ବ୍ରହ୍ମପୁର

ପ୍ରତିଭା ଥାଇ ମିଳୁନି ସୁଯୋଗ

ପ୍ରତିଭା ଥାଇ ମିଳୁନି ସୁଯୋଗ

ବ୍ରହ୍ମପୁର ଅଫିସ,୨୧ା୧୧-ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁ ପ୍ରତିଭା ଥାଇ ମଧ୍ୟ ଅନେକ ଛାତ୍ରୀଛାତ୍ର କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକରେ ଅଂଶ ଗ୍ରହଣରୁ ବଞ୍ଚିତ ହେଉଛନ୍ତି । ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୫ ମହାବିଦ୍ୟାଳୟରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଛାତ୍ରୀଛାତ୍ରମାନେ ସୁଯୋଗ ନ ପାଇ ନିରାଶ ହେବାରେ ଲାଗିଛନ୍ତି। ମହାବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ କ୍ରୀଡ଼ା ପ୍ରତିଭା ବିକାଶ ଦିଗରେ ବିଶ୍ୱବିଦ୍ୟାଳୟ କୌଣସି ପଦକ୍ଷେପ ନେଉନାହିଁ। ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ୩ ବର୍ଷ ହୋଇ ଯାଇଥିଲେ ମଧ୍ୟ ଏଦିଗରେ କର୍ତ୍ତୃପକ୍ଷ ଉଦାସୀନ ରହୁଛନ୍ତି। କ୍ରୀଡ଼ା ପରିଷଦ ମଧ୍ୟ ଏଦିଗରେ ଧ୍ୟାନ ଦେଉନାହିଁ । ଏଣୁ ରାଜ୍ୟ ତଥା ରାଜ୍ୟ ବାହାରେ ଅନୁଷ୍ଠିତ ହୋଉଥିବା ଆନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣରୁ ବଞ୍ଚିତ ହେଉଛି। ମଙ୍ଗଳବାର କେତେକ ହ୍ୟାଣ୍ଡବଲ୍‌ ଖେଳାଳି ଏନେଇ କୁଳପତି ଓ ସ୍ପୋଟର୍‌ସ କାଉନସିଲ ଅଧ୍ୟକ୍ଷଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ବିକାଶ ସାମଲ, ଅବିନାଶ ମୋଦି, ମୀନକେତନ ଦାସ ଓ ଅରବିନ୍ଦଙ୍କ ସହ ଜିଲା ହ୍ୟାଣ୍ଡବଲ ସଂଘ କର୍ମକର୍ତ୍ତା ବିଶ୍ୱବିଦ୍ୟାଳୟ କର୍ତ୍ତପକ୍ଷଙ୍କୁ ଭେଟି ଆଗାମୀ ଦିନରେ ହେବାକୁ ଥିବା ହ୍ୟାଣ୍ଡବଲ ଟୁର୍ନାମେଣ୍ଟରେ ଭାଗନେବା ପାଇଁ ଛାତ୍ରଙ୍କୁ ପଠାଇବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ ା ପୂର୍ବରୁ ବାସ୍କେଟବଲ ଏବଂ ବ୍ୟାଡମିଣ୍ଟନ ପ୍ରତିଯୋଗିତାକୁ ବିଶ୍ୱବିଦ୍ୟାଳୟ ଦଳ ଯାଇ ନ ଥିବା ଯୋଗୁ କେତେକ ଛାତ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ  ଅଭିଯୋଗ ପାଇବା ପରେ ସମସ୍ୟା ସମାଧାନ କରାଯିବ ବୋଲି କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି ।


All Right Reserved By

ବ୍ରହ୍ମପୁର

ସରକାରୀ ଅଧିକାରୀଙ୍କୁ ଟ୍ରାକିଂ କରିବ ଟେଲିଫୋନ୍‌

ଛତ୍ରପୁର,୧୫ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ୍‌ ଟେଲିଫୋନ୍‌ ଏଣିକି ଅଧିକାରୀମାନଙ୍କୁ ଟ୍ରାକିଂ କରିବ। ଶୁକ୍ରବାର ଛତ୍ରପୁରସ୍ଥିତ  ଜିଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏକ ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହା କହିଛନ୍ତି। 

