା-କବାଟ, ଆଲମାରି କୋଣ, ଚେୟାର, ଟେବୁଲ ସବୁ ଜିନିଷପତ୍ରରୁ ଧୂଳି ଝାଡିଲି। ଯେତେସବୁ ଅଳନ୍ଧୁ ଥିଲା ଝାଡ଼ିଲି। ଆହୁରି କାମ ସରିନାହିଁ... ରନ୍ଧା ଘରକୁ ଯାଇନାହିଁ। ମାଛ କାଟିବି। ବଟା ସୋରିଷଦିଆ ବେସର, ପିଠଉ-ଭଜା ... ଏମିତି ଛଅଟା ଆଇଟମ୍‌ ପାଇଁ ମା’ ବରାଦ ଦେଇଯାଇଛନ୍ତି...। ମହାରାଣୀ କାହିଁ ଘରେ ଦିଶୁନାହାନ୍ତି? ସୁଧାଂଶୁ ପତ୍ନୀ (ରମ୍ଭା) ଉପରେ ରାଗିଗଲେ ଏମିତି ‘ମହାରାଣୀ’ ବୋଲି ତାଚ୍ଛଲ୍ୟ କରି ସମ୍ବୋଧନ କରନ୍ତି। ସୁଧାଂଶୁ ଭଲଭାବେ ଜାଣନ୍ତି ଯେ, ତାଙ୍କ ପତ୍ନୀ ପ୍ରତିଦିନ ସେତେବେଳକୁ ଘରେ ତାଲା ପକାଇ ଘଣ୍ଟେ ଦୁଇ ଘଣ୍ଟା ଜିମ୍‌କୁ ଯାଆନ୍ତି ନିୟମିତ ଭାବେ ବ୍ୟାୟାମ କରିବାକୁ। ଏଥିପାଇଁ ସୁଧାଂଶୁଙ୍କୁ ମାସିକ ଅନ୍ତତଃ ତିନି ହଜାର ଟଙ୍କା ଫିସ୍‌ ବାବଦରେ ଗଣିବାକୁ ପଡେ। ପୁଣି ଦଳେ ମାଇପି ସେଠାରେ ବସି କେତେ ସମୟ ଗପସପରେ ସମୟ କଟାଇଥାନ୍ତି। ଅବଶ୍ୟ ଡେରିହେଲେ ସ୍ବାମୀଙ୍କ ବିଶେଷ ଅସୁବିଧା ହୋଇ ନ ଥାଏ। ଡୁପ୍ଲିକେଟ୍‌ ଚାବି ପତିଦେବଙ୍କ ପକେଟ୍‌ରେ ରଖିବାକୁ କେବେ ଭୁଲନ୍ତି ନାହିଁ। ବାବୁ ଅଫିସରୁ ବିରତି ସମୟରେ ଘରେ ଯେତେବେଳେ ମଧ୍ୟାହ୍ନରେ ପହଞ୍ଚନ୍ତି, ରୋଷେଇଶାଳରୁ ଭାତ, ଡାଲି, ତରକାରି ଇତ୍ୟାଦି ନିଜେ ବାଢି ଖାଇଥାନ୍ତି। ନିଜ ମର୍ଯ୍ୟାଦାହାନି ହେବ ବୋଲି ଘୃଣାରେ ଘରେ କୁଟାଟିଏ ଦି’ଖଣ୍ଡ କରି ନ ଥାନ୍ତି। କହନ୍ତି ଏହା ଚାକରାଣୀର କାମ। ଖରା ହେଉ, ବର୍ଷା ହେଉ, ଥଣ୍ଡା ପଡୁ କିମ୍ବା ଝାଞ୍ଜି ପବନ ବୋହୁଥାଉ, ରମ୍ଭା ଦୈନିକ ଜିମ୍‌ରେ ହାଜର ହେବାରେ କୌଣସି ବ୍ୟତିକ୍ରମ କରି ନ ଥାନ୍ତି। ସୁଧାଂଶୁ ରାଗରେ ଗରଗର ହୋଇଥାନ୍ତି ପତ୍ନୀଙ୍କ ଉପରେ। ରମ୍ଭା ଘରର କୌଣସି କାମ ନ କରିବାରୁ ଚାକରାଣୀକୁ ତା’ର ଦାବି ମୁତାବକ କେବଳ ଯଥେଷ୍ଟ ପଇସାପତ୍ର ଦେଇ ନ ଥାନ୍ତି, ତାକୁ ଶାଢି, ସ୍ନୋ, ପାଉଡର, ପୁଣି ବେଳେବେଳେ ଯିବାଆସିବା ଯାନବାହନ ଖର୍ଚ୍ଚ ମଧ୍ୟ ଗଣିଥାନ୍ତି। ଏପଟେ ରମ୍ଭାଙ୍କ ଜିମ୍‌ ଦେୟ କେଉଁ ମାସରେ କେତେ ହୁଏ, ତାହା ଜାଣିବା ସହଜ ନୁହେଁ। ନୂଆ ସରଞ୍ଜାମ, ସ୍ବାସ୍ଥ୍ୟ ବର୍ଦ୍ଧକ, ଏକ୍ସରସାଇଜ୍‌ ଶିଖାଇବା ପାଇଁ ସହର ବାହାରୁ ଆଧୁନିକ ପ୍ରଶିକ୍ଷକ ଯୋଗଦାନ କରିଛନ୍ତି ବୋଲି ଦର୍ଶାଇ ଅତିରିକ୍ତ ଅର୍ଥ ପୈଠ କରିବାକୁ ନେଇଥାନ୍ତି। ସେତେବେଳେ ବାବୁଙ୍କ ପିଣ୍ଡରୁ ପ୍ରାଣ ଛାଡିଯିବା ପରି ଲାଗେ। ଏତାଦୃଶ ଖର୍ଚ୍ଚକୁ ସ୍ବାମୀ ଅନାବଶ୍ୟକ ବୋଲି କହନ୍ତି। ଏଥିପାଇଁ ସ୍ବାମୀ-ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ, କଳିତକରାଳ ବେଳେବେଳେ ସୀମା ଟପିଥାଏ। ମାତ୍ର ରମ୍ଭାଙ୍କର ହିଁ ବିଜୟ ହୁଏ। ଏମିତି ନିଷ୍ଠାପର ଭାବେ ସ୍ବାସ୍ଥ୍ୟବର୍ଦ୍ଧକ ବ୍ୟାୟାମ ନ କଲେ, ସେ କାଳେ ମୋଟି, ଅସୁନ୍ଦରୀ ହୋଇଯିବେ, ତାଙ୍କୁ ରୋଗ ଗ୍ରାସିବ (ପୁଣି ସୁଧାଂଶୁ ମାଇପ ଗୋଟାଇପାରନ୍ତି ସମ୍ଭାବ୍ୟ ରୋଗଣୀ ସ୍ତ୍ରୀଙ୍କୁ ଛାଡି!) ବୋଲି ନାନା ଡାକ୍ତରୀ ମତ ପ୍ରମାଣ ସହ ଉପସ୍ଥାପନ କରିଥାନ୍ତି। ଚିକିତ୍ସା-ବିଶେଷଜ୍ଞଙ୍କ ଚରମ ସତର୍କବାଣୀ ସମ୍ବନ୍ଧରେ ପତିଦେବଙ୍କୁ ଅବହିତ କରି ସେ ଜିମ୍‌ ଅଭ୍ୟାସ ଦୀର୍ଘଦିନ ଧରି ଚାଲୁ ରଖିଛନ୍ତି। ତେବେ ସୁଧାଂଶୁଙ୍କ ମୁଣ୍ଡବ୍ୟଥାର ମୂଳ କାରଣ ହେଉଛି, ଯାହା କିଛି ଘରର ଅସୁବିଧା ହେଉଛି ସେ ସମ୍ଭାଳି ନେବାକୁ ପଛଘୁଞ୍ଚା ଦେବେନାହିଁ, ମାତ୍ର ଦରମା ଆଣିବା ଦିନ ଏହି ବାବଦରେ ପତ୍ନୀ ଓ ଚାକରାଣୀର ଦେୟ ଦେବାବେଳେ ସେ ନିଅଣ୍ଟିଆ ବଜେଟ ପାଇଁ ଭାରି ଛଟପଟ ହୁଅନ୍ତି। ପ୍ରଶ୍ନ ଉଠୁଛି, ସୁଧାଂଶୁ ଅନାବଶ୍ୟକ ଖର୍ଚ୍ଚ ବୋଲି ଯେମିତି ବିରକ୍ତ ହେଉଛନ୍ତି, ତାହା କ’ଣ ଯଥାର୍ଥ? ସୁଠାମ ସୁକୁମାରୀ ରମ୍ଭା ଜିମ୍‌ରେ ଯେମିତି ମୂଲିଆଣୀ ପରି କଷ୍ଟ କରୁଛନ୍ତି, ତାହା କ’ଣ ଆଧୁନିକ ଚିକିତ୍ସାବିଜ୍ଞାନସମ୍ମତ ନୁହେଁ? ପତି-ପତ୍ନୀ ମଧ୍ୟରେ ଏହି ବିଷୟରେ ଯେମିତି ଉଚ୍ଚବାଚ ଓ ବିଶୃଙ୍ଖଳା (ପାରିବାରିକ ହିଂସା) ଦେଖାଦେଉଛି ଏବଂ ଗୋଟିଏ ସୁନାର ପରିବାରର ସୁଖ, ଶାନ୍ତି ଓ ଆର୍ଥିକ ଅବସ୍ଥା ବିଗିଡିଯାଉଛି, ତାହାର ଭିତ୍ତିଭୂମି ଓ ହେତୁ କେତେଦୂର ଦୃଢ, ଅତ୍ୟାଧୁନିକ ଗବେଷଣାସମ୍ମତ ଏବଂ ସର୍ବୋପରି ଗ୍ରହଣୀୟ? ସେପ୍ଟେମ୍ବର ୨୦୧୭ରେ ପ୍ରସିଦ୍ଧ ମେଡିକାଲ ଜର୍ନାଲ ଲାନ୍‌ସେଟ୍‌ରେ ସେଣ୍ଟ ପଲ୍‌ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ସ୍କଟ୍‌ ଲିଅରଙ୍କ ଗୋଟିଏ ଗବେଷଣାସମ୍ଭୂତ ନିବନ୍ଧ ପ୍ରସ୍ପେକ୍‌ଟିଭ ଅର୍ବାନ ରୁରାଲ ଏପିଡେମିଓଲୋଜି (ପ୍ୟୁର) ଶୀର୍ଷକରେ ପ୍ରକାଶିତ ହୋଇଛି। ବିଶ୍ୱର ୧୭ଟି ଭିନ୍ନ ଦେଶ (ତନ୍ମଧ୍ୟରେ ଭାରତର ଚାରୋଟି ରାଜ୍ୟ ମଧ୍ୟ ଅନ୍ତର୍ଭୁକ୍ତ)ର ଲକ୍ଷେ ତିରିଶ ହଜାର ବ୍ୟକ୍ତିଙ୍କ ଉପରେ ଅନୁଧ୍ୟାନ କରାଯାଇଥିଲା। ସେଥିରେ ଦର୍ଶାଯାଇଛି ଯେ, ଜିମ୍‌ର ସଦସ୍ୟତା କିମ୍ବା ଜୁମ୍ବା କ୍ଲାସ୍‌ରେ ଭାଗ ନେବା ଅନାବଶ୍ୟକ। କଲମ୍ବିଆର ନର୍ତ୍ତକ ଓ କୋରିଓଗ୍ରାଫର ଆଲବେର୍ଟୋ ବିଟୋ ପେରେଜ୍‌ ୧୯୯୦ ଦଶକରେ ଏହି ଜୁମ୍ବା କ୍ଲାସ୍‌ ଆରମ୍ଭ କରିଥିଲେ, ଯାହାକି ଭାରତ ସମେତ ଅନେକ ଦେଶର ବଡ ସହରଗୁଡ଼ିକରେ ପ୍ରସିଦ୍ଧି ପାଇଛି। ସେଥିରେ ନୃତ୍ୟ ସହ ଏରୋବିକ୍‌ ଏକ୍ସରସାଇଜ୍‌ (ଅଧିକ ଅମ୍ଳଜାନ ପାଇବାକୁ ବ୍ୟାୟାମ) ଯୋଗ କରାଯାଇଛି। କିନ୍ତୁ ଏମିତି ବ୍ୟୟବହୁଳ କାର୍ଯ୍ୟକ୍ରମକୁ ଏଡାଇ ଏହା ବଦଳରେ ଯଦି ଜଣେ ଘରକାମ ଉତ୍ତମ ଭାବେ କରେ ସେ ସମପରିମାଣରେ ଲାଭବାନ ହେବ। ଯଥା- ଲୁଗା ସଫା କରିବା, ବଗିଚାରୁ ଅନାବନା ଘାସ ଇତ୍ୟାଦି ଉପାଡିବା, ଅଫିସ ବା ଦୋକାନ ବଜାରକୁ ଚାଲି ଚାଲି ଯିବା, ଶିଡି ଚଢିବା ଏବଂ ବିବିଧ କାର୍ଯ୍ୟ ଦୈନିକ ତିରିଶ ମିନିଟ୍‌ କଲେ ମରଣ-ବିପଦ ଶତକଡା ୨୮ ଭାଗ କମିଯିବ, ହୃଦ୍‌ରୋଗ ବିଶେଷ ଭାବେ ଶତକଡା ୨୦ ଭାଗ ହ୍ରାସ ପାଇବ। ମାଡ୍ରାସର ବହୁମୂତ୍ର ରୋଗ ବିଶେଷଜ୍ଞ ଡାକ୍ତର ଆର୍‌.