ବ୍ରହ୍ମପୁର

ବେଆଇନ ବାଲି , ପଥର ଚାଲାଣ: ଜରିମାନା ଆଦାୟ

ବେଆଇନ ବାଲି , ପଥର ଚାଲାଣ: ଜରିମାନା ଆଦାୟ

ହିଞ୍ଜିଳିକାଟୁ,୨୦।୧୧(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ତହସିଲଦାର ଗୋପୀନାଥ କଅଁରଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ରାଜସ୍ବ କର୍ମଚାରୀମାନଙ୍କ ୨ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ବେଆଇନ ଭାବେ ବାଲି ଓ ପଥର ଚୋରା ଚାଲାଣ କରୁଥିବା ୧୨ ଟି ଟ୍ରକ ଓ ଟ୍ରାକ୍ଟର ଜବତ କରାଯାଇଥିଲା। ଜବତ ଗାଡି ମାଲିକମାନଙ୍କ ଠାରୁ ଜରିମାନା ବାବଦକୁ ୧ ଲକ୍ଷ ୧୮ ହଜାର ଟଙ୍କା ଆଦାୟ କରାଯାଇଛି। ଅତିରିକ୍ତ ତହସିଲଦାର ରଞ୍ଜନ ବେହେରା, ଦେବରାଜ ପାତ୍ରଙ୍କ ନେତୃତ୍ୱରେ ହିଞ୍ଜିଳିକାଟୁ ରାଜସ୍ବ ନିରୀକ୍ଷକ ଇନ୍ଦ୍ର ମୋହନ ବେହରା, ସିକିରି ରାଜସ୍ବ ନିରୀକ୍ଷକ ସଞ୍ଜୟ ସାହୁ, ବୁରୁପଡ଼ା ରାଜସ୍ବ ନିରୀକ୍ଷକ ସୁଜ୍ଞାନି ବେହେରା, ସାହାପୁର ରାଜସ୍ବ ନିରୀକ୍ଷକ ସ୍ବପ୍ନେଶ୍ୱର ପାଳ, ଭାବନ୍ଦ ରାଜସ୍ବ ନିରୀକ୍ଷକ ବିନୟ ଶବର, ଗୋପଳ ରେଡ୍ଡୀଙ୍କ ସମେତ ହିଞ୍ଜିଳିକାଟୁ ରାଜସ୍ବ ସର୍କଲରେ କାର୍ଯ୍ୟରତ କର୍ମଚାରୀମାନେ ଚଢାଉରେ ସାମିଲ ଥିଲେ।

All Right Reserved By

ବ୍ରହ୍ମପୁର

ଅମଳ ଧାନ ପୋଲିସ ଜିମା ଦେଲେ ତହସିଲଦାର

ଶେରଗଡ,୧୧।୧୨(ଡି.ଏନ.ଏ.)- ଶେରଗଡ ବ୍ଲକ କରଡାକଣା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗର୍ବଗଣ୍ଡା ଗ୍ରାମରେ ଏକ ବିବାଦମାନ ଜାଗାରୁ ଧାନକଟା ନେଇ ଉପୁଜିଥିବା ସମସ୍ୟାର ସମାଧାନ କରିଛନ୍ତି ତହସିଲଦାର ଡ.ଦୟାସିନ୍ଧୁ ପରିଡା।

୧୪ ଫୁଟର ଅହିରାଜ ଉଦ୍ଧାର

୧୪ ଫୁଟର ଅହିରାଜ ଉଦ୍ଧାର

ଭଞ୍ଜନଗର,୧୧।୧୨(ଡି.ଏନ.ଏ.)-ଭଞ୍ଜନଗର ନବନିର୍ମିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରୁ ମଙ୍ଗଳବାର ଏକ ୧୪ଫୁଟର ଅହିରାଜ ଉଦ୍ଧାର କରାଯାଇଛି। ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜି, ବନ ବିଭାଗ କର୍ମଚାରୀ ସଞ୍ଜୟ ସ୍ବାଇଁ, କେଦାର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ସାପଟିକୁ ଉଦ୍ଧାର କରି ବିଞ୍ଜିଗିରି ଜଳାଶୟ ନିକଟରେ ନେଇ ଛାଡି ଦେଇଛନ୍ତି।