ଶିଶୁକନ୍ୟାକୁ ବଳାତ୍କାର ଘଟଣା, ୫ ଘଣ୍ଟା ବାରଖମା-ଲଣ୍ଡାଗଁ। ରାସ୍ତାଅବରୋଧ

ଶିଶୁକନ୍ୟାକୁ ବଳାତ୍କାର ଘଟଣା, ୫ ଘଣ୍ଟା ବାରଖମା-ଲଣ୍ଡାଗଁ। ରାସ୍ତାଅବରୋଧ

ବାଲିଗୁଡ଼ା,୧୫ା୧୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳର ଏକ ଶିଶୁ କନ୍ୟାକୁ ୧୦ ତାରିଖରେ ବଳାତ୍କାର କରାଯାଇଥିଲା। ଶିଶୁକନ୍ୟା ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ବାଲିଗୁଡ଼ା ଓ ପରେ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ  ଗିରଫ କରିପାରି ନ ଥିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଶୁକ୍ରବାର ରାସ୍ତା ଅବରୋଧ କରିଥିଲେ। 

ରାଜ୍ୟ ବିଦ୍ୟାଳୟସ୍ତରୀୟ ଭଲିବଲ ଚାମ୍ପିୟନଶିପ୍‌

ରାଜ୍ୟ ବିଦ୍ୟାଳୟସ୍ତରୀୟ ଭଲିବଲ ଚାମ୍ପିୟନଶିପ୍‌

ଫୁଲବାଣୀ ଅଫିସ, ୧୫ା୧୨-ଫୁଲବାଣୀ କରୋନେଶନ ପଡିଆରେ ଚାଲିଥିବା ରାଜ୍ୟ ବିଦ୍ୟାଳୟସ୍ତରୀୟ ଭଲିବଲ ଚାମ୍ପିୟନଶିପ ଦ୍ୱିତୀୟ ଦିନରେ ପହଞ୍ଚଛି। ଅବସର ଥିଲା କନ୍ଧମାଳ ବାଳିକା ଟିମ୍‌ ବିପକ୍ଷ ଭୁବନେଶ୍ୱର। 

ବାଇକ୍‌ ଡିକି ଭାଙ୍ଗି ୨ ଲକ୍ଷ ଲୁଟ

ପୁରୁଷୋତ୍ତମପୁର,୧୫ା୧୨(ଡି.ଏନ୍‌.ଏ.):  ପୁରୁଷୋତ୍ତମପୁର ସହର ବଡ଼ବଜାରରେ ଶୁକ୍ରବାର ବାଇକ୍‌ ଡିକି ଭାଙ୍ଗି  ଦୁର୍ବତ୍ତମାନେ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। କୋଦଳା ଥାନା ଫାସି ଗ୍ରାମର ସତ୍ୟବାନ ପାଳ ପୁରୁଷୋତ୍ତମପୁର ଷ୍ଟେଟ୍‌ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ବଡ଼ବଜାରରେ ଥିବା ଏକ ଜୁଏଲର୍ସକୁ ଆସିଥିଲେ। 

ବହୁମୁଖୀ ସଂଘର କୁଶପୁତ୍ତଳିକା ଦାହ

ବହୁମୁଖୀ ସଂଘର କୁଶପୁତ୍ତଳିକା ଦାହ

ବ୍ରହ୍ମପୁର ଅଫିସ,୧୫ା୧୨- ସ୍ଥାନୀୟ ସର୍ଦ୍ଦାର ବଲ୍ଳଭଭାଇ ପଟେଲ ବହୁମୁଖୀ ସଂଘ ପକ୍ଷରୁ ଶୁକ୍ରବାର କୋର୍ଟପେଟା ଛକରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପଞ୍ଜାବ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। 

ଡୁରା, ପୋଲସରା କଲେଜ ବିଜୟୀ

ଡୁରା, ପୋଲସରା କଲେଜ ବିଜୟୀ

ବ୍ରହ୍ମପୁର ଅଫିସ,୧୫ା୧୨-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ୫୦ତମ ଆନ୍ତଃ ମହାବିଦ୍ୟାଳୟ କ୍ରିକେଟ ଟୁନର୍ର୍ାମେଣ୍ଟ ଶୁକ୍ରବାରରୁ ଆରମ୍ଭ ହୋଇଛି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ଓ ଆଙ୍କୁଶପୁର ଏସ୍‌ଏମ୍‌ଆଇଟିରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବାକୁ ଥିବା ବେଳେ ପ୍ରଥମ ଦିବସରେ ଉଭୟ କଲେଜରେ ଗୋଟିଏ ଲେଖାଏ ମ୍ୟାଚ ଅନୁଷ୍ଠିତ ହୋଇଥିଲା ା

