ରାଜ୍ୟ |

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ: ‘ମହିଳାଙ୍କ ପାଇଁ ହେଉ ୩୩% ସ୍ଥାନ ସଂରକ୍ଷଣ’

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ: ‘ମହିଳାଙ୍କ ପାଇଁ ହେଉ ୩୩% ସ୍ଥାନ ସଂରକ୍ଷଣ’

ଭୁବନେଶ୍ୱର,୨୧।୧୧(ବ୍ୟୁରୋ)-ମହିଳାମାନଙ୍କ ପାଇଁ ପାର୍ଲାମେଣ୍ଟ ଏବଂ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ହେଉ। ଏନେଇ ବିଧାନସଭାରେ ମଙ୍ଗଳବାର ସର୍ବସମ୍ମତ ସଂକଳ୍ପ ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅପରାହ୍ନରେ ଏହି ପ୍ରସ୍ତାବ ଆସିଥିଲା। ପ୍ରସ୍ତାବ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳା ସଶକ୍ତୀକରଣ ତାଙ୍କର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ। ମହିଳା ସଶକ୍ତୀକରଣ ବିନା କୌଣସି ପରିବାର, ସମାଜ, ରାଜ୍ୟ ଏବଂ ଦେଶ ଆଗକୁ ବଢିପାରିବ ନାହିଁ। ସେମାନଙ୍କ ସାମାଜିକ, ଅର୍ଥନୈତିକ ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି।  ବିଜୁବାବୁ ମହିଳା ସଶକ୍ତୀକରଣର ଅଗ୍ରଦୂତ ଥିଲେ। ୧୯୯୨ରେ ମହିଳାଙ୍କ ପାଇଁ ପଞ୍ଚାୟତ ଏବଂ ପୌରସଂସ୍ଥା ନିର୍ବାଚନରେ ୩୩% ସ୍ଥାନ ସଂରକ୍ଷଣ କରି ରାଜନୈତିକ ପ୍ରକ୍ରିୟାରେ ସେମାନଙ୍କୁ ସାମିଲ କରାଇଥିଲେ। ରାଜ୍ୟ ସରକାର ଏହି ସଂରକ୍ଷଣକୁ ପରବର୍ତ୍ତୀ ସମୟରେ ୫୦% ବୃଦ୍ଧି କରିଛନ୍ତି। ମହିଳାମାନେ ହେଉଛନ୍ତି ପ୍ରକୃତରେ ସଶକ୍ତ। ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଭୂମିକା ସଫଳ ଭାବେ ନିର୍ବାହ କରୁଛି ବୋଲି ଓଡ଼ିଶା ତା’ର ଦୃଢ ସଂକଳ୍ପ ଦ୍ୱାରା ସାରା ଦେଶକୁ ଜଣାଉଛି। ତେଣୁ ଦଳମତ ନିର୍ବିଶେଷରେ ସମସ୍ତ ସଦସ୍ୟ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ବାଚସ୍ପତି ପ୍ରଦୀପ ଅମାତ ଏ ସମ୍ପର୍କରେ ଗୃହର ମତ ଲୋଡ଼ିବା ପରେ ସମସ୍ତ ସଦସ୍ୟ ବାଚନିକ ମତ ଜରିଆରେ ସମ୍ମତି ଜଣାଇଥିଲେ। 

ପ୍ରସ୍ତାବକୁ ବିରୋଧୀ ଦଳ ନେତାମାନେ ସମର୍ଥନ କରିଥିଲେ ହେଁ ସରକାରଙ୍କ ଉଦ୍ଦେଶ୍ୟକୁ ସମାଲୋଚନା କରିଛନ୍ତି। ଭାଜପା ବିଧାୟକ ଦଳ ନେତା କେ.ଭି. ସିଂଦେଓ କହିଛନ୍ତି ଯେ, ଏହି ସଂକଳ୍ପ ୨୦୧୪ ନିର୍ବାଚନ ପର ପ୍ରଥମ ବିଧାନସଭା ଅଧିବେଶନରେ ହୋଇପାରିଥାନ୍ତା। ୨୦୧୮ ଶେଷ ବେଳକୁ ଆସିଲା କାହିଁକି। କିଛିଦିନ ପରେ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ  ମହିଳାଙ୍କୁ ଭାବଗତ ଭାବେ ଆକୃଷ୍ଟ କରିବା ପାଇଁ ଏହା ଅଣାଯାଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନିପତି କହିଥିଲେ, ରାଜ୍ୟରେ ମହିଳାଙ୍କ ବିରୋଧରେ ଅତ୍ୟାଚାର ବଢିଛି। ଆଗକୁ ନିର୍ବାଚନ ଆସୁଥିବାରୁ ଶାସକ ଦଳ ଏପରି କରୁଛି। କଂଗ୍ରେସ ସବୁ ସମୟରେ ସବୁ ବର୍ଗର ମହିଳାଙ୍କୁ ଉପଯୁକ୍ତ ସମ୍ମାନ ଦେଇଛି। କଂଗ୍ରେସ ହିଁ ରାଜ୍ୟରେ ଜଣେ ମହିଳା(ନନ୍ଦିନୀ ଶତପଥୀ)ଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଆସିନ କରାଇଥିଲା। ଯଦି ବିଜେଡି ଏତେ ଚିନ୍ତିତ, ତେବେ ଆଗାମୀ ସାଧାରଣ ନିର୍ବାଚନରେ ନିଜ ଆଡୁ ୩୩% ସ୍ଥାନରେ ମହିଳା ପ୍ରାର୍ଥୀ ଦେଉ ବୋଲି ତାରା କହିଛନ୍ତି। 

ବିଜେଡି ବିଧାୟକା ପ୍ରମିଳା ମଲିକ, ଏହି ନିଷ୍ପତ୍ତି ପାଇଁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି। ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କହିଥିଲେ ଯେ, ମହିଳାମାନେ କୌଣସି ଗୁଣରେ ପୁରୁଷଙ୍କଠାରୁ କମ୍‌ ନୁହନ୍ତି। ସମସ୍ତ କ୍ଷେତ୍ରରେ ନାରୀ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ତେଣୁ ବିଧାନସଭା ଏବଂ ପାର୍ଲାମେଣ୍ଟରେ ୩୩ % ସଂରକ୍ଷଣ ଦାବି ଦୟା ନୁହେଁ, ଏହା ଅଧିକାର ବୋଲି ସେ କହିଛନ୍ତି।

All Right Reserved By

ରାଜ୍ୟ |

ନିରାଶ କଲା  ନିଯୁକ୍ତି ମେଳା

ନିରାଶ କଲା ନିଯୁକ୍ତି ମେଳା

ବାରିପଦା ଅଫିସ,୧୫।୧୨- ଶିଳ୍ପଶୂନ୍ୟ ମୟୂରଭଞ୍ଜ ଜିଲାରେ ଶୁକ୍ରବାର  ଆୟୋଜିତ ନିଯୁକ୍ତି ମେଳା ଆଶାନୁରୂପ ସଫଳତା ପାଇ ନ ଥିବା ଅଭିଯୋଗ ହୋଇଛି। କେବଳ ବାରିପଦା ଓ କପ୍ତିପଦା ଉପଖଣ୍ଡର ମୋଟ ୨୭୪୭ ଜଣ ଏଥିରେ ରେଜିଷ୍ଟ୍ରେଶନ କରିଥିଲେ। 

ଡଟ୍‌ ଫେଷ୍ଟ୍‌, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଫର୍‌ହାନ

ଡଟ୍‌ ଫେଷ୍ଟ୍‌, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଫର୍‌ହାନ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ)- ଓଡ଼ିଶାର ସବୁଜିମା ମନକୁ ଶାନ୍ତି ଦେଇଥାଏ। ଏଠାକାର ଲୋକଙ୍କ ଭଲପାଇବା ମୋତେ ବାରମ୍ବାର ଭୁବନେଶ୍ୱରକୁ ଟାଣି ଆଣୁଛି। ରାଜ୍ୟର କଳା ଓ ସଂସ୍କୃତିକୁ ପ୍ରଚାର, ପ୍ରସାର କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ ବୋଲି ଫର୍‌ହାନ ଅଖତର୍‌ କହିଥିଲେ।

ଭୋକ ଦାଉ  ଅସହ୍ୟ: ହଷ୍ଟେଲ ଛାଡିଲେ ୧୦ ଛାତ୍ର

ଭୋକ ଦାଉ ଅସହ୍ୟ: ହଷ୍ଟେଲ ଛାଡିଲେ ୧୦ ଛାତ୍ର

ବାରିପଦା ଅଫିସ,୧୫।୧୨- ୫ ଦିନ ହେବ ସ୍କୁଲରେ ରୋଷେଇ ହୋଇନାହିଁ। ଭଲମନ୍ଦ ବୁଝିବାକୁ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆସୁ ନ ଥିବା ବେଳେ କେହି କେୟାରଟେକର ବି ନ ଥିଲେ।  