ଏମ୍‌. ଅଞ୍ଜନ ମୁକ୍ତକଣ୍ଠରେ ସ୍ବୀକାର କରିଛନ୍ତି ଯେ, ଆମ ଦେଶରେ ସ୍ବାସ୍ଥ୍ୟରକ୍ଷା ପାଇଁ ଜିମ୍‌କୁ ଉପାଦେୟ ବୋଲି ପରାମର୍ଶ ଦେଇଆସୁଥିଲୁ। ମାତ୍ର ଲାନସେଟ୍‌ର ଏହି ତଥ୍ୟ ଆମ ଭୁଲ୍‌ ଧାରଣା ଦୂର କରିଛି। ପ୍ରକାଶ ଥାଉ କି, ଡାକ୍ତର ଲିଅରଙ୍କ ଦଳ ପୂର୍ବରୁ ମଧ୍ୟ ଏକ ଚାଞ୍ଚଲ୍ୟକର ତଥ୍ୟ ପରିବେଷଣ କରିଥିଲେ। ଅଗଷ୍ଟ ମାସରେ ସେ ଉଲ୍ଲେଖ କରିଥିଲେ ଯେ, କାର୍ବୋହାଇଡ୍ରେଟ୍‌ ଯଦି ସମତୁଲ ଭାବେ ଚର୍ବି ଜାତୀୟ ଖାଦ୍ୟ ସହ ଖିଆଯାଏ ତେବେ ଉଭୟ ସ୍ବାସ୍ଥ୍ୟ ପାଇଁ ଉତ୍ତମ। କୁହାଯାଏ ଯେ, ପାଚିଲା ଫଳ, ସଜ ପରିବା, ଶିମ୍ବ ଜାତୀୟ ଛୁଇଁ ପ୍ରତିଦିନ ଅଳ୍ପ କରି ଛଅରୁ ଆଠଥର ଖାଇବା ହିତକର। କିନ୍ତୁ ଡାକ୍ତର ଲିଅର ଏହି ମତକୁ ଖଣ୍ଡନ କରି ସୂଚାଇଥିଲେ ଯେ ଫ୍ୟାଟ୍‌ ଓ ଶ୍ୱେତସାର ଖାଦ୍ୟ ଠିକ୍‌ ପରିମାଣରେ ଦିନକୁ ଖୁବ୍‌ ବେଶିରେ ତିନିରୁ ଚାରିଥର ଖାଇ ବାରମ୍ବାର ଖାଇବା ଜଞ୍ଜାଳରୁ ଜଣେ ମୁକ୍ତ ହୋଇପାରିବ। ସେ ଯାହାହେଉ, ଜିମ୍‌କୁ ନ ଯାଇ ଧର୍ମପତ୍ନୀ ନିଜେ ଘର କାମ ପୂର୍ବର ମରହଟିଆ ଘରଣୀ ପରି କଲେ ସମ ପରିମାଣରେ ଉତ୍ତମ ସ୍ବାସ୍ଥ୍ୟଲାଭ କରିବା ନେଇ ଡାକ୍ତର ଲିଅରଙ୍କ ମତ ଅବଶ୍ୟ ସୁଧାଂଶୁ ଓ ରମ୍ଭାଙ୍କ ଦାମ୍ପତ୍ୟ ଜୀବନକୁ ସରସ ସୁନ୍ଦର କରିପାରିବ ବୋଲି ଆମେ ଆଶା କରିବା। ଜିମ୍‌ରେ ଅର୍ଥଶ୍ରାଦ୍ଧ କରି ଦୈହିକ ପରିଶ୍ରମ ଯୋଗୁ ଯେତିକି ସ୍ବାସ୍ଥ୍ୟ ଲାଭ ହୋଇଥାଏ, ଘରେ ନିତିଦିନିଆ କାମଦାମ କଲେ ଅନ୍ତତଃ ସେଇ ପରିମାଣରେ ଶାରୀରିକ ସୁସ୍ଥତା ସହ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ଉଜ୍ଜ୍ୱଳ ହୋଇଥାଏ।
ମୋ:୯୪୩୭୦୨୬୬୫୧