ଯୁବକଙ୍କୁ ଆକ୍ରମଣ କରି ଟଙ୍କା ଲୁଟ୍‌, ଥାନାରେ ଏତଲା

ବ୍ରହ୍ମପୁର ଅଫିସ୍‌,୧୫ା୧୨:  ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଟଙ୍କା ଲୁଟ୍‌ କରାଯାଇଥିବା ନେଇ ଶୁକ୍ରବାର ବ୍ରହ୍ମପୁର ଗୋଷଣୀନୂଆଗଁା ଥାନାରେ ଅଭିଯୋଗ ହୋଇଛି ା ଏତଲାକୁ ଭିତ୍ତିକରି ପୋଲିସ ନଂ. ୧୪୯/୧୮ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେଳେ ଖୁବ୍‌ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କୁଳମଣୀ ସେଠୀ କହିଛନ୍ତି ା 

ଗଞ୍ଜାମକୁ ବାର୍ଡ ଫ୍ଲୁ ଡର

ଗଞ୍ଜାମକୁ ବାର୍ଡ ଫ୍ଲୁ ଡର

ବ୍ରହ୍ମପୁର ଅଫିସ,୧୫ା୧୨-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ୪ ଗ୍ରାମରେ ବାର୍ଡ଼ ଫ୍ଲୁ ବ୍ୟାପିବାରେ ଲାଗିଛି । ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। କୁକୁଡ଼ା ମରାଯାଉଛି। ବିକ୍ରି ଉପରେ କଟକଣା ଜାରି କରାଯାଇଛି । 

ଅଟୋ ଧକ୍କାରେ ଅଙ୍ଗନଓ୍ବାଡି ଶିଶୁ ମୃତ

ଅଟୋ ଧକ୍କାରେ ଅଙ୍ଗନଓ୍ବାଡି ଶିଶୁ ମୃତ

ଫୁଲବାଣୀ ଅଫିସ, ୧୪।୧୨- କନ୍ଧମାଳ ଜିଲା ସଦର ଥାନା ପକନାଗାଁ ଅଞ୍ଚଳରେ ଶୁକ୍ରବାର ଅଙ୍ଗନଓ୍ବାଡି କେନ୍ଦ୍ରରୁ ଫେରୁଥିବା ଜଣେ ଶିଶୁଙ୍କ ଉପରେ ଅଟୋ ମାଡିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଶିଶୁ ଜଣକ ହେଲେ ପକନାଗାଁର କୃଷ୍ଣ କୁମାର ଦିଗାଲ(୪)। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୁରଣ ଦାବି କରିଛନ୍ତି। ଫୁଲବାଣୀ ବିଡିଓ, ତହସିଲଦାର ଏବଂ ପୋଲିସ ଘଟଣାସ୍ଥଳକୁ ଯାଇ ପ୍ରତିଶ୍ରୁତି ଦେବାରୁ ଲୋକେ ରାସ୍ତାରୋକୋରୁ ହଟିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଦୁର୍ଘଟଣା ଘଟାଇଥିବା ଅଟୋ କିମ୍ବା ଚାଳକଙ୍କୁ ଠାବ କରାଯାଇପାରିନାହିଁ। ଅଟୋଟି ଫିରିଙ୍ଗିଆ ବ୍ଲକ ରତଙ୍ଗ ଅଞ୍ଚଳର ବୋଲି ଜଣାପଡିଛି। ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ କୃଷ୍ଣଙ୍କୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକେ ଓ ଅଞ୍ଚଳବାସୀ ମୃତଦେହ ନେଇ ରାସ୍ତାରେ ରଖି ଅବରୋଧ କରିଥିଲେ। ପରିବାରକୁ କ୍ଷତି ପୁରଣ, ପିଲାମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପାଖରେ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ ପାଇଁ ଅଡି ବସିଥିଲେ।  ରେଡ୍ରକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

ନିଯୁକ୍ତି ପତ୍ର ପାଇଁ ଲାଞ୍ଚ: ଧରାପଡିଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିପିଏମ୍‌

