ସମ୍ପାଦକୀୟ |

ସୁଷମାଙ୍କ ଇ-ଦରବାର

ସୁଷମାଙ୍କ ଇ-ଦରବାର
ଆକାର ପଟେଲ ମୋଗଲମାନେ ଭାରତ ଜୟ କରିବା ପରେ ଗୋଟିଏ ପରମ୍ପରା ବଜାୟ ରଖିଥିଲେ: ତାହା ହେଉଛି ‘ଦର୍ଶନ’। ଦିନରେ ଥରେ ମୋଗଲ ସମ୍ରାଟ୍‌ ବାଲ୍‌କୋନିରେ ଠିଆ ହୋଇ ପ୍ରଜାମାନଙ୍କୁ ଦର୍ଶନ ଦିଅନ୍ତି। ଏଥିରୁ ପ୍ରଜାମାନେ ଆଶ୍ୱସ୍ତ ହୁଅନ୍ତି ଯେ ରାଜ୍ୟ ଠିକ୍‌ ଚାଲିଛି। କାରଣ ସମ୍ରାଟ୍‌ଙ୍କ ଅନୁପସ୍ଥିତିରେ ନାନା ପ୍ରକାର ଗୁଜବ ଖେଳିଯାଏ ଓ ଦେଶରେ ଅରାଜକତା ବ୍ୟାପିଯାଏ। ୧୬୨୭ ମସିହାରେ ଜାହାଙ୍ଗିର ମୃତ୍ୟୁବରଣ କଲେ। ଜୈନ ବଣିକ ବନାରସୀଦାସ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ, ସେତେବେଳେ ଭାରତୀୟ ସହରଗୁଡ଼ିକରେ ଅପରାଧୀ ଓ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧିପାଇଲା। ବଣିକମାନେ ଭୟରେ ନିଜ ନିଜର ସାମଗ୍ରୀଗୁଡ଼ିକୁ ମାଟିରେ ପୋତିପକାଇଲେ। ଯେତେବେଳେ ପ୍ରଜାମାନେ ଖବର ପାଇଲେ ଯେ ସମ୍ରାଟ୍‌ଙ୍କ ପୁଅମାନଙ୍କ ଭିତରେ ଉତ୍ତରାଧିକାରକୁ ନେଇ କନ୍ଦଳ ତୁଟିଛି ଏବଂ ଖୁରାମ ଶାହଜାହାନ ନାମ ଧାରଣ କରି ସମ୍ରାଟ୍‌ ହୋଇଛନ୍ତି, ସେତେବେଳେ ଯାଇ ଅରାଜକତା ଦୂର ହେଲା। ଦର୍ଶନରେ ଜାହାଙ୍ଗିର ନ୍ୟାୟ ବ୍ୟବସ୍ଥାକୁ ଯୋଡ଼ିଥିଲେ। ସେ ତାଙ୍କ ରାଜପ୍ରାସାଦରେ ଏକ ଚେନ୍‌ର ବ୍ୟବସ୍ଥା କରିଥିଲେ। ଯେଉଁ ପ୍ରଜାଙ୍କର କିଛି ଅଭାବ ଅଭିଯୋଗ ଥିଲା, ସେମାନେ ସେହି ଚେନ୍‌ ଟାଣି ଘଣ୍ଟି ବଜାଉଥିଲେ। ଘଣ୍ଟି ଶବ୍ଦ ଶୁଣି ସମ୍ରାଟ୍‌ ବାହାରକୁ ଆସି ସମ୍ପୃକ୍ତ ପ୍ରଜାଙ୍କୁ ନ୍ୟାୟ ପ୍ରଦାନ କରୁଥିଲେ। ଏହାକୁ ଆଦଲ-ଇ-ଜାହାଙ୍ଗିର ବା ଜାହାଙ୍ଗିରଙ୍କ ନ୍ୟାୟ ବୋଲି କୁହାଯାଉଥିଲା। ଏହାଦ୍ୱାରା ଦେଶର ସର୍ବୋଚ୍ଚ ଶାସକଙ୍କଠାରୁ ପ୍ରଜାମାନେ ତତ୍କାଳ ନ୍ୟାୟ ପାଉଥିଲେ। ଏହା କିନ୍ତୁ ସବୁ ଶାସକଙ୍କ କ୍ଷେତ୍ରରେ ସମ୍ଭବ ନୁହେଁ। ଜାହାଙ୍ଗିର ଜଣେ ଅଳସୁଆ ଓ ସ୍ବାର୍ଥପର ବ୍ୟକ୍ତି ହୋଇଥିବାରୁ ସେ ଏସବୁ ପାଇଁ ସମୟ ପାଉଥିଲେ। କିନ୍ତୁ ସେ ନ୍ୟାୟ ପ୍ରଦାନ ପାଇଁ ଆଗ୍ରହୀ ନ ଥିଲେ ଓ ପ୍ରକୃତରେ ଜଣେ ରାକ୍ଷସ ପ୍ରକୃତିର ଥିଲେ। ସେ ଦୁଇଜଣ ଲୋକଙ୍କ ଗୋଇଠି କାଟିଦେଇ ତାଙ୍କୁ ସାରା ଜୀବନ ପାଇଁ ପଙ୍ଗୁ କରିଦେଇଥିଲେ। ତାଙ୍କର ଦୋଷ ହେଲା ଜାହାଙ୍ଗିର ଜଙ୍ଗଲରେ ଏକ ବାଘ ଶିକାର କରିବାକୁ ବନ୍ଧୁକ ଯୋଖିଥିବା ବେଳେ ସେ ଦୁହେଁ ବାଘଟିକୁ ଭୟଭୀତ କରି ଘଉଡ଼ାଇ ଦେଇଥିଲେ। ନିଜେ ଜାହାଙ୍ଗିର ତାଙ୍କ ଆତ୍ମଜୀବନୀ ତୁଜୁକ୍‌-ଇ-ଜାହାଙ୍ଗିରରେ ଏହା ଉଲ୍ଲେଖ କରିଛନ୍ତି। ତେଣୁ ଜାହାଙ୍ଗିରଙ୍କ ନ୍ୟାୟ ବୋଲି ଯାହା କୁହାଯାଉଛି, ତାହା ଥିଲା କେବଳ ଲୋକଦେଖାଣିଆ। ମୁଁ ଏହା ଲେଖିବାର କାରଣ ହେଉଛି ବର୍ତ୍ତମାନ ଆମ ବିଦେଶ ମନ୍ତ୍ରୀ ଠିକ୍‌ ଏହିଭଳି କାର୍ଯ୍ୟ କରୁଛନ୍ତି। ସୁଷମା ସ୍ବରାଜଙ୍କ ଟୁଇଟର ଆକାଉଣ୍ଟ ଆଦଲ-ଇ-ଜାହାଙ୍ଗିରର ଆଧୁନିକ ରୂପ। ତାଙ୍କ ଟୁଇଟରକୁ ନେଇ ନିକଟରେ ଗଣମାଧ୍ୟମରେ କେତେକ ଶିରୋନାମା ପ୍ରକାଶ ପାଇଛି, ଯଥା: ଜଣେ ପାକିସ୍ତାନୀ ସୁଷମାଙ୍କୁ ତାଙ୍କ ରୋଗଣା ପିଲା ସମ୍ପର୍କରେ ଟ୍ବିଟ୍‌ କରି ଜଣାଇବାରୁ ତାଙ୍କୁ ଚିକିତ୍ସା ପାଇଁ ଭାରତ ଆସିବାକୁ ମେଡିକାଲ ଭିଜା ମିଳିଛି (ଜନ୍‌ ୨), ଏକ ଲାହୋର ଶିଶୁର ନୋଏଡ଼ାରେ ହାର୍ଟ ସର୍ଜରୀ ପାଇଁ ସୁଷମା ବ୍ୟବସ୍ଥା କରିଛନ୍ତି (ଜୁନ୍‌ ୧୧), କର୍ନାଟକର ନର୍ସଙ୍କୁ ସୌଦୀ ଆରବରୁ ଫେରିବାରେ ସୁଷମାଙ୍କ ଟ୍ବିଟ୍‌ ସାହାଯ୍ୟ କଲା ଇତ୍ୟାଦି। ଶୁକ୍ରବାର ସୁଷମା ଦୁବାଇସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଟ୍ବିଟ୍‌ କଲେ: ‘ବିପୁଲ, ଦୟାକରି ତାଙ୍କୁ ତାଙ୍କ ମାଆଙ୍କ ଅନ୍ତ୍ୟେଷ୍ଟିରେ ପହଞ୍ଚିବାରେ ସାହାଯ୍ୟ କର।’ ତାଙ୍କର ଏହିସବୁ ଟ୍ବିଟ୍‌ ଗଣମାଧ୍ୟମରେ ପ୍ରକାଶ ପାଉଛି। ଟୁଇଟର ମାଧ୍ୟମରେ ଏପରି ଗୋଟିଏ ଦୁଇଟି ଘଟଣାରେ ହସ୍ତକ୍ଷେପ କରି ସୁଷମା ଗଣମାଧ୍ୟମରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରୁଛନ୍ତି। ଏହା ପଛରେ ତାଙ୍କ ବିଭାଗର ସବୁ ଦୋଷଦୁର୍ବଳତା ଘୋଡ଼େଇ ହୋଇପଡ଼ୁଛି। କୂଟନୀତିଜ୍ଞ ଓ ଅମଲାମାନେ ମାଡାମ୍‌ଙ୍କ ଟ୍ବିଟ୍‌କୁ ଧ୍ୟାନ ଦେବାକୁ ଯାଇ ନିଜର ନିୟମିତ କାର୍ଯ୍ୟରେ ଅବହେଳା କରୁଛନ୍ତି। ପାକିସ୍ତାନ, ନେପାଳ, ଶ୍ରୀଲଙ୍କା, ବାଂଲାଦେଶ ବା ମ୍ୟାନ୍‌ମାର ସମ୍ପର୍କରେ ଆମର କୌଣସି ବାସ୍ତବ ସୁସଙ୍ଗତ ବିଦେଶ ନୀତି ନାହିଁ। କିନ୍ତୁ ତଥାକଥିତ ଇ-ଦରବାର ଓ ଇ-ଦର୍ଶନ ଲୋକଙ୍କ ଭିତରେ ଭ୍ରମ ସୃଷ୍ଟି କରୁଛି ଯେ, ଆମର ବିଦେଶ ମନ୍ତ୍ରଣାଳୟ ଠିକ୍‌ ବାଟରେ ଚାଲିଛି। ପାକିସ୍ତାନୀ ପିଲାର ସର୍ଜରୀ ହେଉ କି ଇଜିପ୍ଟର ମେଦବହୁଳା ମହିଳାଙ୍କର ବାରିଆଟିକ୍‌ ସର୍ଜରୀ ହେଉ, ସେଥିପାଇଁ ଭିଜା ପାଇବାକୁ ହେଲେ ଜଣେ କେନ୍ଦ୍ରମନ୍ତ୍ରୀଙ୍କର ହସ୍ତକ୍ଷେପ କି ଦରକାର? କୌଣସି ସଭ୍ୟଦେଶ କ’ଣ ମନ୍ତ୍ରୀଙ୍କର ଟୁଇଟର ପଢ଼ି ଭିଜା ଦେଇଥାନ୍ତି? ନା। ସେମାନଙ୍କର ଏଥିପାଇଁ ସରକାରୀ ପ୍ରକ୍ରିୟା ଅଛି। କିନ୍ତୁ ଆମର ଅଛି ଦରବାର। ଆମ ମନ୍ତ୍ରୀମାନଙ୍କର କ’ଣ ଅନ୍ୟ କାମ କିଛି ନାହିଁ? ମୋର ତ ନିୟମିତ କାମ ଅଛି ଏବଂ ଟୁଇଟର ପାଇଁ ମୋ ପାଖରେ ସମୟ ନାହିଁ। ଏଥିପାଇଁ ସୁଷମା କେଉଁଠୁ ସମୟ ପାଉଛନ୍ତି? ଅବଶ୍ୟ ଭାରତର ଅଧିକାଂଶ ବିଦେଶ ନୀତି ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି। ଚାଇନା, ପାକିସ୍ତାନ ବା ଇସ୍ରାଏଲ ପ୍ରସଙ୍ଗ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ ତତ୍ତ୍ୱାବଧାନରେ ଚାଲିଛି। ସେଥିପାଇଁ ମୋଦି ନେହେରୁଙ୍କ ଅମଳର ନୀତିକୁ ଛାଡ଼ି ନିଜର ନୀତି ଆପଣେଇଛନ୍ତି। ଭାରତୀୟ ସଭ୍ୟତାର ମୂଲ୍ୟବୋଧକୁ ନେଇ ନେହେରୁ ତାଙ୍କର ନୀତି ଚଳାଇଥିବା ବେଳେ ମୋଦି ମୁଖ୍ୟତଃ ପ୍ରତିରକ୍ଷା ଓ ଆତଙ୍କବାଦକୁ ନେଇ ତାଙ୍କର ନୀତି ଚଳାଇଛନ୍ତି। ଏସବୁ କାମ ଅନ୍ୟମାନଙ୍କ ଦ୍ୱାରା କରାଯାଉଥିବାରୁ ସୁଷମା ଅନ୍ୟ କାମ ପାଇଁ ସମୟ ପାଉଛନ୍ତି। ସେ ନିଜକୁ ଏହା ମାଧ୍ୟମରେ ଜଣେ ସକ୍ରିୟ ମନ୍ତ୍ରୀ ବୋଲି ଦର୍ଶାଉଛନ୍ତି। ତାଙ୍କର ଦରବାରୀ ନୀତି ଅଳ୍ପ କିଛି ଲୋକଙ୍କ କାମରେ ଆସିଲେ ବି ଦେଶର କ୍ଷତି କରୁଛି। Email: aakar.patel@gmail.com
All Right Reserved By

