ଫୁରସତ |

ଡର କାହାକୁ

ଡର କାହାକୁ

ଡର। କେଉଁ ପରିସ୍ଥିତିରେ କାହା ମନକୁ କବଳିତ କରେ ତା’ର ହିସାବ ନ ଥାଏ। ତେବେ  ଅନେକ ଯୁବତୀଯୁବକଙ୍କ ମନରେ ସାର୍ବସାଧାରଣଙ୍କ ସମ୍ମୁଖରେ କିଛି କହିବା କିମ୍ବା ବକ୍ତବ୍ୟ ଦେବାକୁ ନେଇ ଡର ଥାଏ। ହେଲେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାର ସ୍ବାଦ ଚାଖିବାକୁ ହେଲେ ନିଜସ୍ବ ଉଦ୍ୟମ ହିଁ ଏକମାତ୍ର ଉପାୟ...କେତୋଟି ନିର୍ଦ୍ଦିଷ୍ଟ ଜିନିଷ କିମ୍ବା ପରିସ୍ଥିତିକୁ ନେଇ କେତେକଙ୍କ ମନରେ ଡର ଥାଏ। ଯାହାକୁ ଆମେ ସାଧାରଣତଃ ଫୋବିଆ ବୋଲି କହିଥାଉ। ଠିକ୍‌ ଯେମିତି ଅନେକ ଯୁବତୀଯୁବକଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ କିମ୍ବା ଜନସମାଗମରେ କିଛି କହିବା କିମ୍ବା ବକ୍ତବ୍ୟ ଦେବାକୁ ଡର ଲାଗିଥାଏ।  ହେଲେ ଯେଉଁମାନେ ଯଥା ସମୟରେ ମନ ଭିତରୁ ଏହି ଭୟ କାଢିବାକୁ ଚେଷ୍ଟା ନ କରନ୍ତି ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାର ସ୍ବାଦ ଚାଖିବାରୁ ବଞ୍ଚତ୍ତ ହୁଅନ୍ତି। ତେଣୁ ଯଦି ଆପଣଙ୍କ ମନରେ ଏଭଳି ଭୟ ଥାଏ, ତେବେ କିପରି ଏହାକୁ ଦୂର କରିପାରିବେ ଜାଣିରଖନ୍ତୁ...- ଯେଉଁମାନଙ୍କଠାରେ ଜନସାଧାରଣ ବା ଅଧିକଲୋକଙ୍କ ଆଗରେ କିଛି କହିବାକୁ ନେଇ ଭୟ ଥାଏ। କେତେକଙ୍କ ଠାରେ ଏଭଳି ପରିସ୍ଥିତିର ସାମ୍‌ନା କରିବା ତ ଦୂରର କଥା ଶୁଣିବା ମାତ୍ରେ ଦେହ ଥରିବା, ବ୍ୟସ୍ତ ହୋଇପଡିବା, ଝାଳ ବୋହିବା, ଭୟରେ ଓଠ ଶୁଖିଯିବା, ମାନସିକ ସ୍ତରରେ ଦୁର୍ବଳ ହୋଇପଡିବା, ବାରମ୍ବାର ମନା କରିବା ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। ଏମିତିକି ପବ୍ଲିକ୍‌ରେ ନିଜକୁ କିଛି କହିବାକୁ ହେବ ଜାଣିବା ମାତ୍ରେ କାହା କାହାକୁ ଭୟରେ ଝାଡା, ପରିସ୍ରା ମଧ୍ୟ ଲାଗିଥାଏ। ତେବେ ଏହି ଭୟକୁ ମେଡିକାଲ ସାଇନ୍ସରେ ଗ୍ଲୋସୋଫୋବିଆ ବୋଲି କୁହାଯାଇଥାଏ। ଯାହାକୁ ଦୂର କରିବା ଲାଗି ନିଜସ୍ବ ଚେଷ୍ଟା ନିତାନ୍ତ ଆବଶ୍ୟକ। ଏହା ବ୍ୟତୀତ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା କମ୍ୟୁନିକେଶନ ସ୍କିଲ୍‌ ଡେଭଲପ୍‌ମେଣ୍ଟ, ଗ୍ରୁପ୍‌ ଡିସ୍କଶନ୍‌ ଭଳି ଟ୍ରେନିଂ ନେଇପାରିବେ। - ପୂର୍ବ ପ୍ରସ୍ତୁତି ମଧ୍ୟ ଭୟ ଦୂର କରିବାରେ ବେଶ୍‌ ଲାଭଦାୟକ। ଅର୍ଥାତ୍‌ ଜନସମାଗମରେ କିଛି କହିବାକୁ ଭୟ ଲାଗୁଛି ତେବେ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ଏହାର ଉଦ୍ଦେଶ୍ୟ ଏବଂ ବିଷୟ ବସ୍ତୁକୁ ଭଲ ଭାବେ ବୁଝନ୍ତୁ। ଯଦି ସମ୍ଭବ ଏ ସମ୍ପର୍କରେ ପୂର୍ବରୁ ପଢିନିଅନ୍ତୁ, ଯାହାକି ଆପଣଙ୍କୁ ନିର୍ଭୟ ଭାବେ ସମସ୍ତଙ୍କ ଆଗରେ କହିବାର ସାହସ ଯୋଗାଇବ। - ଡର ଦୂର କରିବା ଲାଗି ପୂର୍ବରୁ ଅଭ୍ୟାସ କରିନେବା ଭଲ।  ଏଥିପାଇଁ ପରିବାର ସଦସ୍ୟ କିମ୍ବା ବନ୍ଧୁମାନଙ୍କୁ ଦର୍ଶକ ଭାବେ ବସାଇ ସେମାନଙ୍କଠାରୁ ମତାମତ ନେଇପାରିବେ।  ଏହାଦ୍ୱାରା ନା କେବଳ ଆପଣଙ୍କ ସାହସ ବଢିବ ବରଂ କୌଣସି ତ୍ରୁଟି ଥିଲେ ଏହାକୁ ସୁଧାରିବାର ମଉକା ମିଳିବ ଏବଂ ଏଥିନେଇ ଆପଣଙ୍କ ମନ ଭିତରେ ଥିବା ଡର ବି ଦୂର ହେବ।   - ପ୍ରତ୍ୟେକ କାର୍ଯ୍ୟ ଲାଗି ଆମତ୍ବିଶ୍ୱାସ ରହିବା ଅତ୍ୟନ୍ତ ଜରୁରୀ। ତେଣୁ ଯଦି ମନରେ କୌଣସି ନକାରାମତ୍କ ଭାବନା ରହିଛି ତେବେ ଏହାକୁ ଦୂର କରିବା ଲାଗି ପ୍ରଥମେ ନିଜର ଆମତ୍ବିଶ୍ୱାସ ବଢାନ୍ତୁ ଏବଂ ଦୃଢତାର ସହ ନିଜ କଥା ଅନ୍ୟମାନଙ୍କ ସମ୍ମୁଖରେ ଉପସ୍ଥାପନା କରନ୍ତୁ। ଦେଖିବେ ଏହା ନିଶ୍ଚିତ ଭାବେ ଆପଣଙ୍କୁ ଆଗକୁ ବଢିବାରେ ସହଯୋଗ କରିବ।  - ବକ୍ତବ୍ୟ ଦେଉଥିବା ସ୍ଥାନରେ କେଉଁ ବର୍ଗର ଦର୍ଶକ ଉପସ୍ଥିତ ଅଛନ୍ତି ଏବଂ କିଭଳି ସରଳ ଓ ସୁନ୍ଦର ଶୈଳୀରେ ନିଜର ବକ୍ତବ୍ୟ ପ୍ରଦାନ କଲେ ଏହା ସେମାନଙ୍କ ହୃଦୟସ୍ପର୍ଶୀ ହୋଇପାରିବ ସେ ସମ୍ପର୍କରେ ବିଚାର କରିବାକୁ ଆଦୌ ଭୁଲନ୍ତୁ ନାହିଁ ା- ପବ୍ଲିକ୍‌ ସ୍ପିକିଂକୁ ଭୟ ଥିବା ଯୁବତୀଯୁବକ ଅନେକ ସମୟରେ ପଛଘୁଞ୍ଚା ଦିଅନ୍ତି କିମ୍ବା ନିହାତି ଆବଶ୍ୟକ ସ୍ଥଳେ ନିଜର ବେଷ୍ଟ ଦେବା ଆଳରେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନକଲ କରିବାକୁ ଚେଷ୍ଟା କରନ୍ତି। ହେଲେ ଏହାଦ୍ୱାରା ସେମାନେ ନିଜର ବକ୍ତବ୍ୟକୁ  ଆକର୍ଷଣୀୟ କରିବା ପରିବର୍ତ୍ତେ ଅଧିକ ଖରାପ କରିଦିଅନ୍ତି ଏବଂ ପରିହାସର ପାତ୍ର ହୁଅନ୍ତି, ଯାହାକି ଆଗକୁ ବଢିବା ଦିଗରେ ସେମାନଙ୍କ ମନବଳକୁ ଦୁର୍ବଳ କରିଦିଏ। ତେଣୁ କାହାକୁ ନକଲ ନ କରି ନିଜର ବ୍ୟକ୍ତିତ୍ବକୁ ବଜାୟ ରଖି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ। - ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନା କରୁଥିବା ସମୟରେ ଭୟକୁ ଲୁଚାଇବା ଆଳରେ ଅନେକେ ଏତେ ଯତ୍ନଶୀଳ ହୋଇ ଉଠନ୍ତି ଯେ, ଅପରପକ୍ଷେ ତାଙ୍କ ସମ୍ପୂର୍ଣ୍ଣ ବକ୍ତବ୍ୟ ବା ମନ୍ତବ୍ୟ ଶୁଣୁଥିବା ଦର୍ଶକଙ୍କ ନଜରରେ ତାଙ୍କ ଭୟ ସ୍ପଷ୍ଟ ବାରିହୋଇଯାଉଛି ବୋଲି ସେମାନେ ଜାଣି ପାରନ୍ତି ନାହିଁ। ଫଳସ୍ବରୂପ ସେମାନେ ନିଜ ଉପସ୍ଥାପନାରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ବିଫଳ ହୁଅନ୍ତି। ତେଣୁ  ମନ ଭିତରେ ଡର ଥିଲେ ସୁଦ୍ଧା ଆପଣ ନିଜକୁ ଏଭଳି ଭାବେ ରଖନ୍ତୁ ଯେପରି ଦର୍ଶକଙ୍କୁ ତାହା ପ୍ରଭାବିତ କରିପାରିବ। ବଡ କଥା ହେଉଛି ନିଜର ଉପସ୍ଥାପନା ଶୈଳୀକୁ ମନୋରଞ୍ଜକପୂର୍ଣ୍ଣ କରନ୍ତୁ ଏବଂ ନିଜର ବଡିଲାଙ୍ଗୁଏଜ୍‌ ଏବଂ ଫେସିଆଲ୍‌ ଏକ୍ସପ୍ରେଶନ୍‌ ପ୍ରତି ସଜାଗ ରୁହନ୍ତୁ । ଫଳରେ ଦର୍ଶକ ଧୈର୍ଯ୍ୟର ସହିତ ଆପଣଙ୍କ କଥା ଶୁଣିବେ ଏବଂ ପୁନର୍ବାର ଶୁଣିବାକୁ ଉତ୍ସାହିତ ହେବେ। - ମନେ ରଖନ୍ତୁ ଭୟ ଦୂର କରିବାର ଅର୍ଥ ନୁହେଁ ଯେ, ନିଜର ଉପସ୍ଥାପନାକୁ ଅଧିକ ପ୍ରଭାବଶାଳୀ କରିବା ଲାଗି ଏଭଳି କିଛି ଭୁଲ୍‌ ମନ୍ତବ୍ୟ ଦେବା, ଯାହା ପରବର୍ତ୍ତୀ ସମୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ ଏବଂ ଆପଣଙ୍କୁ ଆଗକୁ ବଢିବାରେ ବାଧା ଆଣିପାରୋ କ’ଣ କରନ୍ତି ଏମାନେ...ଲକ୍ଷ୍ମୀପ୍ରିୟା ରାଏ(ରାଉରକେଲା)- ନୃତ୍ୟ, ସଂଗୀତ ଏବଂ ମଡେଲିଂ ପ୍ରତି ଆରମ୍ଭରୁ ଆଗ୍ରହ ଥିଲା। ତେଣୁ ଏ କ୍ଷେତ୍ରରେ ଆଗକୁ ବଢିବାକୁ ଚେଷ୍ଟା କଲି। ସର୍ବସମ୍ମୁଖରେ ପରିବେଷଣ କଲା ବେଳେ ଡର ଲାଗିବା ତ ସ୍ବାଭାବିକ କଥା। ହେଲେ ଏହାକୁ ଦୂର କରିବା ଲାଗି ପ୍ରଥମେ ନିଜ ଅଭିଭାବକଙ୍କ ସାହାଯ୍ୟ ନେଲି। ସେମାନଙ୍କ ସମ୍ମୁଖରେ ପରିବେଷଣ କରିବା ପରେ ଡର ଦୂର ହୋଇଗଲା। ତା’ଛଡା ସବୁବେଳେ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରିବା ନିଶାରେ ବି ଡର ଚାଲିଗଲା। ଶୁଭଜିତ୍‌ ପଣ୍ଡା( ଭୁବନେଶ୍ୱର)- ସମସ୍ତଙ୍କ ଆଗରେ କିଛି କହିବାର ଡରକୁ କିଭଳି ଦୂର କରିବ ତାହା କେବଳ ନିଜ ଉପରେ ହିଁ ନିର୍ଭର କରେ। ଏପରି କହିବାର ତାତ୍ପର୍ଯ୍ୟ ହେଉଛି ଆଜି ଜଣେ ଉପସ୍ଥାପକ ଭାବେ ପରିଚୟ ସୃଷ୍ଟି କରିପାରିଛି କେବଳ ନିଜର ଉଦ୍ୟମ ଏବଂ ଦୃଢ ଇଛାଶକ୍ତି ବଳରେ। ସ୍କୁଲ, କଲେଜ, ଜିଲା, ରାଜ୍ୟ, ଜାତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଏବଂ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ଯେପରି ଦର୍ଶକଙ୍କ ସାମ୍‌ନା କଲାବେଳେ ଡରି ନ ଯାଏ ସେଥିଲାଗି ନିଜ ଭିତରେ ଆଗ୍ରହ ସୃଷ୍ଟି କରିବା, ସବୁ କାର୍ଯ୍ୟରେ ଆତ୍ମବିଶ୍ୱାସର ସହ ଆଗଭର ହେବା, ବାରମ୍ବାର ଅଭ୍ୟାସ କରିବା ଆଦି କାର୍ଯ୍ୟ କରିଛି। ଏହାହିଁ ମତେ ମାନସିକ ସ୍ତରରେ ସଦୃଢ ଏବଂ ସଫଳ କରାଇପାରିଛି।

