ଖେଳ |

ଏଆଇବିଏ ମହିଳା ବିଶ୍ୱ ବକ୍ସିଂ: କ୍ୱାର୍ଟରରେ ୮ ଭାରତୀୟ

ଏଆଇବିଏ ମହିଳା ବିଶ୍ୱ ବକ୍ସିଂ:  କ୍ୱାର୍ଟରରେ ୮ ଭାରତୀୟ

ନୂଆଦିଲ୍ଲୀ,୨୦।୧୧(ପି.ଟି.)- ଏଠାରେ ଚାଲିଥିବା ଏଆଇବିଏ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତୀୟ ଖେଳାଳିଙ୍କ ଦମ୍‌ଦାର ପ୍ରଦର୍ଶନ ଜାରି ରହିଛି। ଜଜିଂରେ ଦେଖାଦେଇଥିବା ବିବାଦ ଭାରତୀୟ ମହିଳା ବକ୍ସରଙ୍କ ପ୍ରଦର୍ଶନକୁ ପ୍ରଭାବିତ କରି ପାରିନାହିଁ। ସୋମବାର ୮ଜଣ ଭାରତୀୟ ବକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

ସୋନିଆ ଚହଲ (୫୭ କେ.ଜି.), ପିଙ୍କି ରାନୀ (୫୧ କେ.ଜି.) ଓ ସିମରନଜିତ୍‌ କୌର (୬୪ କେ.ଜି.) ସେମାନଙ୍କ ପ୍ରି-କ୍ୱାର୍ଟର ଫାଇନାଲ ବାଉଟ୍‌ ବିଜୟୀ ହୋଇ କ୍ୱାର୍ଟରକୁ ଉଠିଛନ୍ତି। ଅତିକମ୍‌ରେ ବ୍ରୋଞ୍ଜ୍‌ ପଦକଠାରୁ ଏହି ଖେଳାଳିମାନେ ଗୋଟିଏ ପାଦ ଦୂରରେ ରହିଛନ୍ତି। ତେବେ ଏକମାତ୍ର ଭାରତୀୟ ବକ୍ସର ଭାବେ ସାଓ୍ବିଟି ବୁରା (୭୫ କେ.ଜି.) ପରାଜୟର ସମ୍ମୁଖୀନ ହୋଇ ପ୍ରତିଯୋଗିତାରୁ ବାଦ ପଡିଛନ୍ତି। 

ସ୍ଥାନୀୟ କି.ଡି. ଯାଦବ ଷ୍ଟାଡିୟମରେ ଚାଲିଥିବା ଏହି ମେଗା ଇଭେଣ୍ଟରେ ରବିବାର ଅଲିମ୍ପିକ୍ସ ପଦକ ବିଜୟିନୀ ଏମ୍‌.ସି. ମେରିକମ୍‌ (୪୮ କେ.ଜି.), ମନୀଷା ମୌନ (୫୪ କେ.ଜି.), ଲୋଭଲିନା ବୋରଗୋହେନ (୬୯ କେ.ଜି.) ଓ କଚାରି ଭାଗ୍ୟବତୀ (୮୧ କେ.ଜି.) ନିଜର ପ୍ରି- କ୍ୱାର୍ଟର ଫାଇନାଲ ବାଉଟ୍‌ ଜିତି କ୍ୱାର୍ଟରକୁ ଉଠିଛନ୍ତି। ସିମା ପୁନିଆ ମଙ୍ଗଳବାର ଚାଇନାର ଜିଆଓଲି ୟାଙ୍ଗ୍‌ ବିପକ୍ଷରୁ କ୍ୱାର୍ଟର ଫାଇନାଲ ଅଭିଯାନ କରିବେ। 

ପୂର୍ବତନ ଚାମ୍ପିୟନ୍‌ ଏଲ. ସରିତା ଦେବୀ (୬୦ କେ.ଜି.) ଦ୍ୱିତୀୟ ଭାରତୀୟ ଭାବେ ଏହି ଟୁର୍ନାମେଣ୍ଟର ପ୍ରି- କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି।  ସେ ୨୦୧୬ ବିଶ୍ୱଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜୟିନୀ ଆୟର୍ଲାଣ୍ଡର କେଲି ହାରିଙ୍ଗଟନ୍‌ଠାରୁ ୩-୨ରେ ପରାସ୍ତ ହୋଇ ରବିବାର ବିଦାୟ ନେଇଛନ୍ତି। 