ସମ୍ପାଦକୀୟ |

ସଂସ୍କାର ପାଇଁ ତରତର ନାହିଁ

ସଂସ୍କାର ପାଇଁ ତରତର ନାହିଁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ନୀତି ଆୟୋଗର ଷ୍ଟ୍ରାଟେଜି ଡକୁମେଣ୍ଟ ‘Strategy for New India@75’ରେ ଭାରତୀୟ ଅମଲାତନ୍ତ୍ରରେ ସଂସ୍କାର ଆଣିବା ପାଇଁ ବହୁବିଧ ପଦକ୍ଷେପ ନେବା ଲାଗି ସୁପାରିସ କରାଯାଇଛି। ସେଗୁଡ଼ିକ ମଧ୍ୟରେ ରହିଛି ଅପାରଗ ବାବୁମାନଙ୍କୁ ବାଧ୍ୟତାମୂଳକ ଅବସର ଦେବା, ବର୍ତ୍ତମାନ ପ୍ରଚଳିତ ପ୍ରଶାସନିକ ସେବା ସଂଖ୍ୟା କମାଇଦେବା, ପ୍ରଶାସନିକ ସେବା ପରୀକ୍ଷା ଦେବା ଲାଗି ସାଧାରଣ ପ୍ରାର୍ଥୀମାନଙ୍କ ସର୍ବୋଚ୍ଚ ବୟସ ସୀମା ୩୨ରୁ ୨୭ ବର୍ଷକୁ ହ୍ରାସ କରିବା ଇତ୍ୟାଦି। ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ପ୍ରଶାସନିକ ସେବା ପାଇଁ ଗୋଟିଏ ସର୍ବଭାରତୀୟ ପରୀକ୍ଷା କରିବା ଲାଗି ମଧ୍ୟ ବିଶେଷଜ୍ଞମଣ୍ଡଳୀ ପ୍ରସ୍ତାବ ଦେଇଛନ୍ତି। ଆମ ରୁଗ୍ଣ ପ୍ରଶାସନିକ ସେବା ବ୍ୟବସ୍ଥାକୁ ସୁଧାରିବା ଲାଗି ଡାକ୍ତରଙ୍କ ବ୍ୟବସ୍ଥାପତ୍ର ଭଳି ବିଶେଷଜ୍ଞମାନେ ସିନା ସଂସ୍କାର-ପ୍ରସ୍ତାବମାନ ଦେଇଦେଲେ, ହେଲେ ମିଳିଥି..

ଆଧ୍ୟାତ୍ମିକତାର ମର୍ମ

ଆଧ୍ୟାତ୍ମିକତାର ମର୍ମ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ସମ୍ପ୍ରତି ଧର୍ମ ଓ ଆଧ୍ୟାତ୍ମିକତା ସମାର୍ଥବାଚକ ଶବ୍ଦ ଭାବରେ ବ୍ୟବହୃତ ହେଉଛି। ମାତ୍ର ସାମାଜିକ ଧର୍ମାନୁଷ୍ଠାନ ସହ ଆଧ୍ୟାତ୍ମିକତାର ବିଶେଷ ସମ୍ପର୍କ ନାହିଁ। ଆଜିକାଲି ଭଗବାନଙ୍କ ଉପରେ ଉପରଠାଉରିଆ ବିଶ୍ୱାସ। ମନ୍ଦିର, ମସ୍‌ଜିଦ ବା ଗୀର୍ଜାରେ ପହଞ୍ଚି ଉପାସନା କରିବାକୁ ଧର୍ମନିଷ୍ଠା କୁହାଯାଉଛି। ଏହା ସହ ଆଧ୍ୟାତ୍ମିକତାର ସିଧାସଳଖ କୌଣସି ସମ୍ପର୍କ ନାହିଁ। ବିଶେଷଣ ପଦ ରୂପେ ଅଧ୍ୟାତ୍ମ ଶବ୍ଦର ଅର୍ଥ ହେଲା ‘ଆତ୍ମ ବିଷୟକ’। ବିଶେଷ୍ୟ ପଦ ଭାବରେ ଏହାର ଅର୍ଥ ହେଲା ପରମାତ୍ମା ବା ବ୍ରହ୍ମ। ଆଧ୍ୟାତ୍ମିକ ମାନେ ‘ବ୍ରହ୍ମ ବା ପରମାତ୍ମା ବିଷୟକ’। ଏହି ବ୍ରହ୍ମ ବିଷୟକ ଭାବ ହେଉଛି ଆଧ୍ୟାତ୍ମିକତା। ଏଣୁ ଆଧ୍ୟାତ୍ମିକତାର ମର୍ମ..

ବାଂଲାଦେଶ ନିର୍ବାଚନ

ବାଂଲାଦେଶ ନିର୍ବାଚନ

ଶରତ ଚନ୍ଦ୍ର ମିଶ୍ର

ଡିସେମ୍ବର ୩୦, ୨୦୧୮ରେ ବାଂଲାଦେଶରେ ଏକାଦଶ ଜାତୀୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସଦ୍ୟ ସମାପ୍ତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଆଓ୍ବାମୀ ଲିଗ୍‌ ୩୦୦ରୁ ୨୬୭ଟି ସ୍ଥାନ ଅଧିକାର କରି ଅଭୂତପୂର୍ବ ସଫଳତା ହାସଲ କରିଛି। ତାଙ୍କର ସହଯୋଗୀ ଦଳ ଜାତୀୟ ପାର୍ଟି ୨୦ଟି ସ୍ଥାନ ପ୍ରାପ୍ତ ହୋଇଛି। ଜାତୀୟ ପାର୍ଟିର ନେତା ହେଉଛନ୍ତି ପୂର୍ବତନ ମିଲିଟାରୀ ଶାସକ ଜେନେରାଲ ଏରସାଦ। ଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ଜାତୀୟ ଦଳ ଅନ୍ୟାନ୍ୟ ଛୋଟ ଛୋଟ ୧୦ଟି ଦଳ ସହିତ ମିଶି ଜାତୀୟ ମିଳିତ ସାମ୍ମୁଖ୍ୟ ଗଠନ କରି ପ୍ରମୁଖ ବିରୋଧୀ ଭାବରେ ନିର୍ବାଚନରେ ଅବତୀର୍ଣ୍ଣ ହୋଇ..

ଏଇ ଭାରତରେ

ଏଇ ଭାରତରେ

ବିବାହ ଏକ ପବିତ୍ର ବନ୍ଧନ। ଏହା ପୁରୁଷ ଓ ସ୍ତ୍ରୀ ମଧ୍ୟରେ ଦୃଢ଼ ସମ୍ପର୍କ ସ୍ଥାପନ କରେ। କାହିଁ କେଉଁ ଅନାଦି କାଳରୁ ଏହି ପରମ୍ପରା ଚଳିଆସୁଛି। ବିବାହ ପରେ ପୁରୁଷ-ସ୍ତ୍ରୀ ମଧ୍ୟରେ ଦୈହିକ ସମ୍ପର୍କ ପବିତ୍ର। କିନ୍ତୁ ରାଞ୍ଚତ୍ର ଜନଜାତି ସମ୍ପ୍ରଦାୟ ବିବାହ ନ କରି ଦୀର୍ଘବର୍ଷ ଧରି ଏକତ୍ର ରହି ଆସୁଛନ୍ତି। ଏହା ପଛର ଅସଲ କାରଣ ହେଉଛି ବିବାହ ଉତ୍ସବରେ ଖର୍ଚ୍ଚକରିବା ଲାଗି ସେମାନଙ୍କ ପାଖରେ ଟଙ୍କା ନାହଁ। ସେମାନଙ୍କ ଅସୁବିଧା ସମ୍ପର୍କରେ ଅବଗତ ହେବା ପରେ ଏଠାରେ ସାମାଜିକ ସେବା ଜାରି ରଖୁଥିବା ଏକ ସଂଗଠନ ଅଭାବୀ ଲୋକମାନଙ୍କର ବିବାହ କରାଉଛି। କେତେକ ଲୋକ ଏଠାରେ ୪୦ବର୍ଷରୁ ଅଧିକ ହେଲା ଏକାଠି ରହି ଆସୁଛନ୍ତି। ପିଲା..

