ରାଜ୍ୟ |

ଶ୍ରୀମନ୍ଦିରରେ ମୁକେଶ ଅମ୍ବାନୀ: ଝିଅ ବାହାଘର ପାଇଁ ଦେଲେ ନିମନ୍ତ୍ରଣ ପତ୍ର

ଶ୍ରୀମନ୍ଦିରରେ ମୁକେଶ ଅମ୍ବାନୀ: ଝିଅ ବାହାଘର ପାଇଁ ଦେଲେ ନିମନ୍ତ୍ରଣ ପତ୍ର

ପୁରୀ ଅଫିସ, ୧୩ା୧୧: ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୋମବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଭୁବନେଶ୍ୱର ଜନତା ମଇଦାନଠାରେ ଆୟୋଜିତ ମେକ ଇନ୍‌ ଓଡ଼ିଶା କନକ୍ଲେଭ-୨୦୧୮ର ଦ୍ୱିତୀୟ ଦିବସରେ ଯୋଗଦେବା ପରେ ଅମ୍ବାନୀ ହେଲିକପ୍ଟରରେ ଆସି ଅପରାହ୍ନ ୩ଟା ୨୩ରେ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିଥିଲେ। ସେଠାରେ ଉପଜିଲାପାଳ ଭବତାରଣ ସାହୁ ଓ ସିଟି ଡିଏସ୍‌ପି ପ୍ରଶାନ୍ତ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିଥିଲେ। ହେଲିପ୍ୟାଡ୍‌ରୁ କାର ଯୋଗେ ବାହାରି ୩ଟା ୩୦ରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚତ୍ଥିଲେ। ଜିଲାପାଳ ଜ୍ୟୋତିପ୍ରକାଶ ଦାସ ଏବଂ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରି ଅମ୍ବାନୀଙ୍କୁ ସ୍ବାଗତ କରିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଜଗନ୍ନାଥଙ୍କ ଫଟୋଚିତ୍ର, ଶୁଖିଲା ମହାପ୍ରସାଦ ଓ ଶ୍ରୀମନ୍ଦିର କ୍ୟାଲେଣ୍ଡର ଦିଆଯାଇଥିଲା। ଏହାପରେ ସେ ସିଂହଦ୍ୱାର, ବାଇଶପାହାଚ, ଗାରଦଦ୍ୱାର, ନାଟମଣ୍ଡପ, ଜୟବିଜୟ ଦ୍ୱାର ଦେଇ ଭିତରକାଠ ନିକଟକୁ ଯାଇଥିଲେ। ଭିତରକାଠ ନିକଟରେ ମନ୍ତ୍ର ଉଚ୍ଚାରଣ ପୂର୍ବକ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। 