୨୦୦୬ ସଂସ୍କରଣରେ ଭାରତୀୟ ବକ୍ସରମାନେ ଘରୋଇ ପରିବେଶରେ ଦମ୍‌ଦାର ପ୍ରଦର୍ଶନ କରି ୮ ପଦକ ହାସଲ କରିବା ସହ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ତେବେ ଗତ ଦୁଇଟି ସଂସ୍କରଣରେ ଭାରତ ଦୁଇ ଓ ଗୋଟିଏ ପଦକ ହାସଲ କରିଥିଲା। 

ଟୁର୍ନାମେଣ୍ଟର ପଞ୍ଚମ ଦିନରେ ଜଜିଂ ନେଇ ବିବାଦ ଦେଖା ଦେଇଥିଲା। ୨୦୧୪ ସ୍ବର୍ଣ୍ଣ ପଦକ ବିଜୟିନୀ ବୁଲଗେରିଆର ଷ୍ଟାନିମାରା ପେଟ୍ରୋଭା (୫୭ କେ.ଜି.) ଜଜ୍‌ଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ବିବାଦ ଛିଡ଼ା କରିଥିଲେ। ପ୍ରି- କ୍ୱାର୍ଟର ଫାଇନାଲରେ ଭାରତର ସୋନିଆ ଚହଲଠାରୁ ପରାସ୍ତ ହେବା ପରେ ସେ ଏହି ଅଭିଯୋଗ ଆଣିଥିଲେ। ସୋନିଆଙ୍କୁ ବିଜୟୀ ଘୋଷଣା କରାଯାଉଥିବା ବେଳେ ପେଟ୍ରୋଭା ହସୁଥିବାର ଓ ମଝି ଅଙ୍ଗୁଳି ଦେଖାଉଥିବାର ଲକ୍ଷ୍ୟ କରାଯାଇଥିଲା। ତାଙ୍କ କୋଚ୍‌ ପିଟର ୟୋସିଫୋଭ ଲିସୋଭ ଅସନ୍ତୁଷ୍ଟ ହୋଇ ବକ୍ସିଂ ରିଙ୍ଗ ଭିତରକୁ ପାଣି ବୋତଲ ଫୋପାଡିଥିଲେ। ଫଳରେ ଏଆଇବିଏ ତାଙ୍କ ଆକ୍ରିଡେଶନ ପ୍ରତ୍ୟାହାର କରିଥିଲା ଓ ତାଙ୍କୁ ରିଙ୍ଗ୍‌ ପାଖକୁ ଯିବାକୁ ବାରଣ କରିଥିଲା। 

All Right Reserved By

ଖେଳ |

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ:  ନିଖାତ, ମୀନା ସ୍ବର୍ଣ୍ଣ ଜିତିଲେ

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ: ନିଖାତ, ମୀନା ସ୍ବର୍ଣ୍ଣ ଜିତିଲେ

ନୂଆଦିଲ୍ଲୀ, ୧୯।୨(ପି.ଟି.)- ବୁଲ୍‌ଗେରିଆର ରାଜଧାନୀ ସୋଫିଆଠାରେ ଚାଲିଥିବା  ଷ୍ଟ୍ରାଣ୍ଡଜା ମେମୋରିଆ ବକ୍ସିଂ ଟୁର୍ନାମେଣ୍ଟରେ ଭାରତରୁ ଦୁଇ ମହିଳା ପ୍ରତିଯୋଗୀ ନିଖାଥ ଜରୀନ ଓ ମୀନା କୁମାରୀ ଦେବୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। 

