ବାଣିଜ୍ୟ |

ଗ୍ରାଚୁଇଟି ସମୟସୀମା;୫ ବଦଳରେ ୩ ବର୍ଷକୁ ହ୍ରାସ ପାଇବ

ଗ୍ରାଚୁଇଟି ସମୟସୀମା;୫ ବଦଳରେ ୩ ବର୍ଷକୁ ହ୍ରାସ ପାଇବ

ନୂଆଦିଲ୍ଲୀ,୧୩-୧୧: କେନ୍ଦ୍ର ସରକାର ଲୋକ ସଭା ନିର୍ବାଚନ ପୂର୍ବରୁ କୋଟି କୋଟି ଘରୋଇ କର୍ମଚାରୀଙ୍କୁ ଉପହାର ଦେବାକୁ ଯାଉଛନ୍ତି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ସରକାର ଗ୍ରାଚୁଇଟି ମିଳିବାର ସମୟସୀମାକୁ କମାଇ ୩ ବର୍ଷ କରିବାକୁ ଯାଉଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏବେ ଯେକୌଣସି ଘରୋଇ କମ୍ପାନୀରେ ୫ ବର୍ଷ କ୍ରମାଗତ କାମ କରିବା ପରେ ଜଣେ କର୍ମଚାରୀଙ୍କୁ ଗ୍ରାଚୁଇଟି ସୁବିଧା ମିଳିଥାଏ। 

ଉଲ୍ଲେଖଥାଉ କି, କେନ୍ଦ୍ର ସରକାର ୧୯୭୨ରେ ଗ୍ରାଚୁଇଟି ପ୍ରଦାନ ଅଧିନିୟମ ଅର୍ଥାତ ପେମେଣ୍ଟ ଅଫ୍‌ ଗ୍ରାଚୁଇଟି ଆଇନ ଆଣିଥିଲେ। ଏହାପୂର୍ବରୁ କମ୍ପାନୀ/ନିଯୁକ୍ତିଦାତା ଅର୍ଥାତ ବାଣିଜ୍ୟ ସଂସ୍ଥା କର୍ମଚାରୀଙ୍କୁ ଅବସର ସମୟରେ ଆଇନ ଓ ନିୟମ ଏବଂ ସ୍ବତନ୍ତ୍ର ପ୍ରକ୍ରିୟା ଅଧୀନରେ ରହି ଗ୍ରାଚୁଇଟି ପ୍ରଦାନ କରୁ ନ ଥିଲେ। ଉକ୍ତ ଅଧିନିୟମ ଅନ୍ତର୍ଗତରେ କମ୍ପାନୀମାନେ ସେମାନଙ୍କ କର୍ମଚାରୀଙ୍କୁ ଅବସର ସମୟରେ ଗ୍ରାଚୁଇଟି ପ୍ରଦାନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ସୂଚନାଥାଉ କି, ଯଦି ଜଣେ କର୍ମଚାରୀ କୌଣସି କମ୍ପାନୀରେ କ୍ରମାଗତ ୪ ବର୍ଷ, ୧୦ ମାସ, ୧୧ ଦିନ ପର୍ଯ୍ୟନ୍ତ କାମ କରିଥାଏ, ତେବେ ତାଙ୍କର ସେବାକୁ ୫ ବର୍ଷର କ୍ରମାଗତ ସେବା ମନେ କରି ଗ୍ରାଚୁଇଟି ପ୍ରଦାନ କରାଯାଇଥାଏ। ସାଧାରଣତଃ ୫ ବର୍ଷ କାମ କଲା ପରେ ହିଁ ଜଣେ କର୍ମଚାରୀ ଗ୍ରାଚୁଇଟି ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି।

All Right Reserved By

ବାଣିଜ୍ୟ |

୪ ଟ୍ରେନର ଅତିରିକ୍ତ ରହଣି

୪ ଟ୍ରେନର ଅତିରିକ୍ତ ରହଣି

ଭୁବନେଶ୍ୱର,୧୯-୨: ଯାତ୍ରୀ ସୁବିଧାକୁ ଧ୍ୟାନରେ ରଖି ୪ ଟ୍ରେନର ଅତିରିକ୍ତ ରହଣି ବ୍ୟବସ୍ଥା ସମ୍ପର୍କରେ ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି। ହାଓଡା-ଟିଟଲାଗଡ-ହାଓଡା ଏକ୍ସପ୍ରେସ ବଡମାଳଠାରେ ଅଟକିବ ବୋଲି ଜଣାପଡ଼ିଛି।

ପୁଲଓ୍ବାମା ଶହୀଦଙ୍କ ଲାଗି ଏସ୍‌ବିଆଇର ଅଭିଯାନ

ପୁଲଓ୍ବାମା ଶହୀଦଙ୍କ ଲାଗି ଏସ୍‌ବିଆଇର ଅଭିଯାନ

ଭୁବନେଶ୍ୱର,୧୯-୨: ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ଶହୀଦ ବୀର ଜବାନଙ୍କ ଲାଗି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଘୋଷଣା କରାଯାଇଛି।

ବିଗ୍‌ ବଜାର ପକ୍ଷରୁ ‘ଦି ଗ୍ରେଟ୍‌ ଏକ୍ସଚେଞ୍ଜ’

ବିଗ୍‌ ବଜାର ପକ୍ଷରୁ ‘ଦି ଗ୍ରେଟ୍‌ ଏକ୍ସଚେଞ୍ଜ’

ଭୁବନେଶ୍ୱର,୧୯-୨: ପ୍ରମୁଖ ହିପର୍‌ମାର୍କେଟ ବିଗ୍‌ ବଜାର ପକ୍ଷରୁ ‘ଦି ଗ୍ରେଟ୍‌ ଏକ୍ସଚେଞ୍ଜ’ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଚଳିତ ମାସ ୧୬ ଠାରୁ ମାର୍ଚ୍ଚ ୨୪ ତାରିଖ ଯାଏ ବିଗ୍‌ ବଜାର ଷ୍ଟୋରଗୁଡ଼ିକରେ ଚାଲୁଛି। 

ବି.ଆର୍‌.ଲାଇଫ କଳିଙ୍ଗ ହସ୍ପିଟାଲର ସ୍ବନକ୍ଷତ୍ର ଦିବସ

ବି.ଆର୍‌.ଲାଇଫ କଳିଙ୍ଗ ହସ୍ପିଟାଲର ସ୍ବନକ୍ଷତ୍ର ଦିବସ

ଭୁବନେଶ୍ୱର,୧୯-୨: ବି.ଆର୍‌. ଲାଇଫ କଳିଙ୍ଗ ହସ୍ପିଟାଲର ୨୨ତମ ସ୍ବନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। 

ମୀରା ମସଲାର ବିଜ୍‌ନେସ ମିଟ୍‌

ମୀରା ମସଲାର ବିଜ୍‌ନେସ ମିଟ୍‌

ଭୁବନେଶ୍ୱର,୧୯-୨: ମୀରା ମସଲା ପକ୍ଷରୁ ଏହାର ୨ୟ ବାର୍ଷିକ ବ୍ୟବସାୟିକ ସମ୍ମିଳନୀ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି। 

ଓକେସିଏଲ୍‌ ପକ୍ଷରୁ ବୁଟ୍‌ କ୍ୟାମ୍ପ

ଓକେସିଏଲ୍‌ ପକ୍ଷରୁ ବୁଟ୍‌ କ୍ୟାମ୍ପ

ଭୁବନେଶ୍ୱର,୧୯-୨: ଓଡ଼ିଶା ନଲେଜ କର୍ପୋରେଶନ ଲିମିଟେଡ (ଓକେସିଏଲ)ପକ୍ଷରୁ ବାର୍ଷିକ ବୁଟ୍‌ କ୍ୟାମ୍ପ-୨୦୧୯ ଅନୁଷ୍ଠିତ ହେଉଛି। 

ଉତ୍କଳିକାର କର୍ପୋରେଟ ଫେୟାର ଉଦ୍‌ଘାଟିତ

ଉତ୍କଳିକାର କର୍ପୋରେଟ ଫେୟାର ଉଦ୍‌ଘାଟିତ

ଭୁବନେଶ୍ୱର,୧୯-୨: ଉତ୍କଳିକା ପକ୍ଷରୁ ସ୍ଥାନୀୟ ଚନ୍ଦ୍ରଶେଖରପୁର ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କି ନିକଟରେ ଦ୍ୱିତୀୟ କର୍ପୋରେଟ ଫେୟାର ଉଦ୍‌ଘାଟିତ ହୋଇଛି।

ଆର୍‌ବିଆଇକୁ ସିଆଇସିଙ୍କ ଭର୍ତ୍ସନା

ଆର୍‌ବିଆଇକୁ ସିଆଇସିଙ୍କ ଭର୍ତ୍ସନା

 ନୂଆଦିଲ୍ଲୀ,୧୯-୨:  ବିମୁଦ୍ରୀକରଣ ତଥ୍ୟ ପ୍ରଦାନକୁ ନେଇ କେନ୍ଦ୍ରୀୟ ସୂଚନା କମିଶନ(ସିଆଇସି) ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଉର୍ତ୍ସନା କରିଛନ୍ତି। 

ଇଲେକ୍ଟ୍ରିକ ସହ ହାଇବ୍ରିଡ ଗାଡ଼ି ଲାଗି ମିଳିବ ପ୍ରୋତ୍ସାହନ

ଇଲେକ୍ଟ୍ରିକ ସହ ହାଇବ୍ରିଡ ଗାଡ଼ି ଲାଗି ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୯-୨:  ପ୍ରଦୂଷଣ ନିୟନ୍ତ୍ରଣ ସହ ତୈଳ ଆମଦାନୀକୁ ହ୍ରାସ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏବେ ହାଇବ୍ରିଡ ଗାଡ଼ିକୁ ଇଲେକ୍ଟ୍ରିକ ଗାଡ଼ି ସହ ଇନସେନଟିଭ ଦେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଭାରି ଉଦ୍ୟୋଗ ବିଭାଗ ପକ୍ଷରୁ ପ୍ରସ୍ତୁତ ଯୋଜନା ଅଧୀନରେ ଫେମ୍‌(ଫାଷ୍ଟର ଆଡପ୍ସନ ଆଣ୍ଡ ମାନୁଫ୍ୟାକଚରିଂ ଅଫ୍‌ ହାଇବ୍ରିଡ ଆଣ୍ଡ ଇଲେକ୍ଟ୍ରିକ ଭେହିକିଲ୍ସ)-୨ରେ ଇଲେକ୍ଟ୍ରିକ ଗାଡ଼ି ସହ ହାଇବ୍ରିଡ ଗାଡ଼ିକୁ ମଧ୍ୟ ବିଭିନ୍ନ ଟିକସ ପ୍ରୋତ୍ସାହନ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। 

ଠକାମୀର ଶିକାର ହେଉଛନ୍ତି ଗ୍ରାହକ;ଫ୍ଲାଇଟ୍‌ ବାତିଲ କରି ମାଲାମାଲ୍‌ ହେଉଛି ଏୟାରଲାଇନ୍ସ

ଠକାମୀର ଶିକାର ହେଉଛନ୍ତି ଗ୍ରାହକ;ଫ୍ଲାଇଟ୍‌ ବାତିଲ କରି ମାଲାମାଲ୍‌ ହେଉଛି ଏୟାରଲାଇନ୍ସ

ନୂଆଦିଲ୍ଲୀ,୧୯-୨:  ଯେକୌଣସି କାରଣ ଦର୍ଶାଇ ଏୟାରଲାଇନ୍ସ କମ୍ପାନୀ ପ୍ରାୟତଃ ବିମାନ ଯାତ୍ରା(ଫ୍ଲାଇଟ୍‌) ବାତିଲ କରିବାର ଦେଖାଯାଏ। ଗତ କିଛି ମାସ ହେବ ଏହା ବ୍ୟାପକ ହାରରେ ବଢ଼ିଯାଇଛି। ଗତ ସପ୍ତାହରେ ଦେଶର ଅଗ୍ରଣୀ ବିମାନ କମ୍ପାନୀ ଇଣ୍ଡିଗୋ ଗୋଟିଏ ଦିନରେ ୧୩୦ ଫ୍ଲାଇଟ୍ସ ବାତିଲ କରିବା ପରେ ହଇଚଇ ସୃଷ୍ଟି ହୋଇଛି। ଫ୍ଲାଇଟ୍ସ ବାତିଲ କରି ଏୟାରଲାଇନ୍ସ କମ୍ପାନୀ ମାଲାମାଲ ହେଉଥିବା ବେଳେ ବିଚରା ଗ୍ରାହକ ଠକାମୀର ଶିକାର ହେଉଛି। 

ସନ୍ଦିପ ଭଟ୍ଟନାଗର, ଅଶୋକ ପାଣ୍ଡେ ସିିବିଆଇସି ସଦସ୍ୟ

ସନ୍ଦିପ ଭଟ୍ଟନାଗର, ଅଶୋକ ପାଣ୍ଡେ ସିିବିଆଇସି ସଦସ୍ୟ

ନୂଆଦିଲ୍ଲୀ,୧୯-୨: ଭାରତୀୟ ରାଜସ୍ବ ସେବାର ଦୁଇ ବରିଷ୍ଠ ଅଧିକାରୀ ସନ୍ଦିପ ଭଟ୍ଟନାଗର ଏବଂ ଅଶୋକ କୁମାର ପାଣ୍ଡେଙ୍କୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନଡାଇରେକ୍ଟ ଟ୍ୟାକ୍ସେସ ଆଣ୍ଡ କଷ୍ଟମ୍ସ(ସିିବିଆଇସି)ର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି।

୨୮ ହଜାର କୋଟିର ଅନ୍ତରୀଣ ଲାଭାଂଶ ଦେବ ଆର୍‌ବିଆଇ

୨୮ ହଜାର କୋଟିର ଅନ୍ତରୀଣ ଲାଭାଂଶ ଦେବ ଆର୍‌ବିଆଇ

ମୁମ୍ବାଇ,୧୯-୨: କେନ୍ଦ୍ର ସରକାରଙ୍କୁ ୨୮ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ଦେବାକୁ ସୋମବାର ରିଜର୍ଭ ବ୍ୟାଙ୍କ ବୋର୍ଡ ନିଷ୍ପତ୍ତି ନେଇଥିବା ନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏକ ବିବୃତିରେ ସ୍ପଷ୍ଟ କରାଯାଇଛି।