ଆସନ୍ତା ଡିସେମ୍ବର ୧୨ରେ ମୁକେଶଙ୍କ ଝିଅ ଈଷା ଅମ୍ବାନୀଙ୍କର ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ପରିମଲଙ୍କ ସହ ବିବାହ ଅନୁଷ୍ଠିତ ହେବ। ଏହାପୂର୍ବରୁ ମୁକେଶ ବଦ୍ରିନାଥ ଏବଂ କେଦାରନାଥ ଯାଇ ପୂଜାର୍ଚ୍ଚନା କରି ଝିଅ ବାହାଘର ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ମଧ୍ୟ ସେ ଝିଅ ବାହାଘର ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ଖୁଣ୍ଟିଆ ସେବକ ବିଜୟ ଖୁଣ୍ଟିଆ ରତ୍ନସିଂହାସନ ନିକଟରେ ନିମନ୍ତ୍ରଣ ପତ୍ର ପଢି ମହାପ୍ରଭୁଙ୍କୁ ଶୁଣାଇ ନିମନ୍ତ୍ରଣ ଜଣାଇଥିଲେ। ଏଥିସହ ମହାପ୍ରଭୁଙ୍କ ଲାଗି ମାଳ ଓ ଗୁଆ ଆଣି ଅମ୍ବାନୀଙ୍କୁ ପ୍ରଦାନ କରିଥିଲେ। ଏହି ଗୁଆ ଓ ଲାଗି ମାଳକୁ ବିବାହ ବେଦିରେ ରଖିବା ନିମନ୍ତେ ବିଜୟ କହିଥିଲେ। ଅମ୍ବାନୀ ଖୁଣ୍ଟିଆ ସେବକଙ୍କୁ ଏକ ଲଫାପାରେ ଦକ୍ଷିଣା ଦେଇଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରି ଅମ୍ବାନୀ ବେହେରଣ ଦ୍ୱାର ଦେଇ ବାହାରି ଲକ୍ଷ୍ମୀ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ସେଠାରେ ମା’ଙ୍କ  ଅଙ୍ଗ ବସ୍ତ୍ର, ଲାଗି ଫୁଲମାଳ ଏବଂ ଧାନ ସେବାୟତ ପ୍ରଦାନ କରିଥିଲେ। ଏହାକୁ ଗ୍ରହଣ କରି ରିଲାଏନ୍ସ ଲେଖା ଥିବା ଏକ ଲଫାପାରେ ଦକ୍ଷିଣା ସମ୍ପୃକ୍ତ ସେବାୟତଙ୍କୁ ପ୍ରଦାନ କରିଥିଲେ। ଦର୍ଶନ ସାରି ଲକ୍ଷ୍ମୀ ମନ୍ଦିର ଚଉତରା ଉପରେ କିଛି ସମୟ ବସିଥିଲେ। ଅମ୍ବାନୀଙ୍କ ଦର୍ଶନ ବେଳେ ତାଙ୍କ କୌଳିକ ପଣ୍ଡା ରଘୁନାଥ ଗୋଚ୍ଛିକାର ଉପସ୍ଥିତ ରହି ତାଙ୍କୁ ଦର୍ଶନ କରାଇଥିଲେ। ଲକ୍ଷ୍ମୀ ମନ୍ଦିର ଚଉତରାରେ ବସିଥିବା ବେଳେ କୌଳିକ ପଣ୍ଡାଙ୍କ ଯାତ୍ରୀ ଖାତା ପଢିବା ସହ ସେଥିରେ ଦସ୍ତଖତ କରିଥିଲେ। ତାଙ୍କୁ ମଧ୍ୟ ଦକ୍ଷିଣା ଦେଇଥିଲେ। 

ମନ୍ଦିରରୁ ବାହାରି ସିଂହଦ୍ୱାରଠାରେ ଗଣମାଧ୍ୟମକୁ କହିଥିଲେ ଯେ, ଶ୍ରୀମନ୍ଦିରକୁ ପ୍ରଥମଥର ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ମୁଁ ଖୁବ୍‌ ଆନନ୍ଦିତ। ଆମ ଗୁଜରାଟୀ ସମ୍ପ୍ରଦାୟରେ ପ୍ରଥମେ ଠାକୁରଙ୍କୁ ବିବାହ କାର୍ଡ ଦେଇ ନିମନ୍ତ୍ରଣ ଜଣାଇବାର ପରମ୍ପରା ରହିଛି। ସେହି ଅନୁଯାୟୀ ମହାପ୍ରଭୁଙ୍କୁ ଝିଅ ବିବାହ କାର୍ଡ ପ୍ରଦାନ କରିବାର ସୌଭାଗ୍ୟ ପାଇଛି। ଏହାପରେ ଅମ୍ବାନୀ ତାଳବଣିଆ ହେଲିପ୍ୟାଡ୍‌କୁ ଯାଇଥିଲେ। ସେଠାରୁ ହେଲିକପ୍ଟରରେ ଭୁବନେଶ୍ୱର ଫେରିଯାଇଥିଲେ।