ଟ୍ରକ୍‌ ପଛକୁ ପିଟିଲା ଆମ୍ବୁଲାନ୍ସ:  ରୋଗୀଙ୍କ ବଡ଼ମା’ ମୃତ

ଟ୍ରକ୍‌ ପଛକୁ ପିଟିଲା ଆମ୍ବୁଲାନ୍ସ: ରୋଗୀଙ୍କ ବଡ଼ମା’ ମୃତ

ରୂପ୍‌ସା, ୧୫।୧୨(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ଗେମନବ୍ରିଜ୍‌ ଓ ବାଇପାସ୍‌ ରାସ୍ତା ମଝିରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛପଟୁ ୧୦୮ ଆମ୍ବୁଲାନ୍ସ ପିଟି ହେବାଯୋଗୁ ଘଟଣାସ୍ଥଳରେ ରୋଗୀଙ୍କ ବଡ଼ମା’ଙ୍କ ମୃତ୍ୟୁ ଘଟିଛି। ସ୍ତ୍ରୀ, ସ୍ବାମୀ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇ କଟକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

‘ଡଟ୍‌ ଫେଷ୍ଟ୍‌’ର ଚତୁର୍ଦ୍ଦଶତମ ସନ୍ଧ୍ୟା, ଫର୍‌ହାନଙ୍କ ରକ୍‌ ଅନ୍‌ ପରଫର୍ମାନ୍ସ

‘ଡଟ୍‌ ଫେଷ୍ଟ୍‌’ର ଚତୁର୍ଦ୍ଦଶତମ ସନ୍ଧ୍ୟା, ଫର୍‌ହାନଙ୍କ ରକ୍‌ ଅନ୍‌ ପରଫର୍ମାନ୍ସ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ)- ବିଡିଏ ଏବଂ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ‘ଡଟ୍‌ ଫେଷ୍ଟ୍‌’ର ଶୁକ୍ରବାର ଥିଲା ଚତୁର୍ଦ୍ଦଶତମ ସନ୍ଧ୍ୟା। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ ପ୍ଲେବ୍ୟାକ୍‌ ସିଙ୍ଗର, ଟେଲିଭିଜନ ହୋଷ୍ଟ୍‌, ସଙ୍ଗ୍‌ ରାଇଟର, ସ୍କ୍ରିନ ରାଇଟର, ଫିଲ୍ମ ଡାଇରେକ୍ଟର, ପ୍ରଡ୍ୟୁସର ତଥା ଆକ୍ଟର ଫର୍‌ହାନ ଅଖତର୍‌। 

ବାହାନଗା ପଞ୍ଚାୟତ ସମିତି ବୈଠକ:  ପାଇଖାନା ନିର୍ମାଣରେ ପିସି କାରବାର ନେଇ ହୋହଲ୍ଲା

ବାହାନଗା ପଞ୍ଚାୟତ ସମିତି ବୈଠକ: ପାଇଖାନା ନିର୍ମାଣରେ ପିସି କାରବାର ନେଇ ହୋହଲ୍ଲା

ବାହାନଗା, ୧୫ା୧୨(ଡି.ଏନ.ଏ.)-ବାହାନଗା ବ୍ଲକର ୫ମ ପଞ୍ଚାୟତ ସମିତି ବୈଠକ  ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବଚ୍ଛ ଭାରତ ଅଭିଯାନ ଦ୍ୱାରା ନିର୍ମାଣ ହେଉଥିବା ପାଇଖାନାରେ ପିସି କାରବାର ନେଇ ଗୃହରେ ସଭ୍ୟମାନେ ଅଭିଯୋଗ କରିବା ସହିତ ହୋହଲ୍ଲା କରିଥିଲେ। ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସରସ୍ବତୀ ମହାଳିକ ସଭାପତିତ୍ୱ କରିଥିଲେ। 

‘ଲୋକେ ଏଣିକି ଚୁପ୍‌ ବସିବେ ନାହିଁ ’

‘ଲୋକେ ଏଣିକି ଚୁପ୍‌ ବସିବେ ନାହିଁ ’

ଭୋଗରାଇ, ୧୫।୧୨(ଡି.ଏନ.ଏ.)-ଓଡ଼ିଶାରେ ଏକ ଅପାରଗ, ସ୍ଥାଣୁ ଓ ସମ୍ବେଦନଶୀଳ ବିହୀନ ସରକାର ଚାଲିଛି। ଦୀର୍ଘ ୧୯ବର୍ଷ ଧରି ବିଜେଡି ଶାସନ କାଳରେ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। 

ଶିଶୁକନ୍ୟାକୁ ବଳାତ୍କାର ଘଟଣା, ୫ ଘଣ୍ଟା ବାରଖମା-ଲଣ୍ଡାଗଁ। ରାସ୍ତାଅବରୋଧ

ଶିଶୁକନ୍ୟାକୁ ବଳାତ୍କାର ଘଟଣା, ୫ ଘଣ୍ଟା ବାରଖମା-ଲଣ୍ଡାଗଁ। ରାସ୍ତାଅବରୋଧ

ବାଲିଗୁଡ଼ା,୧୫ା୧୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳର ଏକ ଶିଶୁ କନ୍ୟାକୁ ୧୦ ତାରିଖରେ ବଳାତ୍କାର କରାଯାଇଥିଲା। ଶିଶୁକନ୍ୟା ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ବାଲିଗୁଡ଼ା ଓ ପରେ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ  ଗିରଫ କରିପାରି ନ ଥିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଶୁକ୍ରବାର ରାସ୍ତା ଅବରୋଧ କରିଥିଲେ। 

ବହୁମୁଖୀ ସଂଘର କୁଶପୁତ୍ତଳିକା ଦାହ

ବହୁମୁଖୀ ସଂଘର କୁଶପୁତ୍ତଳିକା ଦାହ

ବ୍ରହ୍ମପୁର ଅଫିସ,୧୫ା୧୨- ସ୍ଥାନୀୟ ସର୍ଦ୍ଦାର ବଲ୍ଳଭଭାଇ ପଟେଲ ବହୁମୁଖୀ ସଂଘ ପକ୍ଷରୁ ଶୁକ୍ରବାର କୋର୍ଟପେଟା ଛକରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପଞ୍ଜାବ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। 

ଡୁରା, ପୋଲସରା କଲେଜ ବିଜୟୀ

ଡୁରା, ପୋଲସରା କଲେଜ ବିଜୟୀ

ବ୍ରହ୍ମପୁର ଅଫିସ,୧୫ା୧୨-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ୫୦ତମ ଆନ୍ତଃ ମହାବିଦ୍ୟାଳୟ କ୍ରିକେଟ ଟୁନର୍ର୍ାମେଣ୍ଟ ଶୁକ୍ରବାରରୁ ଆରମ୍ଭ ହୋଇଛି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ଓ ଆଙ୍କୁଶପୁର ଏସ୍‌ଏମ୍‌ଆଇଟିରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବାକୁ ଥିବା ବେଳେ ପ୍ରଥମ ଦିବସରେ ଉଭୟ କଲେଜରେ ଗୋଟିଏ ଲେଖାଏ ମ୍ୟାଚ ଅନୁଷ୍ଠିତ ହୋଇଥିଲା ା

ଗଞ୍ଜାମକୁ ବାର୍ଡ ଫ୍ଲୁ ଡର

ଗଞ୍ଜାମକୁ ବାର୍ଡ ଫ୍ଲୁ ଡର

ବ୍ରହ୍ମପୁର ଅଫିସ,୧୫ା୧୨-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ୪ ଗ୍ରାମରେ ବାର୍ଡ଼ ଫ୍ଲୁ ବ୍ୟାପିବାରେ ଲାଗିଛି । ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। କୁକୁଡ଼ା ମରାଯାଉଛି। ବିକ୍ରି ଉପରେ କଟକଣା ଜାରି କରାଯାଇଛି । 

ଅନୁଗୋଳରେ ଏନ୍‌ସିପିସିଆର୍‌ ଟିମ୍‌:ଠିକ୍‌ଠାକ୍‌ ଚାଲୁନି ୫ ବାଳାଶ୍ରମ

ଅନୁଗୋଳରେ ଏନ୍‌ସିପିସିଆର୍‌ ଟିମ୍‌:ଠିକ୍‌ଠାକ୍‌ ଚାଲୁନି ୫ ବାଳାଶ୍ରମ

ଅନୁଗୋଳ ଅଫିସ, ୧୫।୧୨ଅନୁଗୋଳ ଜିଲାରେ ଥିବା ସମସ୍ତ ବାଳାଶ୍ରମ ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। ଏପରି କି ୨୦୧୫ରେ ହୋଇଥିବା କିଶୋର ନ୍ୟାୟ ଆଇନ୍‌ ମଧ୍ୟ ଜିଲାରେ ଠିକଣା ଭାବେ ପାଳନ ହେଉନାହିଁ।