
ରୋଷେଇ କରିବା ସମୟରେ ଯଦି ତରକାରୀ ପୋଡିଯାଇଛି ତେବେ ସେଥିରେ ଅଳ୍ପ ମାତ୍ରାରେ ଦହି ମିଶାଇ ଦିଅନ୍ତୁ। ଏହାଦ୍ୱାରା ପୋଡା ଗନ୍ଧ ଦୂର ହୋଇଯିବ।
ଗ୍ରେଭିକୁ ସ୍ବାଦିଷ୍ଟ କରିବାକୁ ହେଲେ ପିଆଜ,ରସୁଣ,ଅଦା ଓ ଦୁଇରୁ -ଚାରିଟି ଭିଜା ପେସ୍ତା ବାଦାମକୁ ଗ୍ରାଇଣ୍ଡ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ତରକାରୀ ଟେଷ୍ଟି ହେବ।
କୌଣସି ବି ଜିନିଷକୁ ଘିଅ କିମ୍ବା ତେଲରେ ଭାଜିବା ପୂର୍ବରୁ ସେଥିରେ କେଇ ବୁନ୍ଦା ସିର୍କା ପକାଇ ଦିଅନ୍ତୁ। ଦେଖିବେ ଡିଶ୍ର ସ୍ବାଦ ବଢ଼ିବା ସହ ରଙ୍ଗ ବି ଭଲ ଆସିବ।
ରାଇତା ବାଢ଼ିବା ପୂର୍ବରୁ ସେଥିରେ ଅଳ୍ପ ଲୁଣ ମିଶାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ରାଇତା ଖଟା ହେବନି।
ପନିପରିବା ଶିଝାଇବା ସମୟରେ ଅଳ୍ପ ପରିମାଣରେ ଲୁଣ ମିଶାନ୍ତୁ ଦେଖିବେ ଖାଦ୍ୟର ସ୍ବାଦ ବଢ଼ି ଯାଇଥାଏ।
ଯଦି ଲେମ୍ବୁ ଆଚାର ଖରାପ୍ ହେବାକୁ ଯାଉଛି ସେଥିରେ ସିର୍କା ପକାଇ ଦିଅନ୍ତୁ। ଆଚାର ଫ୍ରେଶ ଲାଗିବ।
ଦହି ବରା ପ୍ରସ୍ତୁତ କରିବା ସମୟରେ ଆଣରେ ଅଳ୍ପ ଦହି ମିଶାଇ ତାକୁ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହି ଆଣରେ ପ୍ରସ୍ତୁତ ବରା ସ୍ବାଦିଷ୍ଟ ହେବା ସହ ନରମ ମଧ୍ୟ ହୋଇଥାଏ।