ବାଣିଜ୍ୟ |

୨୦୧୮-୧୯ ଅଦ୍ଧବାର୍ଷିକ ଫଳାଫଳ; ନାଲକୋର ନିଟ୍‌ ଲାଭ ୩ ଗୁଣ ବଢ଼ିଲା

୨୦୧୮-୧୯ ଅଦ୍ଧବାର୍ଷିକ ଫଳାଫଳ; ନାଲକୋର ନିଟ୍‌ ଲାଭ ୩ ଗୁଣ ବଢ଼ିଲା

ଭୁବନେଶ୍ୱର,୧୪-୧୧: ଦେଶର ଅନ୍ୟତମ ନବରନତ୍ କମ୍ପାନୀ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିିମିଟେଡ(ନାଲ୍‌କୋ) ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅଦ୍ଧବାର୍ଷିକ ଫଳାଫଳ ଘୋଷଣା କରିଛି। କମ୍ପାନୀ ଏହି ସମୟରେ ୫୯୫୨ କୋଟି ଟଙ୍କାର ଟର୍ନଓଭର ଲାଭ  ହାସଲ କରିଛି, ଯାହା କି,୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ୪୨ ପ୍ରତିଶତ ଅଧିକ। ଅପରେଟିଂ ଲାଭ ୪ ଗୁଣା ବୃଦ୍ଧି ପାଇଛି। ସେହିପରି କମ୍ପାନୀର ନିଟ୍‌ ଲାଭ ପ୍ରାୟ ୩ ଗୁଣ ବୃଦ୍ଧି ପାଇଛି। 

ଗତ ଆର୍ଥିକ ବର୍ଷ ତୁଳନାରେ କମ୍ପାନୀ ୩୩୪ କୋଟି ଟଙ୍କାର ନିଟ୍‌ ଲାଭ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଲାଭ ପରିମାଣ ୩ଗୁଣା ବୃଦ୍ଧି ପାଇବା ସହିତ ୧୬୨୪ କୋଟି ଟଙ୍କାରେ ପହଞ୍ଚତ୍ଛି। ଯାହାକି ପ୍ରାୟ ୩୪ % ରହିଛି। ମଙ୍ଗଳବାର ଏଠାରେ କମ୍ପାନୀ ବୋର୍ଡ ବୈଠକରେ ୨୦୧୮-୧୯ଆର୍ଥିକ ବର୍ଷର ପ୍ରଥମ ୬ ମାସ ତଥା ଦ୍ୱିତୀୟ ଅଦ୍ଧବାର୍ଷିକ ଆୟବ୍ୟୟ ହିସାବକୁ ଅନୁମୋଦନ କରାଯାଇଛି। ପୂର୍ବ ବର୍ଷରେ ୨୩୫ କୋଟି ଟଙ୍କା ନିଟ୍‌ ଲାଭ ହୋଇଥିବା ବେଳେ ଚଳିତ ବର୍ଷ ଏହା ୫୧୦ କୋଟି ଟଙ୍କାରେ ପହଞ୍ଚତ୍ଛି। ୨୦୧୮-୧୯ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ଅପରେଟିଂ ଲାଭ ଗତବର୍ଷର ୨୨୩ କୋଟି ଟଙ୍କା ତୁଳନାରେ ୨୨୯ପ୍ରତିଶତ ବୃଦ୍ଧି ପାଇ ୭୩୫ କୋଟି ଟଙ୍କାରେ ପହଞ୍ଚତ୍ଛି। ଆଲୁମିନା ଏବଂ ଆଲୁମିନିୟମ ବଜାରରେ ଆମେରିକାର କଟକଣା ସତ୍ତ୍ୱେ ନାଲ୍‌କୋ ପକ୍ଷରୁ ଗତ ଦେଢ଼ ବର୍ଷ ପୂର୍ବେ ପ୍ରଣୀତ ନୂତନ ବ୍ୟବସାୟିକ ମଡେଲ ଆପଣାଇ ନିଟ୍‌ ଲାଭରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୦୧୭-୧୮ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ନିଟ୍‌ ଲାଭ ୧୨୯ କୋଟି ଟଙ୍କା ହୋଇଥିବା ବେଳେ ଚଳିତ ବର୍ଷର ଏହି ସମୟରେ ଏହା ୬୮୭ କୋଟି ଟଙ୍କା ହୋଇଛି। ନାଲ୍‌କୋର ସଫଳତା ଦ୍ୱିତୀୟ ତ୍ରୈମାସରେ ମଧ୍ୟ ଜାରି ରହିଛି। ଅଧ୍ୟକ୍ଷ ଡ.ତପନ କୁମାର ଚାନ୍ଦଙ୍କ ନେତୃତ୍ୱରେ ନିଷ୍ଠାପର ଓ ନିରନ୍ତର ପ୍ରୟାସ ବଳରେ ଚଳିତ ଆର୍ଥିକ ବଷଁରେ ରେକର୍ଡ ଟର୍ନଓଭର ଲାଭ କରିବାକୁ ନାଲ୍‌କୋ ଦୃଢ଼ ଆଶାବାଦୀ ଥିବା କହିଛି।

