
ଭୁବନେଶ୍ୱର,୨୦-୧୧: ସ୍ବିସ ଓ୍ବାଚ୍ ବ୍ରାଣ୍ଡ ‘ରାଡ଼ୋ’ବଜାରକୁ ନୂଆ ୨୦୧୮ ଓ୍ବେଡିଂ କଲେକ୍ସନ ଆଣିଛି। ସ୍ଥାନୀୟ ଏସ୍ପ୍ଲାନେଡ୍ ଓ୍ବାନ୍ ମଲସ୍ଥିତ କମଲ୍ଓ୍ବାଚ ଷ୍ଟୋରରେ ରାଡ଼ୋର ବ୍ରାଣ୍ଡ ଆମ୍ବାସାଡର ତଥା ଅଭିନେତ୍ରୀ ଲିସା ରାଏ ଏହାର ଉନ୍ମୋଚନ କରିଥିଲେ। ନୂଆ କଲେକ୍ସନରେ ରାଡ଼ୋର ପ୍ରମୁଖ ହାଇପର କ୍ରୋମ, ଡାଇ ମାଷ୍ଟର, ଟ୍ରୁ ଥିନଲାଇନ୍ ଭଳି ପ୍ରମୁଖ ବୈଶିଷ୍ଟ୍ୟ ରହିଛି। ଏହା ଲାଇଟ ଏବଂ ଡ୍ୟୁରେବଲ ସୁବିଧା ସହ ଆସୁଛି। ସେହି ଭଳି ଆକର୍ଷଣୀୟ ଡିଜାଇନ ଗ୍ରାହକ ଏଥିରେ ଲାଭ କରିପାରିବେ। ନୂଆ କଲେକ୍ସନ ହାଇଟେକ୍ ସେରାମିକ ବେଲ୍ଟ ସହ ଆସୁଛି ଯାହା ସମ୍ପୂର୍ଣ୍ଣ ପ୍ୟାକେଜ୍ ଏବଂ ଆରାମର ପ୍ରତିଶ୍ରୁତି ପ୍ରଦାନ କରୁଛି। ନୂଆ କଲେକ୍ସନ ବଜାର ପ୍ରବେଶ କରାଇ ଖୁସି ବୋଲି ଲିସା କହିଛନ୍ତି। ଏହା ବିବାହ ସମେତ ବିଭିନ୍ନ ପର୍ବପର୍ବାଣିରେ ଷ୍ଟାଇଲର ଏକ ସ୍ବରୂପ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ନୂଆ କଲେକ୍ସନ ଶୁଭାରମ୍ଭ ଅବସରରେ କଲମଓ୍ବାଚ୍ ପ୍ରାଇଭେଟ ଲିମିଟେଡର ସ୍ବତ୍ୱାଧିକାରୀ ନୀରଜ ତୋଲତା ଉପସ୍ଥିତ ଥିଲେ।