ରାଜ୍ୟ | ବ୍ରହ୍ମପୁର

ଚାକିରୀ ପ୍ରଲୋଭନ ଦେଖାଇ ବଳାତ୍କାର: ଅଭିଯୁକ୍ତ ଗିରଫ

ଚାକିରୀ ପ୍ରଲୋଭନ ଦେଖାଇ ବଳାତ୍କାର: ଅଭିଯୁକ୍ତ ଗିରଫ

ଦାରିଙ୍ଗବାଡ଼ି, ୨୦।୧୧ (ଡି.ଏନ.ଏ.)- ଜଣେ  ୨୩ ବର୍ଷ ଯୁବତୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଚାକିରୀ କରାଇଦେବା ଏବଂ ରୋଜଗାର ବୃଦ୍ଧିର ଲୋଭ ଦେଖାଇ ବାରମ୍ବାର ବଳାତ୍କାର କରାଯାଇଥିବା ବ୍ରାହ୍ମଣୀଗାଁ ଥାନାରେ ଅଭିଯୋଗ ହୋଇଛିା ଅଭିଯୋଗକୁ ଭିତ୍ତି କରି ଥାନାରେ ମାମଲା(୩୯/୧୮) ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ଦାରିଙ୍ଗବାଡ଼ି ଆଇଆଇସି ଅଲେଖ ଗରଡ଼ିଆ କହିଛନ୍ତିା ବ୍ରାହ୍ମଣୀଗାଁରେ କେହି ଆଇଆଇସି ନଥିବାରୁ ଘଟଣାକୁ ଅତି ସମ୍ବେଦନଶୀଳ, ଏବଂ ଗୁରୁତର ରହିଥିବାରୁ କନ୍ଧମାଳ ଏସପି ପ୍ରତିକ ସିଂ ଦାରିଙ୍ଗବାଡ଼ି ଆଇଆଇସି ଗରଡ଼ିଆଙ୍କୁ ତଦନ୍ତ ଭାର ଦେଇଛନ୍ତିା ତାଙ୍କୁ ବ୍ରାହ୍ମଣୀଗାଁ ଓଆଇସି ଜୟଚନ୍ଦ୍ର ମଲ୍ଲିକ ସହଯୋଗ କରୁଥିବା ଜଣାପଡ଼ିଛିା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ  ସୋମବାର ସନ୍ଧ୍ୟାରେ ଗିରଫ କରିଛି ଗିରଫ ଯୁବକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତର ଶ୍ରାମଗୁଡ଼ି ଗ୍ରାମର ଅଜିତ ଶୋଭାନାୟକ ବୋଲି ଜଣାପଡ଼ିଛିା ପ୍ରକାଶ ଯେ, ଅଜିତ ବହୁ ଦିନ ହେଲା ଉକ୍ତ ଯୁବତୀଙ୍କୁ ବ୍ରହ୍ମପୁର ସମେତ ବିଭନ୍ନ ସହରେ ଚାକିରି କରାଇଦେବି କହି ଲଡ୍‌ଜରେ ରଖୁଥିଲେ ତାଙ୍କ ସହ ରାତ୍ରୀଯାପନ କରିବା ସହ ସେଠାରେ ତାଙ୍କୁ  ବଳାତ୍କାର କରିଥିଲୋ ପରେ ଯୁବତୀ ଜଣକ ତାଙ୍କୁ ଏଭଳି କରିବାକୁ ମନା ମଧ୍ୟ କରିଥିଲେ କିନ୍ତୁ ଅଜିତ  ଯୁବତୀଙ୍କୁ ଏଭଳି ବାରମ୍ବାର କରିଚାଲିଥିଲୋ ପରେ ଯୁବତୀଙ୍କୁ ତାଙ୍କ ପରିବାର ଅ୍ଯଯତ୍ର ବିବାହ ପାଇଁ ପ୍ରସ୍ଥାବ କରୁଥିବା ଜାଣି ଉତକ୍ଷିପ୍ତ ଅଜିତ ଉକ୍ତ ଯୁବତୀଙ୍କୁ  ପୁର୍ବରୁ ଲଡ୍‌ଜରେ ବଳାତ୍କାର କରିଥିବା ଫଟୋ, ଭିଡିଓ ଗୁଡ଼ିକୁ  ସାମାଜିକ ମିଡିଆରେ ଭାଇରାଲ କରିଥିଲୋ ଏଥିରେ ଲଜ୍ଜିତ ହୋଇ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିବା ପୋଲିସ କହିଛିା ପୋଲିସ ପ୍ରାଥମିକ ତଦନ୍ତରୁ ଏହା ପ୍ରେମ ବ୍ୟାପାର ବୋଲି ଆଶଙ୍କା କରୁଥିବାବେଳେ ପ୍ରଥମେ ପ୍ରେମ ଓ ପରେ ଧୋକାବାଜ ହୋଇଥିବା ପୋଲିସ ସନ୍ଦେହ କରି ତଦନ୍ତ ଚଳାଇଛି ା ଏଥିପାଇଁ ପୋଲିସ ବିଭିନ୍ନ ଲଡ୍‌ଜକୁ ଯାଇ ତଦନ୍ତ କରିପାରେ ବୋଲି ଆଇଆଇସି ଗରଡ଼ିଆ କହିଛନ୍ତିା ଯୁବତୀ ଏବଂ ଅଭିଯୁକ୍ତଙ୍କ ଡାକ୍ତର ମାଇନା କରାଯାଇଥିବା ପୋଲିସ କହିଛିା


All Right Reserved By

ରାଜ୍ୟ | ବ୍ରହ୍ମପୁର

ଭୋକ ଦାଉ  ଅସହ୍ୟ: ହଷ୍ଟେଲ ଛାଡିଲେ ୧୦ ଛାତ୍ର

ଭୋକ ଦାଉ ଅସହ୍ୟ: ହଷ୍ଟେଲ ଛାଡିଲେ ୧୦ ଛାତ୍ର

ବାରିପଦା ଅଫିସ,୧୫।୧୨- ୫ ଦିନ ହେବ ସ୍କୁଲରେ ରୋଷେଇ ହୋଇନାହିଁ। ଭଲମନ୍ଦ ବୁଝିବାକୁ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆସୁ ନ ଥିବା ବେଳେ କେହି କେୟାରଟେକର ବି ନ ଥିଲେ।  

ଟ୍ରକ୍‌ ପଛକୁ ପିଟିଲା ଆମ୍ବୁଲାନ୍ସ:  ରୋଗୀଙ୍କ ବଡ଼ମା’ ମୃତ

ଟ୍ରକ୍‌ ପଛକୁ ପିଟିଲା ଆମ୍ବୁଲାନ୍ସ: ରୋଗୀଙ୍କ ବଡ଼ମା’ ମୃତ

ରୂପ୍‌ସା, ୧୫।୧୨(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ଗେମନବ୍ରିଜ୍‌ ଓ ବାଇପାସ୍‌ ରାସ୍ତା ମଝିରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛପଟୁ ୧୦୮ ଆମ୍ବୁଲାନ୍ସ ପିଟି ହେବାଯୋଗୁ ଘଟଣାସ୍ଥଳରେ ରୋଗୀଙ୍କ ବଡ଼ମା’ଙ୍କ ମୃତ୍ୟୁ ଘଟିଛି। ସ୍ତ୍ରୀ, ସ୍ବାମୀ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇ କଟକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

‘ଡଟ୍‌ ଫେଷ୍ଟ୍‌’ର ଚତୁର୍ଦ୍ଦଶତମ ସନ୍ଧ୍ୟା, ଫର୍‌ହାନଙ୍କ ରକ୍‌ ଅନ୍‌ ପରଫର୍ମାନ୍ସ

‘ଡଟ୍‌ ଫେଷ୍ଟ୍‌’ର ଚତୁର୍ଦ୍ଦଶତମ ସନ୍ଧ୍ୟା, ଫର୍‌ହାନଙ୍କ ରକ୍‌ ଅନ୍‌ ପରଫର୍ମାନ୍ସ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ)- ବିଡିଏ ଏବଂ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ‘ଡଟ୍‌ ଫେଷ୍ଟ୍‌’ର ଶୁକ୍ରବାର ଥିଲା ଚତୁର୍ଦ୍ଦଶତମ ସନ୍ଧ୍ୟା। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ ପ୍ଲେବ୍ୟାକ୍‌ ସିଙ୍ଗର, ଟେଲିଭିଜନ ହୋଷ୍ଟ୍‌, ସଙ୍ଗ୍‌ ରାଇଟର, ସ୍କ୍ରିନ ରାଇଟର, ଫିଲ୍ମ ଡାଇରେକ୍ଟର, ପ୍ରଡ୍ୟୁସର ତଥା ଆକ୍ଟର ଫର୍‌ହାନ ଅଖତର୍‌। 

ବାହାନଗା ପଞ୍ଚାୟତ ସମିତି ବୈଠକ:  ପାଇଖାନା ନିର୍ମାଣରେ ପିସି କାରବାର ନେଇ ହୋହଲ୍ଲା

ବାହାନଗା ପଞ୍ଚାୟତ ସମିତି ବୈଠକ: ପାଇଖାନା ନିର୍ମାଣରେ ପିସି କାରବାର ନେଇ ହୋହଲ୍ଲା

ବାହାନଗା, ୧୫ା୧୨(ଡି.ଏନ.ଏ.)-ବାହାନଗା ବ୍ଲକର ୫ମ ପଞ୍ଚାୟତ ସମିତି ବୈଠକ  ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବଚ୍ଛ ଭାରତ ଅଭିଯାନ ଦ୍ୱାରା ନିର୍ମାଣ ହେଉଥିବା ପାଇଖାନାରେ ପିସି କାରବାର ନେଇ ଗୃହରେ ସଭ୍ୟମାନେ ଅଭିଯୋଗ କରିବା ସହିତ ହୋହଲ୍ଲା କରିଥିଲେ। ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସରସ୍ବତୀ ମହାଳିକ ସଭାପତିତ୍ୱ କରିଥିଲେ। 

‘ଲୋକେ ଏଣିକି ଚୁପ୍‌ ବସିବେ ନାହିଁ ’

‘ଲୋକେ ଏଣିକି ଚୁପ୍‌ ବସିବେ ନାହିଁ ’

ଭୋଗରାଇ, ୧୫।୧୨(ଡି.ଏନ.ଏ.)-ଓଡ଼ିଶାରେ ଏକ ଅପାରଗ, ସ୍ଥାଣୁ ଓ ସମ୍ବେଦନଶୀଳ ବିହୀନ ସରକାର ଚାଲିଛି। ଦୀର୍ଘ ୧୯ବର୍ଷ ଧରି ବିଜେଡି ଶାସନ କାଳରେ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। 

ଶିଶୁକନ୍ୟାକୁ ବଳାତ୍କାର ଘଟଣା, ୫ ଘଣ୍ଟା ବାରଖମା-ଲଣ୍ଡାଗଁ। ରାସ୍ତାଅବରୋଧ

ଶିଶୁକନ୍ୟାକୁ ବଳାତ୍କାର ଘଟଣା, ୫ ଘଣ୍ଟା ବାରଖମା-ଲଣ୍ଡାଗଁ। ରାସ୍ତାଅବରୋଧ

ବାଲିଗୁଡ଼ା,୧୫ା୧୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳର ଏକ ଶିଶୁ କନ୍ୟାକୁ ୧୦ ତାରିଖରେ ବଳାତ୍କାର କରାଯାଇଥିଲା। ଶିଶୁକନ୍ୟା ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ବାଲିଗୁଡ଼ା ଓ ପରେ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ  ଗିରଫ କରିପାରି ନ ଥିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଶୁକ୍ରବାର ରାସ୍ତା ଅବରୋଧ କରିଥିଲେ। 

ବହୁମୁଖୀ ସଂଘର କୁଶପୁତ୍ତଳିକା ଦାହ

ବହୁମୁଖୀ ସଂଘର କୁଶପୁତ୍ତଳିକା ଦାହ

ବ୍ରହ୍ମପୁର ଅଫିସ,୧୫ା୧୨- ସ୍ଥାନୀୟ ସର୍ଦ୍ଦାର ବଲ୍ଳଭଭାଇ ପଟେଲ ବହୁମୁଖୀ ସଂଘ ପକ୍ଷରୁ ଶୁକ୍ରବାର କୋର୍ଟପେଟା ଛକରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପଞ୍ଜାବ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। 

ଡୁରା, ପୋଲସରା କଲେଜ ବିଜୟୀ

ଡୁରା, ପୋଲସରା କଲେଜ ବିଜୟୀ

ବ୍ରହ୍ମପୁର ଅଫିସ,୧୫ା୧୨-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ୫୦ତମ ଆନ୍ତଃ ମହାବିଦ୍ୟାଳୟ କ୍ରିକେଟ ଟୁନର୍ର୍ାମେଣ୍ଟ ଶୁକ୍ରବାରରୁ ଆରମ୍ଭ ହୋଇଛି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ଓ ଆଙ୍କୁଶପୁର ଏସ୍‌ଏମ୍‌ଆଇଟିରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବାକୁ ଥିବା ବେଳେ ପ୍ରଥମ ଦିବସରେ ଉଭୟ କଲେଜରେ ଗୋଟିଏ ଲେଖାଏ ମ୍ୟାଚ ଅନୁଷ୍ଠିତ ହୋଇଥିଲା ା

ଗଞ୍ଜାମକୁ ବାର୍ଡ ଫ୍ଲୁ ଡର

ଗଞ୍ଜାମକୁ ବାର୍ଡ ଫ୍ଲୁ ଡର

ବ୍ରହ୍ମପୁର ଅଫିସ,୧୫ା୧୨-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ୪ ଗ୍ରାମରେ ବାର୍ଡ଼ ଫ୍ଲୁ ବ୍ୟାପିବାରେ ଲାଗିଛି । ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। କୁକୁଡ଼ା ମରାଯାଉଛି। ବିକ୍ରି ଉପରେ କଟକଣା ଜାରି କରାଯାଇଛି । 

ଅନୁଗୋଳରେ ଏନ୍‌ସିପିସିଆର୍‌ ଟିମ୍‌:ଠିକ୍‌ଠାକ୍‌ ଚାଲୁନି ୫ ବାଳାଶ୍ରମ

ଅନୁଗୋଳରେ ଏନ୍‌ସିପିସିଆର୍‌ ଟିମ୍‌:ଠିକ୍‌ଠାକ୍‌ ଚାଲୁନି ୫ ବାଳାଶ୍ରମ

ଅନୁଗୋଳ ଅଫିସ, ୧୫।୧୨ଅନୁଗୋଳ ଜିଲାରେ ଥିବା ସମସ୍ତ ବାଳାଶ୍ରମ ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। ଏପରି କି ୨୦୧୫ରେ ହୋଇଥିବା କିଶୋର ନ୍ୟାୟ ଆଇନ୍‌ ମଧ୍ୟ ଜିଲାରେ ଠିକଣା ଭାବେ ପାଳନ ହେଉନାହିଁ। 

ବାଲି, ମୋରମ ଚୋରା ଚାଲାଣ: ୫ ଲକ୍ଷ ତଣ୍ଡ ଗଣିଲା ଠିକାସଂସ୍ଥ

ବାଲି, ମୋରମ ଚୋରା ଚାଲାଣ: ୫ ଲକ୍ଷ ତଣ୍ଡ ଗଣିଲା ଠିକାସଂସ୍ଥ

ଛେଣ୍ଡିପଦା,୧୫ା୧୨(ସ୍ବ.ପ୍ର.)ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲ ରାଇଝରଣ ଓ ଜରପଡା ରାଜସ୍ବ ସର୍କଲରୁ ବାଲି ଓ ମୋରମ ଚୋରା ଚାଲାଣ ହେଉଥିବା ଖବରପାଇ ତହସିଲଦାର ଡାନିଏଲ ଏକ୍କା ଓ ରାଜସ୍ବ ନିରୀକ୍ଷକ ରବୀନ୍ଦ୍ର ସେନାପତି ଶୁକ୍ରବାର ଚଢ଼ାଉ କରିଥିଲେ। ଏଥିରେ ୨ଟି ବାଲି ବୋଝେଇ ଟ୍ରାକ୍ଟର ସହ ଠିକାସଂସ୍ଥା ଗାୟତ୍ରୀ କନଷ୍ଟ୍ରକଶନର ହାଇଓ୍ବା, ଜେସିବି ମେଶିନ ଜବତ କରାଯାଇଛି। ଏଥିସହ ଜରିମାନା ବାବଦରେ ଉକ୍ତ ସଂସ୍ଥାଠାରୁ ୫ ଲକ୍ଷ ଟଙ୍କା ଆଦାୟ କରାଯାଇଛି।

ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ଅନୁଗୋଳ ଅଫିସ, ୧୫।୧୨ଅନୁଗୋଳ ଜିଲା ବିକ୍ରମପୁର ଥାନା ଅଞ୍ଚଳର ଜନୈକା  ନାବାଳିକାଙ୍କୁ ବଳାତ୍କାର ମାମଲାର ଶୁଣାଣି କରି ଅନୁଗୋଳ କୋର୍ଟ ଶୁକ୍ରବାର ଅଭିଯୁକ୍ତ କେନ୍ଦୁପଲ୍ଲୀ ହଟିଙ୍ଗ ଅଞ୍ଚଳର ସ୍ବାଧୀନ ପୂର୍ତ୍ତି(୨୮)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।