ପଥରକ୍ୱାରୀ ବନ୍ଦ ପାଇଁ ଦାବିପତ୍ର

ପଥରକ୍ୱାରୀ ବନ୍ଦ ପାଇଁ ଦାବିପତ୍ର

ଶେରଗଡ,୧୧।୧୨(ଡି.ଏନ.ଏ.)- ଶେରଗଡ ବ୍ଲକ ଧନନ୍ତର ପଞ୍ଚାୟତର କନ୍ଧନୂଆଗଡ ଗ୍ରାମରେ ପଥରକ୍ୱାରୀ ବନ୍ଦ ପାଇଁ ୫୦ରୁ ଅଧିକ ଗ୍ରାମବାସୀ ମଙ୍ଗଳବାର ଜିଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଛତ୍ରପୁରରେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଏହାକୁ ବନ୍ଦ କରିବାକୁ ଗ୍ରାମବାସୀ ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ଜିଲାପାଳ ଶେରଗଡ ତହସିଲଦାରଙ୍କୁ ଏହି ଦାବିପତ୍ର ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମବାସୀ ଅପରାହ୍ନରେ ଶେରଗଡ ତହସିଲରେ ତହସିଲଦାର ଦୟାସିନ୍ଧୁ ପରିଡାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ପରିଡଶ ପ୍ରତିଶ୍ରୁତି ଦେଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମକୁ ଲାଗି ଥିବା ପାକିଡି ପାହଡ ପାଦଦେଶରେ ଏକ ପଥରକ୍ୱାରୀ ଚାଲିଛି। ଫଳରେ ଗ୍ରାମର ଏକର ଏକର ଜମିର ଫସଲ ନଷ୍ଠ ହେଉଛି। ବାରୁଦ ଲଗାଇ ପଥର ଫଟା ଯାଉଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

ବିଦ୍ୟାଳୟ ସମ୍ମୁଖରେ ମାଛ ବଜାର

ବିଦ୍ୟାଳୟ ସମ୍ମୁଖରେ ମାଛ ବଜାର

ପୁରୁଷୋତ୍ତମପୁର,୧୧।୧୨(ଡି.ଏନ୍‌.ଏ.)- ସରକାର ବିଦ୍ୟାଳୟ ପରିସର ଓ ଏହାର ଆଖପାଖ ସ୍ବଚ୍ଛ ଓ ସୁନ୍ଦର ରଖିବାକୁ ବିଭିନ୍ନ ପ୍ରୟାସ କରୁଛନ୍ତି। ହେଲେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗତ କିଛିଦିନ ହେଲା ନରସିଂହ ଦାସ ହାଇସ୍କୁଲ ରାସ୍ତାରେ ପାର୍ଶ୍ୱରେ ମାଛ ଓ ଚିକେନ ବ୍ୟବସାୟ ହେଉଛି। ଏପରିକି ବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ମଧ୍ୟ କେତେକ ମାଛ ବ୍ୟବସାୟୀ ରାସ୍ତା ଅବରୋଧ କରି ବ୍ୟବସାୟ କରୁଛନ୍ତି।

ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ବିଜେଡିର ମିଶ୍ରଣପର୍ବ

ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ବିଜେଡିର ମିଶ୍ରଣପର୍ବ

ଭଞ୍ଜନଗର,୧୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା  ଭଞ୍ଜନଗର ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ମଙ୍ଗଳବାର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି।

ଚନ୍ଦ୍ରଗିରିରେ ‘ଟୁର୍‌ ଦ କଳିଙ୍ଗ’ ଟିମ୍‌

ଚନ୍ଦ୍ରଗିରିରେ ‘ଟୁର୍‌ ଦ କଳିଙ୍ଗ’ ଟିମ୍‌

ଚନ୍ଦ୍ରଗିରି, ୧୧।୧୨(ଡି.ଏନ.ଏ.): ରୁଟସ୍‌ ଅଫ୍‌ ଓଡ଼ିଶା ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଚିତ ବାର୍ଷିକ ସାଇକ୍ଲିଂ ଇଭେଣ୍ଟ୍‌ ’ଟୁର୍‌ ଦ କଳଙ୍ଗ’ ଟିମ୍‌ ଗଜପତି ଜିଲା ମୋହନା ବ୍ଲକ ସ୍ଥିତ ଚନ୍ଦ୍ରଗିରିରେ ପହଞ୍ଚିଥିଲା। 

ଜିଲାପାଳଙ୍କ ଅଫିସରେ ତାଲା ପକାଇଲେ ଚାଷୀ

ଜିଲାପାଳଙ୍କ ଅଫିସରେ ତାଲା ପକାଇଲେ ଚାଷୀ

ଛତ୍ରପୁର,୧୧।୧୨(ଡି.ଏନ.ଏ.): ଚାଷୀଙ୍କୁ ପେନସନ ଓ ତିତଲି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନର ଗଞ୍ଜାମ ଜିଲା ଶାଖା ପକ୍ଷରୁ ସୋମବାରଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଉପବାସ ଓ ଧାରଣା ଆରମ୍ଭ ହୋଇଥିଲାା 

