Dharitri News
ଫୁରସତ |

ପ୍ରଥମ ରୋଜଗାର: ଆଈ ପାଇଁ ଶାଢ଼ି ଓ ଅଜାଙ୍କ ପାଇଁ ମଠାକନା କିଣିଥିଲି

ପ୍ରଥମ ରୋଜଗାର: ଆଈ ପାଇଁ ଶାଢ଼ି ଓ ଅଜାଙ୍କ ପାଇଁ ମଠାକନା କିଣିଥିଲି ଅଧ୍ୟାପକ ଡ. ଚାନ୍ଦ କିଶୋର ତ୍ରିପାଠୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ମୋର ପ୍ରକୃତ ଘର ପୁରୀ ଶ୍ରୀମୁକୁନ୍ଦପୁର ଶାସନରେ ହୋଇଥିଲେ ହେଁ ମାତ୍ର ଅଢେଇ ବର୍ଷ ବୟସରୁ ଅଜାଙ୍କ ଘରକୁ ପୁଅ ହୋଇ ଚାଲିଆସିଥିଲି। କାରଣ ଅଜାଙ୍କର ଏକମାତ୍ର ଝିଅ ଥିଲେ ମୋ ମା’। ମୋ ଅଜା ଥିଲେ ଲୋକପ୍ରିୟ ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଆଉ ତାଙ୍କ ଘର ଥିଲା ଖୋର୍ଦ୍ଧା ଜିଲା ବାଣପୁରର ଭୀମପୁର ସାମନ୍ତାପୁର ଶାସନରେ। ଭୀମପୁର ୟୁ.ପି ସ୍କୁଲରୁ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇ ପରେ ଭୀମପୁର ଏମ୍‌.ଇ. ସ୍କୁଲ ଓ ଶେଷରେ ପତିତପାବନ ବାଣୀମନ୍ଦିର, ଗମ୍ଭାରିମୁଣ୍ଡାରୁ ୧୯୭୪ରେ ଏକାଦଶ ପାସ୍‌ କରିଥିଲି। ତା’ପରେ ଗୋଦାବରୀଶ ମହାବିଦ୍ୟାଳୟ, ବାଣପୁରରୁ ଆଇ.ଏ ଓ ବି.ଏ. ପଢା ସରିବା ପରେ ବାଣୀବିହାରରୁ ଓଡ଼ିଆରେ ଏମ୍‌.ଏ. ପାସ୍‌ କରିଥିଲି। ଏହାପରେ ଗୋଦାବରୀଶ ମହାବିଦ୍ୟାଳୟରେ ୧୯୮୩ ମସିହାରେ ଓଡ଼ିଆ ଅଧ୍ୟାପକ ଭାବେ ମୋତେ ନିଯୁକ୍ତି ମିଳିଗଲା। ଦରମା ୫୨୫ ଟଙ୍କା। ଅଜାଆଈଙ୍କ ପାଇଁ ମଣିଷ ହୋଇଥିବା ଯୋଗୁ ପ୍ରଥମ ମାସର ଦରମାରେ ଆଈ ପାଇଁ ଗୋଟେ ଶାଢି ଓ ଅଜାଙ୍କ କମିଜ ପାଇଁ ମଠାକନା କିଣିଥିଲି। ଗୋଦାବରୀଶ ମହାବିଦ୍ୟାଳୟରେ ୧୯୯୪ ଯାଏଁ ଥିଲି। ଆଉ ତା’ରି ଭିତରେ ‘ଓଡ଼ିଆ ସାହିତ୍ୟକୁ ବାଣପୁରର ଦାନ’ ବିଷୟକୁ ନେଇ ପିଏଚ୍‌.ଡି ସାରି ଦେଇଥିଲି। ତା’ପରେ ନୂଆପଡା ଶ୍ରୀ ବାଲାଜି ମହାବିଦ୍ୟାଳୟକୁ ମୋର ବଦଳି ହେଲା। ତିନିବର୍ଷ ପରେ ଟାଙ୍ଗି ଦୁର୍ଗାଚରଣ ମହାବିଦ୍ୟାଳୟକୁ ବଦଳି ହୋଇଗଲି। ପୁଣି ଦୁଇ ବର୍ଷ ପରେ ଗୋଦାବରୀଶ ମହାବିଦ୍ୟାଳୟକୁ ବଦଳି ହୋଇଆସି ଏବେ ବି ସେଠି ଅଧ୍ୟାପକ ତଥା ଓଡ଼ିଆ ବିଭାଗର ବିଭାଗ ମୁଖ୍ୟ ଭାବେ କାମ କରୁଛି। ଚାକିରି ଜୀବନ ବାଦେ ଲେଖାଲେଖିରେ ବି ମୋର ବିଶେଷ ରୁଚି ରହିଛି। କଲେଜ ପଢାବେଳେ ଗପ ଲେଖୁଥିଲି। କଲେଜ ମାଗାଜିନ୍‌ ବ୍ୟତୀତ ବର୍ତ୍ତିକା ମାଗାଜିନ୍‌ରେ ବି ମୋ ଗପ ପ୍ରକାଶ ପାଇଛି। ତା’ଛଡ଼ା ଅଲ୍‌ ଇଣ୍ଡିଆ ରେଡିଓର ଯୁବବାଣୀ ବିଭାଗରେ ‘ନିର୍ବାଣ’ ନାମକ ମୋର ଏକ ଗପ ମଧ୍ୟ ପ୍ରଚାର ପ୍ରସାରଣ ହୋଇଥିଲା। ୟା’ ଭିତରେ ପ୍ରାୟ ୨୦/୨୫ଟି ଗପ ମୁଁ ଲେଖି ସାରିଲିଣି। ତା’ଛଡ଼ା ସମାଲୋଚନା ମୂଳକ ସାହିତ୍ୟ ଲେଖିବାରେ ବି ମୋର ବିଶେଷ ରୁଚି ରହିଛି। ଏଇ ଭିତରେ ମାଟିର ମଣିଷ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଭକ୍ତ କବି ମଧୁସୂଦନ, ପିଜିମ୍‌ (ବାଦ ସାହିତ୍ୟ)ଉପରେ ସମାଲୋଚନା ମୂଳକ ସାହିତ୍ୟ ଲେଖିସାରିଲିଣି। ଏବେ ମୋ ଅଧୀନରେ ଛାତ୍ରୀଛାତ୍ରମାନେ ବି ପିଏଚ୍‌.ଡି କରିବା ଆରମ୍ଭ କଲେଣି।

