ଖେଳ |

ନ୍ୟୁଜିଲାଣ୍ଡ ଏ’-ଭାରତ ଏ’ ପ୍ରଥମ ଟେଷ୍ଟ

ନ୍ୟୁଜିଲାଣ୍ଡ ଏ’-ଭାରତ ଏ’ ପ୍ରଥମ ଟେଷ୍ଟ

ମାଉଣ୍ଟ ମଙ୍ଗାନୁଇ (ନ୍ୟୁଜିଲାଣ୍ଡ), ୧୭ା୧୧ (ପି.ଟି.)-ନ୍ୟୁଜିଲାଣ୍ଡ ଏ’ ଓ  ଭାରତ ଏ’ ମଧ୍ୟରେ ପ୍ରଥମ ୪ ଦିନିଆ ଅନ୍‌ ଅଫିସିଆଲ କ୍ରିକେଟ ଟେଷ୍ଟ ମ୍ୟାଚ ଏଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏଥିରେ ଭାରତ ଏ’ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲା। ଦଳ ତରଫରୁ ଖେଳୁଥିବା ସିନିୟର ଖେଳାଳି ମୁରଲୀ ବିଜୟ ଏବଂ ଅଜିଙ୍କ୍ୟ ରାହାନେ କ୍ରିଜ୍‌ରେ ଅଧିକ ସମୟ ଧରି ତିଷ୍ଠି ପାରି ନ ଥିବାବେଳେ ଯୁବ ଖେଳାଳି ପୃଥ୍ବୀ ଶ’ ଓ ହନୁମା ବିହାରୀ ଆକର୍ଷଣୀୟ ଅର୍ଦ୍ଧଶତକ ସହ  ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭଲରୂପେ ଓ୍ବାର୍ମଅପ୍‌ ହୋଇଛନ୍ତି। ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଭାରତ ଏ’ ୫ ଉଇକେଟ ବିନିମୟରେ  ୩୪୦ ରନ କରିଛି। ଆଗକୁ ଅଷ୍ଟ୍ରେଲିଆ ଟୁର୍‌ରେ ଯିବାକୁ ଥିବା ଓପନର ଶ’ ୮୮ ବଲ୍‌ରେ ୬୨ ରନ କରିଥିବାବେଳେ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀ ୧୫୦ ବଲ୍‌ରୁ ୮୬ ରନ କରିଛନ୍ତି। ପ୍ରତ୍ୟାବର୍ତ୍ତନକାରୀ ଖେଳାଳି ପାର୍ଥିବ ପଟେଲ ୧୧୧ ବଲରୁ ୭୯ ରନ କରି ଅପରାଜିତ ରହିଛନ୍ତି। କିନ୍ତୁ ଓପନର ବିଜୟ (୬୪ ବଲ୍‌ରୁ ୨୮ରନ) ଏବଂ ଟେଷ୍ଟ ଉପଅଧିନାୟକ ରାହାନେ (୧୯ ବଲ୍‌ରୁ ୧୨) କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ନ ପାରି ଯଥାକ୍ରମେ ବ୍ଲେୟାର ଟିକ୍‌ନର ଓ ଡଗ୍‌ ବ୍ରେସ୍‌ଓ୍ବେଲ ବୋଲ୍‌ଡ ହୋଇ ପ୍ୟାଭିଲିୟନ ଫେରିଛନ୍ତି। ଇଂଲଣ୍ଡ ବିପକ୍ଷରେ ତାଙ୍କ ଟେଷ୍ଟ ପଦାର୍ପଣ କରିଥିବା ତଥା ଫର୍ମରେ ଥିବା ବିହାରୀ ଦିନର ଶେଷ ବଲ୍‌ରେ ଆଉଟ୍‌ ହୋଇଥିଲେ। ବିହାରୀ ୮ ଚୌକା ଲଗାଇଥିବାବେଳେ ପଟେଲ ୧୦ ଚୌକା ମାରିଥିଲେ। ଅର୍ଦ୍ଧଶତକ ହାସଲ କରିଥିବା ଅନ୍ୟତମ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରଓ୍ବାଲ (୬୫) ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଏ’କୁ ଭଲ ଆରମ୍ଭ ଦେଇଥିଲେ ଶ’ ଓ ତାଙ୍କ ସିନିୟର ପାର୍ଟନର। ଧିମା ବାମହାତୀ ସ୍ପିନର ଥିଓ ଭାନ୍‌ ଓରକମ୍‌ଙ୍କ ଦ୍ୱାରା ଆଉଟ ହେବା ପୂର୍ବରୁ ଶ’ ଦ୍ୱିତୀୟ ଉଇକେଟରେ ଅଗ୍ରଓ୍ବାଲଙ୍କ ସହ ୫୦ ରନର ଭାଗୀଦାରି କରିଥିଲେ। ପରେ ଅଗ୍ରଓ୍ବାଲଙ୍କ ସହ ବିହାରୀ ଯୋଗଦାନ କରିଥିଲେ। କର୍ନାଟକ ଖେଳାଳି ମିଡିୟମ ପେସ୍‌ ବୋଲର ବ୍ଲେୟାର ଟିକ୍‌ନରଙ୍କ ଦ୍ୱାରା ଆଉଟ ହେବା ପୂର୍ବରୁ ଉଭୟଙ୍କ ମଧ୍ୟରେ ୭୩ ରନର ପାର୍ଟନରଶିପ୍‌ ହୋଇଥିଲା। ଶ’ ତାଙ୍କ ଇନିଂସରେ ୮୮ ବଲ୍‌ ସାମ୍ନା କରିଥିବାବେଳେ ୬ ଚୌକା ଏବଂ ଗୋଟିଏ ଛକା ଲଗାଇଥିଲେ।  ଅନ୍ୟପକ୍ଷରେ ଅଗ୍ରଓ୍ବାଲ ୧୦ ଚୌକା ବ୍ୟତୀତ ଦୁଇ ଛକା ମାରିଥିଲେ। ଅଧିନାୟକ ଅଧିକ ସମୟ ତିଷ୍ଠିପାରି ନ ଥିଲେ। ବିହାରୀ ଓ ପଟେଲ ୬ଷ୍ଠ ଉଇକେଟରେ ୧୩୮ରନ ଯୋଗକରି ଭାରତ ଏ’ ଦଳକୁ ଏକ ଭଲ ସ୍ଥିତିରେ ପହଞ୍ଚାଇଛନ୍ତି।  ଆୟୋଜକ ଦଳ ପକ୍ଷରୁ ସବୁଠାରୁ ସଫଳ ବୋଲର ଟିକନର ତାଙ୍କ ୧୫ ଓଭର ବୋଲିଂରେ ୪୮ରନ ବିନିମୟରେ ୨ ଉଇକେଟ ଅକ୍ତିଆର କରିଛନ୍ତି।