All Right Reserved By

ସମ୍ପାଦକୀୟ |

ଭୋଟ ବିଭାଜନ ହିଁ ନିର୍ଣ୍ଣାୟକ

ଭୋଟ ବିଭାଜନ ହିଁ ନିର୍ଣ୍ଣାୟକ

ସହଦେବ ସାହୁ: ୨୦୧୯ ନିର୍ବାଚନ ବହୁତ ଡେରି ଅଛି, କିନ୍ତୁ ରାଜନୈତିକ ଦଳମାନେ ସଜବାଜ ହେଲେଣି। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଯେତେ ନୁହେଁ, ଦଳର କୁହାଳିଆ ବା ନିର୍ବାଚନ ମଣ୍ଡଳୀରେ ପତିଆରା ଥିବା ଲୋକଙ୍କୁ ଥଇଥାନ କରିବା ଲକ୍ଷ୍ୟ। ନ ହେଲେ ସେହିମାନେ ସୁପ୍ରିମୋ (ଦଳର ମୁଖିଆ) ବାଛିଥିବା ପ୍ରାର୍ଥୀଙ୍କୁ ହରାଇବାର ଚେଷ୍ଟା କରିବେ। ଏହି କାରଣ ନ ଥିଲେ ୨୦୧୫ ଆରମ୍ଭରେ ରାଜ୍ୟର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଣିଥିବା ୪୯ ସଦସ୍ୟବିଶିଷ୍ଟ ବିଧାନ ପରିଷଦ (ଲେଜିସ୍ଲେଟିଭ୍‌ କାଉନ୍ସିଲ୍‌) ପ୍ରତିଷ୍ଠା ପ୍ରସ୍ତାବ ୩ ବର୍ଷ ଶୀତଳଭଣ୍ଡାରରେ ପଡ଼ିଲା ପରେ ୨୦୧୮ ଜୁଲାଇରେ କାହିଁକି ସରଗରମ ହୋଇ ଉଠନ୍ତା! ୫ ଜଣିଆ କମିଟିରୁ କଂଗ୍ରେସ ଓ ଭାଜପା ଓହରିଯାଇଛନ୍ତି।...

ପୁରୁଣାରେ ଖୁସି

ପୁରୁଣାରେ ଖୁସି

ନିକଟରେ ବିଶ୍ୱ ବ୍ୟାଙ୍କ ରିପୋର୍ଟ ୨୦୧୭ରେ ପ୍ରକାଶ ପାଇଥିଲା ଯେ ମୋଟ ଘରୋଇ ଉତ୍ପାଦ(ଜିଡିପି) ଦୃଷ୍ଟିକୋଣରୁ ଫ୍ରାନ୍ସକୁ ଅତିକ୍ରମ କରି ଭାରତ ବିଶ୍ୱର ଷଷ୍ଠ ବୃହତ୍‌ ଅର୍ଥନୀତିର ମାନ୍ୟତା ଲାଭ କରିଛି। ଏହା ଶୁଣିବା ପରେ ଅନେକ ଅପରିପକ୍ୱ ଭାରତୀୟ ଆନନ୍ଦିତ ହୋଇଥିବେ। କିନ୍ତୁ ବାସ୍ତବତା ଯେ କେତେ ଭିନ୍ନ, ତାହା ଅର୍ଥନୈତିକ ବ୍ୟବସ୍ଥାରେ ଦେଖାଦେଉଥିବା ଅବ୍ୟବସ୍ଥାରୁ ବୁଝାପଡ଼ୁଛି। ୧୬ ଜୁଲାଇ ୨୦୧୮ରେ ଏହି ସ୍ତମ୍ଭରେ ‘ହିସାବରେ ଅତିକ୍ରମ’ ଶୀର୍ଷକ ଲେଖାରେ ଏ ସଂକ୍ରାନ୍ତରେ ଉଲ୍ଲେଖ କରିଥିଲୁ। ବର୍ତ୍ତମାନର କେନ୍ଦ୍ର ନେତୃତ୍ୱ କହିଚାଲିଛନ୍ତି ଯେ, ଭାରତ ଦ୍ରୁତତମ ଅର୍ଥନୀତି ଭାବେ ଆଗେଇ ଚାଲିଛି।...

ଜାତୀୟ ବେତାର ପ୍ରସାରଣ ଦିବସ ଉପଲକ୍ଷେ: ଜନସେବାରେ ରେଡିଓ

ଜାତୀୟ ବେତାର ପ୍ରସାରଣ ଦିବସ ଉପଲକ୍ଷେ: ଜନସେବାରେ ରେଡିଓ

ଡ. କିଶୋର ମହାନ୍ତି: ଭାରତରେ ରେଡିଓ ପ୍ରସାରଣ ସେବା ସ୍ବାଧୀନତାପ୍ରାପ୍ତିର ବହୁ ପୂର୍ବରୁ ଆରମ୍ଭ ହୋଇଛି। କିନ୍ତୁ ବିଧିବଦ୍ଧ ଭାବେ ୧୯୩୪ ମସିହାରୁ ଏହାର ପ୍ରସାରଣ ସମ୍ଭବ ହୋଇଛି। ୧୯୩୨ ମସିହାରେ ବିବିସି ତରଫରୁ ଭାରତରେ ରହିଥିବା ଇଂରେଜମାନଙ୍କ ପାଇଁ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ୧୯୩୬ ମସିହାରେ ଦିଲ୍ଲୀଠାରେ ଜାନୁୟାରୀ ପହିଲାରେ ପ୍ରତିଷ୍ଠା ହେଲା ବେତାର କେନ୍ଦ୍ର। ୧୯୪୦ ମସିହା ମଧ୍ୟରେ ବ୍ରିଟିଶ ଶାସନାଧୀନ ଭାରତରେ ବେତାର ପ୍ରସାରଣ ପାଇଁ ଅଲ୍‌ ଇଣ୍ଡିଆ ରେଡିଓର ନାମକରଣ ସହିତ ତା’ର ପ୍ରାଶାସନିକ ସ୍ବରୂପ ଠିକଣା ହେଲା। ଓଡିଶାରେ ମଧ୍ୟ ପ୍ରସାରଣ ପାଇଁ ତଦନୁରୂପ ବ୍ୟବସ୍ଥା କରାଗଲା। ଭାରତରେ ବେତାର ପ୍ରସାରଣ ପାଇଁ ଫିଲ୍‌ଡେନଙ୍କ ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ।...