All Right Reserved By

ଫୁରସତ |

ସ୍ମାର୍ଟ ରୋବୋ

ସ୍ମାର୍ଟ ରୋବୋ

ଆପଣ କୌଣସି ସମସ୍ୟାକୁ ନେଇ ଚିନ୍ତିତ କି ? ଏହାକୁ କିପରି ସମାଧାନ କରିବେ ବାଟ ପାଉ ନାହାନ୍ତି? ତେବେ ଏ ନେଇ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କାରଣ ଏପରି କ୍ଷେତ୍ରରେ ଆପଣଙ୍କୁ ସହଯୋଗର ହାତ ବଢ଼ାଇବ ସ୍ମାର୍ଟ ରୋବୋ। ହେଲେ କିପରି ?

ଓଡ଼ିଶାରେ ଦେଖାଯାଉଥିବା ସାପ

ଓଡ଼ିଶାରେ ଦେଖାଯାଉଥିବା ସାପ

ଓଡ଼ିଶାରେ ସାଧାରଣ ଯେତିକି ସାପ ଦେଖାଯାନ୍ତି ତନ୍ମଧ୍ୟରୁ ନାଗ, ତମ୍ପ, ଚିତି, ରଣା, ଚନ୍ଦନ ବୋଡ଼ା(ରସଲ ଭାଇପର), ଧୂଳିଆ ବୋଡ଼ା(ସ’ ସ୍କେଲ୍‌ଡ ଭାଇପର), ଡାଳୁଆ ବୋଡ଼ା(ବାମ୍ବୋ ପିଟ୍‌ ଭାଇପର), ଅହିରାଜ(କିଙ୍ଗ୍‌ କୋବ୍ରା) ଆଦି ବିଷଧର ଅଟନ୍ତି।

ଫର୍ମାଲିନ ଆତଙ୍କ

ଫର୍ମାଲିନ ଆତଙ୍କ

ଫର୍ମାଲଡିହାଇଡ୍‌ ଏକ ଜୈବିକ ରାସାୟନିକ ଦ୍ରବ୍ୟ ଯାହା ପ୍ରକୃତିରେ ଉପଲବ୍ଧ ଥାଏ। ସର୍ବପ୍ରଥମେ ରୁଷିଆ ବୈଜ୍ଞାନିକ ଆଲେକଜାଣ୍ଡର ବଟଲେର ୧୮୫୯ରେ ଏହାକୁ ଠାବ କରିଥିଲେ। ପରବର୍ତ୍ତୀ ସମୟରେ ଭନ୍‌ ହଫମ୍ୟାନ୍‌ ଏହାକୁ ଚିହ୍ନିତ କରିଥିଲେ। ୪୦ ଭାଗ ଫର୍ମାଲଡିହାଇଡ୍‌ ଜଳରେ ମିଶାଇଲେ ତାହାକୁ ଫର୍ମାଲିନ୍‌ କୁହାଯାଏ।

ମୃତ୍ୟୁର ୧୦ ଦିନ ପରେ ପୁତ୍ର ଜନ୍ମ ଦେଲେ ମହିଳା

ମୃତ୍ୟୁର ୧୦ ଦିନ ପରେ ପୁତ୍ର ଜନ୍ମ ଦେଲେ ମହିଳା

ମୃତ୍ୟୁର ୧୦ ଦିନ ପରେ ଜଣେ ମହିଳା ଶିଶୁପୁତ୍ର ଜନ୍ମ କରିଛନ୍ତି। ଆଫ୍ରିକାର ଭ୍ମାସୀ ଗାଁରେ ଘଟିଛି ଏପରି ଏକ ଘଟଣା। ୩୩ ବର୍ଷ ବୟସ୍କା ହେଉଛନ୍ତି ନୋମବେଲିସୋ ନୋମାସନ୍ତୋ ଦ୍ମୋୟୀ।

ପୁରୁଣା ବହି ବଜାର

ପୁରୁଣା ବହି ବଜାର

ବିଦ୍ୟାର୍ଥୀଙ୍କ ଇଏ ହେଉଛି ପ୍ରିୟ ବଜାର। ଏଠାରେ ପାଠପଢ଼ା ହେଉ ବା ଚାକିରି ସମ୍ପର୍କିତ ଯେକୌଣସି ବହି ମିଳେ। ପୂରା-ଅଧାଦାମରେ। ବିଶେଷକରି ଗରିବ ଓ ମଧ୍ୟବିତ୍ତ ପରିବାରର ବିଦ୍ୟାର୍ଥୀମାନେ ବେଶୀ ନିର୍ଭର କରନ୍ତି ଏହି ବଜାର ଉପରେ। ଇଏ ହେଲା ଭୁବନେଶ୍ୱରର ପୁରୁଣା ବହି ବଜାର।

ପ୍ରଥମ ରୋଜଗାର: ପ୍ରଥମ ଦରମା ରୋଗୀଙ୍କୁ ଦାନ କରିଥିଲି -ଡା. ଶଙ୍କର ରାମଚନ୍ଦାନୀ

ପ୍ରଥମ ରୋଜଗାର: ପ୍ରଥମ ଦରମା ରୋଗୀଙ୍କୁ ଦାନ କରିଥିଲି -ଡା. ଶଙ୍କର ରାମଚନ୍ଦାନୀ

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନରେ ସିନିୟର ରେସିଡେନ୍ସ (ମେଡିସିନ) ଭାବେ କାର୍ଯ୍ୟରତ ଡା. ଶଙ୍କର ରାମଚନ୍ଦାନୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଜାଣନ୍ତୁ କ’ଣ କୁହେ ଆପଣଙ୍କ ବସିବାର ଶୈଳୀ

ଜାଣନ୍ତୁ କ’ଣ କୁହେ ଆପଣଙ୍କ ବସିବାର ଶୈଳୀ

ମଣିଷର ଚାଲିଚଳନ, ବ୍ୟବହାରରୁ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ବିଷୟରେ ଅନେକ କଥା ଜାଣିହୁଏ। ତେବେ ମନୋବିଜ୍ଞାନୀଙ୍କ ଅନୁଯାୟୀ ଆପଣଙ୍କ ବସିବାର ଶୈଳୀରୁ ମଧ୍ୟ ଜାଣିହେବ ଆପଣ କେଉଁ ପ୍ରକାରର ବ୍ୟକ୍ତି।

କୁକୁରଙ୍କ ପାଇଁ ମହଲ

କୁକୁରଙ୍କ ପାଇଁ ମହଲ

ଅନେକ କୁକୁର ପ୍ରେମୀ ଅଛନ୍ତି ଯେଉଁମାନେ ନିଜ ପୋଷା କୁକୁରଙ୍କ ଆରାମ ଏବଂ ସୁବିଧା ସୁଯୋଗ ପାଇଁ ବେଶ୍‌ ଯତ୍ନବାନ ଥା’ନ୍ତି। କିନ୍ତୁ ପୃଥିବୀରେ ଏଭଳି ମଧ୍ୟ କିଛି କୁକରପ୍ରେମୀ ଅଛନ୍ତି ଯେଉଁମାନେ ନିଜ ପୋଷା କୁକୁରଙ୍କ ପାଇଁ ନିର୍ମାଣ କରିଛନ୍ତି ବିଳାସପୂର୍ଣ୍ଣ ମହଲ।

ପାର୍କ ନୁହେଁ ଇଏ ଘର

ପାର୍କ ନୁହେଁ ଇଏ ଘର

ଛୋଟ ପିଲାଙ୍କୁ ସ୍ଲାଇଡ୍‌ ବା ଖସଡ଼ାରେ ଖସିବାକୁ କେତେ ଭଲ ଲାଗେ ତାହା ସମସ୍ତେ ଜାଣନ୍ତି। ସେଥିପାଇଁ ତ ସବୁ ପାର୍କରେ ଥାଏ ସ୍ଲାଇଡ୍‌। ତେବେ ଜାପାନର ଷ୍ଟୁଡିଓ ଲେଭଲ୍‌ ଆର୍କିଟେକ୍ଟ ଏମିତି ଏକ ତିନି ମହଲା ଘର ତିଆରି କରିଛନ୍ତି, ଯେଉଁ ଘରକୁ ଦେଖିଲେ ସମସ୍ତଙ୍କ ପିଲାଦିନ କଥା ମନେ ପଡ଼ିଯିବ।

ଲେଗୋର କଳାକୃତି

ଲେଗୋର କଳାକୃତି

କିଏ ରଙ୍ଗ ତୂଳୀରେ ତ କିଏ ମାଟି, ବ୍ରୋଞ୍ଜ ଓ ଅନ୍ୟାନ୍ୟ ଧାତୁରେ ଗଢନ୍ତି କଳାକୃତି। ତେବେ ନ୍ୟୁୟର୍କର ନାଥନ ସଓ୍ବାୟଙ୍କ କଳାକୃତି ତିଆରି ଛୋଟ ପିଲାମାନେ ଖେଳୁଥିବା ଲେଗୋ ବ୍ରିକ୍ସରେ। ନାଥନ ଜଣେ ଓକିଲ ଥିଲେ କିନ୍ତୁ ଏହି କଳାରେ ସମ୍ପୂର୍ଣ୍ଣ ମନୋନିବେଶ କରି ପୃଥିବୀର ଏକ ନାମକରା ଲେଗୋ ଆର୍ଟିଷ୍ଟ ହେବା ପାଇଁ ସେ ଓକିଲାତି ଛାଡିଦେଲେ।

ଛେଳିଙ୍କ ସ୍ବୟଂବର

ଛେଳିଙ୍କ ସ୍ବୟଂବର

ପୌରାଣିକ ଯୁଗରେ ସୁନ୍ଦରୀ ସର୍ବଗୁଣସମ୍ପନ୍ନା ରାଜକୁମାରୀଙ୍କ ସ୍ବୟଂବର ହେଉଥିଲା। ବହୁ ରାଜ୍ୟର ପ୍ରବଳ ପ୍ରତାପୀ ରାଜା ମହାରାଜା ଏଥିରେ ଯୋଗ ଦେଉଥିଲେ। ଆଉ ରାଜକୁମାରୀ ସେମାନଙ୍କ ଭିତରୁ, ଯାହାକୁ ନିଜ ଜୀବନସାଥୀ ଭାବେ ଚୟନ କରୁଥିଲେ ତାଙ୍କ ସହ ତାଙ୍କର ବିବାହ ହେଉଥିଲା। ଏବେ ଆଉ ଏହି ପରମ୍ପରା ନାହିଁ।

ରଙ୍ଗିନ୍‌ ଏକ୍ସ-ରେ ଉଦ୍ଭାବନ

ରଙ୍ଗିନ୍‌ ଏକ୍ସ-ରେ ଉଦ୍ଭାବନ

ଓ୍ବେଲିଂଟନ୍‌: ଉଭୟ ଡାକ୍ତର ଏବଂ ରୋଗୀଙ୍କ ପାଇଁ ଖୁସି ଖବର। ନିକଟରେ ନ୍ୟୁଜିଲାଣ୍ଡର ବୈଜ୍ଞାନିକମାନେ ପ୍ରଥମ କରି ୩-ଡି, କଲର୍‌ ଏକ୍ସ-ରେ ଦ୍ୱାରା ମଣିଷର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗର ରଙ୍ଗିନ୍‌ ଫଟୋଚିତ୍ର ଉତ୍ତୋଳନ କରିବାକୁ ସକ୍ଷମ ହୋଇଛନ୍ତି। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାକୁ ଏକ ଐତିହାସିକ ଉଦ୍ଭାବନ ଭାବେ ଦେଖାଯାଉଛି।

Model This Week

ରୂପେଶ