ରାଜ୍ୟ |

ମହାନଦୀକୁ ଖସିଲା ଯାତ୍ରୀବାହୀ ବସ୍‌: ୧୦ ମୃତ, ୪୬ ଆହତ

ମହାନଦୀକୁ ଖସିଲା ଯାତ୍ରୀବାହୀ ବସ୍‌: ୧୦ ମୃତ, ୪୬ ଆହତ

କଟକ ଅଫିସ, ୨୧।୧୧: କଟକ-ଜଗତପୁର ମହାନଦୀ ପୋଲ ଉପରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜଗନ୍ନାଥ ନାମକ ଏକ ଯାତ୍ରୀବାହୀ ବସ୍‌ ନଦୀକୁ ଖସି ପଡିବାରୁ ୧୦ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୬ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ମିନତି ବେହେରା,  ଅନିତା ଆଚାର୍ଯ୍ୟ, ପି.କେ. ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଭୁବନେଶ୍ୱରର ବର୍ଷା ପାଣି, କଟକ କିଶନନଗରର ବସନ୍ତ କୁମାର ପ୍ରଧାନ, ନରସିଂହପୁରର ଅଶ୍ୱିନୀ କୁମାର ବେହୁରା ଓ ବାଲେଶ୍ୱର ଖନ୍ତାପଡ଼ାର ମାନସ ତ୍ରିପାଠୀ। ଅନ୍ୟ ଦୁଇଜଣଙ୍କ ପରିଚୟ ମିଳିନାହିଁ। ଦୁର୍ଘଟଣାଗ୍ରସ୍ତ ବସ୍‌ (ଓଡି୩୫ଏ-୦୨୧୧)ଟି ତାଳଚେରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ପୋଲ ଉପରେ ଏକ ମଇଁଷିକୁ ଧକ୍କା ଦେବାପରେ ବସ୍‌ଟି ଭାରସାମ୍ୟ ହରାଇ ପୋଲର ବାଡ଼ାକୁ ଭାଙ୍ଗି ମହାନଦୀକୁ ଖସି ପଡ଼ିଥିଲା। ଆହତଙ୍କ ମଧ୍ୟରେ ଜଣେ ଶିଶୁ ଥିବାବେଳେ ୧୦ରୁ ଊର୍ଦ୍ଧ୍ୱ ଗୁରୁତର ଅଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ତୁରନ୍ତ ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଙ୍କୁ ନେଇ ଗଠିତ ଏକ ଟିମ୍‌ ଆହତଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏଥିସହ ଆହତମାନଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଶୀତତାପ ନିୟନ୍ତ୍ରିତ ଏହି ବସ୍‌ଟି ୫୪ ସିଟ୍‌ ବିଶିଷ୍ଟ। ଦୁର୍ଘଟଣା ସମୟରେ ବସ୍‌ରେ କର୍ମଚାରୀଙ୍କୁ ମିଶାଇ ୫୬ରୁ ଊର୍ଦ୍ଧ୍ୱ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଢେଙ୍କାନାଳ, ଅନୁଗୋଳ, କଟକ ଓ ଖୋର୍ଦ୍ଧା ଜିଲାର।  ଆହତ ଯାତ୍ରୀ ତାଳଚେର ଅଞ୍ଚଳର ରାଜଲକ୍ଷ୍ମୀ ସାହୁ କୁହନ୍ତି, ସେ ପୁଅ ଆଦିତ୍ୟ (୮)ଙ୍କ ସହିତ ଉକ୍ତ ବସ୍‌ରେ କଟକ ଆସୁଥିଲେ। କଟକରୁ ସେ କେନ୍ଦୁଝର ଯାଇଥାନ୍ତେ। ତେବେ ବସ୍‌ଟି ପୋଲର ଫୁଟ୍‌ପାଥ ଉପରକୁ ଚଢିଯିବା ପରେ ନଦୀ ଭିତରକୁ ଖସିଥିଲା। ଛାତିରେ ଯନ୍ତ୍ରଣା ଜୋରରେ ହେଉଥିଲେ ମଧ୍ୟ ସେ ଜୀବନ ବିକଳରେ ପୁଅ ଆଦିତ୍ୟକୁ ଖୋଜିଥିଲେ। ବସ୍‌ ଭିତରେ ଅନ୍ଧାରରେ ଗୁରୁଣ୍ଡି ଗୁରୁଣ୍ଡି ପୁଅକୁ ରକ୍ତାକ୍ତ ଅବସ୍ଥାରେ ପାଇଥିଲେ। 

ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପରିଚୟ ମିଳିଥିବା ଆହତଙ୍କ ମଧ୍ୟରେ କଟକ ମେହେନ୍ଦୀପୁରର ସୀମା ବିବି(୬୨), ସୀତାକାନ୍ତ ମହାରଣା(୩୫), ମର୍କତନଗରର ରଶ୍ମୀରେଖା ବେହେରା (୨୯), ମଧୁପାଟଣାର ସର୍ବେଶ୍ୱର ସାହୁ(୪୭), ନିବେଦିତା ନନ୍ଦ, ମଙ୍ଗଳାବାଗର ମନୋଜ ଛଲାନି, ଲାଲବାଗର ମୁସ୍ତାକିନ୍‌ ଖାନ(୪୧), ନିଆଳିର ରଶ୍ମିରଞ୍ଜନ ଦାସ, ଭୁବନେଶ୍ୱରର ସ୍ବସ୍ତି ସୌରଭ ବେହେରା(୨୪), ଅଶୋକନଗରର ଲୁସି ମହାନ୍ତି(୨୬), ଚନ୍ଦ୍ରଶେଖରପୁରର ସରସ୍ବତୀ ବେହେରା(୫୨), ନୟାପଲ୍ଲୀର ମାନସ ରଞ୍ଜନ ଆଇଚ(୪୦), ଖଣ୍ଡଗିରିର ପ୍ରସନ୍ନ କୁମାର ଦାସ ଓ ପ୍ରଦ୍ୟୁମ୍ନ କୁମାର ସାହୁ(୩୬), ଖୋର୍ଦ୍ଧା ବୋଲଗଡ଼ର ବିଜୟ କୁମାର ରଥ(୫୩), ନମିତାରାଣୀ ରଥ, ବାଲୁଗଁାର ମଧୁସ୍ମିତା ତରାଇ(୨୮), ବାଲିଅନ୍ତାର କୃତ୍ତିବାସ ମହାନ୍ତି(୩୮), ପୁରୀର ଉମାକାନ୍ତ ଭଟ୍ଟ, କୋଣାର୍କର ଲିପିଶ୍ରୀ ଲିପିକା (୨୧),  ଢେଙ୍କାନାଳର ପଦ୍ମନାଭ ପରିଡ଼ା(୪୦), ଢେଙ୍କାନାଳ ବେଗୁନିଆପାଳର ଖଗେଶ୍ୱର ମୁଦୁଲି(୫୦), ପରଜଙ୍ଗର ଲକ୍ଷ୍ମୀଧର ନାୟକ (୨୭), କାମାକ୍ଷାନଗରର ଗୁରୁପ୍ରସାଦ ପ୍ରଧାନ(୪୦),  ଗଁଦିଆର ଉପେନ୍ଦ୍ର କୁମାର ସାହୁ(୪୩), ଅନୁଗୋଳର ସେକ୍‌ ସୈଫୁଲା(୧୪),  ଏନ୍‌ଟିପିସି ଟାଉନ୍‌ର ପ୍ରତାପ ଚନ୍ଦ୍ର ସାହୁ(୩୯), ତାଳଚେରର ବିଜୟଲକ୍ଷ୍ମୀ ବେହେରା(୩୦) ଓ ସେକ୍‌ ମୁସ୍ତାଫା(୩୮), ନୟାଗଡ଼ ଗୋଡ଼ିପଡ଼ାର ଭାଗୀରଥି ପ୍ରଧାନ(୪୮), ରଣପୁରର ସ୍ବାଗରିକା ଜଗଦ୍ଦେବ(୩୫), ଜଗତ୍‌ସିଂହପୁରର ସତ୍ୟଜିତ୍‌ ସାହୁ(୩୭), ଯାଜପୁର ମିର୍ଜାପୁରର ସିପନ୍‌ ନାଥ(୧୫), ଯୋକଡିଆର ଅଜୟ ସ୍ବାଇଁ(୪୦), ବରୀ ରାମଚନ୍ଦ୍ରପୁରର ଜଗଦୀଶ ମଲ୍ଲିକ(୩୪),  ସମ୍ବଲପୁର କୁଚିଣ୍ଡାର ବିନତି ମହାନ୍ତି, ବାଲେଶ୍ୱର ସିମୁଳିଆର ନିରଞ୍ଜନ ଜେନା(୩୦),  ଗଞ୍ଜାମ ଜିଲା ଜରଡ଼ାର ଲକ୍ଷ୍ମୀମା ପାତ୍ର, ବେଲଗୁଣ୍ଠାର ରାଜେନ୍ଦ୍ର ନାୟକ(୩୨),  ମୟୂରଭଞ୍ଜ ଉଦଳାର ସୁଗି(୩୫), କେନ୍ଦୁଝର ଧକୋଠାର ଆଦିତ୍ୟ କୁମାର ସାହୁ(୮), ରାଜଲକ୍ଷ୍ମୀ ସାହୁ(୩୦), ଆନନ୍ଦପୁରର ଜନ୍ମେଜୟ ସାହୁ(୨୮), ରାଉରକେଲାର ଜ୍ୟୋତିରେଖା ଦାସ(୩୧), ପଶ୍ଚିମବଙ୍ଗ ଚବିଶପ୍ରଗଣାର ଜୟ ଦେବନାଥ(୩୫) ଓ ପୂର୍ବ ମେଦିନାପୁରର ସେକ୍‌ ଜଲାଲ(୨୨)।  ଆହତଙ୍କ ଚିକିତ୍ସାରେ ଏସ୍‌ସିବିର ସମସ୍ତ ବିଭାଗର ଜଣେ ଜଣେ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିବା ମେଡିକାଲ ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି।   

ଦୁର୍ଘଟଣା ଖବରପାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଏସ୍‌ସିବିରେ ପହଞ୍ଚତ୍ ଆହତଙ୍କ ଚିକିତ୍ସା ସମ୍ପର୍କରେ ବୁଝିଥିଲେ। ସେହିଭଳି ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଜିଲା ଜରୁରିକାଳୀନ ଅଧିକାରୀ ପ୍ରବୋଧ କୁମାର ରାଉତ, ପୋଲିସ କମିଶନର ସତ୍ୟଜିତ ମହାନ୍ତି, ଡିସିପି ଅଖିଳେଶ୍ୱର ସିଂ ପ୍ରମୁଖ ଘଟଣାସ୍ଥଳ ଓ ମେଡିକାଲରେ ଉପସ୍ଥିତ ରହି ଉଦ୍ଧାର ଓ ଆହତଙ୍କ ଚିକିତ୍ସାରେ ସହାୟତା ଯୋଗାଇଥିଲେ। ଆହତଙ୍କ ସମ୍ପର୍କୀୟଙ୍କ ପାଇଁ ହେଲ୍‌ପଲାଇନ ନଂ. ୦୬୭୧-୨୪୩୧୯୨୧, ୭୦୦୮୯୪୦୦୧୯, ୯୪୩୭୨୦୭୫୮୯ ଜାରି କରାଯାଇଛି। ଘଟଣାକୁ ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ଏହି ଦୁଃଖ ସମୟରେ ଧୈର୍ଯ୍ୟ ଧରିବାକୁ ଭଗବାନ ସାହସ ଦିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ମେଡିକାଲରେ ବୁଲି ଆହତଙ୍କୁ ଦେଖିବା ପରେ କହିଛନ୍ତି। 

All Right Reserved By

ରାଜ୍ୟ |

ନାବାଳିକା ୯ ମାସର ଗର୍ଭବତୀ: ନ୍ୟାୟ ପାଇଁ ପରିବାର ଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ

ନାବାଳିକା ୯ ମାସର ଗର୍ଭବତୀ: ନ୍ୟାୟ ପାଇଁ ପରିବାର ଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ

ନବରଙ୍ଗପୁର,୧୯।୨(ବି.ପ୍ର)- ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳର ଜଣେ ନାବାଳିକା ୯ ମାସର ଗର୍ଭବତୀ ହୋଇଛନ୍ତି। ନାବାଳିକା ଜଣକ ଗତ ବର୍ଷ ଦଶମ ପାସ୍‌ କରିଥିବା ବେଳେ ବର୍ତ୍ତମାନ ଲୋକଲଜ୍ଜାରେ ଅଧିକ ପାଠ ପଢି ପାରୁ ନାହାନ୍ତି।

୬ଟି ଆର୍‌ଡିସି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କଂଗ୍ରେସର ଦାବି

୬ଟି ଆର୍‌ଡିସି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କଂଗ୍ରେସର ଦାବି

ଭୁବନେଶ୍ୱର, ୧୯।୨(ବ୍ୟୁରୋ): କେତେକ ଘଟଣାରେ ଆର.ଡି.ସି. ସ୍ତରୀୟ ତଦନ୍ତ ଘୋଷଣା କରିଥିବା ରାଜ୍ୟ ସରକାର ୬ଟି ଗୁରୁତ୍ୱପୂର୍ଣ୍ଣ ଘଟଣାର ତଦନ୍ତ ରିପୋର୍ଟକୁ ଏପର୍ଯ୍ୟନ୍ତ ସାର୍ବଜନୀନ ନ କରିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। 

ପୁଣି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୫ରେ ଆସିବେ

ପୁଣି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୫ରେ ଆସିବେ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ତୃତୀୟ ଥର ଲାଗି ପରିବର୍ତ୍ତନ ହୋଇଛି। ମାର୍ଚ୍ଚ ୨ତାରିଖରେ ରାହୁଲ ଓଡିଶା ଆସିବା ନେଇ ସୂଚନା ମିଳିଥିବା ବେଳେ ଏହା ମାର୍ଚ୍ଚ ୫କୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ରାହୁଲ ଚଳିତ ମାସ ୨୭ତାରିଖରେ ଓଡିଶା ଆସିବାର ଥିଲା। ତେବେ ରାହୁଲ ଦିନିକିଆ ଓଡିଶା ଗସ୍ତରେ ଆସି ବରଗଡ ଓ କୋରାପୁଟ ଜିଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। 

ତୁଳସୀ କ୍ଷେତାଧିପତି ଶ୍ରୀବଳଦେବ ଜୀଉଙ୍କ କନ୍ଦରାସୁର ବଧ

ତୁଳସୀ କ୍ଷେତାଧିପତି ଶ୍ରୀବଳଦେବ ଜୀଉଙ୍କ କନ୍ଦରାସୁର ବଧ

କେନ୍ଦ୍ରାପଡା ଅଫିସ, ୧୯।୨: ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ଜୀଉଙ୍କ କନ୍ଦରାସୁର ବଧ ବେଶ ରୀନିନୀତି ଅନୁସାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ମନ୍ଦିର ପହଡ଼ ଫିଟାଯିବା ପରେ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଥିଲା। ଶ୍ରୀଜୀଉଙ୍କ ନୀତି ସ୍ନାନ ପରେ ଗୋପାଳବଲ୍ଲଭ ଧୂପ ଓ ପରେ ଖେଚୁଡି ଧୂପ ଅନୁଷ୍ଠିତ ହୋଇଥିଲା।

ମଦ କ୍ରୟ ପାଇଁ ଯାଇ ମାଗିଥିଲେ ଦାଦାବଟି , ୩ ଲୁଟେରା କୋର୍ଟ ଚାଲାଣ

ମଦ କ୍ରୟ ପାଇଁ ଯାଇ ମାଗିଥିଲେ ଦାଦାବଟି , ୩ ଲୁଟେରା କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା ଅଫିସ୍‌, ୧୯।୨: ଟାଉନ ଥାନା ଅଧୀନ ସହରର ୩ ଲୁଟେରାଙ୍କୁ ସଦର ପୋଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନସଡିପୁର ଗ୍ରାମର ରଶ୍ମିରଞ୍ଜନ ଦାସ ଓରଫ ନିଉ, ନିର୍ମଳ ମଲ୍ଲିକ ଓରଫ ପିଣ୍ଟୁ ଓ ଭରତ ଚନ୍ଦ୍ର ସେଠୀ। ପୋଲିସ ସେମାନଙ୍କଠାରୁ ଏକ ବନ୍ଧୁକ ଜବତ କରିଛି।

ମିନି ଟ୍ରକ ଧକ୍କାରେ ବାଇକ ଚୁର୍‌ମାର୍‌, ୩ ଆହତ

ମିନି ଟ୍ରକ ଧକ୍କାରେ ବାଇକ ଚୁର୍‌ମାର୍‌, ୩ ଆହତ

ପରଜଙ୍ଗ,୧୯।୨(ଡି.ଏନ.ଏ.)- ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବାରିହାପୁର ବେଲ ବନ୍ଧ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ମିନିଟ୍ରକ ସହିତ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ ଚାଳକ ଆମ୍ବପଳାସ ଗ୍ରାମର  ନଗେନ ସାହୁ ଓ ପଛରେ ବସିଥିବା କନ୍ତୁର ଗ୍ରାମର ଜଗବନ୍ଧୁ ଦେହୁରୀ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର  କରି  ପରଜଙ୍ଗ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବାଲିଆପାଳ,୧୯।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ଜଣେ ଅଟୋରିକ୍ସା ଚାଳକଙ୍କ ଦିବ୍ୟାଙ୍ଗ ଝିଅଙ୍କୁ ତପନ ମଣ୍ଡଳ ନାମକ ଜଣେ ଯୁବକ ମଙ୍ଗଳବାର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଥାନାରେ ଏକ ମାମଲା (ନଂ ୩୫/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଗୋପୀନାଥପୁର ଗ୍ରାମରେ ଅଗ୍ନିକାଣ୍ଡ,  ୪ ବଖରା ଜଳିଗଲା

ଗୋପୀନାଥପୁର ଗ୍ରାମରେ ଅଗ୍ନିକାଣ୍ଡ, ୪ ବଖରା ଜଳିଗଲା

ବନ୍ତ, ୧୯।୨ (ସ୍ବ.ପ୍ର.) - ବନ୍ତ ବ୍ଲକ ଆଗରପଡ଼ା ଥାନା ଅଧୀନ ଗୋପୀନାଥପୁର ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳିଯାଇଛି। ଗ୍ରାମର କାଙ୍ଗାଳି ଜେନା, ମାନସ ଜେନା, ସଞ୍ଜିନ ଜେନା ଓ ବାୟା ଜେନାଙ୍କର ବଖରାଏ ଲେଖାଏ ପୋଡ଼ି ଯାଇଛି। 

ଭଦ୍ରକରେ ପୁଣି କୋଇଲା ମାଫିଆ ସକ୍ରିୟ: ୪୨ ବସ୍ତା କୋଇଲା ସହ ଗାଡ଼ି ଓ ଟଙ୍କା ଜବତ;  ୫ ଅଭିଯୁକ୍ତ କୋର୍ଟ ଚାଲାଣ

ଭଦ୍ରକରେ ପୁଣି କୋଇଲା ମାଫିଆ ସକ୍ରିୟ: ୪୨ ବସ୍ତା କୋଇଲା ସହ ଗାଡ଼ି ଓ ଟଙ୍କା ଜବତ; ୫ ଅଭିଯୁକ୍ତ କୋର୍ଟ ଚାଲାଣ

ପଦ୍ମପୁର, ୧୯।୨ (ଡି.ଏନ.ଏ.) - ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ପୁଣି କୋଇଲା ମାଫିଆ ସକ୍ରିୟ ହୋଇଉଠିଛନ୍ତି। ଥାନାଧିକାରୀ ଦୟାନିଧି ଦାସଙ୍କ ନିର୍ଦ୍ଦେଶକ୍ରମେ ସାବରଙ୍ଗ ଫାଣ୍ଡି ପୋଲିସ ଚାନ୍ଦବାଲି-ଇଚ୍ଛାପୁର ରାସ୍ତାରେ ଚଢ଼ାଉ କରି ୪୨ ବସ୍ତା ଚୋରା କୋଇଲା ସହ ଗାଡି ଜବତ କରିଛି। ଏଥିସହ ଚୋରା ଚାଲାଣରେ ସମ୍ପୃକ୍ତ ୫ ଯୁବକଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। 

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ଚାନ୍ଦବାଲି,୧୯ା୨(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ତଥା ମତୋ ପୋଲିସ ଫାଣ୍ଡି ଅଧୀନ ପ୍ରତାପପୁର ଗାଁ ରାସ୍ତାରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ମଙ୍ଗଳବାର ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।  

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ରାଜନଗର, ୧୯।୨(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଦିଆଯାଇଛି। 

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଯାଜପୁର ଅଫିସ/କୋରେଇ, ୧୯।୨(ସ୍ବ.ପ୍ର.): ଯାଜପୁର ଜିଲା ୨୦ ନଂ. ଜାତୀୟ ରାଜପଥର କୋରେଇ ଥାନା ଅନ୍ତର୍ଗତ ବେଣାପୁର ଛକରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।