ଆଜିର ଅର୍ଥନୀତି/ଲେଖାନୁଦାନରେ ସୀମିତ ରୁହ

ଆଜିର ଅର୍ଥନୀତି/ଲେଖାନୁଦାନରେ ସୀମିତ ରୁହ

ସାଧାରଣ ନିର୍ବାଚନ ଆଉ ଅଳ୍ପ କେଇମାସ ବାକି ରହିଲା। ନିର୍ବାଚନ ଆୟୋଗ ପକ୍ଷରୁ ଏ ନେଇ ଯଥାସମୟରେ ବିଜ୍ଞପ୍ତି ଜାରି ହେବ। ତେବେ ଏହି ନିର୍ବାଚନ ପୂର୍ବରୁ ସରକାର ଲେଖାନୁଦାନ ନା ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ, ତାହା ଜଣାପଡ଼ି ନାହିଁ। ବଜେଟ୍‌ ପାଇଁ ଆଉ ମାତ୍ର ପ୍ରାୟ ଦୁଇ ସପ୍ତାହ ବାକି ଥିବାବେଳେ ହଠାତ୍‌ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଅସୁସ୍ଥ ହୋଇପଡ଼ିବାରୁ ଏ ନେଇ ଅନିଶ୍ଚିତତା ଦେଖାଦେଇଛି। ଆମେ ଆଶା କରୁଛୁ ଓ ପ୍ରାର୍ଥନା କରୁଛୁ ଯେ, ଜେଟ୍‌ଲୀ ଖୁବ୍‌ଶୀଘ୍ର ସୁସ୍ଥ ହୋଇଉଠନ୍ତୁ ଓ ଫେବୃୟାରୀ..

ଜଳବାୟୁ ପରିବର୍ତ୍ତନ ଚୁକ୍ତି: ପ୍ୟାରିସରୁ ପୋଲାଣ୍ଡ

ଜଳବାୟୁ ପରିବର୍ତ୍ତନ ଚୁକ୍ତି: ପ୍ୟାରିସରୁ ପୋଲାଣ୍ଡ

ଡ. ରମେଶ ଚନ୍ଦ୍ର ପରିଡ଼ା

ବିଶ୍ୱ ସମ୍ମୁଖରେ ଏବେ ସବୁଠାରୁ ଜଟିଳ ସମସ୍ୟା ରୂପେ ମୁଣ୍ଡ ଟେକିଥିବା ଜାଗତିକ ଉଷ୍ମତା ବୃଦ୍ଧି ଏବଂ ସେଥିସହିତ ସମ୍ପୃକ୍ତ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରା ନ ଗଲେ ତାହା ଯେ ଅଚିରେ ଏକ ପ୍ରଚଣ୍ଡ ଧ୍ୱଂସକାରୀ ଶକ୍ତିରୂପେ ଉଭା ହେବ ଏ କଥା ସ୍ବୀକୃତ ହୋଇସାରିଲାଣି। ତେଣୁ ଏହାର ପଥ ନିର୍ଦ୍ଧାରଣ ଲାଗି ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଚାଲିଛି ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ଏବଂ ସମ୍ପାଦିତ ହେବାରେ ଲାଗିଛି ନାନାଦି ଚୁକ୍ତି। ଏଗୁଡିକ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ‘ୟୁଏନ୍‌ ଫ୍ରେ..

