ବାଣିଜ୍ୟ |

ଜାମ୍‌ନଗର ପ୍ଲାଣ୍ଟର ସମ୍ପ୍ରସାରଣ କରିବ ରିଲାଏନ୍ସ

ଜାମ୍‌ନଗର ପ୍ଲାଣ୍ଟର ସମ୍ପ୍ରସାରଣ କରିବ ରିଲାଏନ୍ସ

ନୂଆଦିଲ୍ଲୀ,୨୦-୧୧: ଦେଶର ସର୍ବବୃହତ ତୈଳ ରିଫାଇନେରୀ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏହାର ଜାମନଗର ପ୍ଲାଣ୍ଟର ସମ୍ପ୍ରସାରଣ କରିବାକୁ ଯାଉଛି। ନିର୍ମାଣ ଶେଷ ପରେ ଏହି ପ୍ଲାଣ୍ଟର ବାର୍ଷିକ ରିଫାଇନିଂ କ୍ଷମତା ୩ କୋଟି ଟନ ହୋଇଯିବ। କମ୍ପାନୀ ତେଲ ଉପଭୋକ୍ତା ଦେଶଗୁଡିକ ମଧ୍ୟରେ ନିଜର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଛି। ଅନ୍ତଃରାଷ୍ଟ୍ରୀୟ ଶକ୍ତି ଏଜେନ୍ସିର ଆକଳନ ଅନୁଯାୟୀ ୨୦୪୦ ସୁଦ୍ଧା ଭାରତର ଇନ୍ଧନ ଚାହିଦା ଦୁଇଗୁଣାରୁ ଅଧିକ ହୋଇଯିବ। ରିଲାଏନ୍ସ ଏହି ପ୍ରକଳ୍ପରେ ପ୍ରାୟ ୧୦ ବିଲିୟନ ଡଲାର ଖର୍ଚ୍ଚ କରିବ। ୨୦୨୦ ସୁଦ୍ଧା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ। ଖୁବଶୀଘ୍ର ଏ ସମ୍ପର୍କରେ କମ୍ପାନୀ ନିଷ୍ପତ୍ତି ନେବ। 

All Right Reserved By

ବାଣିଜ୍ୟ |

ପାଇକାରୀ ମୁଦ୍ରାସ୍ଫୀତି ୪.୬୪%କୁ ହ୍ରାସ

ପାଇକାରୀ ମୁଦ୍ରାସ୍ଫୀତି ୪.୬୪%କୁ ହ୍ରାସ

ନୂଆଦିଲ୍ଲୀ,୧୫-୧୨:  ଦେଶର ପାଇକାରୀ ମୁଦ୍ରାସ୍ଫୀତି ନଭେମ୍ବରରେ ୪.୬୪%କୁ ହ୍ରାସ ପାଇଛି। ଏହା ଗତ ୩ ମାସ ମଧ୍ୟରେ ସର୍ବନିମ୍ନ। ଅକ୍ଟୋବରରେ ଏହା ୫.୨୮% ଥିଲା। ସରକାରଙ୍କ ପକ୍ଷରୁ ଶୁକ୍ରବାର ଜାରି ତଥ୍ୟ ଅନୁଯାୟୀ ଖାଦ୍ୟପଦାର୍ଥର ମୂଲ୍ୟ ହ୍ରାସ ପାଇବା ମୁଦ୍ରାସ୍ଫୀତି ହ୍ରାସର ମୁଖ୍ୟ କାରଣ। 

ଆର୍‌ବିଆଇ ବୋର୍ଡ ଏକମତ ହେଲାନି;ଗର୍ଭନାନ୍ସ ଫ୍ରେମ୍‌ଓ୍ବର୍କ ଉପରେ ଆଲୋଚନା ଜାରି ରହିବ

ଆର୍‌ବିଆଇ ବୋର୍ଡ ଏକମତ ହେଲାନି;ଗର୍ଭନାନ୍ସ ଫ୍ରେମ୍‌ଓ୍ବର୍କ ଉପରେ ଆଲୋଚନା ଜାରି ରହିବ

ନୂଆଦିଲ୍ଲୀ,୧୫-୧୨:  ନବନିଯୁକ୍ତ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଭାରତୀୟ ରିଜଭର୍ର୍ ବ୍ୟାଙ୍କ(ଆର୍‌ବିଆଇ)ର ସେଣ୍ଟ୍ରାଲ ବୋର୍ଡ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଲାଗି ଗଭର୍ନାନ୍ସ ଫ୍ରେମ୍‌ଓ୍ବର୍କ ଗଠନ ନେଇ ବୈଠକରେ ସହମତି ପ୍ରକାଶ ପାଇପାରିଲା ନାହିଁ। 