All Right Reserved By

ବାଣିଜ୍ୟ |

୪ ଟ୍ରେନର ଅତିରିକ୍ତ ରହଣି

୪ ଟ୍ରେନର ଅତିରିକ୍ତ ରହଣି

ଭୁବନେଶ୍ୱର,୧୯-୨: ଯାତ୍ରୀ ସୁବିଧାକୁ ଧ୍ୟାନରେ ରଖି ୪ ଟ୍ରେନର ଅତିରିକ୍ତ ରହଣି ବ୍ୟବସ୍ଥା ସମ୍ପର୍କରେ ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି। ହାଓଡା-ଟିଟଲାଗଡ-ହାଓଡା ଏକ୍ସପ୍ରେସ ବଡମାଳଠାରେ ଅଟକିବ ବୋଲି ଜଣାପଡ଼ିଛି।

ପୁଲଓ୍ବାମା ଶହୀଦଙ୍କ ଲାଗି ଏସ୍‌ବିଆଇର ଅଭିଯାନ

ପୁଲଓ୍ବାମା ଶହୀଦଙ୍କ ଲାଗି ଏସ୍‌ବିଆଇର ଅଭିଯାନ

ଭୁବନେଶ୍ୱର,୧୯-୨: ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ଶହୀଦ ବୀର ଜବାନଙ୍କ ଲାଗି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଘୋଷଣା କରାଯାଇଛି।

ବିଗ୍‌ ବଜାର ପକ୍ଷରୁ ‘ଦି ଗ୍ରେଟ୍‌ ଏକ୍ସଚେଞ୍ଜ’

ବିଗ୍‌ ବଜାର ପକ୍ଷରୁ ‘ଦି ଗ୍ରେଟ୍‌ ଏକ୍ସଚେଞ୍ଜ’

ଭୁବନେଶ୍ୱର,୧୯-୨: ପ୍ରମୁଖ ହିପର୍‌ମାର୍କେଟ ବିଗ୍‌ ବଜାର ପକ୍ଷରୁ ‘ଦି ଗ୍ରେଟ୍‌ ଏକ୍ସଚେଞ୍ଜ’ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଚଳିତ ମାସ ୧୬ ଠାରୁ ମାର୍ଚ୍ଚ ୨୪ ତାରିଖ ଯାଏ ବିଗ୍‌ ବଜାର ଷ୍ଟୋରଗୁଡ଼ିକରେ ଚାଲୁଛି। 

ବି.ଆର୍‌.ଲାଇଫ କଳିଙ୍ଗ ହସ୍ପିଟାଲର ସ୍ବନକ୍ଷତ୍ର ଦିବସ

ବି.ଆର୍‌.ଲାଇଫ କଳିଙ୍ଗ ହସ୍ପିଟାଲର ସ୍ବନକ୍ଷତ୍ର ଦିବସ

ଭୁବନେଶ୍ୱର,୧୯-୨: ବି.ଆର୍‌. ଲାଇଫ କଳିଙ୍ଗ ହସ୍ପିଟାଲର ୨୨ତମ ସ୍ବନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। 

