ଜୀବନଚର୍ଯ୍ୟା |

ମାଇକ୍ରୋପ୍ଲାଷ୍ଟିକ

ମାଇକ୍ରୋପ୍ଲାଷ୍ଟିକ

ମଣିଷ ମାଛରୁ ମୂଲ୍ୟବାନ ପ୍ରୋଟିନ୍‌ ପାଏ । ସମୁଦ୍ର ଓ ନଦୀ ପାଣି ମାଇକ୍ରୋପ୍ଲାଷ୍ଟିକରେ ପ୍ରଦୂଷିତ ହେବା ଫଳରେ ମାଛ ଦେହରେ ଜମିଥିବା ପ୍ଲାଷ୍ଟିକ ବିଷ ମଣିଷ ଶରୀରକୁ ଯାଇ ବିଭିନ୍ନ ରୋଗ ସୃଷ୍ଟି କରେ। ଜୀବକୋଷ ଭିତରେ ଥିବା ଡିଏନ୍‌ଏକୁ ନଷ୍ଟ କରିଦିଏ। କ୍ୟାନସର ହୁଏ। ଗର୍ଭବତୀ ମହିଳାଙ୍କଠାରୁ ବିକଳାଙ୍ଗ ଶିଶୁ ଜନ୍ମ ହୁଏ। ମାଇକ୍ରୋପ୍ଲାଷ୍ଟିକ ମଇଳା ପାଣି ସଫା କରିବା ଯନ୍ତ୍ରରୁ ରୋଗ ଜୀବାଣୁକୁ ନେଇ ରକ୍ତ ମାଧ୍ୟମରେ ବିଭିନ୍ନ ଅଙ୍ଗରେ ରୋଗ ସୃଷ୍ଟି କରେ।

ମାଇକ୍ରୋପ୍ଲାଷ୍ଟିକ ହେଉଛି ସୁକ୍ଷ୍ମ ପ୍ଲାଷ୍ଟିକ ଗୁଣ୍ଡ, ଯାହା ଆଖିକୁ ଦେଖାଯାଏ ନାହିଁ। ପରିବେଶକୁ ପ୍ରଦୂଷିତ କରେ। ଏହାର ଆକାର ୫ ମିଲିମିଟରରୁ କମ୍‌। ଏହାଦ୍ୱାରା ସାମୁଦ୍ରିକ ଜୀବ ଓ ଜୈବ ପରିବେଶର ଅପୂରଣୀୟ କ୍ଷତି ହେଉଛି। ସମଗ୍ର ବିଶ୍ୱ ନିର୍ମଳ ସାଗର ଅଭିଜାନ ୨୦୨୨ ବର୍ଷ ସୁଦ୍ଧା କାର୍ଯ୍ୟକାରୀ କରିବା ପାଇଁ ସମ୍ମତ ହୋଇଛନ୍ତି। ପ୍ଲାଷ୍ଟିକ ବର୍ଜନ ସଚେତନତା ସୃଷ୍ଟି ହୋଇଛି; କିନ୍ତୁ ମାଇକ୍ରୋପ୍ଲାଷ୍ଟିକ ବିଷୟରେ ଜନସାଧାରଣ ଅନଭିଜ୍ଞ। ବିଶ୍ୱରେ ପ୍ରତିବର୍ଷ ୪୦୦ ମେଟ୍ରିକ ଟନ୍‌ ପ୍ଲାଷ୍ଟିକ ତିଆରି ହେଉଛି। ଏହି ବର୍ଷ ଶେଷ ସୁଦ୍ଧା ଯେତିକି ପରିମାଣର ବ୍ଲିଷ୍ଟର ପ୍ଲାଷ୍ଟିକ ତିଆରି ହେବ ତାହା ପୃଥିବୀର ବିଷୁବରେଖାକୁ ୧୦ ଥର ଗୁଡାଇଦେବ। ଏହା ଜିନିଷ ପରିବହନ ପାଇଁ ପ୍ୟାକିଙ୍ଗରେ ବ୍ୟବହାର ହୁଏ। ଏହି ପଦାର୍ଥ ନଷ୍ଟ ହେବା ପାଇଁ ଏକ ହଜାର ବର୍ଷ ଲାଗିବ। ଏକ ଲକ୍ଷ କୋଟିର ମାଇକ୍ରୋପ୍ଲାଷ୍ଟିକ ସମୁଦ୍ର ମାଛ, ଟ୍ୟାପ ପାଣି ଓ ଖାଇବା ଲୁଣରେ ଥିବାର ପ୍ରମାଣିତ ହୋଇଛି। ଆମେରିକାର ୯୪ ପ୍ରତିଶତ ଟ୍ୟାପ ପାଣିରେ ମାଇକ୍ରୋପ୍ଲାଷ୍ଟିକ ଥିବାର ସନ୍ଧାନ ମିଳିଛି। ବିଶ୍ୱରେ ୨୦୫୦ ସୁଦ୍ଧା ପ୍ଲାଷ୍ଟିକ ତିଆରି ୩ଗୁଣ ବୃଦ୍ଧି ହେବ।

