ଖେଳ |

ମିଷ୍ଟର ୟୁନିଭର୍ସ ବିଶ୍ୱ ବଡିବିଲ୍ଡିଂରେ ଭାଗନେବେ ଜନ୍ମେଜୟ

ମିଷ୍ଟର ୟୁନିଭର୍ସ ବିଶ୍ୱ ବଡିବିଲ୍ଡିଂରେ ଭାଗନେବେ ଜନ୍ମେଜୟ

ଭୁବନେଶ୍ୱର, ୧୭।୧୧(କ୍ରୀଡ଼ା ପ୍ରତିନିଧି)-

ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ବଡିବିଲ୍ଡର ଜନ୍ମେଜୟ ମହାନ୍ତି କ୍ୟାରିୟରର ସବୁଠାରୁ ବଡ଼ ପ୍ରତିଯୋଗିତାରେ ଭାଗନେବାକୁ ଯାଉଛନ୍ତି। ଜର୍ମାନୀର ହାମ୍‌ବର୍ଗଠାରେ ହେବାକୁ ଯାଉଥିବା ମିଷ୍ଟର ୟୁନିଭର୍ସ ବିଶ୍ୱ ବଡିବିଲ୍ଡିଂ ଚାମ୍ପିୟନଶିପ୍‌ରେ ସେ ଭାରତୀୟ ବଡିବିଲ୍ଡିଂ ଫେଡେରେଶନ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଏହା ଚଳିତ ମାସ ୨୪ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଭିଜା ଆଦି ସମସ୍ତ ଔପଚାରିକତା ପୂରଣ କରିସାରିଛନ୍ତି ଜନ୍ମେଜୟ। ଭାରତୀୟ ଦଳ ସହ ୨୨ରେ ଯୋଗଦେଇ ୨୩ ତାରିଖରେ ଜର୍ମାନୀ ଯାତ୍ରା କରିବେ। ”ଗତମାସରେ ଭାରତୀୟ ବଡିବିଲ୍ଡିଂ ଫେଡେରେଶନ ପକ୍ଷରୁ ଦିଲ୍ଲୀଠାରେ ଏକ ଚୟନ ଟ୍ରାଏଲ ହୋଇଥିଲା। ଏଥିରେ ୨୨ ଜଣ ଅଂଶଗ୍ରହଣ କରିଥିଲେ। ପ୍ରଦର୍ଶନ ଭିତ୍ତିରେ ମିଷ୍ଟର ୟୁନିଭର୍ସ ପାଇଁ ପ୍ରତିଯୋଗୀ ଚୟନ ହୋଇଛନ୍ତି। ଭାରତରୁ ମୋଟ ୧୯ ଜଣ ଏହି ପ୍ରତିଯୋଗିତାରେ ଭାଗନେବେ। ଏମାନଙ୍କ ମଧ୍ୟରେ ୧୨ ପ୍ରତିଯୋଗୀ ଏବଂ ୭ ଅଫିସିଆଲ ସାମିଲ। ଭାରତୀୟ ବଡିବିଲ୍ଡିଂ ଫେଡେରେଶନ ସମ୍ପାଦକ ସୁରେଶ କଦମଙ୍କ କହିବା ଅନୁସାରେ, ଜର୍ମାନୀ ପ୍ରତିଯୋଗିତାରେ ୨୮ଟି ଦେଶର ୨୫୦ରୁ ୩୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ତେଣୁ ପ୍ରତିଯୋଗିତା