ମୀରା ମସଲାର ବିଜ୍‌ନେସ ମିଟ୍‌

ମୀରା ମସଲାର ବିଜ୍‌ନେସ ମିଟ୍‌

ଭୁବନେଶ୍ୱର,୧୯-୨: ମୀରା ମସଲା ପକ୍ଷରୁ ଏହାର ୨ୟ ବାର୍ଷିକ ବ୍ୟବସାୟିକ ସମ୍ମିଳନୀ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି। 

ଓକେସିଏଲ୍‌ ପକ୍ଷରୁ ବୁଟ୍‌ କ୍ୟାମ୍ପ

ଓକେସିଏଲ୍‌ ପକ୍ଷରୁ ବୁଟ୍‌ କ୍ୟାମ୍ପ

ଭୁବନେଶ୍ୱର,୧୯-୨: ଓଡ଼ିଶା ନଲେଜ କର୍ପୋରେଶନ ଲିମିଟେଡ (ଓକେସିଏଲ)ପକ୍ଷରୁ ବାର୍ଷିକ ବୁଟ୍‌ କ୍ୟାମ୍ପ-୨୦୧୯ ଅନୁଷ୍ଠିତ ହେଉଛି। 

ଉତ୍କଳିକାର କର୍ପୋରେଟ ଫେୟାର ଉଦ୍‌ଘାଟିତ

ଉତ୍କଳିକାର କର୍ପୋରେଟ ଫେୟାର ଉଦ୍‌ଘାଟିତ

ଭୁବନେଶ୍ୱର,୧୯-୨: ଉତ୍କଳିକା ପକ୍ଷରୁ ସ୍ଥାନୀୟ ଚନ୍ଦ୍ରଶେଖରପୁର ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କି ନିକଟରେ ଦ୍ୱିତୀୟ କର୍ପୋରେଟ ଫେୟାର ଉଦ୍‌ଘାଟିତ ହୋଇଛି।

ଆର୍‌ବିଆଇକୁ ସିଆଇସିଙ୍କ ଭର୍ତ୍ସନା

ଆର୍‌ବିଆଇକୁ ସିଆଇସିଙ୍କ ଭର୍ତ୍ସନା

 ନୂଆଦିଲ୍ଲୀ,୧୯-୨:  ବିମୁଦ୍ରୀକରଣ ତଥ୍ୟ ପ୍ରଦାନକୁ ନେଇ କେନ୍ଦ୍ରୀୟ ସୂଚନା କମିଶନ(ସିଆଇସି) ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଉର୍ତ୍ସନା କରିଛନ୍ତି। 

ଇଲେକ୍ଟ୍ରିକ ସହ ହାଇବ୍ରିଡ ଗାଡ଼ି ଲାଗି ମିଳିବ ପ୍ରୋତ୍ସାହନ

ଇଲେକ୍ଟ୍ରିକ ସହ ହାଇବ୍ରିଡ ଗାଡ଼ି ଲାଗି ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୯-୨:  ପ୍ରଦୂଷଣ ନିୟନ୍ତ୍ରଣ ସହ ତୈଳ ଆମଦାନୀକୁ ହ୍ରାସ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏବେ ହାଇବ୍ରିଡ ଗାଡ଼ିକୁ ଇଲେକ୍ଟ୍ରିକ ଗାଡ଼ି ସହ ଇନସେନଟିଭ ଦେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଭାରି ଉଦ୍ୟୋଗ ବିଭାଗ ପକ୍ଷରୁ ପ୍ରସ୍ତୁତ ଯୋଜନା ଅଧୀନରେ ଫେମ୍‌(ଫାଷ୍ଟର ଆଡପ୍ସନ ଆଣ୍ଡ ମାନୁଫ୍ୟାକଚରିଂ ଅଫ୍‌ ହାଇବ୍ରିଡ ଆଣ୍ଡ ଇଲେକ୍ଟ୍ରିକ ଭେହିକିଲ୍ସ)-୨ରେ ଇଲେକ୍ଟ୍ରିକ ଗାଡ଼ି ସହ ହାଇବ୍ରିଡ ଗାଡ଼ିକୁ ମଧ୍ୟ ବିଭିନ୍ନ ଟିକସ ପ୍ରୋତ୍ସାହନ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। 

