ଅପରାଧ | ରାୟଗଡା

ଜୁଆଆଡା ଉପରେ ଚଢାଉ: ୨୦ ଜୁଆଡି ଗିରଫ

ଜୁଆଆଡା ଉପରେ ଚଢାଉ: ୨୦ ଜୁଆଡି ଗିରଫ

ମାଲକାନଗିରି, ୨୦।୧୧(ଡି.ଏନ.ଏ.): ମାଲକାନଗିରି ଜିଲାର ୨୭ ଗ୍ରାମରେ ଜୁଆ ଆଡାରେ ଚଢ଼ାଉ ହୋଇଛି। ଜିଲା ପୋଲିସ ଦ୍ୱାରା ଜୁଆଆଡାରେ ଚଢ଼ାଉବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଘଟଣାରେ ପୋଲିସ ୨୦ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ୨୬ ହଜାରରୁ ଅଧିକ ଟଙ୍କା ଜବତ କରିଛି।


All Right Reserved By

ଅପରାଧ | ରାୟଗଡା

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

କୋରାପୁଟ,୧୧ା୧୨(ସ୍ବ.ପ୍ର.): ଜୟପୁରରୁ ଭୁବନେଶ୍ୱର ଯାଉଥିବା ଜ୍ୟୋତି ନାମକ ଏକ ଘରୋଇ ବସ୍‌ରୁ ସୋମବାର ରାତିରେ କୋରାପୁଟ ଟାଉନ ଥାନା ପୋଲିସ ଦୁଇଟି ବ୍ୟାଗ ଗଞ୍ଜେଇ ଜବତ କରିଛି।

ତ୍ରିଭଙ୍ଗୀପୁର ଗ୍ରାମରେ ପୋଲିସ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ତ୍ରିଭଙ୍ଗୀପୁର ଗ୍ରାମରେ ପୋଲିସ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ରୂପ୍‌ସା, ୧୧।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ହଳଦୀପଦା ଫାଣ୍ଡି ଅନ୍ତର୍ଗତ ତ୍ରିଭଙ୍ଗୀପୁର ଗ୍ରାମରେ ସୋମବାର ରାତିରେ ପୋଲିସ ଚଢ଼ାଉ କରି ମଦ ବେପାରୀ ଲକ୍ଷ୍ମୀଧର ସେଠୀଙ୍କୁ ଗିରଫ କରିଛନ୍ତି। ତାଙ୍କଠାରୁ ଦେଶୀମଦ ଜବତ ହୋଇଛି। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା (ନଂ. ୩୪୯/୧୮) ରୁଜୁ ହୋଇ ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି।

ବିଲ୍‌ଡରଙ୍କ ଗାଡ଼ି ଉପରକୁ ଗୁଳିମାଡ଼, ଦେହରକ୍ଷୀ ଗୁରୁତର

ବେଦବ୍ୟାସ,୧୧।୧୨: ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଲଡିହି ଛକରେ ଅନ୍‌ମୋଲ ସିଂ ନାମକ ଜଣେ ବିଲ୍‌ଡରଙ୍କ ଗାଡ଼ି ଉପରକୁ ସୋମବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି। 

ଶିଳ୍ପ ସଚିବଙ୍କ ଘରୁ ଚୋରି ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଶିଳ୍ପ ସଚିବଙ୍କ ଘରୁ ଚୋରି ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୦ା୧୨ (ବ୍ୟୁରୋ)- ନୟାପଲ୍ଲୀ ଥାନା ଅନ୍ତର୍ଗତ ୟୁନିଟ୍‌-୮ ଗୋପବନ୍ଧୁ ଛକ ତାରିଣୀ ମନ୍ଦିର ନିକଟରେ ରହୁଥିବା ରାଜ୍ୟ ଶିଳ୍ପ ବିଭାଗର ସଚିବ ପ୍ରଣବଜ୍ୟୋତି ନାଥଙ୍କ ଘରୁ ଚୋରି ଘଟଣାରେ ୩ଜଣ ଧରାପଡିଛନ୍ତି। ନୟାପଲ୍ଲୀ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ସ୍ଥାନୀୟ ଅଞ୍ଚଳରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ପ୍ରସାଦ ସାହୁଙ୍କୁ ଗିରଫ କରିବା ସହ ଦୁଇଜଣ ନାବାଳକଙ୍କୁ ଧରିଛି। 

ଠାକୁରାଣୀଙ୍କ ମୁଖା ଓ କିରୀଟ ଚୋରି

ଠାକୁରାଣୀଙ୍କ ମୁଖା ଓ କିରୀଟ ଚୋରି

କଣାସ, ୧୦।୧୨(ସ୍ବ.ପ୍ର.)-କଣାସ ବ୍ଲକ ଅର୍ନ୍ତଗତ ଦିବ୍ୟସିଂହପୁର ପଞ୍ଚାୟତର ରାୟଗୁରୁପୁର ଗ୍ରାମର ଆରଧ୍ୟ ଠାକୁରାଣୀ ଫୁଲଦେଇଙ୍କର ଅଷ୍ଟଧାତୁରେ ମୁଖା ଓ କିରୀଟକୁ କୌଣସି ଦୁର୍ବୃତ୍ତ ରବିବାର ରାତିରେ ମନ୍ଦିର ତାଲାଭାଙ୍ଗି ନେଇଯାଇଥିବା ଜଣାପଡ଼ିଛି।

ସୁନା ଅଳଙ୍କାର, ଟଙ୍କା ଚୋରି

ସୁନା ଅଳଙ୍କାର, ଟଙ୍କା ଚୋରି

ପଦ୍ମପୁର, ୧୦।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ମିଶ୍ରପୁର ଗ୍ରାମର ଶ୍ୟାମସୁନ୍ଦର ଦତ୍ତଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଛି। ଏନେଇ ନାୟକାଣିଡିହୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି। 

୭ ଚୋରା ମଦ ବେପାରୀ ଗିରଫ

୭ ଚୋରା ମଦ ବେପାରୀ ଗିରଫ

ନୀଳଗିରି, ୧୦ା୧୨(ଡି.ଏନ.ଏ.)-ନୀଳଗିରି  ଅବକାରୀ ବିଭାଗ ପକ୍ଷରୁ ଥାନାର ବିଭିନ୍ନ ଗାଁରେ ସୋମବାର ଚଢାଉ କରାଯାଇ ୭ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ସମୁଦାୟ ୪୪ଲିଟର ଦେଶୀ ମହୁଲି ମଦ ଜବତ ହୋଇଛି। 

ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ: ୫ ଗିରଫ

ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ: ୫ ଗିରଫ

ଖଡିଆଳ, ୧୦।୧୨(ଡି.ଏନ.ଏ.): ଗଞ୍ଜେଇ ଚୋରା ଚାଲାଣବେଳେ ଖଡିଆଳ ପୋଲିସ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପ୍ରାୟ କୁଇଣ୍ଟାଲ ୪୦ କେଜି ୬୪୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।

ବ୍ୟାଙ୍କ ଡକାୟତି ଘଟଣା: ମାଷ୍ଟରମାଇଣ୍ଡ ମାଧବ ରବି ଦାସଙ୍କୁ ରିମାଣ୍ଡରେ ନେଲା ପୋଲିସ

ବ୍ୟାଙ୍କ ଡକାୟତି ଘଟଣା: ମାଷ୍ଟରମାଇଣ୍ଡ ମାଧବ ରବି ଦାସଙ୍କୁ ରିମାଣ୍ଡରେ ନେଲା ପୋଲିସ

ଅନୁଗୋଳ ଅଫିସ୍‌, ୧୦।୧୨: ଅନୁଗୋଳ ସ୍ଥିତ ଆନ୍ଧ୍ର ଓ ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣାରେ ମାଷ୍ଟରମାଇଣ୍ଡ ମାଧବ ରବି ଦାସଙ୍କୁ ଅନୁଗୋଳ ପୋଲିସ ରିମାଣ୍ଡରେ ଆଣି ପହଞ୍ଚିଛି। ଡାକ୍ତରି ମାଇନା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି।

ଦୁଇ ପରିବାର ମଧ୍ୟରେ ସଂଘର୍ଷ: ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୧୦।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କୁଶପଡ଼ା ଗ୍ରାମରେ ପାରିବାରିକ ଶତ୍ରୁତାକୁ କେନ୍ଦ୍ରକରି ଦୁୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଥିଲା। ଏନେଇ ସୋମବାର ଉଭୟ ପରିବରାରଙ୍କ ଏତଲା କ୍ରମେ ପୋଲିସ  କେସ୍‌ ନଂ.୨୧୮/୧୮ ଓ ୨୧୯/୧୮  ଘଟଣାର ତଦନ୍ତ ଆରମ୍ଭ କରିଛି ।

୭୦ ଗ୍ରାମ ବ୍ରାଉନସୁଗାର ଜବତ: ୨ଗିରଫ

୭୦ ଗ୍ରାମ ବ୍ରାଉନସୁଗାର ଜବତ: ୨ଗିରଫ

କଟକରୋଡ, ୧୦।୧୨(ଡି.ଏନ.ଏ): ରାଜଧାନୀରେ ବ୍ରାଉନସୁଗାର ବ୍ୟବସାୟୀ ମାତିଛନ୍ତି। କମିଶନରେଟ୍‌ ପୋଲିସ୍‌ ଓ ଅବକାରୀ ବିଭାଗ ସହରର ବିଭିନ୍ନ ଅଞ୍ଚଳରେ ଚଢାଉ କରୁଥିଲେ ମଧ୍ୟ ନିଶା ବ୍ୟବସାୟୀଙ୍କ ସଂଖ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ଚନ୍ଦ୍ରଗିରି,୧୦।୧୨(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା କିଡ଼ାସିଂ  ଗ୍ରାମରେ  ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।