ଅପରାଧ | ବାଲେଶ୍ୱର

ରେଳ ୱାଗନ୍‌ରୁ ତେଲ ଚୋରି ଘଟଣା: ଜଣେ ଗିରଫ

ରେଳ ୱାଗନ୍‌ରୁ ତେଲ ଚୋରି ଘଟଣା:   ଜଣେ ଗିରଫ

ବାଲେଶ୍ୱର ଅଫିସ/ବାହାନଗା,୧୯।୧୧(ଡି.ଏନ.ଏ.)-ବାଲେଶ୍ୱର ବାହାନଗାସ୍ଥିତ ରେଳ ଲାଇନ୍‌ରେ ଗତ ଶନିବାର ଏକ ତେଲ ଭର୍ତ୍ତି  ରେଳ ୱାଗନ୍‌ ଛିଡ଼ା ହୋଇଥିବା ବେଳେ କେତେକ ଲୋକ ସେଥିରୁ ତେଲ ଚୋରି କରିଥିବା ଅଭିଯୋଗ ହୋଇଥିଲା। ରେଳବାଇ ପୋଲିସ ଏକ ମାମଲା (ନଂ.୧୨୨୬/୧୮) ରୁଜୁ କରି ୧୪୭/୧୫୩ ରେଲୱେ ଧାରା ଅନୁସାରେ ତଦନ୍ତ ଜାରି ରଖିଥିଲା। ଉକ୍ତ ମାମଲାକୁ ରେଲୱେ କ୍ରାଇମବ୍ରାଞ୍ଚ ତଦନ୍ତ କରି ସୋମବାର ଅପରାହ୍ନ ସମୟରେ ବାହାନଗା ବ୍ଲକ ବରିପଦା ପଞ୍ଚାୟତ ଜଗନ୍ନାଥପୁର ଛକରେ ଏକ ବସ୍‌କୁ ଅଟକାଇ କଣ୍ଡକ୍ଟର ହେମନ୍ତ ପ୍ରଧାନ (୩୫)ଙ୍କୁ ଗିରଫ କରିଛନ୍ତି। ତାଙ୍କଠାରୁ ୪୦ଲିଟର ଡିଜେଲ  ଜବତ କରାଯାଇଛି।  

କ୍ରାଇମବ୍ର୍ରାଞ୍ଚ ତେଲ ଚୋରି ମାମଲା ତଦନ୍ତ ଆରମ୍ଭ କରିଥିଲା।  ବିଶେଷ ସୂତ୍ରରୁ ଖବରପାଇ ରେଲୱେ କ୍ରାଇମ୍‌ବ୍ରାଞ୍ଚର ଇନ୍ସପେକ୍ଟର ସୁରେଶ କୁମାରଙ୍କ ତତ୍ତ୍ୱାବଧାନରେ ହେଡ଼ କନଷ୍ଟେବଳ ସୁବାସ ଚନ୍ଦ୍ର ମୁଦୁଲି, ଗଦାଧର ପାତ୍ର, କନଷ୍ଟେବଳ ସାମଲ କୁମାର ଦାସ, ପବନ କୁମାର ପାଣ୍ଡେଙ୍କ ସମେତ ସିଜିଂ ଅଫିସର ଏଏସ୍‌ଆଇ ଗଣେଶ ଚନ୍ଦ୍ର ମଲ୍ଲିକ ୬ ଜଣିଆ ଟିମ୍‌ ସୋମବାର ବାହାନଗା ଛକରୁ ଝାଡ଼େଶ୍ୱର ବସ୍‌କୁ ପିଛା କରିଥିତ୍ଲେ। ଖବରପାଇ ଡ୍ରାଇଭର ତେଲ ଭର୍ତ୍ତିଥିବା ଦୁଇଟି ପ୍ଲାଷ୍ଟିକ୍‌ ବ୍ୟାରେଲ୍‌କୁ ଗୋପାଳପୁରସ୍ଥିତ ଏକ ପେଟ୍ରୋଲ ପମ୍ପରେ ଲୁଚାଇ ଦେଇଥିଲେ। ବସ୍‌ ବରିପଦା ଆଡ଼କୁ ଯାଉଥିବା ବେଳେ ଜଗନ୍ନାଥପୁର ଛକରେ ରେଲୱେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବସ୍‌କୁ ଅଟକାଇଥିଲେ। ସେମାନେ ଡ୍ରାଇଭରଙ୍କୁ ପଚରାଉଚରା କରୁଥିବା ବେଳେ ବସ୍‌ର କଣ୍ଡକ୍ଟର ଦୌଡ଼ି ପଳାଇଯିବାକୁ ଚେଷ୍ଟା କରିଥିଲେ। ପରେ ସେ ଧରାପଡ଼ିଥିଲେ। ତା’ର କହିବାନୁସାରେ ଗୋପାଳପୁର ସ୍ଥିତ ପେଟ୍ରୋଲପମ୍ପରୁ ୪୦ଲିଟର ଡିଜେଲ ଉଦ୍ଧାର କରାଯାଇଥିଲା। ବସ୍‌ ବାଲେଶ୍ୱରରୁ ଆସି ବାହାନଗା ଛକରେ ମଧ୍ୟାହ୍ନ ସାଢ଼େ ୧୨ଟା ସମୟରେ ପହଞ୍ଚିଥିଲା। ଜଣେ ଲୋକ ଦୁଇଟି ତେଲ ଭର୍ତ୍ତି ପ୍ଲାଷ୍ଟିକ୍‌ ବ୍ୟାରେଲକୁ ବରଜଦେଉଳିଠାରେ ଓହ୍ଲାଇ ଦେବା ପାଇଁ କହି ପାରିଶ୍ରମିକ ଦେଇଥିବା ଉକ୍ତ କଣ୍ଡକ୍ଟର କହିଛନ୍ତି। 