ଏଇ ଭାରତରେ

ଏଇ ଭାରତରେ

ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ୫୯ବର୍ଷ ବୟସରେ ଜଣେ ଭାଜପା ବିଧାୟକ ବିଏ ପରୀକ୍ଷା ଦେଉଛନ୍ତି। ଫୁଲ୍‌ ସିଂ ମିନା ୨୦୧୭ରେ ଗ୍ରାଜୁଏଶନ୍‌ (ସ୍ନାତକ) କୋର୍ସରେ ନାମ ଲେଖାଇଛନ୍ତି। କାରଣ ତାଙ୍କ ବାପା ମରିଯିବା ପରେ ସେ ଅଧାରୁ ପାଠପଢ଼ା ଛାଡି ଦେଇଥିଲେ। ରାଜସ୍ଥାନର ଉଦୟପୁର ରୁରାଲ୍‌ ବିଧାୟକ ୪ଟି କନ୍ୟାସନ୍ତାନର ପିତା। ସେମାନେ ତାଙ୍କୁ ଏ ବୟସରେ ପାଠ ପଢ଼ିବା ପାଇଁ ଉତ୍ସାହିତ କରିଛନ୍ତି।...

ନିଷ୍ଫଳ ଅନାସ୍ଥା

ନିଷ୍ଫଳ ଅନାସ୍ଥା

ଆକାର ପଟେଲ ମୋଦିଙ୍କ ବିରୋଧରେ ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୨୬ ଓ ବିପକ୍ଷରେ ୩୨୫ଟି ଭୋଟ ପଡ଼ିବା ବାସ୍ତବରେ ବିରୋଧୀ ଦଳଗୁଡ଼ିକ ପ୍ରତି ଅନାସ୍ଥା ପ୍ରକଟ କରୁଛି। ଏହି ସଂଖ୍ୟାକୁ ଦେଖିଲେ ଏ ଅନାସ୍ଥା ପ୍ରସ୍ତାବରୁ ବିରୋଧୀଙ୍କୁ କି ଲାଭ ମିଳିଲା ଓ ପ୍ରସଙ୍ଗ କୁଆଡ଼କୁ ଗଲା କିଛି ସ୍ପଷ୍ଟ ହେଉ ନାହିଁ। ଭୋଟ୍‌ର ଫଳାଫଳକୁ ଦେଖି ବାସ୍ତବରେ କେହି ବିସ୍ମିତ ନୁହନ୍ତି। କେବଳ ଶିବସେନାର କାର୍ଯ୍ୟ ବ୍ୟତୀତ (ଏହାର ଉଦ୍ଦେଶ୍ୟ କ’ଣ ପରେ ଆମେ ଆଲୋଚନା କରିବା) ଗୃହରେ ଏପରି କିଛି ଘଟଣା ଘଟିଲା ...

ପର୍ବତ ଗୁମ୍ଫାରେ ସତର ଦିନ

ପର୍ବତ ଗୁମ୍ଫାରେ ସତର ଦିନ

ପ୍ରକାଶ ତ୍ରିପାଠୀ ସମ୍ପ୍ରତି ଥାଇଲାଣ୍ଡର ପ୍ରଖ୍ୟାତ କାର୍ଟୁନିଷ୍ଟ ସିସିଡିଆଙ୍କର ଗୋଟିଏ କାର୍ଟୁନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଦେଖାଯାଇଛି, ୧୨ଟି ବଣୁଆ ବାର୍‌ହା ଛୁଆ, ଗୋଟିଏ ବଡ଼ ବାର୍‌ହା ଓ କିଛି ଅନ୍ୟ ଜୀବଜନ୍ତୁ ଏକ ଜଳଭର୍ତ୍ତି ଅଣଓସାରିଆ ସୁଡ଼ଙ୍ଗ ବାଟ ଦେଇ ପହଁରି ପହଁରି ଯାଉଛନ୍ତି। ସୂଚନାଯୋଗ୍ୟ ଯେ, କାର୍ଟୁନିଷ୍ଟ ସିସିଡିଆ ଏହି କାର୍ଟୁନ ମାଧ୍ୟମରେ ଥାଇଲାଣ୍ଡର ଥାମ୍‌ ଲୁଆଙ୍ଗ ପର୍ବତ ଗୁମ୍ଫାରେ ୧୭ଦିନ ଧରି ଫସି ରହିଥିବା ଥାଇଲାଣ୍ଡର ଏକ ଜୁନିୟର ଫୁଟବଲ ଟିମ୍‌ (ଓ୍ବାଇଲ୍‌ଡ ବୋର୍ସ)ର ୧୨ଜଣ ସ୍କୁଲ ...