ମାଇକ୍ରୋପ୍ଲାଷ୍ଟିକ ଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି। ଏହାର ଉସତ୍ ହେଉଛି ସାର, ନର୍ଦ୍ଦମାର ଆବର୍ଜନା, ଦେହ ଓ ମୁହଁରେ ବ୍ୟବହୃତ କସମେଟିକ, ପଲିଷ୍ଟର-ନାଇଲନ ଏକ୍ରିଲିକର ପୋଷାକ, ଘର ଚଟାଣରେ ବ୍ୟବହୃତ କୃତ୍ରିମ ଗାଲିଚା, ହକି ଓ ଫୁଟବଲ ଖେଳ ପଡିଆରେ ଆବୃତ ଟାୟାର ଗୁଣ୍ଡ, କାର ଓ ଟ୍ରକର ଚକ ଘଷି ହୋଇ ବାହାରୁଥିବା ରବର ମିଶା ଗୁଣ୍ଡ, ପୁରୁଣା ପାଣି ଓ ସୋଢା ବୋତଲ, ପ୍ଲାଷ୍ଟିକ ବାକ୍ସ ଓ ବ୍ୟାଗ, ମାଛ ଧରା ଜାଲ, ଓ କଳ କାରଖାନାର ବର୍ଜ୍ୟବସ୍ତୁ ଇତ୍ୟାଦି। ପ୍ଲାଷ୍ଟିକକୁ ସମୁଦ୍ରରେ ପକାଇବା ଫଳରେ ସାମୁଦ୍ରିକ ଜୀବ ଓ ଶୈବାଳ ନଷ୍ଟ ହୋଇଯାଉଛି। ପ୍ରଶାନ୍ତ ମହାସାଗରରେ ଆବର୍ଜନା ଜମି ପ୍ଲାଷ୍ଟିକ ପାହାଡ଼ ହେଲାଣି। ୧୯୭୦ ମସିହାରେ ବ୍ୟବସାୟିକ ଜାହାଜ ୨୩ ହଜାର ଟନ୍‌ ପ୍ଲାଷ୍ଟିକ ସମୁଦ୍ରରେ ପକାଇଥିଲେ। ଚୀନ୍‌ର କମ୍ପାନୀ ସିନୋପେକ ପାହାଡ ଉଚ୍ଚର ପ୍ଲାଷ୍ଟିକ ସମୁଦ୍ର କୂଳରେ ଜମା କରିଛି।

ପାଣିକୁ ଫିଲଟର କଲେ ଏଥିରେ ଥିବା ମାଇକ୍ରୋପ୍ଲାଷ୍ଟିକ ଅଲଗା ହେବ ନାହିଁ। ଅନେକ ଦେଶରେ ପ୍ଲାଷ୍ଟିକ ମିଶା ନର୍ଦ୍ଦମା ମଳକୁ ମାଟିରେ ସାର କରାଯାଉଛି। ଏଥିରେ ଥିବା ସୂକ୍ଷ୍ମ ପ୍ଲାଷ୍ଟିକ ଖରାରେ ଶୁଖି ବାୟୁରେ ମିଶୁଛି। ଦେହରେ ଲଗାଯାଉ ଥିବା କସମେଟିକର ଶୁଖିଲା ଗୁଣ୍ଡ ମାଇକ୍ରୋପ୍ଲାଷ୍ଟିକ ଆକାରରେ ୬୦୮ ଟ୍ରିଲିୟନ ପ୍ରତିଦିନ ବାୟୁମଣ୍ଡଳରେ ପ୍ରବେଶ କରୁଛି। ଲୁଗା ସଫା ଯନ୍ତ୍ରର ଗୋଟିଏ ଲୋଡରୁ ୧୯୦୦ ସୂକ୍ଷ୍ମ ପ୍ଲାଷ୍ଟିକ ନିଷ୍କାସିତ ପାଣିରେ ନିର୍ଗତ ହେଉଛି। ପ୍ଲାଷ୍ଟିକ ଶିଳ୍ପରେ ପଲିମର ପ୍ରକ୍ରିୟାରେ ଲାଖ ବ୍ୟବହାର ହୁଏ। ଏହାର ରସାୟନ ପାଣିରେ ମିଶେ। ପାଣି ପିଇବା ପ୍ରତି ପ୍ଲାଷ୍ଟିକ ବୋତଲରେ ୩୨୫ ସୂକ୍ଷ୍ମ ପ୍ଲାଷ୍ଟିକ ଅଣୁ ରହିଥାଏ। ଟ୍ୟାପ ପାଣି ତୁଳନାରେ ଏହା ଦୁଇଗୁଣ।

ମଣିଷ ମାଛରୁ ମୂଲ୍ୟବାନ ପ୍ରୋଟିନ୍‌ ପାଏ। ସମୁଦ୍ର ଓ ନଦୀ ପାଣି ମାଇକ୍ରୋପ୍ଲାଷ୍ଟିକରେ ପ୍ରଦୂଷିତ ହେବା ଫଳରେ ମାଛ ଦେହରେ ଜମିଥିବା ପ୍ଲାଷ୍ଟିକ ବିଷ ମଣିଷ ଶରୀରକୁ ଯାଇ ବିଭିନ୍ନ ରୋଗ ସୃଷ୍ଟି କରେ। ଜୀବକୋଷ ଭିତରେ ଥିବା ଡିଏନ୍‌ଏକୁ ନଷ୍ଟ କରିଦିଏ। କ୍ୟାନସର ହୁଏ। ଗର୍ଭବତୀ ମହିଳାଙ୍କଠାରୁ ବିକଳାଙ୍ଗ ଶିଶୁ ଜନ୍ମ ହୁଏ। ମାଇକ୍ରୋପ୍ଲାଷ୍ଟିକ ମଇଳା ପାଣି ସଫା କରିବା ଯନ୍ତ୍ରରୁ ରୋଗ ଜୀବାଣୁକୁ ନେଇ ରକ୍ତ ମାଧ୍ୟମରେ ବିଭିନ୍ନ ଅଙ୍ଗରେ ରୋଗ ସୃଷ୍ଟି କରେ।

ମାଇକ୍ରୋପ୍ଲାଷ୍ଟିକ ମଣିଷ, ପଶୁ ଓ ପକ୍ଷୀ ଦେହରେ ଖାଇବା, ପିଇବା ଓ ନିଃଶ୍ୱାସ ଦ୍ୱାରା ପ୍ରବେଶ କରେ। ଜୀବମାନଙ୍କର ତନ୍ତୁରେ ମିଶି ଯାଏ। ପ୍ଲାଷ୍ଟିକକୁ କଠିନ କରିବା ପାଇଁ ବିପିିଏ ବ୍ୟବହାର ହୁଏ। ଏହାଦ୍ୱାରା ହାର୍ଟ ଆଟାକ, ଡାଇବେଟିସ ଓ ଯକୃତ ରୋଗର ସମ୍ଭାବନା ବୃଦ୍ଧି ହୁଏ। ଆଉ ଗୋଟିଏ ବିଷାକ୍ତ ରସାୟନ ଟି.ବି.ବି.ପି.ଏ. ପ୍ଲାଷ୍ଟିକ ନଜଳିବା ପାଇଁ ବ୍ୟବହାର ହୁଏ। ଏହା ମାଇକ୍ରୋସାରକିଟର ଉପାଦାନ। ଏହା ଶରୀରର ଥାଇରଏଡ  ଓ ପିଟୁଟାରି ହରମୋନକୁ ଅସନ୍ତୁଳନ କରେ। ବନ୍ଧ୍ୟା ଦୋଷ ସୃଷ୍ଟି କରେ। ଖାଇବା ଲୁଣରେ ମାଇକ୍ରୋପ୍ଲାଷ୍ଟିକ ରହିଛି। ସମୁଦ୍ର ଲୁଣରେ ବେଶି। ଚିଙ୍ଗୁଡି, କଙ୍କଡା ଓ ଗେଣ୍ଡାରେ ବହୁତ ମାଇକ୍ରୋପ୍ଲାଷ୍ଟିକ ରହିଥିବାର ପ୍ରମାଣିତ ହୋଇଛି। ଏହି ଖାଦ୍ୟ ନିୟମିତ ଖାଇଲେ ୧୧ହଜାର ପରିମାଣ ସୂକ୍ଷ୍ମ ପ୍ଲାଷ୍ଟିକ ପେଟକୁ ଯିବ। ଖୋଳପା ଥିବା ମାଛ ସେମାନଙ୍କର ଗାଲିସି ଦ୍ୱାରା ବହୁ ପରିମାଣର ପାଣି ଛାଣି ପୁଷ୍ଟିକର ଖାଦ୍ୟ ସଂଗ୍ରହ କରନ୍ତି। ତେଣୁ ପାଣିରେ ଥିବା ମାଇକ୍ରୋପ୍ଲାଷ୍ଟିକ ସେମାନଙ୍କର ତନ୍ତୁରେ ମିଶି ଯାଏ।

ମାଇକ୍ରୋପ୍ଲାଷ୍ଟିକର ବ୍ୟବହାର ପ୍ରତିରୋଧ କରିବା ପାଇଁ କେତେକ ପ୍ରତିଷେଧକ ବ୍ୟବସ୍ଥା ଆବଶ୍ୟକ। ଆମ ଦେଶ ପରି ଗ୍ରୀଷ୍ମମଣ୍ଡଳୀୟ ଦେଶରେ ଦେହରେ ସାବୁନ ଲଗାଇବା ଉଚିତ ନୁହେଁ। ଏଥିରେ ବିଶୋଧକ ସୋଡିୟମ ଲରିଲ ସଲ୍‌ଫେଟ ଥାଏ। ଚର୍ମକୁ ଶୁଖିଲା କରିଦିଏ ଓ କୁଣ୍ଡାଇ ହୁଏ। ବାସ୍ନା ପାଇଁ ପେଟ୍ରୋଲ ଜାତୀୟ ଗାସୋଲିନ ମିଶିଥାଏ। ଏଥିରେ ୪୦୦ ପ୍ରକାର ବିଷାକ୍ତ ରସାୟନ ରହିଛି। ଜୀବାଣୁନାଶକ ପଦାର୍ଥ ଟ୍ରାଇକ୍ଲୋଶାନ ଅନେକ ସାବୁନରେ ଥାଏ। ଏହା ଗୋଟିଏ ପୋକମରା ଔଷଧ। ଆମେରିକାର ଖାଦ୍ୟ ଏବଂ ଔଷଧ ନିୟନ୍ତ୍ରଣ ସଂସ୍ଥା ଏହାର ବ୍ୟବହାର ବାରଣ କରିଛନ୍ତିି। ଚର୍ମରେ ଥିବା ଲୋମକୂପ ଦେଇ ଝାଳ ନିର୍ଗତ ହୁଏ। ଫଳରେ ଚମରୁ ମଇଳା ଧୋଇହୋଇ ଯାଏ ଓ ଆର୍ଦ୍ରତା ବଜାୟ ରହେ। ସାବୁନ ଓ କ୍ରିମ ବ୍ୟବହାର ଫଳରେ ରନ୍ଧ୍ର ବନ୍ଦ ହୋଇଯାଏ। ତେଣୁ କୃତ୍ରିମ ପୋଷାକ ବ୍ୟବହାର ଅନୁଚିତ। ମେଶିନରେ ସଫା କଲେ ଅନେକ ମାଇକ୍ରୋପ୍ଲାଷ୍ଟିକରୁ ବାହାରି ଘର ଭିତର ବାୟୁକୁ ନଷ୍ଟ କରିଦିଏ। ତେଣୁ କପାସୂତା ପୋଷାକ ହାତରେ ଧୋଇ ପିନ୍ଧିବା ଉଚିତ। ମାଟି କ୍ୟାଣ୍ଡଲ ଯୁକ୍ତ ଫିଲଟର ବ୍ୟବହାର କରି ପାଣି ପିଇବା ଆବଶ୍ୟକ। ଏହାର ସରୁ କଣା ବାଟେ ସୂକ୍ଷ୍ମ ପ୍ଲାଷ୍ଟିକ ପ୍ରବେଶ କରିବ ନାହିଁ। ବହୁ ଗଭୀର ନଳକୂପ ପାଣି ନିରାପଦ। ସମୁଦ୍ର ଲୁଣ ପ୍ରତିବଦଳରେ ଖଣିଜ ଲୁଣ ବ୍ୟବହାର କରିବା ଉଚିତ। ସବୁ ପ୍ରକାର କସମେଟିକରେ କ୍ଷତିକାରକ ରସାୟନ ରହିଛି। ତେଣୁ ସେ ସବୁ ବ୍ୟବହାର ଅନୁଚିତ। ପ୍ଲାଷ୍ଟିକ ପାତ୍ରରେ ଗରମ ଖାଦ୍ୟ ରଖିବା ଉଚିତ ନୁହେଁ। ମାଇକ୍ରୋପ୍ଲାଷ୍ଟିକ ସହଜରେ ଖାଦ୍ୟରେ ମିଶେ ଓ ଖାଦ୍ୟକୁ ବିଷାକ୍ତ କରିଦିଏ। 

ପ୍ଲାଷ୍ଟିକ ଓ ମାଇକ୍ରୋପ୍ଲାଷ୍ଟିକ ନିତ୍ୟ ବ୍ୟବହୃତ ସାମଗ୍ରୀରେ ଥିବାର ପ୍ରମାଣ ପାଇଁ ସହଜ ପରୀକ୍ଷା ଅଛି। ଗୋଟିଏ କାଚ ଟେଷ୍ଟଟ୍ୟୁବରେ ପ୍ଲାଷ୍ଟିକ ଗୁଣ୍ଡ ନେଇ ଏସିଟିକ, ଆନହାଇଡ୍ରାଇଡ ଦ୍ରବଣରେ ଦ୍ରବୀଭୂତ କରି ସେଥିରେ ୩-୪ ଟୋପା ସଲଫ୍ୟୁରିକ ଏସିଡରେ ମିଶେଇଲେ ରଙ୍ଗ ନୀଳ କିମ୍ବା ହଳଦିଆ ହୋଇଯାଏ।