All Right Reserved By

ଅପରାଧ | ବାଲେଶ୍ୱର

ଖଜୁରୀ ରସ ବିକ୍ରେତାଙ୍କୁ ହତ୍ୟା

ଖଜୁରୀ ରସ ବିକ୍ରେତାଙ୍କୁ ହତ୍ୟା

ବଇଣ୍ଡା, ୧୪। ୧୨(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା କ୍ଷେତିରମାହାରସାହିଠାରେ ଗୁରୁବାର ରାତିରେ ସଞ୍ଜାମୁରା ପଞ୍ଚାୟତ ହତାନାଳୀ ଗ୍ରାମର ଦାଶରଥୀ ବେହେରା(୪୫)ଙ୍କୁ କେତେଜଣ ଦୁର୍ବୃତ୍ତ ଠେଙ୍ଗାରେ ପିଟି ହତ୍ୟା କରିଛନ୍ତି। ଏ ନେଇ ତାଙ୍କ ସ୍ତ୍ରୀ ଜଲି ବେହେରା ଥାନାରେ ଅଭିଯୋଗ କରିଛନ୍ତି। 

ତରାଙ୍ଗ ଛକରୁ ପୁଣି ଚୋରି

ତରାଙ୍ଗ ଛକରୁ ପୁଣି ଚୋରି

ଖଇରା, ୧୪।୧୨(ଡି.ଏନ.ଏ.)-ଖଇରା ଥାନା ମାଖନପୁର ପଞ୍ଚାୟତ ଅଧୀନ ତରାଙ୍ଗ ଛକରେ ଥିବା ୫ଟି ଦୋକାନରୁ ଗୁରୁବାର ରାତିରେ ଚୋରି ହୋଇଥିବା ଜଣାଯାଇଛି। 

ଭଦ୍ରକ ଅବକାରୀ ବିଭାଗର ଚଢ଼ାଉ, ଚୋରା ଦେଶୀ ମଦ ସହ ଓମିନି ଜବତ

ଭଦ୍ରକ ଅବକାରୀ ବିଭାଗର ଚଢ଼ାଉ, ଚୋରା ଦେଶୀ ମଦ ସହ ଓମିନି ଜବତ

ଭଦ୍ରକ ଅଫିସ,୧୪।୧୨- ଭଦ୍ରକ ଅବକାରୀ ବିଭାଗ ଚଢ଼ାଉ କରି ଜାତୀୟ ରାଜପଥ ବେହେରା ସlହି ନିକଟରୁ ୩୦୦ ଲିଟର ଦେଶୀ ମଦ ଜବତ କରିଛି। ଏକ ଓମିନି ଗାଡ଼ି ଯୋଗେ ଏହି ମଦ ବାଲେଶ୍ୱରରୁ ଭଦ୍ରକକୁ ଚାଲାଣ ହେଉଥିଲା। 