ଆଇପିଏଲ୍‌-୧୨: ଚେନ୍ନାଇ ସୁପର୍‌କିଙ୍ଗ୍ସ-ରୟାଲ ଚ୍ୟାଲେଞ୍ଜର ଉଦ୍‌ଘାଟନୀ ମ୍ୟାଚ୍‌

ଆଇପିଏଲ୍‌-୧୨: ଚେନ୍ନାଇ ସୁପର୍‌କିଙ୍ଗ୍ସ-ରୟାଲ ଚ୍ୟାଲେଞ୍ଜର ଉଦ୍‌ଘାଟନୀ ମ୍ୟାଚ୍‌

ନୂଆଦିଲ୍ଲୀ, ୧୯।୨(ପି.ଟି.)- ବିଶ୍ୱର ବ୍ୟୟବହୁଳ କ୍ରିକେଟ୍‌ ଲିଗ୍‌ ଭାବେ ପରିଚିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ଦ୍ୱାଦଶ ସଂସ୍କରଣ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସିଜନ-୧୨ର ପ୍ରଥମ ୨ ସପ୍ତାହ ଲାଗି ମଙ୍ଗଳବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

୨୪ ରନରେ ଅଲ୍‌ଆଉଟ୍‌ ହେଲା ଓମାନ

୨୪ ରନରେ ଅଲ୍‌ଆଉଟ୍‌ ହେଲା ଓମାନ

ଅଲ୍‌ ଅମରତ୍‌ (ଓମାନ), ୧୯।୨: ଲିଷ୍ଟ-ଏ କ୍ରିକେଟରେ ୪ର୍ଥ ସର୍ବନିମ୍ନ ଦଳଗତ ସ୍କୋର ଓମାନ ଟିମ୍‌ ନାମରେ ହୋଇଛି। ମଙ୍ଗଳବାର ସ୍ଥାନୀୟ ଅଲ୍‌ ଅମରତ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ସ୍କଟ୍‌ଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଓମାନ ମାତ୍ର ୨୪ ରନରେ ଅଲ୍‌ଆଉଟ୍‌ ହୋଇଯାଇଛି।

ଝାଡ଼ଖଣ୍ଡର ଯୁବା ସଂଗଠନକୁ ଲୌରିୟସ କ୍ରୀଡ଼ା ପୁରସ୍କାର

ଝାଡ଼ଖଣ୍ଡର ଯୁବା ସଂଗଠନକୁ ଲୌରିୟସ କ୍ରୀଡ଼ା ପୁରସ୍କାର

ମୋନାକୋ, ୧୯।୨- ବିଶ୍ୱର ସମ୍ମାନଜନକ କ୍ରୀଡ଼ା ପୁରସ୍କାର ‘ଲୌରିୟସ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତର ଝାଡ଼ଖଣ୍ଡରେ କାର୍ଯ୍ୟରତ ଥିବା ‘ଯୁବା’ ସଂଗଠନ ୨୦୧୯ ବର୍ଷ ଲାଗି ‘ଲୌରିୟସ ସ୍ପୋଟର୍‌ସ ଫର୍‌ ଗୁଡ୍‌ ଆଓ୍ବାର୍ଡ’ ହାସଲ କରିଛି। 

ଜୋକୋଭିଚ୍‌ଙ୍କୁ ୪ର୍ଥ ଲୌରିୟସ କ୍ରୀଡ଼ା ସମ୍ମାନ

ଜୋକୋଭିଚ୍‌ଙ୍କୁ ୪ର୍ଥ ଲୌରିୟସ କ୍ରୀଡ଼ା ସମ୍ମାନ

ମୋନାକୋ, ୧୯।୨(ପି.ଟି.)- ଟେନିସ ଷ୍ଟାର୍‌ ନୋଭାକ ଜୋକୋଭିଚ୍‌, ଜିମ୍ନାଷ୍ଟ ସିମୋନ ବାଇଲ୍ସ, ଲିଜେଣ୍ଡ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଓ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ଫୁଟ୍‌ବଲ ଟିମ୍‌ ୨୦୧୯ ବର୍ଷ ପାଇଁ ସମ୍ମାନଜନକ ଲୌରିୟସ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଜିତିଛନ୍ତି। 

ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଥିଲେ ଏହିସବୁ ବିଦେଶୀ କ୍ରିକେଟର

ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଥିଲେ ଏହିସବୁ ବିଦେଶୀ କ୍ରିକେଟର

ପ୍ରେମ ଶାଶ୍ୱତ, ଚିରନ୍ତନ। ଦୁଇ ମନର ମିଳନ ହିଁ ପ୍ରେମକୁ ସାକାର କରେ। କୌଣସି କାରଣରୁ କିଛି ପ୍ରେମୀଯୁଗଳଙ୍କର ସମ୍ପର୍କ ତୁଟିଛି, ବିବାହ ବିଚ୍ଛେଦ ହୋଇଛି। ତଥାପି ଅଧିକାଂଶ ସେମାନଙ୍କ ଭଲପାଇବାକୁ ବଜାୟ ରଖି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେମିତି କିଛି ବିଦେଶୀ କ୍ରିକେଟର ଅଛନ୍ତି ଯେଉଁମାନେ ଭାରତୀୟ ଯୁବତୀଙ୍କୁ ପ୍ରେମ କରି ବିବାହ କରିଥିଲେ।

