ବାଣିଜ୍ୟ |

ପୋଷଣମୁକ୍ତ ସମାଜଗଠନ ଲାଗି ଓଏଲ୍‌ଏମ୍‌ର ଗୁରୁତ୍ୱ

ପୋଷଣମୁକ୍ତ ସମାଜଗଠନ ଲାଗି ଓଏଲ୍‌ଏମ୍‌ର ଗୁରୁତ୍ୱ

ଭୁବନେଶ୍ୱର,୨୦-୧୧: କୁପୋଷଣମୁକ୍ତ ସମାଜ ଗଠନକୁ ଧ୍ୟାନରେ ରଖି ଅପପୁଷ୍ଟିର ହ୍ରାସ ଲାଗି ଓଡିଶା ଲାଇଭଲିହୁଡ ମିଶନ(ଓଏଲ୍‌ଏମ୍‌) ପକ୍ଷରୁ ପଦକ୍ଷେପ ନିଆଯାଇଛି। ଅପପୁଷ୍ଟି ସମ୍ପର୍କରେ ଅବଗତ କରାଯିବା ସହ ଉପଯୁକ୍ତ ଖାଦ୍ୟ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ସେହିଭଳି ମହିଳାମାନେ କିଭଳି ରୋଜଗାରକ୍ଷମ ହୋଇ ପାରିବେ ସେ ଉପରେ ମିଶନ ପକ୍ଷରୁ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ଅଜିମ ପ୍ରେମ୍‌ଜୀ ଫିଲାନଥ୍ରୋପିକ ଇନିସିଏଟିଭ୍‌ (ଏପିପିଆଇ)ର ମିଳିତ ପ୍ରୟାସରେ ଏଭଳି କାର୍ଯ୍ୟକ୍ରମକୁ ଆଗକୁ ବଢାଯାଇଛି। ଓଡିଶା ଜିବିକା ମିଶନର ପ୍ରସ୍ତାବ କ୍ରମେ ଓଡିଶା ପୃଷ୍ଟି କାର୍ଯ୍ୟ ଯୋଜନା  ଆକ୍ସନ ପ୍ଲାନକୁ ଏପିପିଆଇ ବୋର୍ଡ ପକ୍ଷରୁ ଅନୁମୋଦନ ମିଳିଛି। ଏହି କାର୍ଯ୍ୟକ୍ରମର ସୁପରିଚାଳନା ଲାଗି ରାଜ୍ୟର ବିଭିନ୍ନ ଜିଲାରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ରାଜ୍ୟର ୨୨୧ ପଞ୍ଚାୟତ ଗୁଡିକରୁ ହିତାଧିକାରୀଙ୍କୁ ଚୟନକରି ସେମାନଙ୍କୁ ପୋଷଣ ବଗିଚା,କୁକୁଡା ଏବଂ ଛେଳି ପାଳନ ନେଇ ପ୍ରୋତ୍ସାହିତ କରିବାକୁ ଯୋଜନା ରହିଛି। ସେହିଭଳି ଅନ୍ୟ କେତେକ ପଦକ୍ଷେପ ଦ୍ୱାରା ଜୀବନ ଜୀବିକାରେ ଉନ୍ନତିକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ଓଡିଶା ଜୀବିକା ମିଶନ ପକ୍ଷରୁ ସୂଚନା ରହିଛି।


All Right Reserved By

ବାଣିଜ୍ୟ |

୪ ଟ୍ରେନର ଅତିରିକ୍ତ ରହଣି

୪ ଟ୍ରେନର ଅତିରିକ୍ତ ରହଣି

ଭୁବନେଶ୍ୱର,୧୯-୨: ଯାତ୍ରୀ ସୁବିଧାକୁ ଧ୍ୟାନରେ ରଖି ୪ ଟ୍ରେନର ଅତିରିକ୍ତ ରହଣି ବ୍ୟବସ୍ଥା ସମ୍ପର୍କରେ ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି। ହାଓଡା-ଟିଟଲାଗଡ-ହାଓଡା ଏକ୍ସପ୍ରେସ ବଡମାଳଠାରେ ଅଟକିବ ବୋଲି ଜଣାପଡ଼ିଛି।

ପୁଲଓ୍ବାମା ଶହୀଦଙ୍କ ଲାଗି ଏସ୍‌ବିଆଇର ଅଭିଯାନ

ପୁଲଓ୍ବାମା ଶହୀଦଙ୍କ ଲାଗି ଏସ୍‌ବିଆଇର ଅଭିଯାନ

ଭୁବନେଶ୍ୱର,୧୯-୨: ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ଶହୀଦ ବୀର ଜବାନଙ୍କ ଲାଗି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଘୋଷଣା କରାଯାଇଛି।

ବିଗ୍‌ ବଜାର ପକ୍ଷରୁ ‘ଦି ଗ୍ରେଟ୍‌ ଏକ୍ସଚେଞ୍ଜ’

ବିଗ୍‌ ବଜାର ପକ୍ଷରୁ ‘ଦି ଗ୍ରେଟ୍‌ ଏକ୍ସଚେଞ୍ଜ’

ଭୁବନେଶ୍ୱର,୧୯-୨: ପ୍ରମୁଖ ହିପର୍‌ମାର୍କେଟ ବିଗ୍‌ ବଜାର ପକ୍ଷରୁ ‘ଦି ଗ୍ରେଟ୍‌ ଏକ୍ସଚେଞ୍ଜ’ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଚଳିତ ମାସ ୧୬ ଠାରୁ ମାର୍ଚ୍ଚ ୨୪ ତାରିଖ ଯାଏ ବିଗ୍‌ ବଜାର ଷ୍ଟୋରଗୁଡ଼ିକରେ ଚାଲୁଛି। 

ବି.ଆର୍‌.ଲାଇଫ କଳିଙ୍ଗ ହସ୍ପିଟାଲର ସ୍ବନକ୍ଷତ୍ର ଦିବସ

ବି.ଆର୍‌.ଲାଇଫ କଳିଙ୍ଗ ହସ୍ପିଟାଲର ସ୍ବନକ୍ଷତ୍ର ଦିବସ

ଭୁବନେଶ୍ୱର,୧୯-୨: ବି.ଆର୍‌. ଲାଇଫ କଳିଙ୍ଗ ହସ୍ପିଟାଲର ୨୨ତମ ସ୍ବନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। 

ମୀରା ମସଲାର ବିଜ୍‌ନେସ ମିଟ୍‌

ମୀରା ମସଲାର ବିଜ୍‌ନେସ ମିଟ୍‌

ଭୁବନେଶ୍ୱର,୧୯-୨: ମୀରା ମସଲା ପକ୍ଷରୁ ଏହାର ୨ୟ ବାର୍ଷିକ ବ୍ୟବସାୟିକ ସମ୍ମିଳନୀ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି। 

ଓକେସିଏଲ୍‌ ପକ୍ଷରୁ ବୁଟ୍‌ କ୍ୟାମ୍ପ

ଓକେସିଏଲ୍‌ ପକ୍ଷରୁ ବୁଟ୍‌ କ୍ୟାମ୍ପ

ଭୁବନେଶ୍ୱର,୧୯-୨: ଓଡ଼ିଶା ନଲେଜ କର୍ପୋରେଶନ ଲିମିଟେଡ (ଓକେସିଏଲ)ପକ୍ଷରୁ ବାର୍ଷିକ ବୁଟ୍‌ କ୍ୟାମ୍ପ-୨୦୧୯ ଅନୁଷ୍ଠିତ ହେଉଛି। 

ଉତ୍କଳିକାର କର୍ପୋରେଟ ଫେୟାର ଉଦ୍‌ଘାଟିତ

ଉତ୍କଳିକାର କର୍ପୋରେଟ ଫେୟାର ଉଦ୍‌ଘାଟିତ

ଭୁବନେଶ୍ୱର,୧୯-୨: ଉତ୍କଳିକା ପକ୍ଷରୁ ସ୍ଥାନୀୟ ଚନ୍ଦ୍ରଶେଖରପୁର ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କି ନିକଟରେ ଦ୍ୱିତୀୟ କର୍ପୋରେଟ ଫେୟାର ଉଦ୍‌ଘାଟିତ ହୋଇଛି।

ଆର୍‌ବିଆଇକୁ ସିଆଇସିଙ୍କ ଭର୍ତ୍ସନା

ଆର୍‌ବିଆଇକୁ ସିଆଇସିଙ୍କ ଭର୍ତ୍ସନା

 ନୂଆଦିଲ୍ଲୀ,୧୯-୨:  ବିମୁଦ୍ରୀକରଣ ତଥ୍ୟ ପ୍ରଦାନକୁ ନେଇ କେନ୍ଦ୍ରୀୟ ସୂଚନା କମିଶନ(ସିଆଇସି) ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଉର୍ତ୍ସନା କରିଛନ୍ତି। 

ଇଲେକ୍ଟ୍ରିକ ସହ ହାଇବ୍ରିଡ ଗାଡ଼ି ଲାଗି ମିଳିବ ପ୍ରୋତ୍ସାହନ

ଇଲେକ୍ଟ୍ରିକ ସହ ହାଇବ୍ରିଡ ଗାଡ଼ି ଲାଗି ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୯-୨:  ପ୍ରଦୂଷଣ ନିୟନ୍ତ୍ରଣ ସହ ତୈଳ ଆମଦାନୀକୁ ହ୍ରାସ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏବେ ହାଇବ୍ରିଡ ଗାଡ଼ିକୁ ଇଲେକ୍ଟ୍ରିକ ଗାଡ଼ି ସହ ଇନସେନଟିଭ ଦେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଭାରି ଉଦ୍ୟୋଗ ବିଭାଗ ପକ୍ଷରୁ ପ୍ରସ୍ତୁତ ଯୋଜନା ଅଧୀନରେ ଫେମ୍‌(ଫାଷ୍ଟର ଆଡପ୍ସନ ଆଣ୍ଡ ମାନୁଫ୍ୟାକଚରିଂ ଅଫ୍‌ ହାଇବ୍ରିଡ ଆଣ୍ଡ ଇଲେକ୍ଟ୍ରିକ ଭେହିକିଲ୍ସ)-୨ରେ ଇଲେକ୍ଟ୍ରିକ ଗାଡ଼ି ସହ ହାଇବ୍ରିଡ ଗାଡ଼ିକୁ ମଧ୍ୟ ବିଭିନ୍ନ ଟିକସ ପ୍ରୋତ୍ସାହନ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। 

ଠକାମୀର ଶିକାର ହେଉଛନ୍ତି ଗ୍ରାହକ;ଫ୍ଲାଇଟ୍‌ ବାତିଲ କରି ମାଲାମାଲ୍‌ ହେଉଛି ଏୟାରଲାଇନ୍ସ

ଠକାମୀର ଶିକାର ହେଉଛନ୍ତି ଗ୍ରାହକ;ଫ୍ଲାଇଟ୍‌ ବାତିଲ କରି ମାଲାମାଲ୍‌ ହେଉଛି ଏୟାରଲାଇନ୍ସ

ନୂଆଦିଲ୍ଲୀ,୧୯-୨:  ଯେକୌଣସି କାରଣ ଦର୍ଶାଇ ଏୟାରଲାଇନ୍ସ କମ୍ପାନୀ ପ୍ରାୟତଃ ବିମାନ ଯାତ୍ରା(ଫ୍ଲାଇଟ୍‌) ବାତିଲ କରିବାର ଦେଖାଯାଏ। ଗତ କିଛି ମାସ ହେବ ଏହା ବ୍ୟାପକ ହାରରେ ବଢ଼ିଯାଇଛି। ଗତ ସପ୍ତାହରେ ଦେଶର ଅଗ୍ରଣୀ ବିମାନ କମ୍ପାନୀ ଇଣ୍ଡିଗୋ ଗୋଟିଏ ଦିନରେ ୧୩୦ ଫ୍ଲାଇଟ୍ସ ବାତିଲ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ଫ୍ଲାଇଟ୍ସ ବାତିଲ କରି ଏୟାରଲାଇନ୍ସ କମ୍ପାନୀ ମାଲାମାଲ ହେଉଥିବା ବେଳେ ବିଚରା ଗ୍ରାହକ ଠକାମୀର ଶିକାର ହେଉଛି। 

ସନ୍ଦିପ ଭଟ୍ଟନାଗର, ଅଶୋକ ପାଣ୍ଡେ ସିିବିଆଇସି ସଦସ୍ୟ

ସନ୍ଦିପ ଭଟ୍ଟନାଗର, ଅଶୋକ ପାଣ୍ଡେ ସିିବିଆଇସି ସଦସ୍ୟ

ନୂଆଦିଲ୍ଲୀ,୧୯-୨: ଭାରତୀୟ ରାଜସ୍ବ ସେବାର ଦୁଇ ବରିଷ୍ଠ ଅଧିକାରୀ ସନ୍ଦିପ ଭଟ୍ଟନାଗର ଏବଂ ଅଶୋକ କୁମାର ପାଣ୍ଡେଙ୍କୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନଡାଇରେକ୍ଟ ଟ୍ୟାକ୍ସେସ ଆଣ୍ଡ କଷ୍ଟମ୍ସ(ସିିବିଆଇସି)ର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି।

୨୮ ହଜାର କୋଟିର ଅନ୍ତରୀଣ ଲାଭାଂଶ ଦେବ ଆର୍‌ବିଆଇ

୨୮ ହଜାର କୋଟିର ଅନ୍ତରୀଣ ଲାଭାଂଶ ଦେବ ଆର୍‌ବିଆଇ

ମୁମ୍ବାଇ,୧୯-୨: କେନ୍ଦ୍ର ସରକାରଙ୍କୁ ୨୮ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ଦେବାକୁ ସୋମବାର ରିଜର୍ଭ ବ୍ୟାଙ୍କ ବୋର୍ଡ ନିଷ୍ପତ୍ତି ନେଇଥିବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏକ ବିବୃତିରେ ସ୍ପଷ୍ଟ କରାଯାଇଛି।