ପାତ୍ରପୁର,୧୪।୧୨(ଡି.ଏନ୍‌.ଏ.)- ପାତ୍ରପୁର ସଦର ମହକୁମାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ ଶୁକ୍ରବାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। କର୍ମଚାରୀ ଜଣକ ହେଲେ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ୍‌ ନିରଞ୍ଜନ ରେଡ୍ଡୀ। ସୂଚନା ଅନୁଯାୟୀ,  ସାହାସପୁର ଗ୍ରାମର ବନିତା ନାୟକ ଆଶାକର୍ମୀ ପାଇଁ ଆବେଦନ କରି ସାକ୍ଷାତକାର ଦେଇ ସଫଳ ହୋଇଥିଲେ। ପରେ ନିଯୁକ୍ତି ପତ୍ର ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ୍‌ଙ୍କୁ ସାକ୍ଷାତ କରିବାରୁ ୨୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଆଶାକର୍ମୀ ବ୍ରହ୍ମପୁରସ୍ଥିତ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ପୂର୍ବପ୍ରସ୍ତୁତି ଅନୁଯାୟୀ ଶୁକ୍ରବାର ଅପରାହ୍ନରେ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଆଶାକର୍ମୀ ଜଣକ ପହଞ୍ଚତ୍ଥିଲେ। ନିଯୁକ୍ତି ପତ୍ର ପାଇଁ ୨ହଜାର ଟଙ୍କା ଆଶାକର୍ମୀଙ୍କ ଠାରୁ ନେଇ ବିପିଏମ୍‌ ରେଡ୍ଡୀ ପକେଟରେ ରଖିଲାବେଳେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ୪ଜଣିଆ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଥିଲେ। ଅଧିକ ତଦନ୍ତ ପାଇଁ ନିରଞ୍ଜନଙ୍କୁ ବ୍ରହ୍ମପୁର କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡିଛି।

ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ

ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ

ଗୋପାଳପୁର,୧୪।୧୨-ରଙ୍ଗେଇଲୁଣ୍ଡା ବ୍ଲକ କନିଷି ହାଟସ୍ଥିତ ବାଲାଜୀ ବିଦ୍ୟାପୀଠରେ ଶୁକ୍ରବାର ୮ମ ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗେଦଇ ୨ଦିନିଆ ମେଳାକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଓୟୁଏଟିର ପ୍ରଫେସର ଡ. ଦାମୋଦର ଶତପଥୀ, ସମ୍ମାନିତ ଅତିଥି ଭାବେ ରଙ୍ଗେଇଲୁଣ୍ଡା ବିଡିଓ କୁମାର ନାଗଭୂଷଣ, କନିଷି ତହସିଲଦାର ଶରତ ଚନ୍ଦ୍ର ମହାପାତ୍ର, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସି.ଏଚ୍‌. ଉଷାରାଣୀ, ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା ଓ ଅତିରିକ୍ତ ଜିଲା ଶିକ୍ଷାଧିକାରୀ

ପରିଚାଳନାଗତ ତ୍ରୁଟି ଯୋଗୁ ପୁଣି ବିପଦରେ ଛାତ୍ରୀ: ତବାରସିଂ କନ୍ୟାଶ୍ରମରେ ସମସ୍ତ ଅନ୍ତେବାସୀ ଅସୁସ୍ଥ

ପରିଚାଳନାଗତ ତ୍ରୁଟି ଯୋଗୁ ପୁଣି ବିପଦରେ ଛାତ୍ରୀ: ତବାରସିଂ କନ୍ୟାଶ୍ରମରେ ସମସ୍ତ ଅନ୍ତେବାସୀ ଅସୁସ୍ଥ

ଗଜପତି,୧୪।୧୨(ଡି.ଏନ୍‌.ଏ.): ଗଜପତି ଜିଲା ରା. ଉଦୟଗିରି ବ୍ଲକ ଅନ୍ତର୍ଗତ ତବାରସିଂ କନ୍ୟାଶ୍ରମରେ ଗୁରୁବାର ରାତି ଭୋଜନ ପରେ ସମସ୍ତ ୮୭ ଜଣ ଅନ୍ତେବାସୀ ଅସୁସ୍ଥ ହୋଇପଡିଛନ୍ତି।