କିଆବୁଦାରୁ ନାବାଳକଙ୍କ ଗଳିତ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

କିଆବୁଦାରୁ ନାବାଳକଙ୍କ ଗଳିତ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

ଛତ୍ରପୁର,୧୧।୧୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଛତ୍ରପୁର ଥାନା ଭିକାରୀପଲ୍ଲୀ ପଞ୍ଚାୟତ ବ୍ରାହ୍ମଣିଆପଲ୍ଲୀ ଓ ନରସିଂହପୁର ଗାଁ ମଧ୍ୟରେ ଥିବା ଏକ କିଆବୁଦାରୁ ମଙ୍ଗଳବାର ଏକ ନାବାଳକଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛିା 

ମହିଳାଙ୍କୁ କମେଣ୍ଟ ମାରି ଯୁବକ ଗିରଫ

ବ୍ରହ୍ମପୁର ଅଫିସ୍‌,୧୧ା୧୨-ଜଣେ ବିବାହିତା ମହିଳାଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ବଡବଜାର ପୋଲିସ ସୋମବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ା ଜାମିନ ନାମଞ୍ଜୁର ହେତୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ା

ଜୈବିକ କୃଷି ଉପରେ ମହିଳା ଚାଷୀଙ୍କୁ ତାଲିମ

ଜୈବିକ କୃଷି ଉପରେ ମହିଳା ଚାଷୀଙ୍କୁ ତାଲିମ

ବ୍ରହ୍ମପୁର ଅଫିସ,୧୧ା୧୨-ବ୍ରହ୍ମପୁର ଲୋଚାପଡାସ୍ଥିତ ମାରୁତି ଫୁଡସ ତାଲିମ କେନ୍ଦ୍ର ଏବଂ କୃଷି ଓ ବୈଷୟିକ ପରିଚାଳନା ସଂସ୍ଥା(ଆମତ୍ା) ଆନୁକୂଲ୍ୟରେ ଜୈବିକ ତଥା ସମନ୍ବିତ କୃଷି ଉପରିସ୍ଥ ଏକ ଦୁଇଦିନିଆ ତାଲିମ ଶିବିର ସୋମବାର ଉଦ୍‌ଘାଟିତ ହୋଇଯାଇଛି ା 

ଦିଗପହଣ୍ଡିରେ ହାତୀପଲ, ଲୋକେ ଆତଙ୍କିତ

ଦିଗପହଣ୍ଡିରେ ହାତୀପଲ, ଲୋକେ ଆତଙ୍କିତ

ଦିଗପହଣ୍ଡି,୧୧ା୧୨(ଡି.ଏନ.ଏ.)-ଦିଗପହଣ୍ଡି ସହର ଜନବସତି ଆଡ଼କୁ ସୋମବାର ହାତୀପଲ ମାଡ଼ି ଆସିଛନ୍ତି । ଭୋରରେ ବନ ବିଭାଗ କେନ୍ଦ୍ରୀୟ ନର୍ସରୀରେ ହାତୀପଲ ପସି ପ୍ରାୟ ୧୦ ହଜାର ଚାରା ନଷ୍ଟ କରିଛନ୍ତି । ସନ୍ଧ୍ୟାରେ ହାତୀପଲ ଜନବସତି ଆଡ଼କୁ ଆସିବାରୁ  ତାଲିମପ୍ରାପ୍ତ ବନ କର୍ମଚାରୀମାନେ ସେମାନଙ୍କୁ ଘଉଡ଼ାଇବାରେ ନିୟୋଜିତ ଥିବା ରେଞ୍ଜର ପରମାନନ୍ଦ ପାଣିଗ୍ରାହୀ କହିଛନ୍ତି । 

ଜାଲ ଦସ୍ତଖତରେ ଟଙ୍କା ଉଠାଣ ଉଦ୍ୟମ ମାମଲା ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର ଅଫିସ୍‌,୧୧ା୧୨-ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁଙ୍କ ଜାଲ ଦସ୍ତଖତରେ ଦିଗପହଣ୍ଡି  ବ୍ୟାଙ୍କ୍‌ ଅଫ୍‌ ବରୋଦା ଶାଖାରୁ ଟଙ୍କା ଉଠାଣ ଉଦ୍ୟମ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସେଠୀଙ୍କୁ ସୋମବାର  ଦ୍ୱିତୀୟ ଅତିରିକ୍ତ ଦୌରା ଜଜ୍‌ ଦୀପକ କୁମାର ଜାମିନ ମଞ୍ଜୁର କରିଛନ୍ତି ା