ଖେଳ |

ବିବାହ କରିବେ ରୋନାଲ୍ଡୋ

ବିବାହ କରିବେ ରୋନାଲ୍ଡୋ

ଲିସବନ,୧୭।୧୧- ପର୍ତ୍ତୁଗାଲ ଷ୍ଟାର ଫୁଟ୍‌ବଲ ଖେଳାଳି ନିକଟ ଭବିଷ୍ୟତରେ ବିବାହ କରିବାକୁ ଯାଉଛନ୍ତି। ଏ ନେଇ ସ୍ଥାନୀୟ ଖବର କାଗଜ କୋରିଓ ଡା ମାନ୍‌ହାରେ ପ୍ରକାଶ ପାଇଛି। ସେ ତାଙ୍କ ବାନ୍ଧବୀ ଗେଓର୍ଗିନା ରୋଡ୍ରିଗୁଏଜଙ୍କୁ ବିବାହ କରିବେ। ୩୩ ବର୍ଷୀୟ ରୋନାଲ୍ଡୋ ଦୁଇବର୍ଷ ପୂର୍ବେ ରୋଡ୍ରିଗୁଏଜଙ୍କୁ ପ୍ରପୋଜ କରିଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ଚାଲିଛି ଏବଂ ଏକାଠି ରହୁଛନ୍ତି। ଏଥିସହ ଦୁହିଁଙ୍କ ଆଲାନା ମାର୍ଟିନା ନାମକ ଝିଅ ମଧ୍ୟ ଅଛି। ଆଲାନା ଗତ ବର୍ଷ ନଭେମ୍ବରରେ ଜନ୍ମ ନେଇଥିଲେ। ”ରୋନାଲ୍ଡୋ ଦେଇଥିବା ବିବାହ ପ୍ରସ୍ତାବକୁ ରୋଡ୍ରିଗୁଏଜ ଗ୍ରହଣ କରିନେଇଛନ୍ତି। ଏବେ ବିବାହ ପାଇଁ ଯୋଜନା ଚାଲିଛି। ଏ ସମ୍ପର୍କରେ ଖୁବକମ୍‌ ଲୋକ ଜାଣିଛନ୍ତି। ତେବେ ଗିଓ ବିବାହ ପାଇଁ ଡ୍ରେସ ଚୟନ କରିବା ଆରମ୍ଭ କରିଦେଇଛନ୍ତି“ ବୋଲି କୋରିଓ ଡା ମାନ୍‌ହା ଖବରକାଗଜର ଏକ ରିପୋର୍ଟରେ ପ୍ରକାଶ ପାଇଛି। ନିକଟରେ ଏହି ଦମ୍ପତି ଲଣ୍ଡନଠାରେ ତାଙ୍କ ଝିଅର ପ୍ରଥମ ଜନ୍ମ ବାର୍ଷିକୀ ପାଳନ କରିଥିଲେ। ଏହାବାଦ ଚଳିତ ଏଟିପି ଓ୍ବାଲର୍‌ଡ ଟୁର ଫାଇନାଲ୍ସରେ ନୋଭାକ ଜୋକୋଭିଚ୍‌ ଓ ଜନ ଇସ୍ନରଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ମଧ୍ୟ ଦେଖିଥିଲେ। ଉଲ୍ଲେଖଥାଉ କି, କିମ୍ବଦନ୍ତୀ ଖେଳାଳି ସ୍ପାନିଶ କ୍ଲବ ରିୟଲ ମାଡ୍ରିଡ୍‌ ଛାଡ଼ି ଇଟାଲିଆନ କ୍ଲବ ଜୁଭେଣ୍ଟସକୁ ଯିବା ପରେ ୧୫ ମ୍ୟାଚ୍‌ରୁ ୯ ଗୋଲ କରିଛନ୍ତି।

All Right Reserved By

ଖେଳ |

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ:  ନିଖାତ, ମୀନା ସ୍ବର୍ଣ୍ଣ ଜିତିଲେ

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ: ନିଖାତ, ମୀନା ସ୍ବର୍ଣ୍ଣ ଜିତିଲେ

ନୂଆଦିଲ୍ଲୀ, ୧୯।୨(ପି.ଟି.)- ବୁଲ୍‌ଗେରିଆର ରାଜଧାନୀ ସୋଫିଆଠାରେ ଚାଲିଥିବା  ଷ୍ଟ୍ରାଣ୍ଡଜା ମେମୋରିଆ ବକ୍ସିଂ ଟୁର୍ନାମେଣ୍ଟରେ ଭାରତରୁ ଦୁଇ ମହିଳା ପ୍ରତିଯୋଗୀ ନିଖାଥ ଜରୀନ ଓ ମୀନା କୁମାରୀ ଦେବୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। 

ଆଇପିଏଲ୍‌-୧୨: ଚେନ୍ନାଇ ସୁପର୍‌କିଙ୍ଗ୍ସ-ରୟାଲ ଚ୍ୟାଲେଞ୍ଜର ଉଦ୍‌ଘାଟନୀ ମ୍ୟାଚ୍‌

ଆଇପିଏଲ୍‌-୧୨: ଚେନ୍ନାଇ ସୁପର୍‌କିଙ୍ଗ୍ସ-ରୟାଲ ଚ୍ୟାଲେଞ୍ଜର ଉଦ୍‌ଘାଟନୀ ମ୍ୟାଚ୍‌

ନୂଆଦିଲ୍ଲୀ, ୧୯।୨(ପି.ଟି.)- ବିଶ୍ୱର ବ୍ୟୟବହୁଳ କ୍ରିକେଟ୍‌ ଲିଗ୍‌ ଭାବେ ପରିଚିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ଦ୍ୱାଦଶ ସଂସ୍କରଣ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସିଜନ-୧୨ର ପ୍ରଥମ ୨ ସପ୍ତାହ ଲାଗି ମଙ୍ଗଳବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

୨୪ ରନରେ ଅଲ୍‌ଆଉଟ୍‌ ହେଲା ଓମାନ

୨୪ ରନରେ ଅଲ୍‌ଆଉଟ୍‌ ହେଲା ଓମାନ

ଅଲ୍‌ ଅମରତ୍‌ (ଓମାନ), ୧୯।୨: ଲିଷ୍ଟ-ଏ କ୍ରିକେଟରେ ୪ର୍ଥ ସର୍ବନିମ୍ନ ଦଳଗତ ସ୍କୋର ଓମାନ ଟିମ୍‌ ନାମରେ ହୋଇଛି। ମଙ୍ଗଳବାର ସ୍ଥାନୀୟ ଅଲ୍‌ ଅମରତ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ସ୍କଟ୍‌ଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଓମାନ ମାତ୍ର ୨୪ ରନରେ ଅଲ୍‌ଆଉଟ୍‌ ହୋଇଯାଇଛି।

ଝାଡ଼ଖଣ୍ଡର ଯୁବା ସଂଗଠନକୁ ଲୌରିୟସ କ୍ରୀଡ଼ା ପୁରସ୍କାର

ଝାଡ଼ଖଣ୍ଡର ଯୁବା ସଂଗଠନକୁ ଲୌରିୟସ କ୍ରୀଡ଼ା ପୁରସ୍କାର

ମୋନାକୋ, ୧୯।୨- ବିଶ୍ୱର ସମ୍ମାନଜନକ କ୍ରୀଡ଼ା ପୁରସ୍କାର ‘ଲୌରିୟସ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତର ଝାଡ଼ଖଣ୍ଡରେ କାର୍ଯ୍ୟରତ ଥିବା ‘ଯୁବା’ ସଂଗଠନ ୨୦୧୯ ବର୍ଷ ଲାଗି ‘ଲୌରିୟସ ସ୍ପୋଟର୍‌ସ ଫର୍‌ ଗୁଡ୍‌ ଆଓ୍ବାର୍ଡ’ ହାସଲ କରିଛି। 

ଜୋକୋଭିଚ୍‌ଙ୍କୁ ୪ର୍ଥ ଲୌରିୟସ କ୍ରୀଡ଼ା ସମ୍ମାନ

ଜୋକୋଭିଚ୍‌ଙ୍କୁ ୪ର୍ଥ ଲୌରିୟସ କ୍ରୀଡ଼ା ସମ୍ମାନ

ମୋନାକୋ, ୧୯।୨(ପି.ଟି.)- ଟେନିସ ଷ୍ଟାର୍‌ ନୋଭାକ ଜୋକୋଭିଚ୍‌, ଜିମ୍ନାଷ୍ଟ ସିମୋନ ବାଇଲ୍ସ, ଲିଜେଣ୍ଡ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଓ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ଫୁଟ୍‌ବଲ ଟିମ୍‌ ୨୦୧୯ ବର୍ଷ ପାଇଁ ସମ୍ମାନଜନକ ଲୌରିୟସ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଜିତିଛନ୍ତି। 

ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଥିଲେ ଏହିସବୁ ବିଦେଶୀ କ୍ରିକେଟର

ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଥିଲେ ଏହିସବୁ ବିଦେଶୀ କ୍ରିକେଟର

ପ୍ରେମ ଶାଶ୍ୱତ, ଚିରନ୍ତନ। ଦୁଇ ମନର ମିଳନ ହିଁ ପ୍ରେମକୁ ସାକାର କରେ। କୌଣସି କାରଣରୁ କିଛି ପ୍ରେମୀଯୁଗଳଙ୍କର ସମ୍ପର୍କ ତୁଟିଛି, ବିବାହ ବିଚ୍ଛେଦ ହୋଇଛି। ତଥାପି ଅଧିକାଂଶ ସେମାନଙ୍କ ଭଲପାଇବାକୁ ବଜାୟ ରଖି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେମିତି କିଛି ବିଦେଶୀ କ୍ରିକେଟର ଅଛନ୍ତି ଯେଉଁମାନେ ଭାରତୀୟ ଯୁବତୀଙ୍କୁ ପ୍ରେମ କରି ବିବାହ କରିଥିଲେ।

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ  :ଫାଇନାଲରେ ଜରୀନ

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ :ଫାଇନାଲରେ ଜରୀନ

ନୂଆଦିଲ୍ଲୀ, ୧୯।୨(ପି.ଟି.)- ବୁଲଗେରିଆର ସୋଫିଆଠାରେ ଚାଲିଥିବା ୭୦ତମ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ନାମେଣ୍ଟରେ ଭାରତ ପୂର୍ବତନ ଜୁନିୟର ମହିଳା ବିଶ୍ୱ ଚାମ୍ପିୟନ ନିଖାତ ଜରୀନ ୫୧ କେ.ଜି. ବର୍ଗ ଫାଇନାଲରେ ପ୍ରବେଶ କରିଛନ୍ତି। ଜରୀନଙ୍କ ସମେତ ଆଉ ଦୁଇ ଭାରତୀୟ ମହିଳା ବକ୍ସର ମଧ୍ୟ ଫାଇନାଲକୁ ଉଠିଛନ୍ତି। ପୂର୍ବରୁ ଦୁଇଥର ଜାତୀୟ ଚାମ୍ପିୟନଶିପ୍‌ ହାସଲ କରିଥିବା ଜରୀନ ସେମିରେ ପୋଲାଣ୍ଡର ସାଣ୍ଡ୍ରା ଡ୍ରାବିକ୍‌ଙ୍କୁ ୩-୨ରେ ହରାଇ ଫାଇନାଲ ଟିକେଟ ହାସଲ କରିଥିଲେ। 

ଗୁଣନିଧି କପ୍‌ ଫୁଟ୍‌ବଲ: ଫ୍ରେଣ୍ଡ୍ସ ପାରାଡାଇଜ୍‌- ଶବର ସ୍ପୋର୍ଟିଂ ଫାଇନାଲ

ଗୁଣନିଧି କପ୍‌ ଫୁଟ୍‌ବଲ: ଫ୍ରେଣ୍ଡ୍ସ ପାରାଡାଇଜ୍‌- ଶବର ସ୍ପୋର୍ଟିଂ ଫାଇନାଲ

ପୁରୁଣା ଭୁବନେଶ୍ୱର, ୧୯।୨(ସ୍ପୋଟର୍‌ସ ବ୍ୟୁରୋ)- ପୁରୁଣା ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ବି.ଏମ୍‌. ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ଗୁଣନିଧି କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲରେ ଜଟଣୀର ଫ୍ରେଣ୍ଡ୍ସ ପାରାଡାଇଜ୍‌ କ୍ଲବ୍‌  ଓ ଶବର ସ୍ପୋର୍ଟିଂ ମୁହଁାମୁହିଁ ହେବେ। 

ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟର ଉଦ୍‌ଘାଟିତ : ବୈଜ୍ଞାନିକ ପଦ୍ଧତିରେ ଟ୍ରେନିଂ ବହୁ ଗୁରୁତ୍ୱପୂର୍ଣ୍ଣ: ବିନ୍ଦ୍ରା

ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟର ଉଦ୍‌ଘାଟିତ : ବୈଜ୍ଞାନିକ ପଦ୍ଧତିରେ ଟ୍ରେନିଂ ବହୁ ଗୁରୁତ୍ୱପୂର୍ଣ୍ଣ: ବିନ୍ଦ୍ରା

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ। ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ ଯୋଗୁ ଏକାଧିକ କ୍ରୀଡ଼ାର ଅନ୍ତର୍ଜାତୀୟ ଇଭେଣ୍ଟ ପାଇଁ କଳିଙ୍ଗ ଷ୍ଟାଡିୟମ କେନ୍ଦ୍ରବିନ୍ଦୁ ପାଲଟି ସାରିଥିବାବେଳେ ଏବେ ଏଠାରେ ଉପଲବ୍ଧ ହୋଇଛି ବିଶ୍ୱସ୍ତରୀୟ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର(ଅଭିନବ ବିନ୍ଦ୍ରା ଟାର୍ଗେଟ ପରଫରମାନ୍ସ ସେଣ୍ଟର)।  

ଅଲିମ୍ପିକ୍ସ ଚାମ୍ପିୟନ୍ସ ସୃଷ୍ଟି ଲକ୍ଷ୍ୟ: ରଣାବତ

ଅଲିମ୍ପିକ୍ସ ଚାମ୍ପିୟନ୍ସ ସୃଷ୍ଟି ଲକ୍ଷ୍ୟ: ରଣାବତ

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)-ଭୁବନେଶ୍ୱରରେ ହାଇପରଫରମାନ୍ସ ଟ୍ରେନିଂ ଏବଂ ରିହାବ ସେଣ୍ଟର ଉପଲବ୍ଧ ହୋଇଥିବାରୁ ମଁୁମୁଁ ବହୁତ ଖୁସି। ଆଗାମୀ ୪-୫ ବର୍ଷରେ ଅଲିମ୍ପିକ୍ସ ଚାମ୍ପିୟନ୍ସ ସୃଷ୍ଟି କରିବା ଏହାର ମୁଖ୍ୟ ଲକ୍ଷ୍ୟ। 

ନବ ଦାସ ମେମୋରିଆଲ ଟି୨୦  ପାରାମାଉଣ୍ଟ, ବିହାରିଲାଲ ସେମିଫାଇନାଲରେ

ନବ ଦାସ ମେମୋରିଆଲ ଟି୨୦ ପାରାମାଉଣ୍ଟ, ବିହାରିଲାଲ ସେମିଫାଇନାଲରେ

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)-ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ବିଜେବି କଲେଜ ଗ୍ରାଉଣ୍ଡରେ ଚାଲିଥିବା ୨ୟ ନବ ଦାସ ମେମୋରିଆଲ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ସେମିଫାଇନାଲରେ ପାରାମାଉଣ୍ଟ ସ୍ପୋର୍ଟିଂ ଓ ବିହାରିଲାଲ ଫାଇଟର୍ସ ପ୍ରବେଶ କରିଛନ୍ତି। ସୋମବାର ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲରେ ପାରାମାଉଣ୍ଟ ୮୧ ରନରେ ସହିଦ ସ୍ପୋର୍ଟିଂକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପାରାମାଉଣ୍ଟ ୨୦ ଓଭରରେ ୪ ଉଇକେଟ ହରାଇ ୨୦୯ ରନ କରିଥିଲା। 

କୋର୍ଟଙ୍କ ଦ୍ୱାରସ୍ଥ ହେଲା ମିନର୍ଭା ପଞ୍ଜାବ

କୋର୍ଟଙ୍କ ଦ୍ୱାରସ୍ଥ ହେଲା ମିନର୍ଭା ପଞ୍ଜାବ

ନୂଆଦିଲ୍ଲୀ, ୧୯ା୨ (ପି.ଟି.)- ଗତଥରର ଆଇ-ଲିଗ୍‌ ଚାମ୍ପିୟନ ମିନର୍ଭା ପଞ୍ଜାବ ଏଫ୍‌ସି ଦିଲ୍ଲୀ ହାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ସେମାନଙ୍କ ଆଇ-ଲିଗ୍‌ ମ୍ୟାଚ ଅନ୍ୟତ୍ର ଆୟୋଜନ କରିବା ଲାଗି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ରାଜି ନ ହେବାରୁ ଫୁଟ୍‌ବଲ କ୍ଲବ ତରଫରୁ  ଏହି ପଦକ୍ଷେପ ନିଆଯାଇଛି।  ମିନର୍ଭା ପଞ୍ଜାବ ଟିମ୍‌ କହିଛି ଆମେ ଯେଉଁ ଭଳି ସୁରକ୍ଷା ପ୍ରତିଶ୍ରୁତି ଚାହୁଁଥିଲୁ ତାହା ନ ମିଳିବାରୁ  ମ୍ୟାଚ ଖେଳିବା ଲାଗି ଆମେ ଜମ୍ମୁ କଶ୍ମୀର ରାଜଧାନୀକୁ ଗସ୍ତ କରି ନାହୁଁ।