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ  :ଫାଇନାଲରେ ଜରୀନ

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ :ଫାଇନାଲରେ ଜରୀନ

ନୂଆଦିଲ୍ଲୀ, ୧୯।୨(ପି.ଟି.)- ବୁଲଗେରିଆର ସୋଫିଆଠାରେ ଚାଲିଥିବା ୭୦ତମ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ନାମେଣ୍ଟରେ ଭାରତ ପୂର୍ବତନ ଜୁନିୟର ମହିଳା ବିଶ୍ୱ ଚାମ୍ପିୟନ ନିଖାତ ଜରୀନ ୫୧ କେ.ଜି. ବର୍ଗ ଫାଇନାଲରେ ପ୍ରବେଶ କରିଛନ୍ତି। ଜରୀନଙ୍କ ସମେତ ଆଉ ଦୁଇ ଭାରତୀୟ ମହିଳା ବକ୍ସର ମଧ୍ୟ ଫାଇନାଲକୁ ଉଠିଛନ୍ତି। ପୂର୍ବରୁ ଦୁଇଥର ଜାତୀୟ ଚାମ୍ପିୟନଶିପ୍‌ ହାସଲ କରିଥିବା ଜରୀନ ସେମିରେ ପୋଲାଣ୍ଡର ସାଣ୍ଡ୍ରା ଡ୍ରାବିକ୍‌ଙ୍କୁ ୩-୨ରେ ହରାଇ ଫାଇନାଲ ଟିକେଟ ହାସଲ କରିଥିଲେ। 

ଗୁଣନିଧି କପ୍‌ ଫୁଟ୍‌ବଲ: ଫ୍ରେଣ୍ଡ୍ସ ପାରାଡାଇଜ୍‌- ଶବର ସ୍ପୋର୍ଟିଂ ଫାଇନାଲ

ଗୁଣନିଧି କପ୍‌ ଫୁଟ୍‌ବଲ: ଫ୍ରେଣ୍ଡ୍ସ ପାରାଡାଇଜ୍‌- ଶବର ସ୍ପୋର୍ଟିଂ ଫାଇନାଲ

ପୁରୁଣା ଭୁବନେଶ୍ୱର, ୧୯।୨(ସ୍ପୋଟର୍‌ସ ବ୍ୟୁରୋ)- ପୁରୁଣା ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ବି.ଏମ୍‌. ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ଗୁଣନିଧି କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲରେ ଜଟଣୀର ଫ୍ରେଣ୍ଡ୍ସ ପାରାଡାଇଜ୍‌ କ୍ଲବ୍‌  ଓ ଶବର ସ୍ପୋର୍ଟିଂ ମୁହଁାମୁହିଁ ହେବେ। 

ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟର ଉଦ୍‌ଘାଟିତ : ବୈଜ୍ଞାନିକ ପଦ୍ଧତିରେ ଟ୍ରେନିଂ ବହୁ ଗୁରୁତ୍ୱପୂର୍ଣ୍ଣ: ବିନ୍ଦ୍ରା

ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟର ଉଦ୍‌ଘାଟିତ : ବୈଜ୍ଞାନିକ ପଦ୍ଧତିରେ ଟ୍ରେନିଂ ବହୁ ଗୁରୁତ୍ୱପୂର୍ଣ୍ଣ: ବିନ୍ଦ୍ରା

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ। ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ ଯୋଗୁ ଏକାଧିକ କ୍ରୀଡ଼ାର ଅନ୍ତର୍ଜାତୀୟ ଇଭେଣ୍ଟ ପାଇଁ କଳିଙ୍ଗ ଷ୍ଟାଡିୟମ କେନ୍ଦ୍ରବିନ୍ଦୁ ପାଲଟି ସାରିଥିବାବେଳେ ଏବେ ଏଠାରେ ଉପଲବ୍ଧ ହୋଇଛି ବିଶ୍ୱସ୍ତରୀୟ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର(ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟର)।  