ଆଧୁନିକ ବେଣ୍ଟ

ଆଧୁନିକ ବେଣ୍ଟ

ଦ୍ୱିତୀ ଚନ୍ଦ୍ର ସାହୁ

ଘର ସାମ୍ନା ଗେଟ୍‌ ଦେଇ ବଜାରକୁ ବାହାରିଲା ବେଳେ ନିକଟରେ ଥିବା କଲେଜକୁ ଯାଉଥିଲେ ପଞ୍ଝାଏ କଲେଜ ପଢୁଆ ପିଲା। ସମସ୍ତଙ୍କ ହାତରେ ମୋବାଇଲ। ମୋବାଇଲକୁ ଖେଳାଇ ଖେଳାଇ ଜଣେ କହିଲା ଆଜି ବେଣ୍ଟ (ଶିକାର) କରିବା। ପଛରୁ ଶୁଣି ଟିକେ ଚକିତ ହେଲି। ତା’ ପରେ ସେମାନଙ୍କ ବାର୍ତ୍ତାଳାପରୁ ଯାହା ଜାଣିଲି ସେମାନେ କଲେଜର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦଳଗତ ଭାବେ ଠିଆ ହେବେ। କଲେଜ ଭିତରକୁ ପ୍ରବେଶ କରୁଥିବା ଝିଅମାନଙ୍କୁ ଚାହିଁବେ। ସେମାନଙ୍କୁ ପରଖିବେ। ସେଥିରୁ ସୁନ୍ଦରୀ ଲଳନାଙ୍କୁ ବାଛିବେ..

ଏଇ ଭାରତରେ

ଏଇ ଭାରତରେ

ଯୌତୁକ ନିରୋଧୀ ଆଇନ ୧୯୬୧ର ଧାରା ୩ ଅନୁସାରେ ଯୌତୁକ ନେବା କିମ୍ବା ଦେବା ଉଭୟ ଅପରାଧ। ସମ୍ପ୍ରତି ସମାଜରେ ଯୌତୁକ ଦାବିରେ ବହୁ ଅପରାଧ ଘଟୁଛି।  ଏନେଇ ବହୁ ମାମଲା ମଧ୍ୟ ଅଦାଲତରେ ବିଚାରାଧୀନ ରହିଛି। ବିଶେଷକରି ଯୌତୁକ ଦାବି ବିରୋଧରେ ମହିଳାମାନେ ସ୍ବାମୀ ଓ ଶାଶୁଘର ଲୋକଙ୍କ ବିରୋଧରେ ମାମଲା ରୁଜୁ କରୁଥିବା ଦେଖିବାକୁ ମିଳେ। ଏବେ କିନ୍ତୁ ..

ପ୍ରାଣୀଙ୍କ ଲାଟରାଲିଟି

ପ୍ରାଣୀଙ୍କ ଲାଟରାଲିଟି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଏ ପୃଥିବୀର ଅନ୍ୟ ସମସ୍ତ ପ୍ରାଣୀଙ୍କଠାରୁ ମଣିଷ ନିଜକୁ ଅଲଗା ଭାବେ। କିନ୍ତୁ ସମୟକ୍ରମେ ବୈଜ୍ଞାନିକମାନେ ପ୍ରମାଣ କଲେଣି ଯେ, ଯେଉଁସବୁ ବିଶେଷ ଗୁଣ ଓ ବୁଦ୍ଧିମତ୍ତାକୁ ନେଇ ମଣିଷ ନିଜକୁ ଶ୍ରେଷ୍ଠ ଭାବୁଛି, ସେସବୁ ଗୁଣ ପ୍ରାଣୀମାନଙ୍କଠାରେ ମଧ୍ୟ ଅଛି। ଉଦାହରଣସ୍ବରୂପ କୀଟପତଙ୍ଗ, ମାଛ, କୁଆ ଓ ବଣମଣିଷ ମଧ୍ୟ ବିଭିନ୍ନ ଉପକରଣର ଉପଯୋଗ କରନ୍ତି। ଏଥିମଧ୍ୟରୁ ଗୋଟି..

