ଅନଗୁଳ-ଢେଙ୍କାନାଳ

ନାଳରେ ପଡି ଜଣେ ମୃତ

ନାଳରେ ପଡି ଜଣେ ମୃତ

ଢେଙ୍କାନାଳ ଅଫିସ, ୨୦।୮: ଢେଙ୍କାନାଳ ଜିଲା ଭୁବନ ଥାନା ଅନ୍ତର୍ଗତ ବେଣ୍ଟଶାଳିଆ ଗ୍ରାମ ପାଣ୍ଡରାନାଳରେ ପଡ଼ି ରବିବାର ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଧ୍ରୁତିଧର ଦାସ। ଧ୍ରୁତି ଗାଈ ଚରାଇବାକୁ ଯାଇଥିବା ବେଳେ ନାଳ ପାରି ହେଉଥିବା ବେଳେ ଏହି ଅଘଟଣ ଘଟିଥିଲା। ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।

All Right Reserved By

ଅନଗୁଳ-ଢେଙ୍କାନାଳ

ସଂଗ୍ରାମ ପୃଷ୍ଟିଙ୍କୁ ଇସ୍ପାତ ସାହିତ୍ୟ ସମ୍ମାନ

ସଂଗ୍ରାମ ପୃଷ୍ଟିଙ୍କୁ ଇସ୍ପାତ ସାହିତ୍ୟ ସମ୍ମାନ

ବଇଣ୍ଡା,୧୭।୬(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ହାଇସ୍କୁଲ ଶିକ୍ଷକ ତଥା ଶିଶୁ ସାହିତ୍ୟକ ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ରବିବାର ଇସ୍ପାତ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ରାଉରକେଲା ସ୍ଥିତ ଇସ୍ପାତ ସାହିତ୍ୟ ସଂସଦର ୪୭ ତମ ସ୍ବନକ୍ଷତ୍ର ଉତ୍ସବ ପାଳନ ଅବସରରେ ମୁଖ୍ୟଅତିଥି ସୁନ୍ଦରଗଡ଼ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ବିଧାୟକ ସୁବ୍ରତ ତରାଇ ତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଲୋକଙ୍କ ସମସ୍ୟା ଲୋକଲୋଚନକୁ ଆସୁ

ଲୋକଙ୍କ ସମସ୍ୟା ଲୋକଲୋଚନକୁ ଆସୁ

ବଇଣ୍ଡା/ଆଠମଲ୍ଲିକ,୧୭।୬(ଡି.ଏନ.ଏ.)- ଗ୍ରାମାଞ୍ଚଳରେ ଅନେକ ସମସ୍ୟା ରହିଛି। ହେଲେ ଏହା ଲୋକଲୋଚନକୁ ଆସିପାରୁ ନ ଥିବାରୁ ବହୁ ସମସ୍ୟା ପ୍ରଶାସନ ଆଢୁଆଳରେ ରହିଯାଉଛି।

ପଞ୍ଚାୟସ୍ତରୀୟ ଗ୍ରାମ ଯୋଗାଯୋଗ ଶିବିର ଉଦ୍‌ଯାପିତ କଳାକାର ବାଣ୍ଟିଲେ ସଚେତନତା

ପଞ୍ଚାୟସ୍ତରୀୟ ଗ୍ରାମ ଯୋଗାଯୋଗ ଶିବିର ଉଦ୍‌ଯାପିତ କଳାକାର ବାଣ୍ଟିଲେ ସଚେତନତା

ଭୁବନ,୧୮।୬(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ବ୍ଲକରେ ପଞ୍ଚାୟତସ୍ତରୀୟ ଗ୍ରାମ ଯୋଗାଯୋଗ ଓ ସହଭାଗିତା କାର୍ଯ୍ୟକ୍ରମ ସୋମବାର ବାଲିବୋ ଗ୍ରାମରେ ଉଦ୍‌ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଗତ ୭ରୁ ସୁରପ୍ରତାପପୁର ଗ୍ରାମରେ ଆରମ୍ଭ ହୋଇଥିଲା। ପରେ ମାର୍ଥାପୁର, ଦିଘି, ଯମୁନାକୋଟ, ଚଣ୍ଡିପାଳ ଓ ବାଲିବୋ ଗ୍ରାମରେ ଅନୁଷ୍ଠିତ ହୋଇଥିଲା।

ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ: ଆଗୁଆ ସଜାଗ ରହିବାକୁ ପରାମର୍ଶ

ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ: ଆଗୁଆ ସଜାଗ ରହିବାକୁ ପରାମର୍ଶ

ଭୁବନ,୧୮।୬(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ସଭାଗୃହରେ ସୋମବାର ବ୍ଲକସ୍ତରୀୟ ମକ୍‌ଡ୍ରିଲ ପାଇଁ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଡିଓ ବସନ୍ତ କୁମାର ମାଝି ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ତହସିଲଦାର ଶକ୍ତିକାନ୍ତ ରାୟ, ବ୍ଲକ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ବେହେରା, ସିଡିପିଓ ପ୍ରମୋଦିନୀ ତ୍ରିପାଠୀ, ଭୁବନ ମହିଳା ମହାବିଦ୍ୟାଳୟ ସଂସ୍କୃତ ବିଭାଗ ଅଧ୍ୟକ୍ଷ ନିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଟ୍ରକ୍‌ ଚାଳକଙ୍କୁ ସଚେତନ କଲେ ଲୋକେ

ତାଳଚେର,୧୮ା୬(ନି.ପ୍ର.)- କୋଲ କରିଡର ରାସ୍ତାରେ ବେପରୁଆ ଭାବେ ଗାଡି ଚାଳନା ଯୋଗୁ ଦୁର୍ଘଟଣା ବୃଦ୍ଧି ସହ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଫଳରେ ଜନସାଧାରଣ ବହୁ ଅସୁବିଧା ଭୋଗ କରୁଛନ୍ତି।

୪୨ ଉପରେ ତାତି, ଜନଜୀବନ ଅସ୍ତବ୍ୟସ୍ତ

ତାଳଚେର,୧୮ା୬(ନି.ପ୍ର)- ମୌସୁମୀ ବର୍ଷା ବଦଳରେ ଏବେ ହେଉଥିବା ପ୍ରବଳ ଖରା ତାଳଚେରବାସୀଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସୋମବାର ତାଳଚେରର ତାପମାତ୍ରା ୪୨ ଡିଗ୍ରୀ ଥିବା ରେକର୍ଡ କରାଯାଇଛି। ତେବେ ଖଣି ଅଞ୍ଚଳରେ ତାପମାତ୍ରା ଏହାଠାରୁ ଅଧିକ ୪/୫ ଡିଗ୍ରୀ ରହିଥିବା କୁହାଯାଉଛି।

ରାସ୍ତା ମରାମତି ଦାବିରେ ଅନଶନ

ରାସ୍ତା ମରାମତି ଦାବିରେ ଅନଶନ

ତାଳଚେର,୧୮ା୬(ନି.ପ୍ର.)- ତାଳଚେର ବ୍ଲକ ଟେଣ୍ଟୁଲୋଇ ପଞ୍ଚାୟତ ହାଉସିଙ୍ଗବୋର୍ଡ ଭଞ୍ଜ କଲୋନୀ, ମୀନାବଜାର, ଗୁରୁଦ୍ୱାର ଅଞ୍ଚଳବାସୀ ହାଉସିଙ୍ଗବୋର୍ଡ କଲେନୀ ଠାରୁ ଗୁରୁଦ୍ୱାର ପର୍ଯ୍ୟନ୍ତ ରାସ୍ତା ମରାମତି ଓ ଉନ୍ନତୀକରଣ ଦାବିରେ ସୋମବାର ଅନଶନ ଚଳାଇଛନ୍ତି।

ଡ୍ରେନ ପୁନରୁଦ୍ଧାର ଦାବି

ଡ୍ରେନ ପୁନରୁଦ୍ଧାର ଦାବି

ବଅଁରପାଳ,୧୮।୬(ଡି.ଏନ.ଏ.)- ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ସରକାରଙ୍କ ଯୋଜନା ଅନେକ ସ୍ଥାନରେ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଲୋକେ ଏଥିରୁ ସୁଫଳ ପାଇପାରୁନାହାନ୍ତି। ଏହାର ଏକ ଉଦାହରଣ ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମ ରାସ୍ତା ପାର୍ଶ୍ୱରେ ଥିବା ଡ୍ରେନଗୁଡିକର ପୁନରୁଦ୍ଧାର କରାଯାଉ ନ ଥିବା ଯୋଗୁ ଆବର୍ଜନା ପାଣି ରାସ୍ତାରେ ଭାସୁଛି। ଦୀର୍ଘ ଦିନ ହେଲା ଡ୍ରେନର ମରାମତି ତଥା ଏହାକୁ ସଫା କରାଯାଉ ନ ଥିବାରୁ ଏହା ଧୀରେ ଧୀରେ ପୋତି ହେବାକୁ ବସିଲାଣି।

୪ ପଞ୍ଚାୟତର କର୍ମକର୍ତ୍ତା ଚୟନ

ଅନୁଗୋଳ ଅଫିସ୍‌,୧୮।୬- ଅନୁଗୋଳ ଜିଲା ବନ୍ତଳା ଦଳିତ ସୁରକ୍ଷା ମଞ୍ଚ ପକ୍ଷରୁ ରବିବାର ୪ଟି ପଞ୍ଚାୟତର କର୍ମକର୍ତ୍ତା ଚୟନ କରାଯାଇଛି। ଏ ନେଇ ସଭାପତି ସରୋଜ କୁମାର ନାଏକଙ୍କ ସଭାପତିତ୍ୱରେ ରବିବାର ମଞ୍ଚ ପକ୍ଷରୁ ଏକ ବୈଠକ ବସିଥିଲା। ଏଥିରେ ଶଙ୍ଖପୁର, ପୋକତୁଙ୍ଗା, ବାରଗୌଣିଆଁ ଓ ତଳଗଡ଼ ପଞ୍ଚାୟତର ସଭାପତି ଓ ସମ୍ପାଦକ ଚୟନ କରାଯାଇଥିଲା।

ଜନ ଶୁଣାଣି ବାତିଲ

ଢେଙ୍କାନାଳ ଅଫିସ, ୧୮।୬- ଢେଙ୍କାନାଳ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ସୋମବାର ହେବାକୁ ଥିବା ହିନ୍ଦୋଳ ଜନଶୁଣାଣି କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି

ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ

ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ

ତାଳଚେର,୧୮।୬(ନି.ପ୍ର.): ନିଯୁକ୍ତି ଦାବିରେ ଏମ୍‌ସିଏଲ୍‌ ଦ୍ୱାରା କ୍ଷତିଗ୍ରସ୍ତ ଅନୁଗୋଳ ଜିଲା ତାଳଚେର ବ୍ଲକ ବନବାସପୁର ଗ୍ରାମର ଅଧିବାସୀ ସୋମବାର ହିଙ୍ଗୁଳା କୋଇଲା ଖଣି ସମ୍ମୁଖରେ ଆନ୍ଦୋଳନ ଚଳାଇଛନ୍ତି। ଦୀର୍ଘ ଦିନରୁ ଦାବି କରିଆସୁଥିଲେ ମଧ୍ୟ ତାହା ପୂରଣ ନ ହେବାରୁ ଅନିର୍ଦ୍ଧିଷ୍ଟ କାଳପାଇଁ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

 ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ : ଗାଁ ଦାଣ୍ଡରେ ୮ ଘଣ୍ଟା ପଡ଼ିରହିଲେ

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ : ଗାଁ ଦାଣ୍ଡରେ ୮ ଘଣ୍ଟା ପଡ଼ିରହିଲେ

ଅନୁଗୋଳ ଅଫିସ,୧୮।୬ ଅନୁଗୋଳ ଜିଲା ନିଶା ଥାନା ଅଧୀନରେ ଥିବା ପରଙ୍ଗ ଅଞ୍ଚଳରେ ରବିବାର ଖୁଦୁରୀ ନାଏକ(୪୩)ଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ତାଙ୍କ ସମ୍ପର୍କୀୟ ଭାଇ ଓ ଅନ୍ୟ ୩ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିବା ଖୁଦୁରୀଙ୍କ ଭଉଣୀ ସୂଚନା ଦେଇଛନ୍ତି।

Model This Week

ପ୍ରଭାତ