ନିଶ୍ଚିତ ଟପ୍‌ ହେବ। ଗତଥର ମୁଁ ଚୟନ ହୋଇଥିଲେ ହେଁ ଭିଜା ସମସ୍ୟା ଯୋଗୁ ଭାଗ ନେଇପାରି ନ ଥିଲି। ଏଥର ପ୍ରଥମଥର ପାଇଁ ଜୀବନର ସବୁଠାରୁ ବଡ଼ ପ୍ରତିଯୋଗିତାରେ ଭାଗନେବାକୁ ଯାଉଥିବାରୁ ବହୁତ ଉତ୍ସାହିତ ଅଛି ଏବଂ ଭଲ ପ୍ରଦର୍ଶନ ପାଇଁ ଆଶା ମଧ୍ୟ ରଖିଛି“ ବୋଲି ଶୁକ୍ରବାର ଖବରଦାତା ସମ୍ମିଳନୀରେ କହିଛନ୍ତି ଜନ୍ମେଜୟ। ମିଷ୍ଟର ୟୁନିଭର୍ସ ପ୍ରତିଯୋଗିତା ହାଇଟ୍‌(ଉଚ୍ଚତା) କାଟେଗୋରିରେ ହେବ। ପ୍ରାୟୋଜକ ନ ଥିବାରୁ ପ୍ରତିଯୋଗିତା ପାଇଁ ରହିବା, ଖାଇବା, ଟିକେଟ ଆଦି ସମସ୍ତ ଖର୍ଚ୍ଚ ଲାଗି ଭାରତୀୟ ଫେଡେରେଶନକୁ ବ୍ୟକ୍ତିଗତ ଭାବେ ୧ ଲକ୍ଷ ୩୦ ହଜାର ଟଙ୍କା ଦେବାକୁ ପଡ଼ିଛି। ମିଷ୍ଟର ଏସିଆରେ ମୁଁ ଟପ୍‌-୫ରେ ରହିଥିଲି। ଏଥିର ମଧ୍ୟ ମୁଁ ଏକ ଭଲ ପୋଜିଶନ ପାଇବା ଆଶାରେ ରହିଛି। ମୋ କ୍ୟାରିୟରର ଏହା ସବୁଠାରୁ ଶ୍ରେଷ୍ଠ ପ୍ରତିଯୋଗିତା। ବଡ଼ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ମୁଁ ଭଲ ପ୍ରସ୍ତୁତି ମଧ୍ୟ କରିଛି। ତେଣୁ ପଦକ ଜିତିବା ମୋର ମୁଖ୍ୟ ଲକ୍ଷ୍ୟ ରହିବ। ଓଡ଼ିଶାରେ ଏବେ ଓଡ଼ିଶା ବଡିବିଲ୍ଡିଂ ଆଣ୍ଡ ଓ୍ବେଲ୍‌ଫେୟାର ଆସୋସିଏଶନ ଗଠନ ହୋଇଛି। ତେଣୁ ମୁଁ ଆଗକୁ ଆଉ କଲିକତା ନ ଯାଇ ଏବେ ଓଡ଼ିଶା ଆସୋସିଏଶନ ପକ୍ଷରୁ ହିଁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇପାରିବି ବୋଲି ସେ କହିଛନ୍ତି। ଖବରଦାତା ସମ୍ମିଳନୀରେ ଜନ୍ମେଜୟଙ୍କ କୋଚ୍‌ ତଥା ଓଡ଼ିଶା ବଡିବିଲ୍ଡିଂ ଆଣ୍ଡ ଓ୍ବେଲ୍‌ଫେୟାର ଆସୋସିଏଶନ ସମ୍ପାଦକ ଲଲାଟ କେଶରୀ ପଟ୍ଟନାୟକ ଏବଂ ଅନ୍ୟ ବଡିବିଲ୍ଡରମାନେ ଉପସ୍ଥିତ ଥିଲେ।