ଅଲିମ୍ପିକ୍ସ ଚାମ୍ପିୟନ୍ସ ସୃଷ୍ଟି ଲକ୍ଷ୍ୟ: ରଣାବତ

ଅଲିମ୍ପିକ୍ସ ଚାମ୍ପିୟନ୍ସ ସୃଷ୍ଟି ଲକ୍ଷ୍ୟ: ରଣାବତ

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)-ଭୁବନେଶ୍ୱରରେ ହାଇପରଫରମାନ୍ସ ଟ୍ରେନିଂ ଏବଂ ରିହାବ ସେଣ୍ଟର ଉପଲବ୍ଧ ହୋଇଥିବାରୁ ମଁୁମୁଁ ବହୁତ ଖୁସି। ଆଗାମୀ ୪-୫ ବର୍ଷରେ ଅଲିମ୍ପିକ୍ସ ଚାମ୍ପିୟନ୍ସ ସୃଷ୍ଟି କରିବା ଏହାର ମୁଖ୍ୟ ଲକ୍ଷ୍ୟ। 

ନବ ଦାସ ମେମୋରିଆଲ ଟି୨୦  ପାରାମାଉଣ୍ଟ, ବିହାରିଲାଲ ସେମିଫାଇନାଲରେ

ନବ ଦାସ ମେମୋରିଆଲ ଟି୨୦ ପାରାମାଉଣ୍ଟ, ବିହାରିଲାଲ ସେମିଫାଇନାଲରେ

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)-ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ବିଜେବି କଲେଜ ଗ୍ରାଉଣ୍ଡରେ ଚାଲିଥିବା ୨ୟ ନବ ଦାସ ମେମୋରିଆଲ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ସେମିଫାଇନାଲରେ ପାରାମାଉଣ୍ଟ ସ୍ପୋର୍ଟିଂ ଓ ବିହାରିଲାଲ ଫାଇଟର୍ସ ପ୍ରବେଶ କରିଛନ୍ତି। ସୋମବାର ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲରେ ପାରାମାଉଣ୍ଟ ୮୧ ରନରେ ସହିଦ ସ୍ପୋର୍ଟିଂକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପାରାମାଉଣ୍ଟ ୨୦ ଓଭରରେ ୪ ଉଇକେଟ ହରାଇ ୨୦୯ ରନ କରିଥିଲା। 

କୋର୍ଟଙ୍କ ଦ୍ୱାରସ୍ଥ ହେଲା ମିନର୍ଭା ପଞ୍ଜାବ

କୋର୍ଟଙ୍କ ଦ୍ୱାରସ୍ଥ ହେଲା ମିନର୍ଭା ପଞ୍ଜାବ

ନୂଆଦିଲ୍ଲୀ, ୧୯ା୨ (ପି.ଟି.)- ଗତଥରର ଆଇ-ଲିଗ୍‌ ଚାମ୍ପିୟନ ମିନର୍ଭା ପଞ୍ଜାବ ଏଫ୍‌ସି ଦିଲ୍ଲୀ ହାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ସେମାନଙ୍କ ଆଇ-ଲିଗ୍‌ ମ୍ୟାଚ ଅନ୍ୟତ୍ର ଆୟୋଜନ କରିବା ଲାଗି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ରାଜି ନ ହେବାରୁ ଫୁଟ୍‌ବଲ କ୍ଲବ ତରଫରୁ  ଏହି ପଦକ୍ଷେପ ନିଆଯାଇଛି।  ମିନର୍ଭା ପଞ୍ଜାବ ଟିମ୍‌ କହିଛି ଆମେ ଯେଉଁ ଭଳି ସୁରକ୍ଷା ପ୍ରତିଶ୍ରୁତି ଚାହୁଁଥିଲୁ ତାହା ନ ମିଳିବାରୁ  ମ୍ୟାଚ ଖେଳିବା ଲାଗି ଆମେ ଜମ୍ମୁ କଶ୍ମୀର ରାଜଧାନୀକୁ ଗସ୍ତ କରି ନାହୁଁ।