 ଉଚ୍ଚଶିକ୍ଷାରେ ପ୍ରତାରଣା

ଉଚ୍ଚଶିକ୍ଷାରେ ପ୍ରତାରଣା

ଡ. ସୁବାସ ଚନ୍ଦ୍ର ପାତ୍ର

ଜାତୀୟ ପରିପ୍ରେକ୍ଷୀରେ ଯାହାହେଉ ଆପାତତଃ ଓଡ଼ିଶାରେ ଉଚ୍ଚଶିକ୍ଷାର ସ୍ଥିତି ଦେଖିଲେ ଜଣାଯାଏ, ଏଠାରେ ଶୈକ୍ଷିକ ବ୍ୟବସ୍ଥାର ପରିବର୍ତ୍ତନ ଚିନ୍ତା କେବଳ ଉଚ୍ଚାକାଂକ୍ଷାକୈନ୍ଦ୍ରିକ। ଉଚ୍ଚଶିକ୍ଷାକୁ କିପରି ଜାତୀୟ ଅବା ଅନ୍ତର୍ଜାତୀୟ ସ୍ତରକୁ ନିଆଯାଇଛି ଏବଂ ସେହି କ୍ରମରେ ପ୍ରାରମ୍ଭିକ ପଦକ୍ଷେପ ହିସାବରେ ପାଠ୍ୟକ୍ରମର କିପରି ବୈପ୍ଳବିକ ପରିବର୍ତ୍ତନ କରାଯାଇଛି, ଜନସାଧାରଣଙ୍କ ମନରେ ବିଶ୍ୱାସ ଜନ୍ମେଇବା ପାଇଁ ସେ କଥାର ବହୁଳ ପ୍ରଚାର କରାଯାଏ। କିନ୍ତୁ ତା’ ପଛରେ ଲୁକ୍କାୟିତ ବିଫଳତାର କରୁଣ କାହାଣୀ ..

ଆଧୁନିକ ଶିକ୍ଷା ଓ ସମାଜ

ଆଧୁନିକ ଶିକ୍ଷା ଓ ସମାଜ

ଲଲାଟ କେଶରୀ ନାୟକ

ସ୍ବାମୀ ବିବେକାନନ୍ଦ ତାଙ୍କର ଶିକାଗୋ ଅଭିଭାଷଣରେ କହିଥିଲେ, କୋଟି କୋଟି ଅଦୃଶ୍ୟ ଶିଶିରବିନ୍ଦୁ ଯେମିତି ରାଶି ରାଶି ଗୋଲାପ କଢ଼ିକୁ ପ୍ରସ୍ଫୁଟିତ କରେ, ଠିକ୍‌ ସେହିଭଳି ଜଣେ ବ୍ୟକ୍ତିର ମାନସିକତା ଏକ ସୁସ୍ଥ ଏବଂ ବିକାଶଶୀଳ ରାଷ୍ଟ୍ର ଗଠନର ମୂଳମନ୍ତ୍ର ହୋଇଥାଏ। ଆଇନଶୃଙ୍ଖଳାରେ ଯେତେ ବି ପରିବର୍ତ୍ତନ ହେଉ ନା କାହିଁକି ବା ଶାସନ ଖସଡା ଯେତେ କଠୋର ହେଉ ନା କାହିଁକି, ଯଦି ବ୍ୟକ୍ତିର ମାନସିକତାରେ ପରିବର୍ତ୍ତନ ନ ହୋଇଛି ତେବେ ବିକାଶଶୀଳ ରାଷ୍ଟ୍ର ଗଠନ ଅସମ୍ଭବ। ..

ଏଇ ଭାରତରେ

ଏଇ ଭାରତରେ

ଭାଇ ଭଉଣୀ ମଧ୍ୟରେ ସାଧାରଣତଃ ସ୍ନେହ ମମତା ଅତୁଟ ଥାଏ। ଗୋଟିଏ ମା’ର ସନ୍ତାନ ହୋଇଥିବାରୁ ଦୁହିଁଙ୍କ ମନୋଭାବ ମଧ୍ୟ ପ୍ରାୟତଃ ଏକାପ୍ରକାର ହୋଇଥାଏ। କିନ୍ତୁ ଏକ ଘଟକ୍ରମରେ ଭାଇ ଭଉଣୀ ଗୋଟିଏ ଘରେ ଏକତ୍ର ମୃତ୍ୟୁବରଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ଚକିତ କରିଛି। ଏପରି ଏକ ଘଟଣା ଘଟିଛି ନାଗପୁରର ତାନ୍ତ୍ୟା ଟୋପେ ନଗର ଅଞ୍ଚଳରେ। ମୋହନ ଓଟଓ୍ବାନି ଏବଂ ..