ମାଇକ୍ରୋପ୍ଲାଷ୍ଟିକ ନଷ୍ଟ ହେବା ପାଇଁ ଦଶ ହଜାର ବର୍ଷ ଲାଗିବ। ଏକ ଲକ୍ଷ କୋଟିର ମାଇକ୍ରୋପ୍ଲାଷ୍ଟିକ ସମୁଦ୍ର ମାଛ, ଟ୍ୟାପ ପାଣି ଓ ଖାଇବା ଲୁଣରେ ଥିବାର ପ୍ରମାଣ ମିଳୁଛି। ଇଟାଲୀ, ଜାପାନ, ଫିନ୍‌ଲ୍ୟାଣ୍ଡ ଓ ହଲାଣ୍ଡର କେତେକ ବ୍ୟକ୍ତିଙ୍କର ଝାଡ଼ା ପରୀକ୍ଷାରୁ  ମାଇକ୍ରୋପ୍ଲାଷ୍ଟିକର ସନ୍ଧାନ ମିଳୁଛି। ଭିଏନା ମେଡିକାଲ ବିଶ୍ୱବିଦ୍ୟାଳୟର ପେଟ ରୋଗ ବିଶେଷଜ୍ଞ ଫିଲିପ ସ୍ବାବିଙ୍କର ଏହା ହେଉଛି ମତ। ସବୁ ଦେଶ ପ୍ଲାଷ୍ଟିକ ବନ୍ଦ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ମାଇକ୍ରୋପ୍ଲାଷ୍ଟିକ ବିଷୟରେ ଅନେକେ ଅଜଣା। ଏହାର ପ୍ରତିରୋଧ କ’ଣ ସମ୍ଭବ? ଅଦୃଶ୍ୟ ଶତ୍ରୁ ବିପଜ୍ଜନକ। ଅଦୃଶ୍ୟ ସୂକ୍ଷ୍ମ ପ୍ଲାଷ୍ଟିକ ମାରାମତ୍କ। ଆମେ ରାକ୍ଷସ ଏବଂ ଗଭୀର ସମୁଦ୍ର ମଧ୍ୟରୁ କାହାକୁ ଗ୍ରହଣ କରିବା? 

ଡା. ଦ୍ୱିଜେଶ କୁମାର ପଣ୍ଡା

-ବରିଷ୍ଠ ବୈଜ୍ଞାନିକ,

୧୨ ଆଚାର୍ଯ୍ୟ ବିହାର,ଭୁବନେଶ୍ୱର 

ମୋ : ୯୪୩୮୪୭୦୭୭୭

All Right Reserved By

ଜୀବନଚର୍ଯ୍ୟା |

ଶୀତଦିନେ ମାଲିସ କରନ୍ତୁ ସୋରିଷ ତେଲ ମିଳିବ ଏସବୁ ଲାଭ...

ଶୀତଦିନେ ମାଲିସ କରନ୍ତୁ ସୋରିଷ ତେଲ ମିଳିବ ଏସବୁ ଲାଭ...

ଶୀତଦିନେ ସୋରିଷ ତେଲ ମାଲିସ ହେଲେ ଶରୀର ସୁସ୍ଥ ରହିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। ଏଥିରେ ରହିଛି ଆଇରନ୍‌, କ୍ୟାଲସିୟମ, ଫ୍ୟାଟି ଏସିଡ୍‌ ଓ ବିଟାକେରୋଟିନ୍‌। ତେଣୁ ପ୍ରତିଦିନ ସକାଳେ ଏହି ତେଲ ମାଲିସ କରିବା ଭଲ।

ନିଦ୍ରାହୀନତାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି  ଜୁସ୍‌...

ନିଦ୍ରାହୀନତାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ଜୁସ୍‌...

