ରାଜ୍ୟ |

ବଳରାମପୁରରେ ହେବନି ବିୟର ବଟ୍‌ଲିଂ ପ୍ଲାଣ୍ଟ

ବଳରାମପୁରରେ ହେବନି ବିୟର ବଟ୍‌ଲିଂ ପ୍ଲାଣ୍ଟ

ଭୁବନେଶ୍ୱର, ୨୦।୧୧(ବ୍ୟୁରୋ): ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ବଳରାମପୁର ନିକଟରେ ପ୍ରସ୍ତାବିତ ବିୟର ବଟଲିଂ ପ୍ଲାଣ୍ଟକୁ ବାତିଲ କରିଦିଆଯାଇଛି। ସେଠାରେ ଆଉ ସେହି ପ୍ଲାଣ୍ଟ ହେବନାହିଁ। ତାହାକୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଉତ୍ତରାଞ୍ଚଳ ଆର୍‌ଡିସିଙ୍କ ରିପୋର୍ଟକୁ ଅନୁଧ୍ୟାନ କରିବାପରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଆଶ୍ୱସ୍ତି ଭରି ଦେଇଛି। କାରଣ ବିୟର ବଟଲିଂ ପ୍ଲାଣ୍ଟ ପାଇଁ ହୋଇଥିବା ଗଛକଟାକୁ ଗ୍ରାମବାସୀ ପ୍ରବଳ ବିରୋଧ କରିଥିଲେ। କିନ୍ତୁ ପ୍ରଶାସନିକ ଚାପ ପ୍ରୟୋଗ କରାଯାଇ ଗ୍ରାମବାସୀଙ୍କ ବିରୋଧକୁ ଦମନ କରିବା ପାଇଁ ଚେଷ୍ଟା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଉପରୋକ୍ତ ନିଷ୍ପତ୍ତି ଦ୍ୱାରା ଦମନକାରୀଙ୍କୁ ଶକ୍ତ ଚାପୁଡ଼ା ଲାଗିଛି। ଏପରି କି ଘଟଣାରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ଅନ୍ୟପକ୍ଷରେ ଆରଡିସି ଡି.ଭି. ସ୍ବାମୀ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖି ଗଛକଟା ସ୍ଥାନରେ ଅଧିକ ଗଛ ଲଗାଇବାକୁ ଉଲ୍ଲେଖ କରିଛନ୍ତି।

ବିୟର ବଟ୍‌ଲିଂ ପ୍ଲାଣ୍ଟ ନିର୍ମାଣ ପାଇଁ ଗଛକଟାକୁ ନେଇ ଗତ ଶନିବାର ବଳରାମପୁର ଗ୍ରାମରେ ଅଶାନ୍ତି ସୃଷ୍ଟି ହୋଇଥିଲା। ପୂର୍ବରୁ ମଧ୍ୟ ଅନେକ ଥର ପ୍ଲାଣ୍ଟ ନିର୍ମାଣ ପାଇଁ ପ୍ରଶାସନକୁ ଗ୍ରାମବାସୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ଏ ସମ୍ପର୍କିତ ଏକ ମାମଲାର ଶୁଣାଣି ଜାତୀୟ ସବୁଜ ପ୍ରାଧିକରଣ(ଏନ୍‌ଜିଟି)ରେ ଆସନ୍ତା ୨୦ତାରିଖରେ ହେବାର ଥିଲା।  ଏହି ଶୁଣାଣି ପୂର୍ବରୁ ପ୍ରଶାସନିକ ଅଧିକାରୀମାନଙ୍କ ଗଛକଟା ନିଷ୍ପତ୍ତିକୁ ସ୍ଥାନୀୟ ବାସିନ୍ଦା ଗ୍ରହଣ କରିପାରି ନ ଥିଲେ। ଏଭଳିସ୍ଥଳେ ପ୍ରଶାସନିକ ଚାପ ପ୍ରୟୋଗ କରାଯାଇ ଶହ ଶହ ଗଛକୁ କାଟିଦିଆଗଲା। ଏହି ଖବର ପାଇବାପରେ ମୁଖ୍ୟମନ୍ତ୍ରୀ  ପ୍ରଥମେ ଘଟଣାର ଆରଡିସି ତଦନ୍ତ ନିର୍ଦ୍ଦେଶ ଦେବାସହ ଗଛକଟା ବନ୍ଦ କରିବାକୁ କହିଥିଲେ। ଆର୍‌ଡିସିଙ୍କ ପକ୍ଷରୁ ତୁରନ୍ତ ତଦନ୍ତ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀ କାଳବିଳମ୍ବ ନ କରି ପ୍ରକଳ୍ପ ସ୍ଥାନାନ୍ତର ପାଇଁ  ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ବାଗତ କରାଯାଇଛି।

 ମୁଖ୍ୟମନ୍ତ୍ରୀ ଘଟଣାକୁ ନେଇ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣାପଡିଛି।  ଆର୍‌ଡିସି ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀ, ଜିଲାପାଳ ଏବଂ ଅନ୍ୟ କେତେଜଣ ଅଧିକାରୀଙ୍କୁ ପଚରାଉଚରା କରିଥିବା ଭିନ୍ନ ଏକ ସୂତ୍ରରୁ ଜଣାପଡିଛି। ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ,  ମୁଖ୍ୟମନ୍ତ୍ରୀ ବିୟର ବଟ୍‌ଲିଂ ପ୍ଲାଣ୍ଟ  ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି। ରିପୋର୍ଟ ଅନୁଧ୍ୟାନ ପରେ ଯିଏ ଦୋଷୀ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗଛ କଟାଯାଇଥିବା ସ୍ଥାନରେ ବୃକ୍ଷରୋପଣ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ବେହେରା କହିଛନ୍ତି।  ଇତିମଧ୍ୟରେ ବିରୋଧୀଙ୍କ ପକ୍ଷରୁ  ସରକାରଙ୍କୁ କଡା ସମାଲୋଚନା କରାଯାଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କାହା ନିର୍ଦ୍ଦେଶରେ ଗଛ କଟାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଭାଜପାର ଏକ ପ୍ରତିନିଧି ଦଳ ମଙ୍ଗଳବାର ବଳରାମପୁର ଗସ୍ତ କରିବେ ବୋଲି ଜଣାପଡିଛି। 

All Right Reserved By

ରାଜ୍ୟ |

ସୁବର୍ଣ୍ଣପୁର ସହରର ୪ ପଡାରେ ଝାଡାବାନ୍ତି

ସୁବର୍ଣ୍ଣପୁର ସହରର ୪ ପଡାରେ ଝାଡାବାନ୍ତି

 ସୋନପୁର,୧୧।୧୨(ନି.ପ୍ର.): ସୁବର୍ଣ୍ଣପୁର ସହରର ଥନାପତିପଡା, ନୂଆପଡା, ଧୀବରପଡା ଓ ମାଳିପଡାରେ ଝାଡାବାନ୍ତି ବ୍ୟାପିଛି। ତରଳ ଝାଡା ଯୋଗୁଁ ୧୬ଜଣ ଅସୁସ୍ଥ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଦୂଷିତ ପାଇପ ପାଣି ପିଇ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। 

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, ବିଧାନସଭା ନିର୍ବାଚନ ଫଳାଫଳ ଜନମତର ସ୍ପଷ୍ଟ ପ୍ରତିଫଳନ

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, ବିଧାନସଭା ନିର୍ବାଚନ ଫଳାଫଳ ଜନମତର ସ୍ପଷ୍ଟ ପ୍ରତିଫଳନ

ଭୁବନେଶ୍ୱର,୯।୧୨(ବ୍ୟୁରୋ)- ଭାଜପା ଚାଷୀ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇନାହିଁ। ନିର୍ବାଚନ ହେଉଥିବା ଏହି ସମସ୍ତ ରାଜ୍ୟରେ ଚାଷୀ ଆନ୍ଦୋଳନ ଜୋର ଧରିଥିଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିବାକୁ ସ୍ବାମୀନାଥନ କମିଟି ସୁପାରିଶ କରିଥିଲେ। ହେଲେ ଏହାକୁ କେନ୍ଦ୍ରରେ ସରକାରରେ ଥିବା ଭାଜପା କାର୍ଯ୍ୟକାରୀ କରିନାହିଁ। 

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

କୋରାପୁଟ,୧୧ା୧୨(ସ୍ବ.ପ୍ର.): ଜୟପୁରରୁ ଭୁବନେଶ୍ୱର ଯାଉଥିବା ଜ୍ୟୋତି ନାମକ ଏକ ଘରୋଇ ବସ୍‌ରୁ ସୋମବାର ରାତିରେ କୋରାପୁଟ ଟାଉନ ଥାନା ପୋଲିସ ଦୁଇଟି ବ୍ୟାଗ ଗଞ୍ଜେଇ ଜବତ କରିଛି।

 ଅଜଣା ରୋଗରେ ଆକ୍ରାନ୍ତ ଯଦୁ ହରପାଲ, ସହାୟତାର ହାତ ବଢାଇଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ

ଅଜଣା ରୋଗରେ ଆକ୍ରାନ୍ତ ଯଦୁ ହରପାଲ, ସହାୟତାର ହାତ ବଢାଇଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ

ଗୁଡ଼ଭେଲା,୧୧ା୧୨(ଡ଼ି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ତାଣ୍ଡିଗାଁ ଗ୍ରାମର ୨୨ବର୍ଷିୟ ଯଦୁ ହରପାଲ ପ୍ରାୟ ଆଠ ମାସ ହେଲା  ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅର୍ଥ ଅଭାବରୁ ଘରେ ପଡି ରହିଛନ୍ତି। ଖବର ଜାଣିବା ପରେ ମଧ୍ୟାହ୍ନରେ  ଗୁଡଭେଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା ଯଦୁଙ୍କ ଘରେ ପହଞ୍ଚତ୍ ସମବେଦନା ଜଣାଇବା ସହ ସହାୟତାର ହାତ ବଢାଇଛନ୍ତି ।     

 ସୋଲଗଡିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍,  ଲକ୍ଷାଧିକ ଟଙ୍କାର ସମ୍ପତ୍ତିି  ପୋଡିଗଲା

ସୋଲଗଡିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍, ଲକ୍ଷାଧିକ ଟଙ୍କାର ସମ୍ପତ୍ତିି ପୋଡିଗଲା

କପ୍ତିପଦା:୧୧ା୧୨(ଡ଼ି.ଏନ୍‌.ଏ)- କପ୍ତିପଦା ବ୍ଲକ୍‌ ଅଧିନ ଶାଳଚୁଆ ପଞ୍ଚାୟତ ସୋଲଗଡିଆ ଗ୍ରାମରେ ମଙ୍ଗଳବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି ।  ଏହି ଅଗ୍ନିକାଣ୍ଡରେ ଉକ୍ତ ଗ୍ରାମର ପ୍ରମୋଦ ବିଶ୍ୱାଳଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇ ଯାଇଛି।   ଖବର ପାଇ କପ୍ତିପଦା ଦଳକଳବାହିନୀର ଦୁଇଟି ଗାଡି ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିଛନ୍ତି । 

ବାଲେଶ୍ୱରରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ

ବାଲେଶ୍ୱରରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ

ବାଲେଶ୍ୱର ଅଫିସ, ୧୧।୧୨-କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ମହେନ୍ଦ୍ର କୁମାର ମଲ୍ଲିକ ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଆସି ପୂର୍ବାହ୍ନ ୧୧ଟାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଜିଲାର ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ସହିତ ନିର୍ବାଚନ ପ୍ରସ୍ତୁତି, ଭୋଟର ପରିଚୟପତ୍ର ପ୍ରଦାନ, ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତିଠାରୁ ଆରମ୍ଭ କରି ସ୍ବଳ୍ପ ସଞ୍ଚୟ କାର୍ଯ୍ୟକ୍ରମ ଆଦି ସମୀକ୍ଷା କରାଯାଇଥିଲା । 

ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ବିଜେଡିର ମିଶ୍ରଣପର୍ବ

ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ବିଜେଡିର ମିଶ୍ରଣପର୍ବ

ଭଞ୍ଜନଗର,୧୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା  ଭଞ୍ଜନଗର ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ମଙ୍ଗଳବାର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି।

ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବ ମୁଁ ବି ଚାମ୍ପିୟାନ୍‌

ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବ ମୁଁ ବି ଚାମ୍ପିୟାନ୍‌

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ମୁଁ ବି ଚାମ୍ପିୟାନ୍‌ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ନନ୍ଦିନୀପଲ୍ଲୀ ମୁଣ୍ଡାସାହି ବସ୍ତିରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସଂଗଠନ ୟୁଥ୍‌ ଫର୍‌ ଭଲ୍ୟୁଣ୍ଟାରୀ ଓ୍ବାର୍କ ଓ ପିପିଏଲ୍‌ ନ୍ୟୁଜ୍‌ର ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହୋଇଛି। 

‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ: ୨୩.୭୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ: ୨୩.୭୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୧।୧୨(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୪ ଜିଲାର ୫ଟି ବ୍ଲକ ପାଇଁ ୨୩.୭୨ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି।

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବିନେଇ ଆସନ୍ତା ୧୭ତାରିଖ କୋସଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ କୋସଲ ମହାବନ୍ଦ ଡାକରା ଦିଆଯାଇଛି।

ଓକିଲଙ୍କ ଆନ୍ଦୋଳନକୁ ମହିଳାଙ୍କ ସମର୍ଥନ

ଓକିଲଙ୍କ ଆନ୍ଦୋଳନକୁ ମହିଳାଙ୍କ ସମର୍ଥନ

ବରଗଡ଼ ଅଫିସ୍‌,୧୧।୧୨: ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆନ୍ଦୋଳନ ଜୋର୍‌ ଧରି ବସିଛି। ବରଗଡ଼ ଜିଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ସ୍ଥାନୀୟ କୋର୍ଟ ସମ୍ମୁଖରେ ଗଣଧାରଣା ଦେଇଛି। 

୧୭ରେ କୋସଲ ମହାବନ୍ଦ:ଚା’ ଖଟିରୁ ଜନଜାଗରଣ

୧୭ରେ କୋସଲ ମହାବନ୍ଦ:ଚା’ ଖଟିରୁ ଜନଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବି ନେଇ ଆସନ୍ତା ୧୭ରେ କୋସଲ ରାଜ୍ୟ ସମନ୍ବୟ ସମିତି କୋସଲ ମହାବନ୍ଦ ଡାକରା ଦେଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ମହାବନ୍ଦକୁ ସଫଳ କରିବା ପାଇଁ ସମିତି ପକ୍ଷରୁ ପ୍ରସ୍ତୁତି ଚାଲିଛି।