ଫୁରସତ |

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

ଲକ୍ଷ୍ନୌ: ଛୋଟବେଳେ ପାଠପଢ଼ା ଆରମ୍ଭ କରିବା ବେଳେ ସମସ୍ତେ ପଣିକିଆ ବା ଇଂରାଜୀରେ‘ମଲଟିପ୍ଲିକେସନ ଟେବୁଲ’ ପଢ଼ିଥିବେ ତ ନିଶ୍ଚୟ। କେହି କେହି ଏହାର ୨୫ଟି ଖନ୍ଦା ମନେରଖିଥାନ୍ତି ତ କେହି ଏହାର କେବଳ ୧୦ ଖନ୍ଦା। ବାକି ଗୁଣନ କରି ମାଲୁମ କରାଯାଇପାରେ। ତେବେ ଥରେ ଭାବି ଦେଖନ୍ତୁ ତ ୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମନେରଖିବା କଥାକୁ। ଅସମ୍ଭବ ତ ନିଶ୍ଚୟ ଲାଗିବ। ହେଲେ ଜଣେ ଶିଶୁ ଏପରି କରି ଦେଖାଇଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶ ଶାହାରନ୍‌ପୁରରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ‘ଚିରାଗ’।

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଓ୍ବାଶିଂଟନ: ଛୋଟ ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ ବୋଲି ଗବେଷକ ସୂଚିତ କରିଛନ୍ତି। ସେମାନଙ୍କ ମସ୍ତିଷ୍କରେ ସ୍ବତଃ ଏହି ଧାରଣା ସୃଷ୍ଟି ହୋଇଥାଏ। ଗବେଷକ ଦୀର୍ଘଦିନ ଧରି କିଭଳି ଶିଶୁମାନେ ଚିନ୍ତା କରିଥାନ୍ତି ସେ ନେଇ ଅଧ୍ୟୟନ କରୁଥିଲେ।

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

ଓ୍ବାଶିଂଟନ: ସାଧାରଣ ମହିଳାଙ୍କ ଅପେକ୍ଷା କର୍ମଜୀବୀ ମହିଳା ପରିବାର ପ୍ରତି ଅଧିକ ଯତ୍ନଶୀଳା ରହିଥାନ୍ତି ବୋଲି ଗବେଷଣାରୁ ଜଣାପଡିଛି। ସେମାନେ ପରିବାରର ପ୍ରତିଟି ଦାୟିତ୍ୱ ଭଲ ଭାବେ ତୁଲାଉଥିବାବେଳେ ଯେ କୌଣସି ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‌ କରିବା ପରେ ନିଷ୍ପତ୍ତି ନେଇଥାନ୍ତି।

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଓ୍ବାଶିଂଟନ: ଏବେ ଆଧୁନିକତାର ସ୍ପର୍ଶରେ ଯୌଥ ପରିବାର ସଂଖ୍ୟା ହ୍ରାସ ପାଇବା ସହିତ ଦମ୍ପତିଙ୍କର ସନ୍ତାନ ସଂଖ୍ୟା ଗୋଟିଏରେ ସୀମିତ ରହୁଛି। ଏହାଦ୍ୱାରା ସନ୍ତାନର ଯତ୍ନ ନେବା ସହଜ ହେଉଛି ଓ ତାହାର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇପାରୁଛି।

ମକରର ମହକ

ମକରର ମହକ

ମାଘର ଶୀତରେ ଆସେ ମକର। ଆଉ ମକର ଆସିଲେ, ଚାରିଆଡେ ଖେଳିଯାଏ ଖୁସିର ଲହରି। ଓଡ଼ିଶାରେ ଥିବା ତେଲୁଗୁ ସମ୍ପ୍ରଦାୟ ଏହାକୁ ପୋଙ୍ଗଲ ବା ସେମାନଙ୍କ ନୂଆ ବର୍ଷ ଭାବେ ପାଳନ କରୁଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲାରେ ମକରକୁ ନେଇ ପାଳନ ହୋଇଥାଏ ଭିନ୍ନ ଭିନ୍ନ ପରମ୍ପରା। କେଉଁଠି ମକର ଚାଉଳ, ପିଠା ଓ ମିଠାରେ ମକରକୁ ସ୍ବାଗତ କରାଯାଏ ତ କେଉଁଠି କୁକୁଡ଼ା ଲଢେଇ ମକରର ମାହୋଲକୁ ସରଗରମ କରୁଥିବାବେଳେ ଆଉ କେଉଁଠି ଗୁଡ଼ିଉଡ଼ାରେ ସ୍ବାଗତ କରାଯାଏ ମକରକୁ....

ଅଟ୍ରି

ଅଟ୍ରି

ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ଖୋର୍ଦ୍ଧାର ଅଟ୍ରି ଉଷ୍ଣପ୍ରସ୍ରବଣ ପ୍ରସିଦ୍ଧି ଲାଭ କରିଛି। ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଯା’ଆସ ଲାଗି ରହୁଥିଲେ ହେଁ ମକର ସଂକ୍ରାନ୍ତିରେ ଏଠି ଅଧିକ ଭିଡ଼ ଜମିଥାଏ।

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ଅନୁବାଦିକା ମିନତି ପଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା କୁହୁଡିରେ ଆମ ଗାଁ। କୁହୁଡି ଜନତା ହାଇସ୍କୁଲ୍‌ରୁ ୮ମ ପଢିବା ପରେ ରାଉରକେଲାସ୍ଥିତ ଉଦିତ୍‌ନଗର ହାଇସ୍କୁଲ୍‌ରେ ନାଁ ଲେଖାଇଥିଲି। କାରଣ ରାଉରକେଲାରେ ବାପା ଚାକିରି କରୁଥିଲେ। ୧୯୬୫ରେ ସେଠାରୁ ଏକାଦଶ ପାସ୍‌ କରିବା ପରେ ସମ୍ବଲପୁର ମହିଳା ମହାବିଦ୍ୟାଳୟରୁ ପି.ୟୁ ସାରି ପୁରୀ ମହିଳା ମହାବିଦ୍ୟାଳୟରେ ବି.ଏ. ପଢିଥିଲି।

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ଲଣ୍ଡନ: ମହାକାଶ ଯାତ୍ରା ପରେ ପୃଥିବୀକୁ ଫେରୁଥିବା ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀମାନେ ଜାଣିପାରିଛନ୍ତି। ମହାକାଶର ମାଇକ୍ରୋଗ୍ରାଭିଟିରେ ମସ୍ତିଷ୍କର ଉପର ସ୍ତରରେ ସେରିବ୍ରୋସ୍ପାଇନାଲ୍‌ ଫ୍ଲୁଇଡ୍‌ ପହଞ୍ଚିପାରି ନ ଥାଏ।

ଆଧୁନିକ ସମାଜରେ ହିଂସା ବଢ଼ୁଛି

ଆଧୁନିକ ସମାଜରେ ହିଂସା ବଢ଼ୁଛି

ଓ୍ବାଶିଂଟନ: ଆଧୁନିକ ସମାଜରେ ହିଂସା ବଢ଼ୁଛି ବୋଲି ଗେବଷକ କହିଛନ୍ତି। ସଭ୍ୟ ମାନବ ପ୍ରତିଟି କ୍ଷେତ୍ରରେ ବିଭିନ୍ନ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଥାଏ। ଏହାର ମୁକାବିଲା ପାଇଁ ଅନେକ ସମୟରେ ହିଂସାକାଣ୍ଡ ଘଟୁଥାଏ।

ନୂଆ ସ୍ବାଦ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ

ନୂଆ ସ୍ବାଦ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ

ମେଲବୋର୍ଣ୍ଣ : ମନୁଷ୍ୟ ମଧ୍ୟରେ ଏକ ନୂତନ ପ୍ରକାର ସ୍ବାଦ ଯୋଗୁ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି ହୋଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଏହା ହେଉଛି ସପ୍ତମ ପ୍ରକାର ସ୍ବାଦ ଯାହାକି ମନୁଷ୍ୟଠାରେ ରହିଥିବା ଗବେଷକ ଜାଣି ପାରିଛନ୍ତି।

ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ଧ୍ୱଂସ ହୋଇଥିଲା ଇଜିପ୍ଟ ସାମ୍ରାଜ୍ୟ

ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ଧ୍ୱଂସ ହୋଇଥିଲା ଇଜିପ୍ଟ ସାମ୍ରାଜ୍ୟ

ନ୍ୟୁୟର୍କ: ଆଗ୍ନେୟଗିରୀ ଉଦ୍‌ଗୀରଣ ଯୋଗୁ ପୁରାତନ ଇଜିପ୍ଟ ସାମ୍ରାଜ୍ୟ ଧ୍ୱଂସ ହୋଇଥିବା ଗବେଷକ କହିଛନ୍ତି। ଖ୍ରୀଷ୍ଟପୂର୍ବ ୩୦୫ରୁ ୩୦ ମଧ୍ୟରେ ନୀଳ ନଦୀ ଅବବାହିକାରେ ଥିବା ଏହି ପୁରାତନ ସାମ୍ରାଜ୍ୟର କିଭଳି ଅନ୍ତ ଘଟିଲା ସେ ସମ୍ପର୍କରେ ଗବେଷକ ଜାଣିପାରିଛନ୍ତି

ଯୁବବର୍ଗ ହେଉଛନ୍ତି ମସ୍ତିଷ୍କାଘାତର ଶିକାର

ଯୁବବର୍ଗ ହେଉଛନ୍ତି ମସ୍ତିଷ୍କାଘାତର ଶିକାର

ଓ୍ବାଶିଂଟନ: ଉଚ୍ଚ ରକ୍ତଚାପ କିମ୍ବା ବୟସାଧିକକ୍ଷେତ୍ରରେ ମସ୍ତିଷ୍କକୁ ଆବଶ୍ୟକ ପରିମାଣର ରକ୍ତ ପ୍ରବାହିତ ହୋଇପାରି ନ ଥାଏ। ଫଳରେ ମସ୍ତିଷ୍କାଘାତ ସମସ୍ୟା ଦେଖାଦେଇଥାଏ।