All Right Reserved By

ଖେଳ |

‘ହକି ହେ ଜିନ୍ଦେଗୀ’ ପୁସ୍ତକ ଉନ୍ମୋଚିତ  ଓଡ଼ିଶା ଆଥଲେଟିକ୍ସର ପ୍ରାଣକେନ୍ଦ୍ର ସୁନ୍ଦରଗଡ଼: ଧର୍ମେନ୍ଦ୍ର

‘ହକି ହେ ଜିନ୍ଦେଗୀ’ ପୁସ୍ତକ ଉନ୍ମୋଚିତ ଓଡ଼ିଶା ଆଥଲେଟିକ୍ସର ପ୍ରାଣକେନ୍ଦ୍ର ସୁନ୍ଦରଗଡ଼: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୫।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାରେ ହକି ବିଶ୍ୱକପ ଚାଲିଥିବାବେଳେ ଓଡ଼ିଶାର ଜନଜାତୀ ହକି ଖେଳାଳିଙ୍କ କୃତି ଉପରେ ଆଧାରିତ ପୁସ୍ତକ ‘ହକି ହେ ଜିନ୍ଦେଗୀ’ ଉନ୍ମୋଚିତ ହୋଇଛି। 

ଯୋଜନାବଦ୍ଧ ଟ୍ରେନିଂ ଅଷ୍ଟ୍ରେଲିଆ ସଫଳତାର ରହସ୍ୟ

ଯୋଜନାବଦ୍ଧ ଟ୍ରେନିଂ ଅଷ୍ଟ୍ରେଲିଆ ସଫଳତାର ରହସ୍ୟ

ଭୁବନେଶ୍ୱର, ୧୫।୧୨(କ୍ରୀଡ଼ା ପ୍ରତିନିଧି)-ଚଳିତ ହକି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ରନର୍ସଅପ୍‌ ନେଦରଲାଣ୍ଡ୍ସ ମଧ୍ୟରେ ଶନିବାର  ଅନୁଷ୍ଠିତ ହେବ। ୧୯୭୮ଠାରୁ ବିଶ୍ୱକପର ପ୍ରତି ସଂସ୍କରଣରେ ଅଷ୍ଟ୍ରେଲିଆ ସେମିଫାଇନାଲ ଖେଳି ଆସିଛି। 

ବିବାହ ବନ୍ଧନରେ ସାଇନା-କାଶ୍ୟପ

ବିବାହ ବନ୍ଧନରେ ସାଇନା-କାଶ୍ୟପ

ହାଇଦ୍ରାବାଦ, ୧୫।୧୨ (ପି.ଟି.)- ଦୁଇ ଭାରତୀୟ ତାରକା ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ ପାରୁପଲ୍ଲୀ କାଶ୍ୟପ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ‘କୋର୍ଟ ନିୟମ ଅନୁଯାୟୀ, ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ସାଇନା ବିବାହ କରିଛନ୍ତି’ ବୋଲି ତାଙ୍କ ବାପା ହରବୀର ସିଂ କହିଛନ୍ତି। 

ବସନ୍ତଙ୍କୁ ୬ ଉଇକେଟ୍‌: ରାଜସ୍ଥାନକୁ ୧୩୫ରେ ରୋକିଲା ଓଡ଼ିଶା

ବସନ୍ତଙ୍କୁ ୬ ଉଇକେଟ୍‌: ରାଜସ୍ଥାନକୁ ୧୩୫ରେ ରୋକିଲା ଓଡ଼ିଶା

ଭୁବନେଶ୍ୱର, ୧୫।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ରାଜସ୍ଥାନ ବିପକ୍ଷରେ ଆରମ୍ଭ ହୋଇଥିବା ରଣ୍‌ଜୀ ଟ୍ରଫି ଗ୍ରୁପ୍‌-ସି ମୁକାବିଲାରେ ଘରୋଇ ଓଡ଼ିଶା ଦମ୍‌ଦାର ପ୍ରଦର୍ଶନ କରିଛି। ଅଭିଜ୍ଞ ବସନ୍ତ ମହାନ୍ତିଙ୍କ ବୋଲିଂକୁ ସାମ୍ନା କରି ନ ପାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ମାତ୍ର ୧୩୫ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। 

ରାଜ୍ୟ ସିନିୟର ରୋଇଂ ଦଳ ଘୋଷିତ

ରାଜ୍ୟ ସିନିୟର ରୋଇଂ ଦଳ ଘୋଷିତ

କଟକ ଅଫିସ, ୧୫ା୧୨- ଆସନ୍ତା ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ପୁଣେସ୍ଥିତ ଏଆରଏନ୍‌ ସେଣ୍ଟରଠାରେ ୩୭ତମ ସିନିୟର ଜାତୀୟ ରୋଇଂ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ଆସୋସିଏଶନ ଫର୍‌ ରୋଇଂ ଆଣ୍ଡ୍‌ ସ୍କଲିଂ ପକ୍ଷରୁ ଶୁକ୍ରବାର ରାଜ୍ୟ ଦଳ ଘୋଷଣା କରାଯାଇଛି। ଦଳରେ ଜଣେ ପୁରୁଷ ଓ ୧୦ ଜଣ ମହିଳା ଖେଳାଳି ସାମିଲ ହୋଇଛନ୍ତି। 

ପ୍ରୋ-ଭଲିବଲ ଲିଗ୍‌: ରଣଜିତ୍‌ ସିଂ ଦାମୀ ଖେଳାଳି

ପ୍ରୋ-ଭଲିବଲ ଲିଗ୍‌: ରଣଜିତ୍‌ ସିଂ ଦାମୀ ଖେଳାଳି

ନୂଆଦିଲ୍ଲୀ, ୧୫ା୧୨ (ପି.ଟି.)- ପ୍ରଥମ ପ୍ରୋ-ଭଲିବଲ ଲିଗ୍‌  (ପିଭିଏଲ)ପାଇଁ ଏଠାରେ ଶୁକ୍ରବାର ଖେଳାଳି ନିଲାମ ଅନୁଷ୍ଠିତ ହୋଇଯାଇଛି।  ଏଥିରେ ୬ ବିଦେଶୀ ଖେଳାଳି ଏବଂ ୧୧୭ ଭାରତୀୟ ଖେଳାଳି ସାମିଲ ଥିଲେ। 

ପ୍ରିୟଙ୍କାଙ୍କୁ ୪ ଉଇକେଟ, ଓଡ଼ିଶା ବିଜୟୀ

ପ୍ରିୟଙ୍କାଙ୍କୁ ୪ ଉଇକେଟ, ଓଡ଼ିଶା ବିଜୟୀ

କଟକ ଅଫିସ,୧୫ା୧୨- ସନ୍‌ସାଇନ୍‌ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ସିନିୟର ମହିଳା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ଓଡ଼ିଶା ୩ ଉଇକେଟରେ ରାଜସ୍ଥାନକୁ ପରାସ୍ତ କରିଛି। 

ଆରୋଜ-ଆଇଜଲ ମ୍ୟାଚ୍‌ ଗୋଲଶୂନ୍ୟ

ଆରୋଜ-ଆଇଜଲ ମ୍ୟାଚ୍‌ ଗୋଲଶୂନ୍ୟ

କଟକ ଅଫିସ,୧୫ା୧୨-ଭାରତୀୟ ଘରୋଇ ଫୁଟବଲ ଟୁର୍ନାମେଣ୍ଟ ଆଇ-ଲିଗ୍‌ରେ ଶୁକ୍ରବାର ସନ୍ଧ୍ୟାରେ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଡିଆନ୍‌ ଆରୋଜ ଓ ଆଇଜଲ ଏଫ୍‌ସି ବିପକ୍ଷ ମ୍ୟାଚ୍‌ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। 

ବାଂଲାଦେଶ ସିରିଜ ବିଜୟୀ

ବାଂଲାଦେଶ ସିରିଜ ବିଜୟୀ

ସିଲ୍‌ହେଟ୍‌, ୧୫ା୧୨ (ଏଏଫ୍‌ପି)-ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବାଂଲାଦେଶ ୮ ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତିନେଇଛି। 