ଜୁଆଆଡ୍ଡା ଉପରେ ଚଢ଼ାଉ: ୧୪ ଗିରଫ, କାର, ବାଇକ୍‌, ଟଙ୍କା ଜବତ

ଜୁଆଆଡ୍ଡା ଉପରେ ଚଢ଼ାଉ: ୧୪ ଗିରଫ, କାର, ବାଇକ୍‌, ଟଙ୍କା ଜବତ

ଯାଜପୁର ଅଫିସ, ୧୪।୧୨: ଯାଜପୁର ଜିଲା କଳିଙ୍ଗନଗର ଥାନା ପୋଲିସ ଗୁରବାର ବିଲମ୍ବିତ ରାତିରେ ବାରଗାଡିଆର ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୧୪ ଜୁଆଡିଙ୍କୁ ଗିରଫ କରିଛିି। ସେମାନଙ୍କ ନିକଟରୁ ୨ ଲକ୍ଷ ୩୧ ହଜାର ଟଙ୍କା ସମେତ ୨ କାର ଓ ୯ଟି ବାଇକ ଜବତ କରିଛି। କଳିଙ୍ଗନଗର ଥାନା ଆଇଆଇସି ରାଜେନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା। 

ମଦ ଜବତ, ୨ ଗିରଫ

ମଦ ଜବତ, ୨ ଗିରଫ

ଦାରିଙ୍ଗବାଡ଼ି,୧୩।୧୨(ଡି.ଏନ.ଏ)- ଦାରିଙ୍ଗବାଡ଼ି ଥାନା ପକ୍ଷରୁ ଗୁରୁବାର ଦନେକବାଡ଼ି ପଞ୍ଚାୟତରେ ଅବକାରୀ ଚଢ଼ାଉ କରାଯାଇ ଶତାଧିକ ମହୁଲ ପୋଚ ନଷ୍ଟ କରାଯିବା ସହ ୧୦ଲିଟର ଦେଶୀ ମଦ ସହ ରନ୍ଧା ସାମଗ୍ରୀ ଜବତ ହୋଇଛି। ମଦ କାରବାରରେ ସଂପୃକ୍ତି ଅଭିଯୋଗରେ ଲିଲିମା ନାୟକ ଏବଂ ଗୋପାଳ ନାୟକଙ୍କୁ ଗିରଫ କରାଯାଇଛି। ଏ ନେଇ ନଂ.୧୫୪ ଓ ୧୫୫/୧୮ରେ ମାମଲା ରୁଜୁ ହୋଇଥିବା ଆଇଆଇସି ଅଲେଖ ଗରଡ଼ିଆ କହିଛନ୍ତି। ଏଏସଆଇ ଆର.ଭିମୋରାଓ ରେଡ୍ଡୀ, ହାବିଲଦାର  ଗଜେନ୍ଦ୍ର ବିଶୋୟୀ, ରାଇଟର ବିଦେଶୀ ବେହେରା ଚଢ଼ାଉ କରିଥିଲେ।

ଗାଡି ମଡ଼ାଇ ସାବତ ମା’ଙ୍କୁ ହତ୍ୟା : ବାପପୁଅ ଗିରଫ

ଗାଡି ମଡ଼ାଇ ସାବତ ମା’ଙ୍କୁ ହତ୍ୟା : ବାପପୁଅ ଗିରଫ

ଲହୁଣୀପଡା, ୧୩।୧୨ (ଡି.ଏନ.ଏ)- ସୁନ୍ଦରଗଡ଼  ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଗୌଡଣୀପୋଷ ଆମଚାତି ପୋଲ ନିକଟରେ ଗତ ୨୦ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାର ରହସ୍ୟ ଉନ୍ମୋଚିତ  ହୋଇଛି। ଦୁର୍ଘଟଣାରେ ମୃତ ଅଚିହ୍ନା ମହିଳାଙ୍କ ପରିଚୟ ମିଳିଛି। ସେ ହେଲେ ଆକିଲା ଖାତୁନ (୩୦)। ଏହା ଦୁର୍ଘଟଣା ନୁହେଁ, ଯୋଜନା ବଦ୍ଧ ଭାବେ ସାବତ ପୁଅ ଏମଡି ନଇମ (୨୬) ଟ୍ରକ୍‌ ଚଢ଼େଇ ସାବତ ମା’ଙ୍କୁ ହତ୍ୟା କରି ଫେରାର 

