
କଟକ ଅଫିସ,୨୦।୧୧: କଟକ ଜଗତପୁର ଥାନା ଅନ୍ତର୍ଗତ ମହାନଦୀ ବ୍ରିଜ ଉପରୁ ମଙ୍ଗଳବାର ସନ୍ଧ୍ୟା ୬.୩୦ ସମୟରେ ଏକ ଯାତ୍ରୀବାହୀ ବସ୍ ୨୦ ଫୁଟ ତଳକୁ ଖସିପଡ଼ିଛି। ବସ୍ଟି ତାଳଚେରରୁ କଟକ ଯାଉଥିବା ବେଳେ ଉକ୍ତ ସ୍ଥାନରେ ଏକ ମଇଁଷିକୁ ଧକ୍କା ଦେଇଥିଲା। ଫଳରେ ବସ୍ଟି ଭାରସାମ୍ୟ ହରାଇ ଗ୍ରିଲରେ ମାଡ଼ ହୋଇ ପୋଲ ତଳକୁ ଖସି ପଡ଼ିଥିଲା। ନଦୀରେ ପାଣି ନ ଥିଲେ ସୁଦ୍ଧା ଗାଡ଼ିଟି ଖସି ପଡ଼ିବା ଯୋଗୁ ୨ ଯାତ୍ରୀଙ୍କୁ ମିଶାଇ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ଅନ୍ଧାର ହୋଇଥିବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କମିଶନରେଟ ପୋଲିସ, ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।