ଠକାମୀର ଶିକାର ହେଉଛନ୍ତି ଗ୍ରାହକ;ଫ୍ଲାଇଟ୍‌ ବାତିଲ କରି ମାଲାମାଲ୍‌ ହେଉଛି ଏୟାରଲାଇନ୍ସ

ଠକାମୀର ଶିକାର ହେଉଛନ୍ତି ଗ୍ରାହକ;ଫ୍ଲାଇଟ୍‌ ବାତିଲ କରି ମାଲାମାଲ୍‌ ହେଉଛି ଏୟାରଲାଇନ୍ସ

ନୂଆଦିଲ୍ଲୀ,୧୯-୨:  ଯେକୌଣସି କାରଣ ଦର୍ଶାଇ ଏୟାରଲାଇନ୍ସ କମ୍ପାନୀ ପ୍ରାୟତଃ ବିମାନ ଯାତ୍ରା(ଫ୍ଲାଇଟ୍‌) ବାତିଲ କରିବାର ଦେଖାଯାଏ। ଗତ କିଛି ମାସ ହେବ ଏହା ବ୍ୟାପକ ହାରରେ ବଢ଼ିଯାଇଛି। ଗତ ସପ୍ତାହରେ ଦେଶର ଅଗ୍ରଣୀ ବିମାନ କମ୍ପାନୀ ଇଣ୍ଡିଗୋ ଗୋଟିଏ ଦିନରେ ୧୩୦ ଫ୍ଲାଇଟ୍ସ ବାତିଲ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ଫ୍ଲାଇଟ୍ସ ବାତିଲ କରି ଏୟାରଲାଇନ୍ସ କମ୍ପାନୀ ମାଲାମାଲ ହେଉଥିବା ବେଳେ ବିଚରା ଗ୍ରାହକ ଠକାମୀର ଶିକାର ହେଉଛି। 

ସନ୍ଦିପ ଭଟ୍ଟନାଗର, ଅଶୋକ ପାଣ୍ଡେ ସିିବିଆଇସି ସଦସ୍ୟ

ସନ୍ଦିପ ଭଟ୍ଟନାଗର, ଅଶୋକ ପାଣ୍ଡେ ସିିବିଆଇସି ସଦସ୍ୟ

ନୂଆଦିଲ୍ଲୀ,୧୯-୨: ଭାରତୀୟ ରାଜସ୍ବ ସେବାର ଦୁଇ ବରିଷ୍ଠ ଅଧିକାରୀ ସନ୍ଦିପ ଭଟ୍ଟନାଗର ଏବଂ ଅଶୋକ କୁମାର ପାଣ୍ଡେଙ୍କୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନଡାଇରେକ୍ଟ ଟ୍ୟାକ୍ସେସ ଆଣ୍ଡ କଷ୍ଟମ୍ସ(ସିିବିଆଇସି)ର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି।

୨୮ ହଜାର କୋଟିର ଅନ୍ତରୀଣ ଲାଭାଂଶ ଦେବ ଆର୍‌ବିଆଇ

୨୮ ହଜାର କୋଟିର ଅନ୍ତରୀଣ ଲାଭାଂଶ ଦେବ ଆର୍‌ବିଆଇ

ମୁମ୍ବାଇ,୧୯-୨: କେନ୍ଦ୍ର ସରକାରଙ୍କୁ ୨୮ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ଦେବାକୁ ସୋମବାର ରିଜର୍ଭ ବ୍ୟାଙ୍କ ବୋର୍ଡ ନିଷ୍ପତ୍ତି ନେଇଥିବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏକ ବିବୃତିରେ ସ୍ପଷ୍ଟ କରାଯାଇଛି।