ବନ ବିଭାଗ ଜବତ କଲା ବଜ୍ରକାପ୍ତା

ବନ ବିଭାଗ ଜବତ କଲା ବଜ୍ରକାପ୍ତା

ମାଲକାନଗିରି,୧୩।୧୨ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ବନ ବିଭାଗ ଏକ ବଜ୍ରକାପ୍ତା ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣେ ଶିକ୍ଷକଙ୍କ ସମେତ ୭ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସେମାନେ ହେଲେ ଏମ୍‌.ଭି.- ୪୭ ଗ୍ରାମର ଗୋକୁଳାନନ୍ଦ ମିସ୍ତ୍ରି, ଦୁଗାଲି ଗ୍ରାମର କମଳଲୋଚନ ମାଡି, ଲୁଲେର ଗ୍ରାମର ପିତମ ହରିଜନ, ସିନ୍ଧିଗୁଡା ଗ୍ରାମର ହରିବନ୍ଧୁ କମାରି, ସିନ୍ଧାବେଡା ଗ୍ରାମର ସମନ୍ଧ ପୁଜାରୀ, ପୁରୁଣାଗୁଡା ଗ୍ରାମର ଘାସିରାମ ପୁଜାରି ଏବଂ ଏମ୍‌.ଭି.-୧୦ ଗ୍ରାମର ପଙ୍କଜ ସରକାର।

ଛେଳି ଚୋରକୁ କାବୁ କରି ନିର୍ଧୁମ ଛେଚିଲେ ଗ୍ରାମବାସୀ

ଛେଳି ଚୋରକୁ କାବୁ କରି ନିର୍ଧୁମ ଛେଚିଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୧୩।୧୨(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ଥାନା ଅଧୀନ ବୁହାଳ ଗ୍ରାମରେ ବୁଧବାର ଛେଳି ଚୋରି କରିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ଗ୍ରାମବାସୀ କାବୁ କରିଥିଲେ। ପରେ ତାଙ୍କୁ ଏକ ଆମ୍ବ ଗଛରେ ବାନ୍ଧି ମାଡ଼ ମାରିଥିବା ଜଣାପଡ଼ିଛି। ଯୁବକଜଣଙ୍କ ହେଲେ କେନ୍ଦ୍ରାପଡ଼ାର ମିଟୁ ଦାସ(୨୮)। ବୁଧବାର ସକାଳେ ମିଟୁଙ୍କୁ ଥାନାକୁ ହସ୍ତାନ୍ତର କରାଯାଇଛି।

ଭିଜିଲାନ୍ସ ଜାଲରେ ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ

ଭିଜିଲାନ୍ସ ଜାଲରେ ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ

ନିମାପଡ଼ା,୧୨।୧୨(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ ଲାଞ୍ଚ ନେଉଥିବାବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

କୋରାପୁଟ,୧୧ା୧୨(ସ୍ବ.ପ୍ର.): ଜୟପୁରରୁ ଭୁବନେଶ୍ୱର ଯାଉଥିବା ଜ୍ୟୋତି ନାମକ ଏକ ଘରୋଇ ବସ୍‌ରୁ ସୋମବାର ରାତିରେ କୋରାପୁଟ ଟାଉନ ଥାନା ପୋଲିସ ଦୁଇଟି ବ୍ୟାଗ ଗଞ୍ଜେଇ ଜବତ କରିଛି।

ତ୍ରିଭଙ୍ଗୀପୁର ଗ୍ରାମରେ ପୋଲିସ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ତ୍ରିଭଙ୍ଗୀପୁର ଗ୍ରାମରେ ପୋଲିସ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ରୂପ୍‌ସା, ୧୧।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ହଳଦୀପଦା ଫାଣ୍ଡି ଅନ୍ତର୍ଗତ ତ୍ରିଭଙ୍ଗୀପୁର ଗ୍ରାମରେ ସୋମବାର ରାତିରେ ପୋଲିସ ଚଢ଼ାଉ କରି ମଦ ବେପାରୀ ଲକ୍ଷ୍ମୀଧର ସେଠୀଙ୍କୁ ଗିରଫ କରିଛନ୍ତି। ତାଙ୍କଠାରୁ ଦେଶୀମଦ ଜବତ ହୋଇଛି। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା (ନଂ. ୩୪୯/୧୮) ରୁଜୁ ହୋଇ ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି।

ବିଲ୍‌ଡରଙ୍କ ଗାଡ଼ି ଉପରକୁ ଗୁଳିମାଡ଼, ଦେହରକ୍ଷୀ ଗୁରୁତର

ବେଦବ୍ୟାସ,୧୧।୧୨: ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଲଡିହି ଛକରେ ଅନ୍‌ମୋଲ ସିଂ ନାମକ ଜଣେ ବିଲ୍‌ଡରଙ୍କ ଗାଡ଼ି ଉପରକୁ ସୋମବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି।