ରାଜ୍ୟ |

ଗୁଞ୍ଜନ ନୃତ୍ୟ, ସଙ୍ଗୀତ ଉତ୍ସବ ଉଦ୍‌ଯାପିତ: ବିମୋହିତ କଲା ବଂଶୀଧୂନରେ ଓଡ଼ିଶୀ ଫ୍ୟୁଜନ

ଗୁଞ୍ଜନ ନୃତ୍ୟ, ସଙ୍ଗୀତ ଉତ୍ସବ ଉଦ୍‌ଯାପିତ: ବିମୋହିତ କଲା ବଂଶୀଧୂନରେ ଓଡ଼ିଶୀ ଫ୍ୟୁଜନ

କଟକ ଅଫିସ,୨୧|୧୧- ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ ପକ୍ଷରୁ କଟକ ସହୀଦ ଭବନରେ ଚାଲିଥିବା ୨୨ତମ ଜାତୀୟ ନୃତ୍ୟ ଓ ସଙ୍ଗୀତ ଉତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏହି ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ଫ୍ୟୁଜନ ସହ ବଂଶୀର ଧୂନ୍‌ ଉପସ୍ଥିତ ଅତିଥି ଓ ଦର୍ଶକଙ୍କୁ ବିମୋହିତ କରିଥିଲା। ପ୍ରଖ୍ୟାତ ବଂଶୀବାଦକ ଅନ୍ନଦା ପ୍ରସନ୍ନ ପଟ୍ଟନାୟକଙ୍କ ବଂଶୀର ଧ୍ୱନିରେ ଏକାଡେମୀର ସମ୍ପାଦିକା ମୀରା ଦାସ, ନୃତ୍ୟଶିଳ୍ପୀ ପୁଷ୍ପା ପଣ୍ଡା ଓ ସୁସ୍ମିତା ପଣ୍ଡା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। 

ଏକାଡେମୀର ଶିଶୁ କଳାକାରଙ୍କୁ ନେଇ ପଦବନ୍ଦନା ନୃତ୍ୟ ମାଧ୍ୟମରେ ଉଦ୍‌ଯାପନୀ ସନ୍ଧ୍ୟା ଆରମ୍ଭ ହୋଇଥିଲା। ପରେ ଗୁରୁ ମୀରା ଦାସ ସଖି ହେ ଗୀତରେ ରାଧା-କୃଷ୍ଣଙ୍କ ପ୍ରେମ କାହାଣୀକୁ ଓଡ଼ିଶୀ ନୃତ୍ୟରେ ପ୍ରଦର୍ଶିତ କରିଥିଲେ। ତେବେ ବଂଶୀଧୂନ୍‌ରେ ଓଡ଼ିଶୀ ନୃତ୍ୟ ପରିବେଷଣ ପ୍ରଥମ ବୋଲି ମୀରା କହିଛନ୍ତି। ଏହି ଅବସରରେ ଓଡ଼ିଶୀ ଡ୍ୟାନ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁରୁ ଦୁର୍ଗାଚରଣ ରଣବୀରଙ୍କୁ ମର୍ଯ୍ୟାଦାଜନକ ‘ନିବେଦିତା ପଟ୍ଟନାୟକ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିସହ ସମସ୍ତ ନୃତ୍ୟ ଶିଳ୍ପୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ବଲିଉଡ ଅଭିନେତା ମହେଶ ଠାକୁର, ବିଧାୟକ ଦେବାଶିଷ ସାମନ୍ତରାୟ, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଇଶାନ କୁମାର ପାତ୍ର, ବିଶିଷ୍ଟ ସାହିତି୍ୟକ ଦେବଦାସ ଛୋଟରାୟ, ପ୍ରଫେସର ପଦନ କୁମାର ଜେନା, ଓଲିଉଡ ପ୍ଲେ ବ୍ୟାକ ସିଙ୍ଗର ଅନ୍ତରା ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ବିଜୟ ମଲ୍ଲ, ସିନ୍ଧୁ ବ୍ରାଉନ ମଞ୍ଚ ପରିଚାଳନା କରିଥିଲେ। 

ମନେ ପଡ଼ିଲେ ଖୋକା ଭାଇ

ଉଦ୍‌ଯାପନୀ ସନ୍ଧ୍ୟାରେ ଅନ୍ୟଏକ ମୁଖ୍ୟ ଆକର୍ଷଣ ଥିଲା ପ୍ରଖ୍ୟାତ ବଂଶୀବାଦକ ଅନ୍ନଦା ପ୍ରସନ୍ନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ। ତାଙ୍କର କିଛି ମିନିଟର ବଂଶୀବାଦନ ଉପସ୍ଥିତ ଦର୍ଶକଙ୍କୁ ବେଶ୍‌ ମନ୍ତ୍ରମୁଗ୍ଧ କରିଥିଲା। ବିଶିଷ୍ଟ କଣ୍ଠଶିଳ୍ପୀ ସ୍ବର୍ଗତ ଅକ୍ଷୟ ମହାନ୍ତି (ଖୋକା ଭାଇ)ଙ୍କ ଦୁଇଟି ଗୀତକୁ ବଂଶୀର ସ୍ବରରେ ସଜାଇଥିଲେ।  ରେଭେନ୍‌ଶା କଲେଜର ପାଠପଢ଼ା ସମୟ, ଏକାଡେମୀ ସମ୍ପାଦିକା ମୀରାଙ୍କ ସହ ବନ୍ଧୁତା ଓ ଖୋକା ଭାଇଙ୍କ ସମ୍ପର୍କକୁ ସେ ଏହି ଅବସରରେ ବଖାଣିଥିଲେ। 

ଓଡ଼ିଶୀକୁ ଭଲ ପାଏ ବୋଲି ଓଡ଼ିଶା ଆସିଲି

ବଲିଉଡ୍‌ ଅଭିନେତା ମହେଶ ଠାକୁର କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେବା ଅବସରରେ କହିଥିଲେ, ଜଣେ କଳାକାର ଭାବରେ ଓଡ଼ିଶୀ ନୃତ୍ୟକୁ ଭଲ ପାଏ। ଯାହା ମୋତେ ଓଡ଼ିଶାକୁ ଟାଣି ଆଣିଛି। ପ୍ରଥମଥର ପାଇଁ ସେ ଓଡ଼ିଶାକୁ ଆସିଛନ୍ତି। ପୁଣି ଏକରି ଏକ କାର୍ଯ୍ୟକ୍ରମରେ ଯୋଗଦେବା ସୌଭାଗ୍ୟର ବିଷୟ ବୋଲି ମହେଶ କହିଛନ୍ତି।

All Right Reserved By

ରାଜ୍ୟ |

ଦ୍ୱିତୀୟ ନାନୋ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ: ଶିଶୁ ଅଧିକାର ସମ୍ପର୍କରେ ଜାଣିଲେ  ଛାତ୍ରୀଛାତ୍ର

ଦ୍ୱିତୀୟ ନାନୋ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ: ଶିଶୁ ଅଧିକାର ସମ୍ପର୍କରେ ଜାଣିଲେ ଛାତ୍ରୀଛାତ୍ର

ପୁରୀ ଅଫିସ,୧୫ା୧୨: ଶିକ୍ଷା ଓ ସଂସ୍କାର ହେଉଛି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଉପଯୁକ୍ତ ସଂସ୍କାର ବିନା ଶିକ୍ଷାର କୌଣସି ମୂଲ୍ୟ ନାହିଁ। ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ଏକ ଉନ୍ନତ ରାଷ୍ଟ୍ରର ପରିକଳ୍ପନା ଲାଗି ଶିଶୁମାନଙ୍କୁ ଶୈଶବ ଅବସ୍ଥାରେ ପ୍ରସ୍ତୁତ କରିବାକୁ ପଡିବ। ଏଥିରେ ପରିବାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ବାର୍ଡ ଫ୍ଲୁ ଆତଙ୍କ: ପ୍ରଥମ ଦିନରେ ମରାଗଲା ୩୯୯ କୁକୁଡ଼ା, ଆଜିଠୁ ଘରୋଇ କୁକୁଡ଼ାମରା ଅଭିଯାନ

ବାର୍ଡ ଫ୍ଲୁ ଆତଙ୍କ: ପ୍ରଥମ ଦିନରେ ମରାଗଲା ୩୯୯ କୁକୁଡ଼ା, ଆଜିଠୁ ଘରୋଇ କୁକୁଡ଼ାମରା ଅଭିଯାନ

କୃଷ୍ଣପ୍ରସାଦ,(ଡି.ଏନ.ଏ.)/ପୁରୀ ଅଫିସ,୧୫ା୧୨: ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପୁରୀ ଜିଲାରେ ଆତଙ୍କ ଖେଳିଯାଇଛି। ଜିଲା ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଶୁକ୍ରବାରଠାରୁ କୁକୁଡ଼ାମରା ଅଭିଯାନ ଆରମ୍ଭ କରିଛି। ପ୍ରଥମ ଦିନରେ ୫ଟି ଟିମ୍‌ କୃଷ୍ଣପ୍ରସାଦ ବ୍ଲକ ବୁଦ୍ଧିବର ପଞ୍ଚାୟତର ସଂକ୍ରମିତ ଗାଁ ସାନସାହି ଓ ପଥରଗଞ୍ଜରେ ଥିବା ୨ଟି ଫାର୍ମରୁ ୩୯୯ କୁକୁଡ଼ା ମାରିଛନ୍ତି।

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀ: ବାଇଶି ପାହାଚରେ ଗଡ଼ିଲେ, ଖାଇଲେ ମହାପ୍ରସାଦ

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ମାଓବାଦୀ: ବାଇଶି ପାହାଚରେ ଗଡ଼ିଲେ, ଖାଇଲେ ମହାପ୍ରସାଦ

ପୁରୀ ଅଫିସ,୧୫ା୧୨: ଗୁଳି, ବନ୍ଧୁକକୁ ପରିତ୍ୟାଗ କରି ଘଞ୍ଚ ଜଙ୍ଗଲରୁ ସମାଜର ମୁଖ୍ୟସ୍ରାତକୁ ଫେରିଥିବା ୩୦ ମାଓବାଦୀ ଶୁକ୍ରବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିସହ ମହାପ୍ରସାଦ ଖାଇଥିବା ବେଳେ ବଖାଣିଛନ୍ତି ପୁରୁଣା ଦିନର ଅନୁଭୂତି।

ହକି ପାଇଁ ବ୍ୟସ୍ତ ଖାକି, ରାଜଧାନୀରେ ମାତିଲେ ବନ୍ଧୁକଧାରୀ ଲୁଟେରା

ହକି ପାଇଁ ବ୍ୟସ୍ତ ଖାକି, ରାଜଧାନୀରେ ମାତିଲେ ବନ୍ଧୁକଧାରୀ ଲୁଟେରା

ଭୁବନେଶ୍ୱର,୧୫।୧୨ (ବ୍ୟୁରୋ)- ହକି ବିଶ୍ୱକପ୍‌ ପାଇଁ କମିଶନରେଟ ପୋଲିସ ପୂରା ବ୍ୟସ୍ତ ରହୁଛି। କଳିଙ୍ଗ ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳ ପୋଲିସ ଛାଉଣି ହୋଇଯାଉଛି। ହେଲେ ରାଜଧାନୀର ବିଭିନ୍ନ ଥାନାଞ୍ଚଳରେ ଏବେ ସୁରକ୍ଷା ଢ଼ିଲା ହୋଇଯାଇଛି। ଅନ୍ୟପକ୍ଷରେ ସନ୍ଧ୍ୟାରେ ହକି ଖେଳ ଦେଖିବାକୁ ମଧ୍ୟ ଲୋକେ ଘରେ ତାଲା ପକାଇ ପରିବାର ସହ କଳିଙ୍ଗ ଷ୍ଟାଡିୟମ ଆସୁଛନ୍ତି। 

ନିରାଶ କଲା  ନିଯୁକ୍ତି ମେଳା

ନିରାଶ କଲା ନିଯୁକ୍ତି ମେଳା

ବାରିପଦା ଅଫିସ,୧୫।୧୨- ଶିଳ୍ପଶୂନ୍ୟ ମୟୂରଭଞ୍ଜ ଜିଲାରେ ଶୁକ୍ରବାର  ଆୟୋଜିତ ନିଯୁକ୍ତି ମେଳା ଆଶାନୁରୂପ ସଫଳତା ପାଇ ନ ଥିବା ଅଭିଯୋଗ ହୋଇଛି। କେବଳ ବାରିପଦା ଓ କପ୍ତିପଦା ଉପଖଣ୍ଡର ମୋଟ ୨୭୪୭ ଜଣ ଏଥିରେ ରେଜିଷ୍ଟ୍ରେଶନ କରିଥିଲେ। 

ଡଟ୍‌ ଫେଷ୍ଟ୍‌, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଫର୍‌ହାନ

ଡଟ୍‌ ଫେଷ୍ଟ୍‌, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଫର୍‌ହାନ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ)- ଓଡ଼ିଶାର ସବୁଜିମା ମନକୁ ଶାନ୍ତି ଦେଇଥାଏ। ଏଠାକାର ଲୋକଙ୍କ ଭଲପାଇବା ମୋତେ ବାରମ୍ବାର ଭୁବନେଶ୍ୱରକୁ ଟାଣି ଆଣୁଛି। ରାଜ୍ୟର କଳା ଓ ସଂସ୍କୃତିକୁ ପ୍ରଚାର, ପ୍ରସାର କରିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ ବୋଲି ଫର୍‌ହାନ ଅଖତର୍‌ କହିଥିଲେ।

ଭୋକ ଦାଉ  ଅସହ୍ୟ: ହଷ୍ଟେଲ ଛାଡିଲେ ୧୦ ଛାତ୍ର

ଭୋକ ଦାଉ ଅସହ୍ୟ: ହଷ୍ଟେଲ ଛାଡିଲେ ୧୦ ଛାତ୍ର

ବାରିପଦା ଅଫିସ,୧୫।୧୨- ୫ ଦିନ ହେବ ସ୍କୁଲରେ ରୋଷେଇ ହୋଇନାହିଁ। ଭଲମନ୍ଦ ବୁଝିବାକୁ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆସୁ ନ ଥିବା ବେଳେ କେହି କେୟାରଟେକର ବି ନ ଥିଲେ।  

ଟ୍ରକ୍‌ ପଛକୁ ପିଟିଲା ଆମ୍ବୁଲାନ୍ସ:  ରୋଗୀଙ୍କ ବଡ଼ମା’ ମୃତ

ଟ୍ରକ୍‌ ପଛକୁ ପିଟିଲା ଆମ୍ବୁଲାନ୍ସ: ରୋଗୀଙ୍କ ବଡ଼ମା’ ମୃତ

ରୂପ୍‌ସା, ୧୫।୧୨(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ଗେମନବ୍ରିଜ୍‌ ଓ ବାଇପାସ୍‌ ରାସ୍ତା ମଝିରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛପଟୁ ୧୦୮ ଆମ୍ବୁଲାନ୍ସ ପିଟି ହେବାଯୋଗୁ ଘଟଣାସ୍ଥଳରେ ରୋଗୀଙ୍କ ବଡ଼ମା’ଙ୍କ ମୃତ୍ୟୁ ଘଟିଛି। ସ୍ତ୍ରୀ, ସ୍ବାମୀ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇ କଟକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

‘ଡଟ୍‌ ଫେଷ୍ଟ୍‌’ର ଚତୁର୍ଦ୍ଦଶତମ ସନ୍ଧ୍ୟା, ଫର୍‌ହାନଙ୍କ ରକ୍‌ ଅନ୍‌ ପରଫର୍ମାନ୍ସ

‘ଡଟ୍‌ ଫେଷ୍ଟ୍‌’ର ଚତୁର୍ଦ୍ଦଶତମ ସନ୍ଧ୍ୟା, ଫର୍‌ହାନଙ୍କ ରକ୍‌ ଅନ୍‌ ପରଫର୍ମାନ୍ସ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ)- ବିଡିଏ ଏବଂ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ‘ଡଟ୍‌ ଫେଷ୍ଟ୍‌’ର ଶୁକ୍ରବାର ଥିଲା ଚତୁର୍ଦ୍ଦଶତମ ସନ୍ଧ୍ୟା। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ ପ୍ଲେବ୍ୟାକ୍‌ ସିଙ୍ଗର, ଟେଲିଭିଜନ ହୋଷ୍ଟ୍‌, ସଙ୍ଗ୍‌ ରାଇଟର, ସ୍କ୍ରିନ ରାଇଟର, ଫିଲ୍ମ ଡାଇରେକ୍ଟର, ପ୍ରଡ୍ୟୁସର ତଥା ଆକ୍ଟର ଫର୍‌ହାନ ଅଖତର୍‌। 

ବାହାନଗା ପଞ୍ଚାୟତ ସମିତି ବୈଠକ:  ପାଇଖାନା ନିର୍ମାଣରେ ପିସି କାରବାର ନେଇ ହୋହଲ୍ଲା

ବାହାନଗା ପଞ୍ଚାୟତ ସମିତି ବୈଠକ: ପାଇଖାନା ନିର୍ମାଣରେ ପିସି କାରବାର ନେଇ ହୋହଲ୍ଲା

ବାହାନଗା, ୧୫ା୧୨(ଡି.ଏନ.ଏ.)-ବାହାନଗା ବ୍ଲକର ୫ମ ପଞ୍ଚାୟତ ସମିତି ବୈଠକ  ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବଚ୍ଛ ଭାରତ ଅଭିଯାନ ଦ୍ୱାରା ନିର୍ମାଣ ହେଉଥିବା ପାଇଖାନାରେ ପିସି କାରବାର ନେଇ ଗୃହରେ ସଭ୍ୟମାନେ ଅଭିଯୋଗ କରିବା ସହିତ ହୋହଲ୍ଲା କରିଥିଲେ। ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସରସ୍ବତୀ ମହାଳିକ ସଭାପତିତ୍ୱ କରିଥିଲେ। 

‘ଲୋକେ ଏଣିକି ଚୁପ୍‌ ବସିବେ ନାହିଁ ’

‘ଲୋକେ ଏଣିକି ଚୁପ୍‌ ବସିବେ ନାହିଁ ’

ଭୋଗରାଇ, ୧୫।୧୨(ଡି.ଏନ.ଏ.)-ଓଡ଼ିଶାରେ ଏକ ଅପାରଗ, ସ୍ଥାଣୁ ଓ ସମ୍ବେଦନଶୀଳ ବିହୀନ ସରକାର ଚାଲିଛି। ଦୀର୍ଘ ୧୯ବର୍ଷ ଧରି ବିଜେଡି ଶାସନ କାଳରେ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। 

ଶିଶୁକନ୍ୟାକୁ ବଳାତ୍କାର ଘଟଣା, ୫ ଘଣ୍ଟା ବାରଖମା-ଲଣ୍ଡାଗଁ। ରାସ୍ତାଅବରୋଧ

ଶିଶୁକନ୍ୟାକୁ ବଳାତ୍କାର ଘଟଣା, ୫ ଘଣ୍ଟା ବାରଖମା-ଲଣ୍ଡାଗଁ। ରାସ୍ତାଅବରୋଧ

ବାଲିଗୁଡ଼ା,୧୫ା୧୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳର ଏକ ଶିଶୁ କନ୍ୟାକୁ ୧୦ ତାରିଖରେ ବଳାତ୍କାର କରାଯାଇଥିଲା। ଶିଶୁକନ୍ୟା ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ବାଲିଗୁଡ଼ା ଓ ପରେ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ  ଗିରଫ କରିପାରି ନ ଥିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଶୁକ୍ରବାର ରାସ୍ତା ଅବରୋଧ କରିଥିଲେ।