ଅନ୍ୟପକ୍ଷରେ ଅମ୍ବାନୀଙ୍କ ଗସ୍ତକୁ ନେଇ ସୋସିଆଲ ମିଡିଆରେ କଂଗ୍ରେସର ଯୁବ ନେତା ଆଲୋକ କୁମାର ଦାଶ ଏକ ପୋଷ୍ଟ କରିଥିଲେ ସବୁ ଭକ୍ତଙ୍କ ଭଳି ଧାଡ଼ିରେ ଯାଇ ଦର୍ଶନ କଲେ ଆମେ ସ୍ବାଗତ କରିବୁ। କିନ୍ତୁ ଭିଆଇପିଙ୍କ ଭଳି ଗଲେ ଆମେ କାଳିମାଡ଼ କରିବୁ ବୋଲି ଦର୍ଶାଇଥିଲେ। ଅମ୍ବାନୀଙ୍କ ଗସ୍ତ ପୂର୍ବରୁ ଅପରାହ୍ନ ପ୍ରାୟ ୧ଟାରେ ପୋଲିସ ତାଙ୍କୁ ଧରି ଥାନାରେ ଅଟକ ରଖି ପରେ ଛାଡି ଦେଇଥିଲା।

ଏମାର ମଠର ବିକାଶ ପାଇଁ ସହଯୋଗ ଲୋଡିଲା ପ୍ରଶାସନ

ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ୫ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ କାର ପାର୍କିଂ କରାଯିବ। ୩ ଲକ୍ଷ ୬୪ ହଜାର ବର୍ଗଫୁଟ ଇଲାକାରେ ଏହା ନିର୍ମାଣ ହେବ। ଏଥିରେ ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ପ୍ରାୟ ୧୫୦୦ କାର୍‌ ପାର୍କିଂ କରିବା ଭଳି ସୁବିଧା ରହିବ। ଏହି ପ୍ରକଳ୍ପ ଲାଗି ସହଯୋଗର ହାତ ବଢାଇବା ପାଇଁ ଜିଲାପାଳ ଜ୍ୟୋତିପ୍ରକାଶ ଦାସ ଅମ୍ବାନୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ଶ୍ରୀମନ୍ଦିର ସଂସ୍କୃତି ସହ ଜଡ଼ିତ ଏମାର ମଠର ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ସହଯୋଗ କରିବା ଲାଗି ଜିଲାପାଳ ପ୍ରସ୍ତାବ ଦେଇଛନ୍ତି। ଏଥିରେ ଅମ୍ବାନୀ ସହମତି ପ୍ରକାଶ କରିଥିବା ଜିଲାପାଳ ଗଣମାଧ୍ୟମକୁ କହିଛନ୍ତି।

All Right Reserved By

ରାଜ୍ୟ |

ନାବାଳିକା ୯ ମାସର ଗର୍ଭବତୀ: ନ୍ୟାୟ ପାଇଁ ପରିବାର ଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ

ନାବାଳିକା ୯ ମାସର ଗର୍ଭବତୀ: ନ୍ୟାୟ ପାଇଁ ପରିବାର ଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ

ନବରଙ୍ଗପୁର,୧୯।୨(ବି.ପ୍ର)- ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳର ଜଣେ ନାବାଳିକା ୯ ମାସର ଗର୍ଭବତୀ ହୋଇଛନ୍ତି। ନାବାଳିକା ଜଣକ ଗତ ବର୍ଷ ଦଶମ ପାସ୍‌ କରିଥିବା ବେଳେ ବର୍ତ୍ତମାନ ଲୋକଲଜ୍ଜାରେ ଅଧିକ ପାଠ ପଢି ପାରୁ ନାହାନ୍ତି।

୬ଟି ଆର୍‌ଡିସି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କଂଗ୍ରେସର ଦାବି

୬ଟି ଆର୍‌ଡିସି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ କଂଗ୍ରେସର ଦାବି

ଭୁବନେଶ୍ୱର, ୧୯।୨(ବ୍ୟୁରୋ): କେତେକ ଘଟଣାରେ ଆର.ଡି.ସି. ସ୍ତରୀୟ ତଦନ୍ତ ଘୋଷଣା କରିଥିବା ରାଜ୍ୟ ସରକାର ୬ଟି ଗୁରୁତ୍ୱପୂର୍ଣ୍ଣ ଘଟଣାର ତଦନ୍ତ ରିପୋର୍ଟକୁ ଏପର୍ଯ୍ୟନ୍ତ ସାର୍ବଜନୀନ ନ କରିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। 