ସେଲିବ୍ରିଟି ଉଦ୍ୟୋଗୀ

ସେଲିବ୍ରିଟି ଉଦ୍ୟୋଗୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ସମୟ ବଦଳିବା ସହ ଯୁବପିଢ଼ିର ରୁଚିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପ୍ରଗତିଶୀଳ ଚିନ୍ତାଧାରା ପୋଷଣ କରୁଥିବା କେତେକ ଯୁବତୀଯୁବକ ଚାକିରି ଅପେକ୍ଷା ଉଦ୍ୟୋଗୀ ହେବାକୁ ପସନ୍ଦ କରୁଛନ୍ତି ଓ ସ୍ଥଳବିଶେଷରେ ସଫଳ ହେଉଛନ୍ତି। ପୂର୍ବରୁ ନିର୍ଦ୍ଦିଷ୍ଟ କେତୋଟି କ୍ଷେତ୍ର ଉପରେ ଆଧାରିତ ବ୍ୟବସାୟିକ ଚିନ୍ତାଧାରା ନେଇ ଜଣେ ଉଦ୍ୟୋଗୀ ହେଉଥିଲେ। ଏବେ ଏହାର ପରିସର ...

ଏଇ ଭାରତରେ

ଏଇ ଭାରତରେ

ସ୍କୁଲ୍‌ଛାତ୍ରଙ୍କୁ ସର୍ବସମ୍ମୁଖରେ ଅପମାନଜନକ ଦଣ୍ଡଦେବା ଭଳି ଘଟଣା ଜଣେ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ଫଳ ସ୍ବରୂପ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ପୁଣେସ୍ଥିତ ବିଶ୍ରାନ୍ତଓ୍ବାଡି ପୁଣେ ଇଣ୍ଟରନ୍ୟାଶନାଲ୍‌ ସ୍କୁଲ୍‌ରେ ଜୁଲାଇ ୧୭ରେ ଏପରି ଏକ ଘଟଣା ଘଟିଛି। ଆର୍ଯ୍ୟନ୍‌ ଅମିତ୍‌ ଓ୍ବଘ୍‌ମେୟାର ନାମକ ୧୦ବର୍ଷର ବାଳକ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ଶିକ୍ଷକ ଶ୍ୱେତ ଗୁପ୍ତା ଛାତ୍ରମାନଙ୍କ ସମ୍ମୁଖରେ ତାଙ୍କୁ ଦଣ୍ଡଦେଇଥିଲେ। ଛାତ୍ରର ମା’ ଅଦିତିଙ୍କ କହିବାନୁଯାୟୀ, ଶିକ୍ଷକ ଜଣକ ଗୋଟିଏ କଇଁଚି ଧରି ଆର୍ଯ୍ୟନ୍‌ଙ୍କ ମୁଣ୍ଡବାଳ ସମ୍ମୁଖ ଭାଗରୁ କା...

ଅସହଯୋଗର ଦୁଃଖ

ଅସହଯୋଗର ଦୁଃଖ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଦେଶର ସର୍ବୋଚ୍ଚ ଖାଉଟି ସମବାୟ ସଂସ୍ଥା ବୋର୍ଡ ଅଫ୍‌ ନ୍ୟାଶ୍‌ନାଲ କୋଅପରେଟିଭ୍ସ କଞ୍ଜ୍ୟୁମର୍ସ ଫେଡ଼େରେଶନ୍‌ (ଏନ୍‌ସିସିଏଫ୍‌ ବୋର୍ଡ)ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି)ଙ୍କୁ ନିଯୁକ୍ତି ଦେବା କାହାର ଅଧିକାରଭୁକ୍ତ ଏ ନେଇ ଉକ୍ତ ସଂସ୍ଥା ଏବଂ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଛି। ମନ୍ତ୍ରଣାଳୟ ଜଣେ ଯୁଗ୍ମ ସଚିବ ଅନିଲ ବହୁଗୁଣାଙ୍କୁ ଏମ୍‌ଡି ଭାବେ ନିଯୁକ୍ତି ଦେବାବେଳେ ଏହି ମତଭେଦ ପଦାକୁ ଆସିଛି। ବିଶିଷ୍ଟ ସମବାୟ ନେତା ତଥା ପୂର୍ବତନ ବିଧାୟକ ବିଜେନ୍ଦର ...