ଦ୍ୱିତୀୟ ଟେଷ୍ଟ:  ଭାରତର ପ୍ରତ୍ୟାବର୍ତ୍ତନ ସତ୍ତ୍ୱେ ଭଲ ସ୍ଥିତିରେ ଅଷ୍ଟ୍ରେଲିଆ

ଦ୍ୱିତୀୟ ଟେଷ୍ଟ: ଭାରତର ପ୍ରତ୍ୟାବର୍ତ୍ତନ ସତ୍ତ୍ୱେ ଭଲ ସ୍ଥିତିରେ ଅଷ୍ଟ୍ରେଲିଆ

ପର୍ଥ, ୧୪।୧୨ (ପି.ଟି.)- ସ୍ଥାନୀୟ ପର୍ଥ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଉଭୟ ଦଳ ମିଶ୍ର ସଫଳତା ପାଇଛନ୍ତି। ଦ୍ରୁତ ବୋଲିଂକୁ ସୁହାଉଥିବା ଏହି ପିଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ବେଶ୍‌ ଭଲ ଆରମ୍ଭ କରିଥିଲା। ତେବେ ପରେ ଭାରତୀୟ ବୋଲରମାନେ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ଶେଷ ଦୁଇଟି ସେସନରେ ୩ଟି ଲେଖାଏ ଉଇକେଟ ଅକ୍ତିଆର କରି ଘରୋଇ ଦଳକୁ ଝଟ୍‌କା ଦେଇଥିଲେ। ତେବେ ଏହା ସତ୍ତ୍ୱେ ସ୍ଥିତି ସମ୍ଭାଳିବା ସହ ଅଷ୍ଟ୍ରେଲିଆ ଭଲ ସ୍ଥିତିରେ ରହିଛି। ଲଞ୍ଚ୍‌ ପରେ ବୋଲରମାନଙ୍କୁ ସହାୟତା ମିଳିଥିଲା। ଭାରତୀୟ ବୋଲରମାନେ ଲାଇନ୍‌ ଓ ଲେନ୍ଥରେ ସୁଧାର ଆଣି ଅଷ୍ଟ୍ରେଲୀୟ ବ୍ୟାଟିଂ ଲାଇନ୍‌କୁ ଭାଙ୍ଗିବାରେ ସଫଳ ହୋଇଥିଲେ।
    ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୯୦ ଓଭରରେ ୬ ଉଇକେଟ ହରାଇ ୨୭୭ ରନ ସଂଗ୍ରହ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ ତଥା ଉଇକେଟ କିପର ଟିମ୍‌ ପେନ୍‌ ୧୬ ଓ ପ୍ୟାଟ କୁମିନ୍ସ ୧୧ ରନ କରି ଅପରାଜିତ ରହିଛନ୍ତି।

 ହକି ବିଶ୍ୱକପ: ପ୍ରତିଶୋଧ ଅପେକ୍ଷାରେ ନେଦରଲାଣ୍ଡ୍ସ

ହକି ବିଶ୍ୱକପ: ପ୍ରତିଶୋଧ ଅପେକ୍ଷାରେ ନେଦରଲାଣ୍ଡ୍ସ

ଭୁବନେଶ୍ୱର, ୧୪।୧୨(କ୍ରୀଡ଼ା ପ୍ରତିନିଧି)-
ଚଳିତ ହକି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡ୍ସ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାର ଗତ ସଂସ୍କରଣରେ ଏହି ଦୁଇ ଦଳ ମଧ୍ୟରେ ଟାଇଟଲ ମୁକାବିଲା ହୋଇଥିଲା। ୨୦୧୪ ଫାଇନାଲରେ ନେଦରଲାଣ୍ଡ୍ସକୁ ୬-୧ ଗୋଲରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଫଳରେ ନେଦରଲାଣ୍ଡ୍ସକୁ ରନର୍ସଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ତେଣୁ ଏଥରର ମୁକାବିଲା ଗତ ସଂସ୍କରଣର ରି ମ୍ୟାଚ ସଦୃଶ ହେବାକୁ ଯାଉଛି। ଏଥର କିନ୍ତୁ ଅଷ୍ଟ୍ରେଲିଆ ସହିତ ଲଢ଼ିବାକୁ ନେଦରଲାଣ୍ଡ୍ସ ପ୍ରସ୍ତୁତ। କାରଣ ୧୫,୦୦୦ ଦର୍ଶକଙ୍କ ଉପସ୍ଥିତିରେ କ୍ବାର୍ଟର ଫାଇନାଲରେ ଭାରତକୁ ହରାଇବାପରେ ଦଳର ଆତ୍ମବିଶ୍ୱାସ ବଢ଼ି ଯାଇଛି। ଗତ ସଂସ୍କରଣର ପରାଜୟ ଗ୍ଳାନି ମଧ୍ୟ ମନରୁ ଯାଇନି। ତେଣୁ ଏଥର ଅଷ୍ଟ୍ରେଲିଆଠାରୁ ମଧୁର ପ୍ରତିଶୋଧ ନେବାକୁ ନେଦରଲାଣ୍ଡ୍ସ ପ୍ରସ୍ତୁତ।

 ହକି ବିଶ୍ୱକପ: ବେଲଜିୟମକୁ ଟକ୍କର ଦେବ ଇଂଲଣ୍ଡ

ହକି ବିଶ୍ୱକପ: ବେଲଜିୟମକୁ ଟକ୍କର ଦେବ ଇଂଲଣ୍ଡ

ଭୁୁବନେଶ୍ୱର, ୧୪।୧୨(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପର ପ୍ରଥମ ସେମିଫାଇନାଲ ଶନିବାର ଇଂଲଣ୍ଡ ଓ ବେଲଜିୟମ ମଧ୍ୟରେ ଅନୁଷ୍ଠିତ ହେବ। ର଼୍ୟାଙ୍କିଙ୍ଗ୍‌ ଏବଂ ସାମ୍ପ୍ରତିକ ପ୍ରଦର୍ଶନ ଦୃଷ୍ଟିରୁ ବେଲଜିୟମର ପଲା ଭାରି ରହୁଲେ ହେଁ କଡ଼ା ଟକ୍କର ଦେବ ଇଂଲଣ୍ଡ। କାରଣ ର଼୍ୟାଙ୍କିଙ୍ଗ୍‌ ଦୃଷ୍ଟିରୁ ଇଂଲଣ୍ଡ (୭ମ ର଼୍ୟାଙ୍କ୍‌) ପଛରେ ଥିଲେ ହେଁ ଚଳିତ ଟୁର୍ନାମେଣ୍ଟରେ ଏପଯର୍‌ୟନ୍ତ ଚମତ୍କାର ପ୍ରଦର୍ଶନ କରି ଆସିଛି। ଦଳ ଚାଇନା ସହିତ ୨-୨ ଗୋଲରେ ମ୍ୟାଚ ଡ୍ର ରଖି ଅଭିଯାନ ଆରମ୍ଭ କରିିଥିବାବେଳେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ୦-୩ ଗୋଲରେ ପରାଜିତ ହୋଇଥିଲା। ମାତ୍ର ଏହାପରେ ଏହି ଦଳ ଆଉ ପଛକୁ ଫେରି ଚାହିଁନି। କ୍ରମାଗତ ୩ ବିଜୟ ସହ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଅୟର୍ଲାଣ୍ଡ ବିପକ୍ଷରେ ୪-୨ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ୨-୦ ଗୋଲରେ ବିଜୟ ଦଳକୁ ଯେତେ ଆତ୍ମବିଶ୍ୱାସ ଯୋଗାଇ ନ ଥିଲା ଅଲିମ୍ପିକ୍ସ ଚାମ୍ପିୟନ ତଥା ବିଶ୍ୱର ୨ ନମ୍ବର ଦଳ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇବାପରେ ଦଳର ମନୋବଳ ବହୁ ପରିମାଣରେ ବଢ଼ି ଯାଇଛି। ବିଶ୍ୱର ୩ ନମ୍ବର ଦଳ ବେଲଜିୟମକୁ ଟକ୍କର ଦେବାକୁ ଏବେ ଇଂଲଣ୍ଡ ସମ୍ପୂର୍ଣ୍ଣ ପ୍ରସ୍ତୁତ।