ପୁଣି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୫ରେ ଆସିବେ

ପୁଣି ବଦଳିଲା ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ମାର୍ଚ୍ଚ ୫ରେ ଆସିବେ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ତୃତୀୟ ଥର ଲାଗି ପରିବର୍ତ୍ତନ ହୋଇଛି। ମାର୍ଚ୍ଚ ୨ତାରିଖରେ ରାହୁଲ ଓଡିଶା ଆସିବା ନେଇ ସୂଚନା ମିଳିଥିବା ବେଳେ ଏହା ମାର୍ଚ୍ଚ ୫କୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ରାହୁଲ ଚଳିତ ମାସ ୨୭ତାରିଖରେ ଓଡିଶା ଆସିବାର ଥିଲା। ତେବେ ରାହୁଲ ଦିନିକିଆ ଓଡିଶା ଗସ୍ତରେ ଆସି ବରଗଡ ଓ କୋରାପୁଟ ଜିଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। 

ତୁଳସୀ କ୍ଷେତାଧିପତି ଶ୍ରୀବଳଦେବ ଜୀଉଙ୍କ କନ୍ଦରାସୁର ବଧ

ତୁଳସୀ କ୍ଷେତାଧିପତି ଶ୍ରୀବଳଦେବ ଜୀଉଙ୍କ କନ୍ଦରାସୁର ବଧ

କେନ୍ଦ୍ରାପଡା ଅଫିସ, ୧୯।୨: ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ଜୀଉଙ୍କ କନ୍ଦରାସୁର ବଧ ବେଶ ରୀନିନୀତି ଅନୁସାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ମନ୍ଦିର ପହଡ଼ ଫିଟାଯିବା ପରେ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଥିଲା। ଶ୍ରୀଜୀଉଙ୍କ ନୀତି ସ୍ନାନ ପରେ ଗୋପାଳବଲ୍ଲଭ ଧୂପ ଓ ପରେ ଖେଚୁଡି ଧୂପ ଅନୁଷ୍ଠିତ ହୋଇଥିଲା।

ମଦ କ୍ରୟ ପାଇଁ ଯାଇ ମାଗିଥିଲେ ଦାଦାବଟି , ୩ ଲୁଟେରା କୋର୍ଟ ଚାଲାଣ

ମଦ କ୍ରୟ ପାଇଁ ଯାଇ ମାଗିଥିଲେ ଦାଦାବଟି , ୩ ଲୁଟେରା କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା ଅଫିସ୍‌, ୧୯।୨: ଟାଉନ ଥାନା ଅଧୀନ ସହରର ୩ ଲୁଟେରାଙ୍କୁ ସଦର ପୋଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନସଡିପୁର ଗ୍ରାମର ରଶ୍ମିରଞ୍ଜନ ଦାସ ଓରଫ ନିଉ, ନିର୍ମଳ ମଲ୍ଲିକ ଓରଫ ପିଣ୍ଟୁ ଓ ଭରତ ଚନ୍ଦ୍ର ସେଠୀ। ପୋଲିସ ସେମାନଙ୍କଠାରୁ ଏକ ବନ୍ଧୁକ ଜବତ କରିଛି।