ସଂକ୍ଷିପ୍ତ ସ୍କୋର

ଭାରତ ଏ’: ୮୯.୪ ଓଭରରେ ୩୪୦/୫ (ହନୁମା ବିହାରୀ-୮୬, ମୟଙ୍କ ଅଗ୍ରଓ୍ବାଲ-୬୫, ପୃଥ୍ବୀ ଶ’-୬୨,  ପାର୍ଥିବ ପଟେଲ-୭୯*; ବ୍ଲେୟାର ଟିକ୍‌ନର-୨/୪୮)।

All Right Reserved By

ଖେଳ |

ବିଜୁ ଯୁବ ବାହିନୀ କ୍ରିକେଟ : ବାନିପାଲି ଚାମ୍ପିୟନ

ବିଜୁ ଯୁବ ବାହିନୀ କ୍ରିକେଟ : ବାନିପାଲି ଚାମ୍ପିୟନ

ଲୋଇସିଂହା,୧୧।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବିଜୁ ଯୁବବାହିନୀ ପକ୍ଷରୁ ଲୋଇସିଂହା କଲେଜ ଖେଳ ପଡିଆରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟ  ଉଦ୍‌ଯାପିତ ହୋଇଯାଇଛି ।  ବିଜୁ ଯୁବ ବାହିନୀ ପକ୍ଷରୁ  ବ୍ଲକର ୨ ଗୋଟି ପଞ୍ଚାୟତର ୨୦ଟି କ୍ରିକେଟ ଦଳକୁ ନେଇ ସୋମବାରଠାରୁ ପ୍ରତିଯୋଗୀତା ଆରମ୍ଭ  ହୋଇଥିଲା ।

ତୀରନ୍ଦାଜ ଦୀପିକା-ଅତନୁଙ୍କ ନିର୍ବନ୍ଧ

ତୀରନ୍ଦାଜ ଦୀପିକା-ଅତନୁଙ୍କ ନିର୍ବନ୍ଧ

ରାଞ୍ଚି,୧୧।୧୨(ପି.ଟି.)- ଭାରତୀୟ ଆର୍ଚର ଦୀପିକା କୁମାରୀ ଓ ଅତନୁ ଦାସ ନିର୍ବନ୍ଧ ହୋଇଯାଇଛି। 

ଧୋନୀଙ୍କୁ ସମ୍ମାନିତ କଲେ ପନ୍ତ

ଧୋନୀଙ୍କୁ ସମ୍ମାନିତ କଲେ ପନ୍ତ

ପର୍ଥ,୧୧।୧୨(ପି.ଟି.)- ରେକର୍ଡଧାରୀ ଭାରତୀୟ ଉଇକେଟକିପର ରିଶଭ ପନ୍ତ ଭେଟେରାନ ମହେନ୍ଦ୍ର ସିଂ ଧୋନୀଙ୍କୁ ସମ୍ମାନିତ କରିଛନ୍ତି।

ବିରୁଷ୍କାଙ୍କ ବିବାହ ବାର୍ଷିକୀ

ବିରୁଷ୍କାଙ୍କ ବିବାହ ବାର୍ଷିକୀ

ମୁମ୍ବାଇ,୧୧।୧୨- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ମଙ୍ଗଳବାର ଏକ ବର୍ଷ ପୂରିଛି। 

ଭାରତ ଏ’ ଦଳର କ୍ଲିନ ସୁଇପ୍‌

ଭାରତ ଏ’ ଦଳର କ୍ଲିନ ସୁଇପ୍‌

ମାଉଣ୍ଟ ମାଉଙ୍ଗାନୁଇ,୧୧।୧୨- ଏଠାରେ ନ୍ୟୁଜିଲାଣ୍ଡ ଏ’ ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌କୁ ଭାରତ ଏ’ ୭୫ ରନ୍‌ରେ ଜିତି ନେଇଛି। 

ଶ୍ରୀଲଙ୍କା ଅଫ୍‌ ସ୍ପିନର ଦନଞ୍ଜୟ ବାସନ୍ଦ

ଶ୍ରୀଲଙ୍କା ଅଫ୍‌ ସ୍ପିନର ଦନଞ୍ଜୟ ବାସନ୍ଦ

ଦୁବାଇ,୧୧।୧୨- ଶ୍ରୀଲଙ୍କା ଦଳର ଅଫ୍‌ ସ୍ପିନର ଆକିଲା ଦନଞ୍ଜୟଙ୍କୁ ତ୍ରୁଟିପୂର୍ଣ୍ଣ ବୋଲିଂ ଶୈଳୀ ଯୋଗୁ ବାସନ୍ଦ କରାଯାଇଛି। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସୋମବାର କୁହାଯାଇଛି। 

ରୁଟ୍‌ଙ୍କୁ ଅତିକ୍ରମ କଲେ ପୂଜାରା

ରୁଟ୍‌ଙ୍କୁ ଅତିକ୍ରମ କଲେ ପୂଜାରା

ଦୁବାଇ,୧୧।୧୨- ଆଡିଲେଡ୍‌ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଶେଷ ହେବା ପରେ ଆଇସିସି ପକ୍ଷରୁ ଖେଳାଳିଙ୍କ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। 

ବିବିଏଲ୍‌ରେ ସ୍ବତନ୍ତ୍ର ଟସ୍‌  ବ୍ୟବସ୍ଥା

ବିବିଏଲ୍‌ରେ ସ୍ବତନ୍ତ୍ର ଟସ୍‌ ବ୍ୟବସ୍ଥା

ମେଲବୋର୍ନ,୧୧।୧୨- ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ଟୁର୍ନାମେଣ୍ଟ ତଥା ବିଗ୍‌ ବାଶ ଲିଗ୍‌ (ବିବିଏଲ)ର ଆୟୋଜକମାନେ ଏକ କୌତୂହଳପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। 

ରାଜ୍ୟସ୍ତରୀୟ ଥ୍ରୋ ବଲ୍‌  ପ୍ରତିଯୋଗିତା ଉଦ୍‌ଯାପିତ

ରାଜ୍ୟସ୍ତରୀୟ ଥ୍ରୋ ବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ

ଜଟଣୀ,୧୧।୧୨(ଡି.ଏନ୍‌.ଏ): ଜଟଣୀ କୁଦିଆରୀରେ ଆୟୋଜିତ ରାଜ୍ୟସ୍ତରୀୟ ମହିଳାପୁରୁଷ ଥ୍ରୋ ବଲ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟ ଓ ଜଟଣୀ ଥ୍ରୋ ବଲ୍‌ ଆସୋସିଏଶନ୍‌ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ୨୦ଟି ଜିଲାରୁ ପୁରୁଷ ଓ ୧୬ଟି ଜିଲାରୁ ମହିଳା ଥ୍ରୋ ବଲ ଦଳ ଅଂଶଗ୍ରହଣ କରିଥିଲେ। 

ସିକେ ନାଇଡୁ ଟ୍ରଫି: ରେଲୱେର ବିଶାଳ ସ୍କୋର : ସହିମ୍‌,ଦିନେଶଙ୍କ ଅପରାଜିତ ଶତକ

ସିକେ ନାଇଡୁ ଟ୍ରଫି: ରେଲୱେର ବିଶାଳ ସ୍କୋର : ସହିମ୍‌,ଦିନେଶଙ୍କ ଅପରାଜିତ ଶତକ

ସମ୍ବଲପୁର, ୧୧।୧୨ (ବ୍ୟୁରୋ)ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ୨୩ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫି କ୍ରିକେଟ ମ୍ୟାଚର ତୃତୀୟ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ଭ୍ରମଣକାରୀ ରେଲୱେ ଦଳ ୩ ଉଇକେଟରେ ୪୦୨ ରନ ସଂଗ୍ରହ କରି ଦୃଢ଼ ସ୍ଥିତିରେ ରହିଛି । 

୮ ରନ୍‌ରେ ଜିତିଲା ଓଡ଼ିଶା

୮ ରନ୍‌ରେ ଜିତିଲା ଓଡ଼ିଶା

କଟକ ଅଫିସ,୧୧।୧୨- ନିମପୁର ଗ୍ରାଉଣ୍ଡରେ ସୋମବାର ଖେଳାଯାଇଥିବା ସିନିୟର ମହିଳା ଏକଦିବସୀୟ କ୍ରିକେଟ ଲିଗ୍‌ ଏଲିଟ୍‌ ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଓଡ଼ିଶା ୮ ରନ୍‌ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି। 

ସେମିରେ ଓଡ଼ିଶା

ସେମିରେ ଓଡ଼ିଶା

କଟକ ଅଫିସ,୧୧ା୧୨-ଅରୁଣାଚଳ ପ୍ରଦେଶଠାରେ ଚାଲିଥିବା ଜାତୀୟ ସବ୍‌ଜୁନିୟର ବାଳକ ଫୁଟବଲ ଚାମ୍ପିୟନଶିପ୍‌ର ସୋମବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ୧-୦ ଗୋଲରେ ଘରୋଇ ଅରୁଣାଚଳ ପ୍ରଦେଶକୁ ପରାସ୍ତ କରିଛି।