ଗୁଜବର ବ୍ୟାପକତା

ଗୁଜବର ବ୍ୟାପକତା

ଶିବରାମ ଶତପଥୀ ପ୍ରାୟ ଷାଠିଏ ବର୍ଷ ପୂର୍ବର କଥା। ଲୋକେ ପଦବ୍ରଜରେ ଯିବା ଆସିବା କରୁଥିଲେ। ଦିନେ ମୁଁ ପଦିଆ ମାମୁଙ୍କୁ ପଚାରିଲି- ତୁମେ ପରା ଆଜି ଅମୁକ ଗାଁକୁ ଯିବାର ଥିଲା, ଯାଉନ। ସେ କହିଲେ ଖଙ୍ଗାର ମାତିଛି ପରା, ଏକୁଟିଆ କେମିତି ଯିବି? ପିଲାଙ୍କୁ ତାଗିଦ କରାଯାଉଥିଲା, ଏକା ଏକା ଦେଖିଲେ ପିଲାଙ୍କୁ ଖଙ୍ଗାର ବସ୍ତାରେ ପୂରାଇ ନେଇଯିବ। ଅମୁକଠାରେ ପୋଲ ତିଆରି ହେଉଛି ତ, ତା ନିଅଁରେ ପକାଇବା ପାଇଁ ପିଲାଙ୍କୁ ଧରି ନିଆଯାଉଛି। ପୋଲର ସ୍ଥାୟିତ୍ୱ ପାଇଁ ନରବଳି ଆବଶ୍ୟକ। ଏହା ଅବଶ୍ୟ ଏକ ଅନ୍ଧବିଶ୍ୱାସ।...

ଭକ୍ତ ଓ ଭଗବାନଙ୍କ ମହାମିଳନ

ଭକ୍ତ ଓ ଭଗବାନଙ୍କ ମହାମିଳନ

ବିମଳ ପ୍ରସନ୍ନ ଦାସ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଯୁଗେ ଯୁଗେ ଅନୁପମ ଓ ଅଲୌକିକ। ସେଥିପାଇଁ ଦାସିଆ ବାଉରିଙ୍କ ଅଧିକାର ଓ ଅଭିମାନ ଯୁଗ ଯୁଗକୁ ଅତୁଟ ରହିଛି ଓ ରହିଥିବ। କାରଣ ଲୀଳାମୟ, କାଳିଆ ସାଆନ୍ତ, ମହାବାହୁ ରାଜାଧିରାଜ ମଣିଷର ଠାକୁର। ଭକ୍ତର ଭାବରେ ବନ୍ଧା। ତା’ର ଜୀବନ ଧନ-ଅନ୍ଧ ଲଉଡି। କେତେ ବିଶ୍ୱାସ ଓ ନିର୍ଭରତା ଭକ୍ତର। ସାମାନ୍ୟ ଭରତିଆ ପକ୍ଷୀଟିର ଉଦାହରଣ ଯଥେଷ୍ଟ। କୁରୁକ୍ଷେତ୍ର ଯୁଦ୍ଧ ପ୍ରାରମ୍ଭରେ ପକ୍ଷୀଟି ବ୍ୟାକୁଳ ପ୍ରାର୍ଥନା କରିଛି ତା’ର ଅଣ୍ଡା ଦୁଇଟିକୁ ରକ୍ଷା କରିବାକୁ। ଭକ୍ତ ବଳରାମଙ୍କ କାଳଜ...

ଏଇ ଭାରତରେ

ଏଇ ଭାରତରେ

ନୀଚକୁଳରେ ଜନ୍ମ ହୋଇଥିବାରୁ ଜଣେ ମହିଳାଙ୍କ ହାତରନ୍ଧା ଖାଇବାକୁ କେତେକେ ନାକ ଟେକିଛନ୍ତି। ପରିଣାମ ସ୍ବରୂପ ଉକ୍ତ ମହିଳାଙ୍କୁ ସ୍କୁଲ୍‌ରୁ ହଟାଇ ଦେବାପାଇଁ ଉଚ୍ଚଜାତିର ଲୋକମାନେ ଦାବି ଉଠାଇଥିଲେ। ତାମିଲନାଡୁର ଏକ ସ୍କୁଲ୍‌ରେ ମଧ୍ୟାହ୍ନଭୋଜନ ରୋଷେଇ କରିବାରୁ ଉକ୍ତ ଦଳିତ ମହିଳାଙ୍କୁ ବଞ୍ଚତ୍ତ କରାଯାଇଛି। ତିରୁପୁର ଜିଲାର ଓକାମ୍‌ପଲାୟମ୍‌ ଗାଅଁାରେ ପି. ପାପଲ୍‌ ନାମ୍ନୀ ଏହି ମହିଳା ଗତ ୨ବର୍ଷ ହେଲା ମଧ୍ୟାହ୍ନଭୋଜନ ପାଚିକା ଭାବରେ ନିଯୁକ୍ତି ପାଇଥିଲେ। ସପ୍ତାହକ ତଳେ ନିଜ ଅନୁରୋଧ କ୍ରମେ ...

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