ବ୍ୟସ୍ତବହୁଳ ଜୀବନରେ କ୍ଲାନ୍ତି ଆସିବା ସ୍ବାଭାବିକ କଥା। ଏହା ସହିତ ବିଭିନ୍ନ ଚିନ୍ତାରେ ଯୋଗୁ କେତେକଙ୍କୁ ରାତିରେ ନିଦ ଆସେନାହିଁ। 

ସକାଳେ ପିଅନ୍ତୁ ଡାଳଚିନି ମିଶା କ୍ଷୀର; ମିଳିବ ଏସବୁ  ଫାଇଦା...

ସକାଳେ ପିଅନ୍ତୁ ଡାଳଚିନି ମିଶା କ୍ଷୀର; ମିଳିବ ଏସବୁ ଫାଇଦା...

କ୍ଷୀର ସହିତ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ କଲେ ଅନେକ ଫାଇଦା ମିଳିଥାଏ। ଏହାଦ୍ୱାରା କୋଲେଷ୍ଟରଲସ୍ତର ନିୟନ୍ତ୍ରିତ ହେବା ସହିତ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି।

ହାତ ପାଆନ୍ତାରେ ଏସିଡିଟି ସମସ୍ୟା ସମାଧାନର ସହଜ ଉପାୟ...

ହାତ ପାଆନ୍ତାରେ ଏସିଡିଟି ସମସ୍ୟା ସମାଧାନର ସହଜ ଉପାୟ...

ପରିବର୍ତ୍ତିତ ଜୀବନ ଶୈଳୀର ପ୍ରଭାବ ଖାଦ୍ୟଭ୍ୟାସ ଉପରେ ପଡ଼ିଥାଏ। ଫଳରେ କେତେକଙ୍କ କ୍ଷେତ୍ରରେ ଏସିଡ଼ିଟି ସମସ୍ୟା ଦେଖାଯାଇଥାଏ। ତେବେ ହାତ ପାଆନ୍ତାରେ ଏହି ସମସ୍ୟାର ସମାଧାନ ରହିଛି। 

ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ

ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ

ଯଦି ଆପଣ ପର୍ଯ୍ୟାପ୍ତ ପରିମାଣରେ ଶୋଇବେ ତେବେ ଫ୍ରେଶ ଲାଗିିବେ । ଏମିତି କିଛି ଟିପ୍ସ ରହିଛି ଯାହା ଆପଣଙ୍କୁ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରିବ...

ଶୀତଦିନେ ଫ୍ୟାଶନ

ଶୀତଦିନେ ଫ୍ୟାଶନ

ଶୀତଦିନ ଆସିଗଲାଣି । ଶୀତଦିନେ ସମସ୍ତେ ସ୍ମାର୍ଟ  ଏବଂ ଆକର୍ଷକ ଦେଖାଯିବାକୁ ଚାହାନ୍ତି । ଏଥିପାଇଁ  ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି..

ସକାଳେ ପିଅନ୍ତୁ ଗ୍ରୀନ୍‌ ଟି’; ମେଦବହୁଳତାରୁ  ରହିବେ ଦୂରେଇ

ସକାଳେ ପିଅନ୍ତୁ ଗ୍ରୀନ୍‌ ଟି’; ମେଦବହୁଳତାରୁ ରହିବେ ଦୂରେଇ

ସକାଳ ଚା’ ଦେହରେ ଫୁର୍ତ୍ତି ଆଣିଥାଏ। ଫଳରେ ମର୍ଣ୍ଣିଂୱାକ୍‌ କରିବାକୁ ଭଲ ଲାଗିଥାଏ। ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। 