ନିର୍ବାଚନ ଫଳାଫଳ ବିଗାଡିଲା ଜିଏସ୍‌ଟି କାଉନସିଲ ଗଣିତ

ନିର୍ବାଚନ ଫଳାଫଳ ବିଗାଡିଲା ଜିଏସ୍‌ଟି କାଉନସିଲ ଗଣିତ

ନୂଆଦିଲ୍ଲୀ,୧୫-୧୨:  ଆଜି ଯାଏ ଜିଏସ୍‌ଟି କାଉନସିଲ ବୈଠକରେ ସହମତି ଭିତ୍ତିରେ ନିଷ୍ପତ୍ତି ନିଆଯାଉଥିଲା। କିନ୍ତୁ ଆଗାମୀ ଦିନରେ ଏହା ଆଉ ସମ୍ଭବ ହେବ ନାହିଁ। କାରଣ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଜିଏସ୍‌ଟି କାଉନସିଲ୍‌ର ଗଣିତ ବିଗାଡି ଦେଇଛି।

୧୧୦୦ କୋଟି ଟଙ୍କାର ଜିଏସ୍‌ଟି ଠକେଇର ପର୍ଦ୍ଦାଫାଶ୍‌

୧୧୦୦ କୋଟି ଟଙ୍କାର ଜିଏସ୍‌ଟି ଠକେଇର ପର୍ଦ୍ଦାଫାଶ୍‌

ଇନ୍ଦୋର,୧୫-୧୨:  କେନ୍ଦ୍ର ଓ ମଧ୍ୟପ୍ରଦେଶର ଆୟକର ବିଭାଗ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି)ର ଉଠାଉଥିବା ଅନ୍ତର୍ଜାତୀୟ ଠକେଇର ପର୍ଦ୍ଦାଫାଶ ହୋଇଛି। ୪୦୪ କମ୍ପାନୀର ୧୧୦୦ କୋଟି ଟଙ୍କାର ଧାତୁ ସ୍କ୍ରାପ୍‌ କାରବାର ଏବେ ଯାଞ୍ଚ ଘେରକୁ ଆସିଛି। 

ନେପାଳରେ ଚାଲିବନି ୧୦୦ ଟଙ୍କାରୁ ଊର୍ଦ୍ଧ୍ୱ ଭାରତୀୟ ନୋଟ୍‌

ନେପାଳରେ ଚାଲିବନି ୧୦୦ ଟଙ୍କାରୁ ଊର୍ଦ୍ଧ୍ୱ ଭାରତୀୟ ନୋଟ୍‌

କାଠମାଣ୍ଡୁ,୧୫-୧୨:  ପଡ଼ୋଶୀ ଦେଶ ନେପାଳରେ ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ଭାରତୀୟ ନୋଟ୍‌କୁ ତତ୍କାଳ ନିଷିଦ୍ଧ କରାଯାଇଛି। ଶୁକ୍ରବାର କ୍ୟାବିନେଟ୍‌ରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। 

‘ବନ୍ଦ ହେବନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଟିଏମ୍‌’

‘ବନ୍ଦ ହେବନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଟିଏମ୍‌’

ନୂଆଦିଲ୍ଲୀ,୧୫-୧୨:  ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଏଟିଏମ୍‌ଗୁଡିକୁ ବନ୍ଦ କରିଦେବାର ଯୋଜନା ନାହିଁ। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଲା ଶୁକ୍ରବାର ପାର୍ଲାମେଣ୍ଟରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। 

ତ୍ୱରିତ ହେବ ମୋବାଇଲ ନମ୍ବର ପୋର୍ଟେବିଲିଟି

ତ୍ୱରିତ ହେବ ମୋବାଇଲ ନମ୍ବର ପୋର୍ଟେବିଲିଟି

ନୂଆଦିଲ୍ଲୀ,୧୪-୧୨:ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ମୋବାଇଲ ନମ୍ବର ପୋର୍ଟେବିଲିଟି (ଏମ୍‌ଏନ୍‌ପି) ନିୟମରେ ସଂଶୋଧନ ଆଣିଛି। 

ରାଜ୍ୟରେ ୧୨,୧୫୧ କୋଟିର ଆୟକର ସଂଗ୍ରହ ଲକ୍ଷ୍ୟ

ରାଜ୍ୟରେ ୧୨,୧୫୧ କୋଟିର ଆୟକର ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର ,୧୪-୧୨: ରାଜ୍ୟରେ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ମୋଟ ଟିକସଦାତାଙ୍କ ସଂଖ୍ୟାରେ ବୃଦ୍ଧି ଘଟି ୧୦,୨୭,୭୯୬ ଛୁଇଁଛି। ଗତ ବର୍ଷ ତୁଳନାରେ ଟିକସଦାତାଙ୍କ ସଂଖ୍ୟାରେ ୨୦% ବୃଦ୍ଧି ଘଟିଛି। ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ୫୦ ହଜାର ନୂଆ ଟିକସଦାତା ଯୋଡିବାର ଯୋଜନା ରହିଛି। 

ୟୁନିୟନ ବ୍ୟାଙ୍କ କ୍ଷେତ୍ର ମହାପ୍ରବନ୍ଧକଙ୍କ ଓଡ଼ିଶା ଗସ୍ତ

ୟୁନିୟନ ବ୍ୟାଙ୍କ କ୍ଷେତ୍ର ମହାପ୍ରବନ୍ଧକଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର ,୧୪-୧୨: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟ ରାଞ୍ଜିର କ୍ଷେତ୍ର ପ୍ରବନ୍ଧକ ଅତୁଲ କୁମାର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟକୁ ଦୁଇ ଦିନିଆ ଗସ୍ତରେ ଆସିଥିଲେ। 

କୁମ୍ଭମେଳା ପାଇଁ ୮୦୦ ସ୍ବତନ୍ତ୍ର ଟ୍ରେନ

କୁମ୍ଭମେଳା ପାଇଁ ୮୦୦ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର ,୧୪-୧୨: କୁମ୍ଭମେଳା ସମୟରେ ତୀର୍ଥଯାତ୍ରୀ ଏବଂ ଶ୍ରଦ୍ଧାଳୁଙ୍କ ସମାଗମକୁ ଧ୍ୟାନରେ ରଖି ଆଲ୍ଲାହାବାଦ ପ୍ରୟାଗକୁ ଗମନାଗମନ ସୁବିଧା ଯୋଗାଣ ଲାଗି ରେଲଓ୍ବେ ପକ୍ଷରୁ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ଏହି ସମୟରେ ରେଲଓ୍ବେ ୮୦୦ ସ୍ବତନ୍ତ୍ର ଟ୍ରେନ ଚଳାଇବ ବୋଲି ସୂଚନା ଦେଇଛି। 

ନାଲ୍‌କୋ ଖଣି ଡିଜିଜନ ପୁରସ୍କୃତ

ନାଲ୍‌କୋ ଖଣି ଡିଜିଜନ ପୁରସ୍କୃତ

ଭୁବନେଶ୍ୱର ,୧୩-୧୨: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ (ନାଲକୋ)ର ପଞ୍ଚପଟ୍ଟମାଳୀସ୍ଥିତ ବକ୍ସାଇଟ ଖଣିକୁ ୩୬ତମ ବାର୍ଷିକ ମେଟାଲିକ ରେସ୍‌ ମାଇନ୍ସ ସୁରକ୍ଷା ସପ୍ତାହ ପାଳନ ଅବସରରେ ପୁରସ୍କାର ପ୍ରଦାନ କରାଯାଇଛି। 

ନେପାଳରେ କୁଚିନା ଶୋ’ରୁମ

ନେପାଳରେ କୁଚିନା ଶୋ’ରୁମ

ଭୁବନେଶ୍ୱର ,୧୪-୧୨: ପ୍ରମୁଖ କମ୍ପାନୀ କୁଚିନା ପକ୍ଷରୁ ନେପାଳର କାଠମାଣ୍ଡୁ ସହରରେ ଏକ ସ୍ବତନ୍ତ୍ର ଆଉଟଲେଟ ଖୋଲିଛି। ଏହାକୁ କୁଚିନାର ପ୍ରତିଷ୍ଠାତା ନମିତ ବଜୋରିଆ ଉଦ୍‌ଘାଟନ କରିଥିଲେ।