ମିନି ଟ୍ରକ ଧକ୍କାରେ ବାଇକ ଚୁର୍‌ମାର୍‌, ୩ ଆହତ

ମିନି ଟ୍ରକ ଧକ୍କାରେ ବାଇକ ଚୁର୍‌ମାର୍‌, ୩ ଆହତ

ପରଜଙ୍ଗ,୧୯।୨(ଡି.ଏନ.ଏ.)- ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବାରିହାପୁର ବେଲ ବନ୍ଧ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ମିନିଟ୍ରକ ସହିତ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ ଚାଳକ ଆମ୍ବପଳାସ ଗ୍ରାମର  ନଗେନ ସାହୁ ଓ ପଛରେ ବସିଥିବା କନ୍ତୁର ଗ୍ରାମର ଜଗବନ୍ଧୁ ଦେହୁରୀ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର  କରି  ପରଜଙ୍ଗ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବାଲିଆପାଳ,୧୯।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ଜଣେ ଅଟୋରିକ୍ସା ଚାଳକଙ୍କ ଦିବ୍ୟାଙ୍ଗ ଝିଅଙ୍କୁ ତପନ ମଣ୍ଡଳ ନାମକ ଜଣେ ଯୁବକ ମଙ୍ଗଳବାର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଥାନାରେ ଏକ ମାମଲା (ନଂ ୩୫/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଗୋପୀନାଥପୁର ଗ୍ରାମରେ ଅଗ୍ନିକାଣ୍ଡ,  ୪ ବଖରା ଜଳିଗଲା

ଗୋପୀନାଥପୁର ଗ୍ରାମରେ ଅଗ୍ନିକାଣ୍ଡ, ୪ ବଖରା ଜଳିଗଲା

ବନ୍ତ, ୧୯।୨ (ସ୍ବ.ପ୍ର.) - ବନ୍ତ ବ୍ଲକ ଆଗରପଡ଼ା ଥାନା ଅଧୀନ ଗୋପୀନାଥପୁର ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳିଯାଇଛି। ଗ୍ରାମର କାଙ୍ଗାଳି ଜେନା, ମାନସ ଜେନା, ସଞ୍ଜିନ ଜେନା ଓ ବାୟା ଜେନାଙ୍କର ବଖରାଏ ଲେଖାଏ ପୋଡ଼ି ଯାଇଛି। 

ଭଦ୍ରକରେ ପୁଣି କୋଇଲା ମାଫିଆ ସକ୍ରିୟ: ୪୨ ବସ୍ତା କୋଇଲା ସହ ଗାଡ଼ି ଓ ଟଙ୍କା ଜବତ;  ୫ ଅଭିଯୁକ୍ତ କୋର୍ଟ ଚାଲାଣ

ଭଦ୍ରକରେ ପୁଣି କୋଇଲା ମାଫିଆ ସକ୍ରିୟ: ୪୨ ବସ୍ତା କୋଇଲା ସହ ଗାଡ଼ି ଓ ଟଙ୍କା ଜବତ; ୫ ଅଭିଯୁକ୍ତ କୋର୍ଟ ଚାଲାଣ

ପଦ୍ମପୁର, ୧୯।୨ (ଡି.ଏନ.ଏ.) - ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ପୁଣି କୋଇଲା ମାଫିଆ ସକ୍ରିୟ ହୋଇଉଠିଛନ୍ତି। ଥାନାଧିକାରୀ ଦୟାନିଧି ଦାସଙ୍କ ନିର୍ଦ୍ଦେଶକ୍ରମେ ସାବରଙ୍ଗ ଫାଣ୍ଡି ପୋଲିସ ଚାନ୍ଦବାଲି-ଇଚ୍ଛାପୁର ରାସ୍ତାରେ ଚଢ଼ାଉ କରି ୪୨ ବସ୍ତା ଚୋରା କୋଇଲା ସହ ଗାଡି ଜବତ କରିଛି। ଏଥିସହ ଚୋରା ଚାଲାଣରେ ସମ୍ପୃକ୍ତ ୫ ଯୁବକଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। 

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ଚାନ୍ଦବାଲି,୧୯ା୨(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ତଥା ମତୋ ପୋଲିସ ଫାଣ୍ଡି ଅଧୀନ ପ୍ରତାପପୁର ଗାଁ ରାସ୍ତାରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ମଙ୍ଗଳବାର ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।  

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ରାଜନଗର, ୧୯।୨(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଦିଆଯାଇଛି। 

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଯାଜପୁର ଅଫିସ/କୋରେଇ, ୧୯।୨(ସ୍ବ.ପ୍ର.): ଯାଜପୁର ଜିଲା ୨୦ ନଂ. ଜାତୀୟ ରାଜପଥର କୋରେଇ ଥାନା ଅନ୍ତର୍ଗତ ବେଣାପୁର ଛକରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।