ମାଂସପେଶୀ ବଢ଼ାଇବ  ଷ୍ଟେମ୍‌ ସେଲ୍‌

ମାଂସପେଶୀ ବଢ଼ାଇବ ଷ୍ଟେମ୍‌ ସେଲ୍‌

ଆଜିକାଲି ବିଭିନ୍ନ କ୍ଷେତ୍ରରେ ଷ୍ଟେମ୍‌ ସେଲ୍‌ର ବ୍ୟବହାର କରାଯାଉଛି। ଫଳତଃ କେତେକ ଚିକିତ୍ସା ପ୍ରଣାଳୀ ଆହୁରି ସହଜ ହୋଇପାରିଛି। ଏହି ତାଲିକାରେ ନିକଟରେ ଆଉ ଏକ ଜିନିଷ ଯୋଡା ଯାଇଛି। 

କଫ ସମସ୍ୟାର ଘରୋଇ ଉପଚାର

କଫ ସମସ୍ୟାର ଘରୋଇ ଉପଚାର

ଅଧା କପ ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ଭଲ ଭାବରେ ମିଶାଇ ଦିଅନ୍ତୁ। ତା’ପରେ ଏଥିରେ ଏକ ଚାମଚ ଗୋଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାନ୍ତୁ। ଏହି ମିଶ୍ରଣକୁ ୨-୩ ମିନିଟ୍‌ ପର୍ଯ୍ୟନ୍ତ ଉଷୁମ କରି ପିଅନ୍ତୁ। ନିୟମିତ କିଛିଦିନ ଏହାକୁ ପିଇଲେ କଫ ସମସ୍ୟା ଦୂର ହୋଇଥାଏ।

ପାଚନକ୍ରିୟାକୁ ସକ୍ରିୟ  କରାଇବାର ସହଜ ଉପାୟ

ପାଚନକ୍ରିୟାକୁ ସକ୍ରିୟ କରାଇବାର ସହଜ ଉପାୟ

ଯଦି ଆମର ପାଚନ କ୍ରିୟା ଠିକ୍‌ ରହିଲା ତେବେ ଆମେ କେତେକ ରୋଗଠାରୁ ନିଜକୁ ଦୂରେଇ ରଖିଥାଉ। ଏହା ଅସନ୍ତୁଳିତ ରହିଲେ ପେଟଜନିତ ସମସ୍ୟା ଦେଖାଦେଇଥାଏ। ତେବେ ପାଚନ କ୍ରିୟାକୁ ଆହୁରି ଦୃଢ଼ କରିବାର ଏକ ସହଜ ଉପାୟ ରହିଛି। 

ଆକ୍ୟୁପେସନାଲ ଥେରାପି

ଆକ୍ୟୁପେସନାଲ ଥେରାପି

ବର୍ତ୍ତମାନର ଆଧୁନିକ ଚିକିସତ୍ା ବିଜ୍ଞାନର ଅବିଭକ୍ତ ତଥା ଅତ୍ୟାବଶ୍ୟକ ପଦ୍ଧତି ହେଉଛି ଅକ୍ୟୁପେସନାଲ୍‌ ଥେରାପି । ସ୍ବଧ୍ୟାୟ, ଆବଶ୍ୟକ କାର୍ଯ୍ୟ ତଥା କ୍ରୀଡ଼ା ସାହାଯ୍ୟରେ ଶାରୀରିକ ତଥା ମାନସିକ ସ୍ତରରେ ପ୍ରୋସତ୍ାହନ ତଥା ଉନ୍ନତି, ଅସାମର୍ଥ୍ୟତା ଦୂରୀକରଣ, ସ୍ବୟଂ ଚଳପ୍ରଚଳତାର କ୍ଷମତା ହାସଲ, ଅକ୍ୟୁପେସନାଲ୍‌ ଥେରାପିର ମୁଖ୍ୟ ଲକ୍ଷ୍ୟ ।

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ପରିବର୍ତ୍ତିତ ଜୀବନଶୈଳୀରେ ଅନେକଙ୍କୁ ମେଦବହୁଳତା ହୋଇଥାଏ। ତେବେ ଏହାର ସଫଳ ଚିକିତ୍ସା ଆମ ଘରବାଡ଼ିରେ ଥିବା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ।