ଖେଳ |

ପ୍ରୋ କବାଡ଼ି ଲିଗ୍‌: ଟାଇଟାନ୍ସକୁ ହରାଇଲା ଥାଲାଇଭାସ, ଦିଲ୍ଲୀ ବିଜୟୀ

ପ୍ରୋ କବାଡ଼ି ଲିଗ୍‌: ଟାଇଟାନ୍ସକୁ ହରାଇଲା ଥାଲାଇଭାସ, ଦିଲ୍ଲୀ ବିଜୟୀ

ଅହମ୍ମଦାବାଦ,୨୧।୧୧(ପି.ଟି.)-  ଚଳିତ ପ୍ରୋ କବାଡ଼ି ଲିଗ୍‌ (ପି.କେ.ଏଲ.)ର ଷଷ୍ଠ ସଂସ୍କରଣରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ତାମିଲ ଥାଲାଇଭାସ ତେଲଗୁ ଟାଇଟାନ୍ସକୁ ପରାସ୍ତ କରିଛି। ଅଲରାଉଣ୍ଡ ପ୍ରଦର୍ଶନ କରି ଥାଲାଇଭାସ ଏହି ବିଜୟ ହାସଲ କରିଛି। ଏଥିସହିତ ଟାଇଟାନ୍ସ ବିପକ୍ଷରେ ଥାଲାଭାସ୍‌ ପ୍ରଥମ ବିଜୟ ହାସଲ କରିଛି। ଥାଲାଇଭାସ ତରଫରୁ ଅଜୟ ଠାକୁର ୮ ପଏଣ୍ଟ ସ୍କୋର କରିଥିଲେ। ସେହିପରି ମନଜିତ୍‌ ଚିଲର ୩ ଟ୍ୟାକଲ ପଏଣ୍ଟ ପାଇଥିଲେ। ସେହିପରି ରାହୁଲ ଚୌଧୁରୀ ୮ ପଏଣ୍ଟ ସ୍କୋର କରିଥିଲେ ମଧ୍ୟ ଡିଫେନ୍ସ ଦୁର୍ବଳତା ଯୋଗୁ ଟାଇଟାନ୍ସ ପରାସ୍ତ ହୋଇଥିଲା। ଟାଇଟାନ୍ସ ତରଫରୁ ଏକାଧିକ ତ୍ରୁଟି ଦେଖିବାକୁ ମିଳିଥିଲା। ଏହାର ଫାଇଦା ଉଠାଇ ଥାଲାଇଭାସ୍‌ ବିଜୟୀ ହୋଇଥିଲା। 

ସେହିପରି ମଙ୍ଗଳବାର ଖେଳାଯାଥିବା ଦ୍ୱିତୀୟ ମ୍ୟାଚ୍‌ରେ ଦବଙ୍ଗ ଦିଲ୍ଲୀ ଆୟୋଜକ ଗୁଜରାଟ ଫର୍ଚ୍ୟୁନ୍ସକୁ ୨୯-୨୬ରେ ପରାସ୍ତ କରିଛି। ଫଳରେ ଘରୋଇ ପରିବେଶରେ ଗୁଜରାଟର ଆଧିପତ୍ୟକୁ ଦିଲ୍ଲୀ ପ୍ରତିହତ କରିବାରେ ସଫଳ ହୋଇଛି। 

All Right Reserved By

ଖେଳ |

ବିଜୁ ଯୁବ ବାହିନୀ କ୍ରିକେଟ : ବାନିପାଲି ଚାମ୍ପିୟନ

ବିଜୁ ଯୁବ ବାହିନୀ କ୍ରିକେଟ : ବାନିପାଲି ଚାମ୍ପିୟନ

ଲୋଇସିଂହା,୧୧।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବିଜୁ ଯୁବବାହିନୀ ପକ୍ଷରୁ ଲୋଇସିଂହା କଲେଜ ଖେଳ ପଡିଆରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟ  ଉଦ୍‌ଯାପିତ ହୋଇଯାଇଛି ।  ବିଜୁ ଯୁବ ବାହିନୀ ପକ୍ଷରୁ  ବ୍ଲକର ୨ ଗୋଟି ପଞ୍ଚାୟତର ୨୦ଟି କ୍ରିକେଟ ଦଳକୁ ନେଇ ସୋମବାରଠାରୁ ପ୍ରତିଯୋଗୀତା ଆରମ୍ଭ  ହୋଇଥିଲା ।

ତୀରନ୍ଦାଜ ଦୀପିକା-ଅତନୁଙ୍କ ନିର୍ବନ୍ଧ

ତୀରନ୍ଦାଜ ଦୀପିକା-ଅତନୁଙ୍କ ନିର୍ବନ୍ଧ

ରାଞ୍ଚି,୧୧।୧୨(ପି.ଟି.)- ଭାରତୀୟ ଆର୍ଚର ଦୀପିକା କୁମାରୀ ଓ ଅତନୁ ଦାସ ନିର୍ବନ୍ଧ ହୋଇଯାଇଛି। 

ଧୋନୀଙ୍କୁ ସମ୍ମାନିତ କଲେ ପନ୍ତ

ଧୋନୀଙ୍କୁ ସମ୍ମାନିତ କଲେ ପନ୍ତ

ପର୍ଥ,୧୧।୧୨(ପି.ଟି.)- ରେକର୍ଡଧାରୀ ଭାରତୀୟ ଉଇକେଟକିପର ରିଶଭ ପନ୍ତ ଭେଟେରାନ ମହେନ୍ଦ୍ର ସିଂ ଧୋନୀଙ୍କୁ ସମ୍ମାନିତ କରିଛନ୍ତି।

ବିରୁଷ୍କାଙ୍କ ବିବାହ ବାର୍ଷିକୀ

ବିରୁଷ୍କାଙ୍କ ବିବାହ ବାର୍ଷିକୀ

ମୁମ୍ବାଇ,୧୧।୧୨- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ମଙ୍ଗଳବାର ଏକ ବର୍ଷ ପୂରିଛି। 

ଭାରତ ଏ’ ଦଳର କ୍ଲିନ ସୁଇପ୍‌

ଭାରତ ଏ’ ଦଳର କ୍ଲିନ ସୁଇପ୍‌

ମାଉଣ୍ଟ ମାଉଙ୍ଗାନୁଇ,୧୧।୧୨- ଏଠାରେ ନ୍ୟୁଜିଲାଣ୍ଡ ଏ’ ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌କୁ ଭାରତ ଏ’ ୭୫ ରନ୍‌ରେ ଜିତି ନେଇଛି। 

ଶ୍ରୀଲଙ୍କା ଅଫ୍‌ ସ୍ପିନର ଦନଞ୍ଜୟ ବାସନ୍ଦ

ଶ୍ରୀଲଙ୍କା ଅଫ୍‌ ସ୍ପିନର ଦନଞ୍ଜୟ ବାସନ୍ଦ

ଦୁବାଇ,୧୧।୧୨- ଶ୍ରୀଲଙ୍କା ଦଳର ଅଫ୍‌ ସ୍ପିନର ଆକିଲା ଦନଞ୍ଜୟଙ୍କୁ ତ୍ରୁଟିପୂର୍ଣ୍ଣ ବୋଲିଂ ଶୈଳୀ ଯୋଗୁ ବାସନ୍ଦ କରାଯାଇଛି। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସୋମବାର କୁହାଯାଇଛି। 

ରୁଟ୍‌ଙ୍କୁ ଅତିକ୍ରମ କଲେ ପୂଜାରା

ରୁଟ୍‌ଙ୍କୁ ଅତିକ୍ରମ କଲେ ପୂଜାରା

ଦୁବାଇ,୧୧।୧୨- ଆଡିଲେଡ୍‌ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଶେଷ ହେବା ପରେ ଆଇସିସି ପକ୍ଷରୁ ଖେଳାଳିଙ୍କ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। 

ବିବିଏଲ୍‌ରେ ସ୍ବତନ୍ତ୍ର ଟସ୍‌  ବ୍ୟବସ୍ଥା

ବିବିଏଲ୍‌ରେ ସ୍ବତନ୍ତ୍ର ଟସ୍‌ ବ୍ୟବସ୍ଥା

ମେଲବୋର୍ନ,୧୧।୧୨- ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ଟୁର୍ନାମେଣ୍ଟ ତଥା ବିଗ୍‌ ବାଶ ଲିଗ୍‌ (ବିବିଏଲ)ର ଆୟୋଜକମାନେ ଏକ କୌତୂହଳପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। 

ରାଜ୍ୟସ୍ତରୀୟ ଥ୍ରୋ ବଲ୍‌  ପ୍ରତିଯୋଗିତା ଉଦ୍‌ଯାପିତ

ରାଜ୍ୟସ୍ତରୀୟ ଥ୍ରୋ ବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ

ଜଟଣୀ,୧୧।୧୨(ଡି.ଏନ୍‌.ଏ): ଜଟଣୀ କୁଦିଆରୀରେ ଆୟୋଜିତ ରାଜ୍ୟସ୍ତରୀୟ ମହିଳାପୁରୁଷ ଥ୍ରୋ ବଲ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟ ଓ ଜଟଣୀ ଥ୍ରୋ ବଲ୍‌ ଆସୋସିଏଶନ୍‌ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ୨୦ଟି ଜିଲାରୁ ପୁରୁଷ ଓ ୧୬ଟି ଜିଲାରୁ ମହିଳା ଥ୍ରୋ ବଲ ଦଳ ଅଂଶଗ୍ରହଣ କରିଥିଲେ। 

ସିକେ ନାଇଡୁ ଟ୍ରଫି: ରେଲୱେର ବିଶାଳ ସ୍କୋର : ସହିମ୍‌,ଦିନେଶଙ୍କ ଅପରାଜିତ ଶତକ

ସିକେ ନାଇଡୁ ଟ୍ରଫି: ରେଲୱେର ବିଶାଳ ସ୍କୋର : ସହିମ୍‌,ଦିନେଶଙ୍କ ଅପରାଜିତ ଶତକ

ସମ୍ବଲପୁର, ୧୧।୧୨ (ବ୍ୟୁରୋ)ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ୨୩ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫି କ୍ରିକେଟ ମ୍ୟାଚର ତୃତୀୟ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ଭ୍ରମଣକାରୀ ରେଲୱେ ଦଳ ୩ ଉଇକେଟରେ ୪୦୨ ରନ ସଂଗ୍ରହ କରି ଦୃଢ଼ ସ୍ଥିତିରେ ରହିଛି । 

୮ ରନ୍‌ରେ ଜିତିଲା ଓଡ଼ିଶା

୮ ରନ୍‌ରେ ଜିତିଲା ଓଡ଼ିଶା

କଟକ ଅଫିସ,୧୧।୧୨- ନିମପୁର ଗ୍ରାଉଣ୍ଡରେ ସୋମବାର ଖେଳାଯାଇଥିବା ସିନିୟର ମହିଳା ଏକଦିବସୀୟ କ୍ରିକେଟ ଲିଗ୍‌ ଏଲିଟ୍‌ ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଓଡ଼ିଶା ୮ ରନ୍‌ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି। 

ସେମିରେ ଓଡ଼ିଶା

ସେମିରେ ଓଡ଼ିଶା

କଟକ ଅଫିସ,୧୧ା୧୨-ଅରୁଣାଚଳ ପ୍ରଦେଶଠାରେ ଚାଲିଥିବା ଜାତୀୟ ସବ୍‌ଜୁନିୟର ବାଳକ ଫୁଟବଲ ଚାମ୍ପିୟନଶିପ୍‌ର ସୋମବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ୧-୦ ଗୋଲରେ ଘରୋଇ ଅରୁଣାଚଳ ପ୍ରଦେଶକୁ ପରାସ୍ତ କରିଛି।